ପାଇଲ୍ସ ଯନ୍ତ୍ରଣାରୁ ମିଳିବ ମୁକ୍ତି ! ଜାଣନ୍ତୁ ରୋଗର ଲକ୍ଷଣ, କାରଣ ଓ ଘରୋଇ ଉପଚାର
Advertisement
Article Detail0/zeeodisha/odisha1337433

ପାଇଲ୍ସ ଯନ୍ତ୍ରଣାରୁ ମିଳିବ ମୁକ୍ତି ! ଜାଣନ୍ତୁ ରୋଗର ଲକ୍ଷଣ, କାରଣ ଓ ଘରୋଇ ଉପଚାର

Home Remedies for Piles: ଯନ୍ତ୍ରଣାଦାୟକ ଏହି ରୋଗ ମଳାଶୟ (Rectum)ର ନିମ୍ନଭାଗରେ ହୋଇଥାଏ । ଜୀବନଶୈଳୀ ଓ ଖାଦ୍ୟ ଅଭ୍ୟାସ ଯୋଗୁ ପାଇଲ୍ସ ପରି ଯନ୍ତ୍ରଣାଦାୟକ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ରଖନ୍ତି । ଯଦି ପରିବାରରେ କୌଣସି ବ୍ୟକ୍ତିଙ୍କର ଏପରି ସମସ୍ୟା ରହିଛି, ତେବେ ଅନ୍ୟ ସଦସ୍ୟଙ୍କ ମଧ୍ୟରେ ରୋଗ ଆଶଙ୍କା ରହିଥାଏ । 

ପାଇଲ୍ସ ଯନ୍ତ୍ରଣାରୁ ମିଳିବ ମୁକ୍ତି ! ଜାଣନ୍ତୁ ରୋଗର ଲକ୍ଷଣ, କାରଣ ଓ ଘରୋଇ ଉପଚାର

Home Remedies for Piles: ବର୍ତ୍ତମାନ ସମୟରେ ଅର୍ଶ (Piles) ବା ହମରହର୍ଡ୍ସ (Hemorrhoids) ଗୋଟିଏ ସାଧାରଣ ରୋଗ । ଯନ୍ତ୍ରଣାଦାୟକ ଏହି ରୋଗ ମଳାଶୟ (Rectum)ର ନିମ୍ନଭାଗରେ ହୋଇଥାଏ । ଜୀବନଶୈଳୀ ଓ ଖାଦ୍ୟ ଅଭ୍ୟାସ ଯୋଗୁ ପାଇଲ୍ସ ପରି ଯନ୍ତ୍ରଣାଦାୟକ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ରଖନ୍ତି । ପ୍ରଥମରୁ ଏହି ରୋଗର ଉପଯୁକ୍ତ ଚିକିତ୍ସା (Piles Treatment) କରାନଗଲେ ପରବର୍ତ୍ତୀ ସମୟରେ ଏହା ସାଙ୍ଘାତିକ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ । 

ପାଇଲ୍ସ ମଧ୍ୟ ଏକ ବଂଶାନୁକ୍ରମିକ ରୋଗ । ଯଦି ପରିବାରରେ କୌଣସି ବ୍ୟକ୍ତିଙ୍କର ଏପରି ସମସ୍ୟା ରହିଛି, ତେବେ ଅନ୍ୟ ସଦସ୍ୟଙ୍କ ମଧ୍ୟରେ ରୋଗ ଆଶଙ୍କା ରହିଥାଏ । ପ୍ରଥମରୁ ଜାଣି ନିଅନ୍ତୁ ପାଇଲ୍ସର ପ୍ରକାର । 

ପାଇଲ୍ସର ପ୍ରକାର (Piles Types)

ପାଇଲ୍ସ ସାଧାରଣତଃ ୨ ପ୍ରକାରର । ଗୋଟିଏ ପ୍ରକାର ପାଇଲ୍ସରେ କୌଣସି ପ୍ରକାର ଯନ୍ତ୍ରଣା ଅନୁଭୁତ ହୋଇନଥାଏ । କିନ୍ତୁ ମଳତ୍ୟାଗ କରିବା ସମୟରେ ରକ୍ତ ପଡ଼ିଥାଏ । ପ୍ରଥମରୁ ଜଣା ପଡୁନଥିଲେ ବି ଏହା ପରବର୍ତ୍ତୀ ସମୟରେ ଅଧିକ ସାଙ୍ଘାତିକ ହୋଇଥାଏ । ଦ୍ୱିତୀୟ ପ୍ରକାର ପାଇଲ୍ସରେ ମଳତ୍ୟାଗ ସମୟରେ ରକ୍ତ ପଡୁନଥିଲେ ବି ପ୍ରବଳ ଯନ୍ତ୍ରଣା ଲାଗି ରହିଥାଏ । ସବୁବେଳେ ପେଟ ସମସ୍ୟା ଲାଗି ରହିବା ସହ ଗ୍ୟାସ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ପ୍ରଥମରୁ ଚିକିତ୍ସା କରାଗଲେ ଏପରି ସମସ୍ୟାର ସ୍ଥାୟୀ ପ୍ରତିକାର ହୋଇଥାଏ । 
 

