Vaginal Hygiene Tips: ଡାଏବେଟିସରେ ପୀଡିତ ମହିଳା ଶାରୀରିକ ସମ୍ବନ୍ଧ ରଖୁଥିଲେ ହୋଇଯାଆନ୍ତୁ ସାବଧାନ !
Advertisement
Article Detail0/zeeodisha/odisha1850566

Vaginal Hygiene Tips: ଡାଏବେଟିସରେ ପୀଡିତ ମହିଳା ଶାରୀରିକ ସମ୍ବନ୍ଧ ରଖୁଥିଲେ ହୋଇଯାଆନ୍ତୁ ସାବଧାନ !

Vaginal Hygiene Tips: ମଧୁମେହ ରୋଗରେ ପୀଡ଼ିତ ଥିବା ମହିଳା ଶାରୀରିକ ସମ୍ପର୍କ ରଖୁଥିଲେ କିଛି ଟା କଥା ଉପରେ ଧ୍ୟାନ ରଖିବାକୁ ପଡେ। କାରଣ  ଡାଏବେଟିସ ସ୍ଥିତିରେ ମହିଳାଙ୍କ ଠାରେ ଯୌନ ସମ୍ପର୍କ ପ୍ରତି ଆକର୍ଷଣ କମ ଦେଖିବାକୁ ମିଳିଥାଏ। ଯାହାଫଳରେ ସେକ୍ସ କରିବାକୁ ମହିଳାଙ୍କର ଇଚ୍ଛା ଧିରେ ଧିରେ କମିବାରେ ଲାଗିଥାଏ। 

 

Vaginal Hygiene Tips: ଡାଏବେଟିସରେ ପୀଡିତ ମହିଳା ଶାରୀରିକ ସମ୍ବନ୍ଧ ରଖୁଥିଲେ ହୋଇଯାଆନ୍ତୁ ସାବଧାନ !

Vaginal Hygiene Tips: ଦିନକୁ ଦିନ କେବଳ ଆମ ଦେଶ ନୁହେଁ ବରଂ ଆମ ରାଜ୍ୟରେ ମଧ୍ୟ ଡାଏବେଟିସ ବା ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେହିପରି ପୁରୁଷଙ୍କ ତୂଳନାରେ ଅଧିକ ଆକ୍ରାନ୍ତ ହେଉଛନ୍ତି ମହିଳା। ଆଜିକାଲି ନିଜର ଖରାପ ଜୀବନଶୈଳୀ ପାଇଁ ବହୁତ କମ ବୟସରୁ ଯୁବତୀ ମାନେ ଏହି ରୋଗରେ ପୀଡ଼ିତ ହେଉଛନ୍ତି। ବହୁତ କମ ବୟସରୁ ଏମାନଙ୍କ ପାଖେ ଡାଏବେଟିସର ଲକ୍ଷଣ ଦେଖାଦେଇଥାଏ। ହେଲେ ଡାଏବେଟିସ ରୋଗ ହୋଇଥିବା ସମୟରେ ଯଦି ମହିଳା ମାନେ ଶାରିରୀକ ସମ୍ବନ୍ଧ ରଖୁଛନ୍ତି ତେବେ କିଛିଟା କଥା ଉପରେ ଧ୍ୟାନ ରଖିବାକୁ ପଡ଼ିବ। 

