ଏହି ଦୁଇଟି ଗଛର ପତ୍ର ଆପଣଙ୍କ ବ୍ଲଡ ସୁଗାରକୁ କରିବ ନିୟନ୍ତ୍ରଣ! ଜାଣନ୍ତୁ କିପରି ହେବ ରକ୍ତ ଶର୍କରା ହ୍ରାସ
Advertisement
Article Detail0/zeeodisha/odisha1211290

ଏହି ଦୁଇଟି ଗଛର ପତ୍ର ଆପଣଙ୍କ ବ୍ଲଡ ସୁଗାରକୁ କରିବ ନିୟନ୍ତ୍ରଣ! ଜାଣନ୍ତୁ କିପରି ହେବ ରକ୍ତ ଶର୍କରା ହ୍ରାସ

Health News: ରକ୍ତରେ ଶର୍କରା ବୃଦ୍ଧି ମଧୁମେହର ଲକ୍ଷଣ ଏବଂ ଏହି ଅବସ୍ଥା ଆପଣଙ୍କ ଖାଦ୍ୟ ଏବଂ ପାନୀୟ ସହିତ ଜଡିତ ଏକ ରୋଗ । ଏହା ଅନେକ ରୋଗର କାରଣ ବନିଥାଏ ।

ସାଙ୍କେତିକ ଫଟୋ

Health News: ମଧୁମେହ (diabetes) ଏକ ଜୀବନଶୈଳୀ ଜନିତ ରୋଗ । ରକ୍ତରେ ଶର୍କରା ବୃଦ୍ଧି ମଧୁମେହର ଲକ୍ଷଣ ଏବଂ ଏହି ଅବସ୍ଥା ଆପଣଙ୍କ ଖାଦ୍ୟ ଏବଂ ପାନୀୟ ସହିତ ଜଡିତ ଏକ ରୋଗ । ଏହା ଅନେକ ରୋଗର କାରଣ ବନିଥାଏ । ଅନ୍ଧତ୍ୱ, ହୃଦଘାତ ସହିତ ପାଦ ଯନ୍ତ୍ରଣାର କାରଣ ହୋଇଥାଏ ରକ୍ତ ସର୍କରା । ମଧୁମେହ ରୋଗୀଙ୍କୁ ସେମାନଙ୍କର ଖାଦ୍ୟକୁ ସୁସ୍ଥ ରଖିବା ପାଇଁ ସର୍ବଦା ପରାମର୍ଶ ଦିଆଯାଏ। ରକ୍ତରେ ଶର୍କରା ବୃଦ୍ଧି ନହେବା ପାଇଁ କଣ କରିବା ଉଚିତ, ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଆସିଥାଏ । ଉଭୟ ରକ୍ତ ଶର୍କରା ବୃଦ୍ଧି ଓ ହାନୀ ସ୍ୱାସ୍ଥ୍ୟ ଦୃଷ୍ଟିରୁ କ୍ଷତିକାରକ ବୋଲି ବିବେଚନା କରାଯାଏ । ଏହାର ନିୟନ୍ତ୍ରଣ ପାଇଁ ଆମକୁ ଏପରି ଜିନିଷ ଖାଇବା ଆବଶ୍ୟକ, ଯାହା ରକ୍ତରେ ଶର୍କରାକୁ ନିୟନ୍ତ୍ରଣ କରିପାରିବ । ଆମେ ଆପଣଙ୍କୁ ଏପରି ୨ଟି ପତ୍ର (Leaves for diabetes)ବିଷୟରେ ଜଣାଉଛୁ, ଯାହା ଆପଣଙ୍କ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ବେଶ୍  ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ ।

୨ଟି ପତ୍ର ଦ୍ୱାରା ନିୟନ୍ତ୍ରିତ ହୋଇପାରିବ ରକ୍ତ ଶର୍କରା

Health Tips: ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସର୍ବଦା ମଧୁମେହ ରୋଗୀଙ୍କୁ ସେମାନଙ୍କର ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଅନ୍ତି । ଯଦିଓ ରୋଗୀଙ୍କୁ ଏପରି ଜିନିଷ ଖାଇବାକୁ ପଡେ, ଯାହା ସେମାନେ ଆଜି ପର୍ଯ୍ୟନ୍ତ ଖାଇନଥାନ୍ତି ବା ଖାଇବାକୁ ପସନ୍ଦ କରିନଥାନ୍ତି । ପ୍ରାୟତଃ ମଧୁମେହ ରୋଗୀଙ୍କୁ ପ୍ରତିଦିନ ସକାଳେ ଏକ ପ୍ରକାର ବିଶେଷ ରସ ପିଇବାକୁ ପରାମର୍ଶ ଦିଆଯାଏ ।  କିନ୍ତୁ ଆପଣ ଜାଣନ୍ତି କି କିଛି ପ୍ରକାରର ବିଶେଷ ପତ୍ର ଚୋବାଇ ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିପାରିବେ ।

ଜାଣନ୍ତୁ ଏପରି ପତ୍ର ଗୁଡ଼ିକ କଣ ?