ପାଇଲ୍ସର ଲକ୍ଷଣ (Piles or Hemorrhoids Symptoms)

ଅନେକ ସମୟରେ ଖାଦ୍ୟ ପ୍ରଭାବରେ ପାଇଲ୍ସ ସମସ୍ୟା ଦେଖା ଦେବାପରେ ୪ରୁ ୫ ଦିନ ମଧ୍ୟରେ ଏହା ଠିକ୍ ହୋଇଥାଇଥାଏ । କିନ୍ତୁ ରୋଗ ବଢ଼ିବା ସହ ବିଭିନ୍ନ ଲକ୍ଷଣ ପ୍ରକାଶ ପାଇଥାଏ । ଯେପରିକି ମଳତ୍ୟାଗ ପରେ ବି ପେଟ ସଫା ନହେବା ପରି ଅନୁଭବ, ସବୁବେଳେ ପେଟ ଦରଦ, ଶୌଚ ସମୟରେ ଅସହନୀୟ କଷ୍ଟ ହୋଇଥାଏ । ଏପରି ଲକ୍ଷଣ ପ୍ରକାଶ ପାଇବା ପରେ ତୁରନ୍ତ ପାଇଲ୍ସ ଚିକିତ୍ସା ଜରୁରୀ । 

ପାଇଲ୍ସର କାରଣ (Piles or Hemorrhoids Causes)

ଆୟୁର୍ବେଦ ଅନୁସାରେ ପାଇଲ୍ସକୁ ଅର୍ଶ କୁହାଯାଏ । ଏହି ରୋଗ ବାତ, ପିତ ଏବଂ କଫ ଦୋଷ କାରଣରୁ ହୋଇଥାଏ । ଏଥିପାଇଁ ଏହାକୁ ତ୍ରିଜୋଷଜ ମଧ୍ୟ କୁହାଯାଇଥାଏ । ଯେଉଁ ପାଇଲ୍ସ କଫ ଦୋଷ କାରଣରୁ ହୋଇଥାଏ ତାହା ଶୁଷ୍କ ହୋଇଥାଏ । ଏଥିରେ ପ୍ରବଳ ଯନ୍ତ୍ରଣା ହୋଇଥାଏ । ସେହିପରି ବିତ୍ତ ସମସ୍ୟା କାରଣରୁ ହେଉଥିବା ପାଇଲ୍ସରେ ରକ୍ତ ପଡ଼ିଥାଏ । ଅନେକ ପରିବାରରେ ଏହା ପିଢ଼ି ପରେ ପିଢ଼ି ଦେଖା ଦେଖାଦେଇଥାଏ । 

ଅନ୍ୟ କାରଣ ମଧ୍ୟରେ ଦିନର ଅଧିକାଂଶ ସମୟ ଠିଆ ହୋଇ କାମ କରୁଛନ୍ତି, ଯେପରିକି ବସ୍ କଣ୍ଡକ୍ଟର, ଟ୍ରାଫିକ ପୋଲିସ । ଦୀର୍ଘଦିନ ଧରି ମଳକଣ୍ଟକ ମଧ୍ୟ ଅର୍ଶର କାରଣ ବନିଯାଇଥାଏ । ପାଇଲ୍ସ ହେବାପରେ ଶରୀରରେ ରକ୍ତବାହିକା ଉପରେ ପ୍ରବଳ ଚାପ ପଡିଥାଏ । 

ଖାଦ୍ୟ ଅଭ୍ୟାସ ମଧ୍ୟ ପାଇଲ୍ସର ଅନ୍ୟତମ କାରଣ । ଅତ୍ୟଧିକ ଲଙ୍କା ଓ ମସଲାଯୁକ୍ତ ଖାଦ୍ୟ ପାଇଲ୍ସ ସମସ୍ୟା ବଢ଼ାଇଥାଏ । ଧୂମପାନ ଓ ମଦ୍ୟପାନ ଯୋଗୁ ମଧ୍ୟ ପାଇଲ୍ସ ପରି ସମସ୍ୟା ବୃଦ୍ଧି ପାଇଥାଏ । 

ପାଇଲ୍ସର ଘରୋଇ ଉପଚାର (Home Remedy for Piles)

