ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶନିବାର
Advertisement

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶନିବାର

Horoscope of June 19: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶନିବାର

Horoscope of June 19: ମେଷ- ଆଜି ଆପଣଙ୍କ ପାଇଁ ଶୁଭ ଦିନ । ପୂଜାର୍ଚ୍ଚନା ପ୍ରତି ମନ ବଳିବ । ମାନସିକ ଓ ଶାରୀରିକ ସୁସ୍ଥତା ବଜାୟ ରହିବ । କର୍ମ କ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି । ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ହେବ ।

ଅଧିକ ପଢ଼ନ୍ତୁ:-ଆରପାରିରେ ଫ୍ଲାଇଂ ଶିଖ୍ ମିଲଖା ସିଂହ

ବୃଷ- ବିଳମ୍ୱ ହେଲେ ମଧ୍ୟ ସଫଳତା ପ୍ରାପ୍ତି ହେବ । ସେବାକାର୍ଯ୍ୟ କରିବାକୁ ମନ ବଳାଇବେ । ନିଜ ଲୋକମାନେ ଅସୁବିଧାରେ ପକାଇ ପାରନ୍ତି । ସାମାନ୍ୟ ଶାରୀରିକ ପିଡ଼ା ଭୋଗି ପାରନ୍ତି । ଦୂରଯାତ୍ରା ନକରିବା ଭଲ । 

ମିଥୁନ- ଦାନ ଧର୍ମ ପ୍ରତି ମନ ବଳିବ । ବନ୍ଧୁଙ୍କ ସହଯୋଗ ମିଳିବ । କର୍ମସ୍ଥଳୀରେ ପରିବର୍ତ୍ତନର ଆଶଙ୍କା ରହୁଛି । ମନ ପ୍ରସନ୍ନ ରହିବ । ଜଗିରଖି ନଚଳିଲେ ଅସୁବିଧାରେ ପଡ଼ିବେ ।

କର୍କଟ- ଦିଅଁ ଦର୍ଶନର ସୌଭାଗ୍ୟ ମିଳିବ । ଦାନ ଧର୍ମ କରି ଆତ୍ମ ସନ୍ତୋଷ ପାଇବେ । ପାରିବାରିକ ବିବାଦ ଦୂରେଇଯିବ । କର୍ମସ୍ଥଳୀରେ ମନୋନିବେଶ କରିବେ । ଘାତଚନ୍ଦ୍ର ଯୋଗୁ ସମସ୍ତ କ୍ଷେତ୍ରରେ ଜଗିରଖି ଚଳନ୍ତୁ । 

ଅଧିକ ପଢ଼ନ୍ତୁ:-ଟିକିରୀ ସୀମାରେ ପେଟ୍ରୋଲ ଢାଳି ଜଣେ ବ୍ୟକ୍ତିଙ୍କୁ ଜାଳି ଦେଲେ ପ୍ରଦର୍ଶନକାରୀ!

ସିଂହ- ଅନ୍ୟ ଅପେକ୍ଷା ନିଜକୁ ଅଧିକ ପ୍ରାଧାନ୍ୟ ଦେବାରୁ ଅସୁବିଧାରେ ପଡ଼ିବେ । ଜଗିରଖି ଖର୍ଚ୍ଚ ନକଲେ ଆର୍ଥିକ ସଂକଟର ସାମ୍ନା କରିବେ । ଅନ୍ୟର ଇର୍ଷାଭାବ ଆପଣଙ୍କୁ ମାନସିକ ଆଘାତ ଦେଇପାରେ । ସ୍ୱାସ୍ଥ୍ୟ ଭଲ ରହିବ । 

କନ୍ୟା- ବ୍ୟସ୍ତତାର ସହ ଦିନଟି କଟିବ । କର୍ମସ୍ଥଳୀରେ ପ୍ରଶଂସାର ପାତ୍ର ହେବେ । ଖର୍ଚ୍ଚ ବୃଦ୍ଧି ପାଇବ । ଅନ୍ୟ ବ୍ୟକ୍ତିଙ୍କ ଇର୍ଷାର ଶିକାର ହେବେ । ସନ୍ଧ୍ୟାରେ ଆଧ୍ୟାତ୍ମିକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । 