ଆୟୁର୍ବେଦ ଅନୁସାରେ ପ୍ରକୃତି ନିକଟରେ ଶରୀରର ସମସ୍ତ ରୋଗ ନିରାକରଣ ପାଇଁ ମହୋଷଧୀ ରହିଛି । ଏପରି ଦୁଇଟି ଗଛର ପତ୍ର ହେଉଛି ନିମ ପତ୍ର(Neem leaves for diabestes) ଓ ଭୃଶଙ୍ଗ ପତ୍ର (Curry Leaves for diabetes)। ଏହି ପତ୍ରଗୁଡ଼ିକ କେବଳ ଆପଣଙ୍କ ରକ୍ତ ଶର୍କରା ସ୍ତରକୁ ହ୍ରାସ କରେ ନାହିଁ ବରଂ ଆପଣଙ୍କ ରକ୍ତଚାପକୁ ମଧ୍ୟ କମ କରିପାରେ ।

ମଧୁମେହ ପାଇଁ ମହୋଷଧୀ ଭୃଶଙ୍ଗ ପତ୍ର

ଯେତେବେଳେ ଆପଣ କୌଣସି ଦକ୍ଷିଣ ଭାରତୀୟ ରେଷ୍ଟୁରାଣ୍ଟକୁ ଯାଆନ୍ତି, ଆପଣ ନିଶ୍ଚିତ ଭାବରେ ଏହି ପତ୍ର ବ୍ୟବହାର ହୋଇଥିବା ତରକାରୀ ଦେଖିବାକୁ ପାଇବେ । ଭୃଶଙ୍ଗ ପତ୍ର କେବଳ ତରକାରୀକୁ ସ୍ୱାଦିଷ୍ଟ କରେନାହିଁ ବରଂ ଚମତ୍କାର ଫାଇଦା ମଧ୍ୟ ହୋଇଛଥାଏ । ପତ୍ରରେ ଥିବା ଫାଇବର ଆପଣଙ୍କ ହଜମ ପ୍ରକ୍ରିୟାକୁ ମନ୍ଥର କରିବା ପାଇଁ କାମ କରିଥାଏ, ଯେଉଁ କାରଣରୁ ରକ୍ତରେ ଶର୍କରା ସ୍ତର (Blood Sugar Level) ବୃଦ୍ଧି ହୋଇପାରିନଥାଏ । କେବଳ ଏତିକି ନୁହେଁ, ଖାଲି ପେଟରେ ଏହି ପତ୍ରକୁ ଚୋବାଇବା ଦ୍ୱାରା ଇନସୁଲିନ୍ (Insulin) ମଧ୍ୟ ବୁଷ୍ଟ୍ ହୋଇଥାଏ ।  ଆପଣ ଗୋଟିଏ ଦିନରେ ୧୦ଟି ପତ୍ର ଚୋବାଇ ଖାଇପାରନ୍ତି କିମ୍ବା ଆପଣ ଏହାର ରସ ବାହାର କରି ପିଇପାରନ୍ତି ।

ମଧୁମେହ ପାଇଁ ମହୋଷଧୀ ନିମ ପତ୍ର

ନିମ୍ ପତ୍ର ଚୋବାଇ ଖାଇବାରେ ଅନେକ ଶାରୀରିକ ସମସ୍ୟା ଦୂର ହୋଇଯାଇଥାଏ । ସମସ୍ତ ଚର୍ମରୋଗ ପାଇଁ ଏହି ପତ୍ର ଲାଭଦାୟକ ହେବା ସହ ରକ୍ତ ପରିସ୍କାର ପାଇଁ ଅନ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ନିମ ଗଛର ପତ୍ର ସହିତ ଫଳ, କାଠ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ସକାଳେ ଖାଲି ପେଟରେ ନିମ ପତ୍ର ଚୋବାଇବା ଦ୍ୱାରା ଆପଣଙ୍କ ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ । ଯଦି ଆପଣ ଚାହାଁନ୍ତି, ଏହାର ରସ ମଧ୍ୟ ବାହାର କରି ପିଇ ପାରିବେ ।

ଉଭୟ ନିମ ଓ ଭୃଶଙ୍ଗ ପତ୍ରରେ ଆଣ୍ଟିବ୍ୟାକ୍ଟିରିଆଲ ଗୁଣ ଭରି ରହିଛି । ଯାହା ଶରୀରରେ ଜୀବାଣୁ ସଂକ୍ରମଣକୁ ଦୂର କରିବାରେ ସାହାଯ୍ୟ କରିଥାଏ ।  ଏହି ଦୁଇଟି ପତ୍ର ଶରୀରକୁ ବିଷମୁକ୍ତ ଏବଂ ହରମୋନାଲ ସନ୍ତୁଳନରେ ସାହାଯ୍ୟ କରିଥାଏ ।  ଏହାସହିତ ଏହି ପତ୍ର ଦୃଷ୍ଟିଶକ୍ତିରେ ଉନ୍ନତି, ଚର୍ମ ସମସ୍ୟା (Leaves For Skin) ଦୂର କରିବାରେ ସାହାଯ୍ୟ କରିଥାଏ । ଚର୍ମ ସମସ୍ୟା ପାଇଁ, ଏହି ଦୁଇଟି ପତ୍ରକୁ ମିକ୍ସ କରି ଗ୍ରାଇଣ୍ଡ କରିବା ପରେ ଦୀର୍ଘଦିନ ଯାଏ ସଂଗୃହୀତ କରିପାରିବେ ।

ଏହା ବି ପଢ଼ନ୍ତୁ: ବୟାନ ବଦଳାଇଲେ ପୁରୀ ଅବକାରୀ ବିଭାଗର ଇନିସପେକ୍ଟର ସଂଜୟ; କହିଲେ- ମୁଁ ମାନସିକ ରୋଗୀ