ଆପଣ ପାଇଲ୍ସ ସମସ୍ୟାର ସମାଧାନ ପାଇଁ ଅନେକ ପ୍ରକାର ଘରୋଇ ଉପଚାରକୁ ଆପଣାଇ ପାରିବେ । 
 
ପାଇଲ୍ସରୁ ରକ୍ଷା ପାଇବା ପାଇଁ ଏଲୋବେରାର ପ୍ରୟୋଗ (Use Aloe vera for Piles)

ଏଲୋବେରାର ପ୍ରୟୋଗ ଫଳରେ ପାଇଲ୍ସ ଯନ୍ତ୍ରଣା ଲାଘବ ହୋଇଥାଏ । ଯନ୍ତ୍ରଣା ହେଉଥିବା ସ୍ଥାନରେ ଏଲୋବେରା ରସ ଲଗାଇବା ପରେ ଜ୍ୱଳନ କମିଯାଇଥାଏ । ଏହାସହିତ ପାଇଲ୍ସ ରୋଗୀ ଏଲୋବେଲା ରସ ପିଇଲେ କିଛିଦିନ ମଧ୍ୟରେ ପାଇଲ୍ସ ସମସ୍ୟା ଦୂର ହୋଇଥାଏ । 

ପାଇଲ୍ସରୁ ରକ୍ଷା ପାଇବା ପାଇଁ ଆପଲ୍ ଭିନେଗାର ପ୍ରୟୋଗ (Use Apple Vinegar for Piles)

ଆପଲ୍ ଭିନେଗାରର କଷା ଗୁଣ ରକ୍ତବାହିକା ଗୁଡ଼ିକର ଚାପ କମାଇବାରେ ସାହାଯ୍ୟ କରିଥାଏ । ରକ୍ତ ପଡୁଥିବା ପାଇଲ୍ସ ରୋଗୀ ଖାଲି ପାଣିରେ ଆପଲ ଭିନେଗାର ମିଶ୍ରଣ କରି ପିଇଲେ ଜ୍ୱଳନ ହ୍ରାସ ପାଇଥାଏ । 

ପାଇଲ୍ସରୁ ରକ୍ଷା ପାଇବା ପାଇଁ ଅଲିଭ ଅଏଲ ପ୍ରୟୋଗ (Use Olive Oil for Piles)

ଏଲିଭ ଅଏଲରେ କଷ୍ଟ ଲାଘବ ଗୁଣ ରହିଥିବାରୁ, ଏହାକୁ ପାଇଲ୍ସ ସ୍ଥାନରେ ଲଗାଇଲେ କଷ୍ଟ କମିଥାଏ । ଏହାସହିତ ଅଲିଭ ଅଏଲ ଲଗାଇବା ଫଳରେ ରକ୍ତବାହିକାରେ ରକ୍ତପ୍ରବାହ ଦ୍ରୁତ ହୋଇଥାଏ । 

ପାଇଲ୍ସରୁ ରକ୍ଷା ପାଇବା ପାଇଁ ବାଦାମ ଅଏଲ ପ୍ରୟୋଗ ( Use Badam oil for Piles)

ଖାଣ୍ଟି ବାଦାମ ତେଲକୁ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇଲେ ମଧ୍ୟ କଷ୍ଟ ହ୍ରାସ ପାଇଥାଏ । 

ପାଇଲ୍ସରୁ ରକ୍ଷା ପାଇବା ପାଇଁ ଲେମ୍ବୁ ପ୍ରୟୋଗ (Use of Lemon for Piles)

ଲେମ୍ବୁ ରସରେ ଅଦା ରସ ଓ ମହୁ ମିସାଇ ନିୟମିତ୍ତ ପିଇଲେ ପାଇଲ୍ସ ସମସ୍ୟା କିଛିଦିନ ମଧ୍ୟରେ ଦୂର ହୋଇଥାଏ । 

ଏହିସବୁ ଉପଚାର ସହିତ ଖାଦ୍ୟ ଅଭ୍ୟାସକୁ ପରିବର୍ତ୍ତନ କରିବା ଜରୁରୀ । ନିୟମିତ ମସଲାଯୁକ୍ତ ଖାଦ୍ୟ ପାଇଲ୍ସ ସମସ୍ୟା ବଢ଼ାଇଥାଏ । ତେଣୁ ମାଦକଦ୍ରବ୍ୟ, ଜଙ୍କ ଫୁଡ ତ୍ୟାଗ ସହ ସୁଷମ ଖାଦ୍ୟ ଓ ପାନୀୟ ଯନ୍ତ୍ରଣାଦାୟକ ପାଇଲ୍ସ ସମସ୍ୟାରୁ ରକ୍ଷା କରିପାରିବ ।