ତୁଳା- ନୂତନ ଯାନବାହାନ କିଣିବା ପାଇଁ ମନ ବଳାଇବେ । ଉଭୟ ଶାରିରୀକ ଓ ମାନସିକ ସ୍ତରରେ ସୁସ୍ଥ ରହିବେ । ପ୍ରଭୁଙ୍କ ପ୍ରସାଦ ସେବନର ଯୋଗ ରହିଛି । କ୍ରିଡ଼ାବିତ୍ ମାନେ ଭଲ ପ୍ରଦର୍ଶନ କରିବେ । ଦୂରସ୍ଥାନକୁ ଯାତ୍ରା କରିବାର ଯୋଗ ମଧ୍ୟ ରହିଛି ।  

ଅଧିକ ପଢ଼ନ୍ତୁ:-ବେଲ ବଗିଚା ନାଁରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି

ବିଛା- ଧର୍ମ କାର୍ଯ୍ୟରୁ ଦିନର ଆରମ୍ଭ ହେବ । ବ୍ୟବସାୟରେ ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ଅସୁସ୍ଥତା ଚିନ୍ତାର କାରଣ ହୋଇପାରେ । ଅପରାହ୍ନରେ ବନ୍ଧୁ ମିଳନର ଯୋଗ ରହିଛି । 

ଧନୁ- ଅନ୍ୟମାନଙ୍କ ସହଯୋଗରେ ଆଧ୍ୟାତ୍ମିକ କାର୍ଯ୍ୟ କରିବାରେ ସଫଳ ହେବେ । ମାନ ସମ୍ମାନ ବୃଦ୍ଧି ଘଟିବ । ଆର୍ଥିକ ଦୃଷ୍ଟିରୁ ଭଲ ଫଳ ମିଳିବ । ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ଛାତ୍ରଛାତ୍ରୀ ମାନେ ଖେଳକୁଦରେ ମନୋନିବେଶ କରିବେ । 

ମକର - ସୁସ୍ୱାଦୁ ଭୋଜନର ଯୋଗ ରହିଛି । କୌଣସୀ ବିବାଦ କାରଣରୁ ପଡ଼ୋଶୀଙ୍କ ସହ ସାମାନ୍ୟ କଳହ ସୃଷ୍ଟି ହୋଇପାରେ । ଜଗିରଖି ଚଳିବାର ଦିନଟିଏ । ବ୍ୟବସାୟରେ ମଧ୍ୟମ ଧରଣର ଫଳ ମିଳିବ । ଦିଅଁ ଦର୍ଶନ ପାଇଁ ଦୂରଯାତ୍ରା କରିପାରନ୍ତି ।

ଅଧିକ ପଢ଼ନ୍ତୁ:-ଲଗାତର ଚତୁର୍ଥ ଦିନ ୭୦ ହଜାରରୁ କମ୍ କୋରୋନା ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ

କୁମ୍ଭ - ଆଧ୍ୟାତ୍ମିକ ପରିବେଶରେ ଦିନଟି କଟିବ । କର୍ମସ୍ଥଳୀରେ ସାମାନ୍ୟ ବିବାଦ ଉପୁଜିପାରେ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ଆର୍ଥିକ ଦୃଷ୍ଟିରୁ ସ୍ୱଛଳ ରହିବେ । ଛାତ୍ରଛାତ୍ରୀ ମାନେ ପାଠ ପଢ଼ାରେ ଭଲ ପ୍ରଦର୍ଶନ କରିବେ । 

ମୀନ- ଦେବାଦେବୀଙ୍କ ଦର୍ଶନର ଯୋଗ ରହିଛି । ମନରେ ଆତ୍ମୀୟତା ଭାବ ଜାଗ୍ରତ ହେବ । ନିଜ ପ୍ରିୟଜନଙ୍କ ସହ ଦିନଟି କଟିବ । ନୂତନ ଗୃହ କିମ୍ୱା ଜମିବାଡ଼ି କିଣା କିଣି ପାଇଁ ଇଛା ପ୍ରକାଶ କରିବେ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।