Health Tip: ଅଧିକ ସମୟ ଧରି ପରିଶ୍ରା ରୋକି ରଖୁଛନ୍ତି କି? ଜାଣନ୍ତୁ ଏହା କେତେ କ୍ଷତିକାରକ..
Advertisement
Article Detail0/zeeodisha/odisha2069805

Health Tip: ଅଧିକ ସମୟ ଧରି ପରିଶ୍ରା ରୋକି ରଖୁଛନ୍ତି କି? ଜାଣନ୍ତୁ ଏହା କେତେ କ୍ଷତିକାରକ..

Health Tip: ଅନେକ ସମୟରେ କାର୍ଯ୍ୟରେ ବ୍ୟସ୍ତତା ହେତୁ ଆମେ ଦୀର୍ଘ ସମୟ ଧରି ପରିସ୍ରାକୁ ରୋକି ରଖିଥାଉ। କେବଳ ସେତିକି ନୁହେଁ ବାହାକୁ ଯାତ୍ରା କରିବା ସମୟରେ ମଧ୍ୟ ସର୍ବସମ୍ମୁଖ ପରିଶ୍ରା କଲେ କାଳେ କିଏ ଖରାପ ଭାବିବ, ଏକଥା ଭାବି ମଧ୍ୟ ପରିସ୍ରାକୁ ଅଟକାଇଦେଇଥାଉ।

Health Tip: ଅଧିକ ସମୟ ଧରି ପରିଶ୍ରା ରୋକି ରଖୁଛନ୍ତି କି? ଜାଣନ୍ତୁ ଏହା କେତେ କ୍ଷତିକାରକ..

Health Tip: ଅନେକ ସମୟରେ କାର୍ଯ୍ୟରେ ବ୍ୟସ୍ତତା ହେତୁ ଆମେ ଦୀର୍ଘ ସମୟ ଧରି ପରିସ୍ରାକୁ ରୋକି ରଖିଥାଉ। କେବଳ ସେତିକି ନୁହେଁ ବାହାକୁ ଯାତ୍ରା କରିବା ସମୟରେ ମଧ୍ୟ ସର୍ବସମ୍ମୁଖ ପରିଶ୍ରା କଲେ କାଳେ କିଏ ଖରାପ ଭାବିବ, ଏକଥା ଭାବି ମଧ୍ୟ ପରିସ୍ରାକୁ ଅଟକାଇଦେଇଥାଉ। କିନ୍ତୁ ଏପରି ବାର୍ ବାର୍ କରିବା ଦ୍ୱାରା ଏହା ଆମ ସ୍ୱାସ୍ଥ୍ୟକୁ କିପରି ଧିରେ ଧିରେ କରିବାକୁ ଲାଗିଥାଏ ତାହା ଆପଣ ଜାଣିଛନ୍ତି କି? ଆପଣ ଜାଣନ୍ତି କି, ବ୍ଲାଡର ଲିକେଜ୍ ସମସ୍ୟାରୁ ଏହା ସମଗ୍ର ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ପରିସ୍ରା ବନ୍ଦ କରିବା ଦ୍ୱାରା ଘଟୁଥିବା କିଛି ଗୁରୁତର ସମସ୍ୟା ବିଷୟରେ ଆସନ୍ତୁ ଜାଣିବା ।

କିଡନୀ ଷ୍ଟୋନ ସମସ୍ୟା: ମୂତ୍ରରେ ୟୁରିକ୍ ଏସିଡ୍(Uric Acid) ଏବଂ କ୍ୟାଲସିୟମ୍ ଅକ୍ସାଲେଟ୍(Calcium oxalate) ନାମକ ଖଣିଜ ପଦାର୍ଥ ଥାଏ ।ଏପରି ପରିସ୍ଥିତିରେ, ଯଦି ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ପରିସ୍ରା(Urine) ଅଟକାଇ ରଖନ୍ତି, ତେବେ ଏହା କିଡନୀ ପଥର(Kidney Stone) ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଥାଏ ।

