ଆଜିର ରାଶିଫଳ: ହସଖୁସିରେ କଟିବ ଦିନ, ସାମାନ୍ୟ କଥାରେ ଉପୁଜିପାରେ ବିବାଦ
Advertisement

ଆଜିର ରାଶିଫଳ: ହସଖୁସିରେ କଟିବ ଦିନ, ସାମାନ୍ୟ କଥାରେ ଉପୁଜିପାରେ ବିବାଦ

ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । କଳହଠାରୁ ନିଜକୁ ଦୂରେଇ ରଖନ୍ତୁ । ବ୍ୟବସାୟ ମାନ୍ଦା ହେବ । ପାରିବାରିକ ଜୀବନରେ ଭୁଲ ବୁଝାମଣାର ଶିକାର ହେବେ ।

ପ୍ରତିକାତ୍ମକ ଫଟୋ

ମେଷ: ଦୃଢମନା ହେବେ । କର୍ମ କ୍ଷେତ୍ରରେ ଉପରିସ୍ତ ଅଧିକାରୀଙ୍କ ପ୍ରଶଂସା ପାଇବେ । ଋଣ ପରିଶୋଧ କରି ଆତ୍ମଶାନ୍ତି ପାଇବେ । ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ କରିବେ । ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭଦାୟକ ଅଟେ ।

ବୃଷ: ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । କଳହଠାରୁ ନିଜକୁ ଦୂରେଇ ରଖନ୍ତୁ । ବ୍ୟବସାୟ ମାନ୍ଦା ହେବ । ପାରିବାରିକ ଜୀବନରେ ଭୁଲ ବୁଝାମଣାର ଶିକାର ହେବେ ।

ମିଥୁନ: ବିଳମ୍ବ ହେଉ ପଛେ କାର୍ଯ୍ୟ ସିଦ୍ଧି ହେବ । ଏକାନ୍ତରେ ସମୟ ବିତାଇବେ । ସନ୍ତାନଙ୍କ କୃତ୍ୱତିରେ ଆନନ୍ଦ ପାଇବେ । ବ୍ୟବସାୟିକ ଭିତ୍ତିଭୂମି ସୁଦୃଢ ହେବ ।

କର୍କଟ: ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ । ଦେହ ଓ ମନ ଭଲ ରହିବ । ଦିଅଁ ଦର୍ଶନର ସୌଭାଗ୍ୟ ମିଳିବ । ପରିବାରରେ ହସଖୁସି ଲାଗି ରହିବ । ପଡୋଶୀଙ୍କ  ସହ ଥିବା ମନାନ୍ତର ମତାନ୍ତର ଅନ୍ତଃ ଘଟିବ ।

Also Read: ଏହି ୫ ରାଶିର ବ୍ୟକ୍ତିଙ୍କୁ ମୋତି ପିନ୍ଧିବାକୁ ମନା, ଜାଣନ୍ତୁ କାରଣ

ସିଂହ: ଶରୀର ଅସୁସ୍ଥ ରହିବ । ମନ ଭାରାକ୍ରାନ୍ତ ରହିବ । କାର୍ଯ୍ୟାଳୟରେ କାର୍ଯ୍ୟଭରା ବୃଦ୍ଧି ପାଇବ । ଆୟ ସଂକୁଚିତ ହେବ । ବ୍ୟବସାୟରେ ପ୍ରତିନ୍ଦ୍ୱନ୍ଦିତା ଲାଗି ରହିବ ।

କନ୍ୟା: ସାମାନ୍ୟ ଶରୀର ପୀଡା ଦେଖାଦେବ । ଆଜି ଆପଣ ନାନା ସମସ୍ୟାରେ ଜଡିତ ହେବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଈର୍ଷାର ଶିକାର ହେବେ । ପାରିବାରିକ ଜୀବନରେ ଭୁଲ ବୁଝାମଣା ଦେଖାଦେବ ।

ତୁଳା: ମନ ପ୍ରସନ୍ନ ରହିବ । ତୀର୍ଥ ଯାତ୍ରା କରିବେ । ବ୍ୟୟ ଅଧିକ ହେବ । ଅବସର ସମୟର ସଦ୍‌ଉପଯୋଗ କରିବେ । ବନ୍ଧୁ ବାନ୍ଧବଙ୍କ ଗହଣରେ ଦିନ କାଟିବେ ।

ବିଛା: ସାମାନ୍ୟ କଥାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ଉପୁଜିପାରେ । ଖର୍ଚ୍ଚାନ୍ତ ହେବେ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ମାନସିକ ଅବସାଦ ଦେଖାଦେବ । ଚିନ୍ତାଗ୍ରସ୍ତ ରହିବେ । କାର୍ଯ୍ୟରେ ବାଧା ଓ ଅବରୋଧ ଦେଖାଦେବ । ସହକର୍ମୀଙ୍କ ସହ ମତଭେଦ ଦେଖାଦେବ ।

Also Read: Kashmir Post ମାମଲାରେ ତାତିଉଠିଲା ବୈଦେଶିକ ମନ୍ତ୍ରଣାଳୟ; ଉଠାଇଲା ଏହି ପଦକ୍ଷେପ

ଧନୁ: କର୍ମ ଚଞ୍ଚଳ ରହିବେ । ସମସ୍ତ କାର୍ଯ୍ୟ ଠିକ୍ ସମୟରେ ସମ୍ପାଦନ କରିବେ । ପାରିବାରିକ ସ୍ନେହ ଶ୍ରଦ୍ଧା ପ୍ରାପ୍ତ ହେବ । ମନୋରଞ୍ଜନ ପାଇଁ ସମୟ ପାଇବେ ।

ମକର: ଶରୀର ଆରୋଗ୍ୟ ରହିବ । ମନ ପ୍ରଫୁଲ୍ଲିତ ରହିବ । ମଉଜ ମଜ୍‌ଲିସରେ ଦିନ କାଟିବେ । ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିବେ ।

କୁମ୍ଭ: ବୁଦ୍ଧି ବିଚାରି କାର୍ଯ୍ୟ କରିବେ । ବିବାଦୀୟ ଘଟଣାର ଅବସାନ ଘଟିବ । ନିଜର ଅଧିକାର ସାବ୍ୟସ୍ଥ କରିବେ । ରାଜନୈତିକ ବ୍ୟକ୍ତି ବିଶେଷ ସାଂଗଠନିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।  

ମୀନ: ଦାନ ଧର୍ମ ପ୍ରତି ମନ ବଳିବ । ଦୟାଳୁ ସ୍ୱଭାବର ହେବେ । ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ । ଆୟ ଅବ୍ୟାହତ ରହିବ । ମନ ପ୍ରଫୁଲ୍ଲ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।