Horoscope Today: ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଗୁରୁବାର
Advertisement

Horoscope Today: ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଗୁରୁବାର

Horoscope of 17th September 2020: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର...

Horoscope Today: ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଗୁରୁବାର

Horoscope of 17th September 2020: ମେଷ: ସୁଯୋଗର ଉପଯୋଗ କରିପାରନ୍ତି । ଶ୍ରମ ସାର୍ଥକ ହୋଇପାରେ । ଶୁଭ ଖବର ପାଇଁ ପ୍ରଫୁଲ୍ଳିତ ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି ।  

ବୃଷ: ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ଯାତ୍ରା ସ୍ଥଗିତ ରଖିବା ଆପଣଙ୍କ ପାଇଁ ଭଲ ହେବ । ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ଭଲ । ବନ୍ଧୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି । ବୃଥା କାର୍ଯ୍ୟରେ ଖର୍ଚ୍ଚାନ୍ତ ହେବେ । ମିଠା କଥାରେ ପରକୁ ନିଜର କରିବେ ।    

ମିଥୁନ: ଭଲ ରୋଜଗାର ହେବାର ସୂଚନା ମିଳୁଛି । ଜନ ସଂପର୍କ ବୃଦ୍ଧି ପାଇବ । କାର୍ଯ୍ୟରେ ସଫଳତା ଲାଭ କରିବେ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‌ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଭକ୍ତିଗାଥା ଉପରେ ଉପର କାନ ଡେରିବେ ।  

କର୍କଟ: ନିଜ ସମ୍ମାନକୁ ଜଗି ଚଳିବାକୁ ପଡିବ । ଅନାଦର ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଅର୍ଥ ଟାଣ-ଟୁଣ ରହିବ । କେବଳ ଭାଗ ବ୍ୟବସାୟରେ ସାମାନ୍ୟ ପରିମାଣର ଲାଭ ମିଳିବ ।  

ସିଂହ: ଅନିଶ୍ଚିତତା ଅନୁଭବ କଲେ ବି ଉଦ୍ୟମ ଜାରି ରଖିବେ । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୂକୂଳ ରହିଛି । ଆନନ୍ଦ ଉପଭୋଗ କରିପାରନ୍ତି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ ।    

କନ୍ୟା: ବିଭିନ୍ନ ସ୍ତରରୁ ସହଯୋଗ ପାଇ ଶତ୍ରୁର ମୁକାବିଲା କରିବେ । ଶେଷରେ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ । ସୁସମ୍ବାଦ ପାଇଁ ଖୁସି ହୋଇପାରନ୍ତି । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଋଣପରିଶୋଧ କରି ଚିନ୍ତାମୁକ୍ତ ହେବେ ।  

ତୁଳା: ମହିଳା ଓ ବିଦ୍ୟାର୍ଥୀଙ୍କୁ ଜଗି ରଖି ଚଳିବାକୁ ପଡିବ । ସାମାନ୍ୟ ମାତ୍ରାର ଶାରୀରିକ ପୀଡା ଅନୁଭବ କରିପାରନ୍ତି । ଈର୍ଷା ସ୍ୱଭାବର ହେବେ । ଜଳଯାତ୍ରା ଉପରେ ସତର୍କତା ଲୋଡା । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ସ୍ୱାଭିମାନୀ ହେବେ ।

ବିଛା: ଯେକୌଣସି କାର୍ଯ୍ୟ ବରାଦ ହେଲେ ବି; ସେଥିରେ ଉତ୍ସାହ ବୃଦ୍ଧି ପାଇବ । ପରିଶ୍ରମର ମୂଲ୍ୟ ମିଳିବ । କନ୍ୟା ସନ୍ତାନ ଆପଣଙ୍କ ପାଇଁ ଶୁଭଦାୟକ ହେବ । କେତେକ କ୍ଷେତ୍ରରେ ଭୁଲ୍ ବୁଝାମଣାର ବଶବର୍ତ୍ତୀ ହୋଇପାରନ୍ତି । ତ୍ୟାଗପୁତ ଜୀବନଯାପନ କରିବେ ।  

ଧନୁ: ସଞ୍ଚୟ ଉପଯୋଗ କରିପାରନ୍ତି । କଳହଠାରୁ ନିଜକୁ ଦୂରେଇ ରଖିପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇ ବାତାବରଣ ଅନୁକୂଳ ରହିଛି । ଦେବ ଦର୍ଶନର ସୁଯୋଗ ଅଛି । ସରକାରୀ ସ୍ତରରୁ ଲାଭ ଉଠାଇବେ ।  

ମକର: ଖବର ଆପଣଙ୍କ ପାଇଁ ସୁଖକର ହେବ ନାହିଁ । ତଥାପି ଭାଗ୍ୟର ପରିବର୍ତ୍ତନ ଆଶା କରାଯାଏ । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି । ପରିବେଶ ସ୍ୱାସ୍ଥ୍ୟ ହାନିର କାରଣ ହୋଇପାରେ । ଏକ ପତ୍ନୀ ବ୍ରତ ଆଚରଣ କରିପାରନ୍ତି । ଅଶାନ୍ତି ଦୂର ହୋଇପାରେ ।    

କୁମ୍ଭ: ଅଜାଣତରେ ଶତ୍ରୁତା ସୃଷ୍ଟି ହୋଇପାରେ । କାର୍ଯ୍ୟରେ ବାଧା ଉପୁଜିବାର ସମ୍ଭାବନା ଅଛି । ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । ଭାଷାର ମାଧୁର୍ଯ୍ୟତା ପରକୁ ଆପଣାର କରିବ । ରାଜଯୋଗ ଭୋଗ ହେବ ।  

ମୀନ: ଧର୍ମ-ଧାରଣା ଆପଣଙ୍କୁ ବିଜୟ ସୂଚନା ପ୍ରଦାନ କରିବ । ଉଚ୍ଚ ଆଶା ପୂରଣ ହୋଇପାରେ । ଭଲ ଆୟ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଉତ୍ତମ ଭୋଜନ ମିଳିବ । ନୂଆବନ୍ଧୁ ଜୁଟି ପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । ସୁଖଭୋଗ କରିପାରନ୍ତି ।