ୟୁଟିଆଇ: ମହିଳା ଏବଂ ପୁରୁଷଙ୍କ କ୍ଷେତ୍ରରେ ୟୁଟିଆଇ(UTI) ଏକ ସାଧାରଣ ସମସ୍ୟା, ଯାହା ଅନେକ କାରଣରୁ ଘଟିଥାଏ। ଏଥି ମଧ୍ୟରୁ ଗୋଟିଏ ହେଉଛି ପରିସ୍ରା ବନ୍ଦ କରିବା । ଠିକ୍ ସମୟରେ ପରିସ୍ରା ନକରିବା ଦ୍ୱାରା ଜୀବାଣୁ(Bacteria) ବଢିବାର ସୁଯୋଗ ପାଆନ୍ତି, ଯାହା ବ୍ଲାଡର ଭିତରେ ମଧ୍ୟ ପହଞ୍ଚିପାରେ। ଏହି ସଂକ୍ରମଣ ବୃଦ୍ଧି ହେଲେ ଅନେକ ଗମ୍ଭୀର ରୋଗ ସୃଷ୍ଟି କରିପାରେ। ଏଭଳି ପରିସ୍ଥିତିରେ ପରିସ୍ରା ଠିକ୍ ସମୟରେ ପାସ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣଙ୍କର ମଧ୍ୟ UTIର ସମସ୍ୟା ଅଛି, ତେବେ ଠିକ୍ ସମୟରେ ପରିସ୍ରା କରନ୍ତୁ ଏବଂ ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ ।

ପରିସ୍ରା ଲିକେଜ୍: ପ୍ରାୟତଃ ବୟଷ୍କ ଲୋକମାନଙ୍କ ସହିତ ପରିସ୍ରା ଲିକେଜର(Urine leakage) ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ । କିନ୍ତୁ ଯଦି ଆପଣ ନିୟମିତ ପରିସ୍ରା ଅଟକାଇ ରଖନ୍ତି , ତେବେ ପେଲଭିକ୍ ଫ୍ଲୋର ଦୁର୍ବଳ ହୋଇଯାଏ ଏବଂ ଅଳ୍ପ ବୟସରେ ମଧ୍ୟ ଆପଣଙ୍କ ସହିତ ଲିକେଜ୍ ସମସ୍ୟା ଉପୁଜିପାରେ।

କିଡନୀ ରୋଗ: ପରିସ୍ରା ରୋକି ରଖିବା ହେତୁ କିଡନୀ ଉପରେ ଚାପ ପଡ଼ିଥାଏ, ଯାହା ପରବର୍ତ୍ତୀ ସମୟରେ କିଡନୀ ସମ୍ବନ୍ଧୀୟ ଗୁରୁତର ସମସ୍ୟା ସୃଷ୍ଟି କରିଥାଏ। ଏହା ବ୍ୟତୀତ ଦୀର୍ଘ ସମୟ ଧରି ପରିସ୍ରା ଅଟକାଇ ରଖିବା ଅଭ୍ୟାସ କିଡନୀ(Kidney) ଏବଂ ବ୍ଲାଡର(Bladder)ରେ ଯନ୍ତ୍ରଣା ସୃଷ୍ଟି ହୋଇଥାଏ।

ବ୍ଲାଡରର ପ୍ରସାରଣ: ବାରମ୍ବାର ପରିସ୍ରା ଧରି ଦୀର୍ଘ ସମୟ ଧରି ବ୍ଲାଡରର ମାଂସପେଶୀକୁ ବିସ୍ତାର କରି ଦୁର୍ବଳ କରିଦିଏ, ଯେଉଁ କାରଣରୁ ଦୀର୍ଘ ସମୟ ପରେ ବ୍ଲାଡର ଫାଟିଯିବା ଭଳି ଗୁରୁତର ସମସ୍ୟାର ମଧ୍ୟ ଆପଣ ସମ୍ମୁଖୀନ ହୋଇପାରନ୍ତି ।

Also Read: Heart Attack Prevention Tips: ଜୀବନରେ କେବେବି ହେବେନି ହୃଦଘାତର ଶିକାର, ପ୍ରତିଦିନ କରନ୍ତୁ ଏହି କାମ