ଡାଏବେଟିସ ଓ ଏହା ସହିତ ଜଡ଼ିତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟରେ ଆଲୋଚନା କରିବା ବେଳେ ଜଣେ ଡାକ୍ତର ଏ ବିଷୟରେ କହିଥିଲେ ଯେ, ଯେଉଁ ମହିଳା ମାନଙ୍କୁ ମଧୁମେହ ରୋଗ ରହିଛି ସେମାନେ ଶାରିରୀକ ସମ୍ପର୍କ ରଖିଲେ କିଛି ଅସୁବିଧା ନାହିଁ ସତ ହେଲେ ସେମାନଙ୍କୁ ନିଜ ଭାଜିନାଲ ହାଇଜିନ (  hygiene in diabetes)ବିଷୟରେ କିଛି କଥା ଉପରେ ନଜର ରଖିବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା ଡାଏବେଟିସ ଥିବା  ମହିଳା ଶାରିରୀକ ସମ୍ବନ୍ଧ ବେଳେ କେମିତି ସୁରକ୍ଷିତ ରହିବେ। ବଢୁଥିବା ବ୍ଲଡ ସୁଗାର ଲେବଲ ମହିଳାଙ୍କ ଯୋନୀକୁ ଅଧିକ ସମ୍ବେଦନଶୀଳ କରିଦେଇଥାଏ। କେବଳ ଏତିକି ନୁହେଁ ଡାଏବେଟିସ ସ୍ଥିତିରେ ମହିଳାଙ୍କ Libido ବା ଯୌନ ସମ୍ପର୍କ ପ୍ରତି ଆକର୍ଷଣ କମ ଦେଖିବାକୁ ମିଳିଥାଏ। ଯାହାଫଳରେ ସେକ୍ସ କରିବାକୁ ମହିଳାଙ୍କର ଇଚ୍ଛା ଧିରେ ଧିରେ କମିବାରେ ଲାଗିଥାଏ। 

ସାଧାରଣତଃ ମହିଳାଙ୍କ ଶରୀରରେ ଭାଜାଇନାଲ ଇଷ୍ଟ ଇନଫେକସନ (Vaginal Infection) ଓ ଅନ୍ୟ ପ୍ରକାରର ଯୋନି ସଂକ୍ରମଣ ଦେଖିବାକୁ ମିଳିଥାଏ। ମାତ୍ର ଡାଏବେଟିସ ରେ ପୀଡିତ ମହିଳାଙ୍କ କ୍ଷେତ୍ରରେ ଏ ସମସ୍ୟା ଅତ୍ୟଧିକ ମାତ୍ରାରେ ଦେଖିବାକୁ ମିଳିଥାଏ। ଏହାର କାରଣ ହେଉଛି ବାରମ୍ବାର ବଢୁଥିବା ସୁଗାର ଲେବଲ। ଯାହା ଫଳରେ ଏହା ସେକ୍ସ ଲାଇଫ ଉପରେ ଏକ ନକରାତ୍ମକ ପ୍ରଭାବ ପକାଇଥାଏ। ତେବେ ଶରୀରରେ ହେଉଥିବା ଇନଫେକସନ ସହ ଲଢିବାକୁ ସକ୍ଷମ ହୋଇଥାଏ। 

ମଧୁମେହରେ (Diabetes) ବାରମ୍ବାର ପରିସ୍ରା ହେତୁ ମହିଳାମାନେ ମୂତ୍ର ନିଷ୍କାସନ କରନ୍ତି ନାହିଁ ଏବଂ ବ୍ଲାଡରରେ ପରିସ୍ରା ଜମା ହେତୁ ଜୀବାଣୁଙ୍କ ସଂଖ୍ୟା ବୃଦ୍ଧି ହୋଇଥାଏ । ଯେଉଁଥିପାଇଁ ଯୋନୀ ସଂକ୍ରମଣର ଆଶଙ୍କା ମଧ୍ୟ ଅଧିକ ହୋଇଥାଏ। ମଧୁମେହ ସମୟରେ ମହିଳାମାନଙ୍କୁ ଯୋନୀ ଶୁଷ୍କତାର ସମ୍ମୁଖୀନ ହେବାକୁ ପଡେ । ଯେଉଁ କାରଣରୁ ଯୌନ ସମ୍ପର୍କ ସମୟରେ ଅତ୍ୟଧିକ ଯନ୍ତ୍ରଣା ହେବା କାରଣରୁ ଏହାର ଇନଫେକସନ ଅତ୍ୟଧିକ ମାତ୍ରାରେ ବଢିଥାଏ। ମହିଳାଙ୍କର ଋତୁସ୍ରାବ ସମୟରେ ହରମୋନାଲ ପରିବର୍ତ୍ତନ କାରଣରୁ ବ୍ଲଡ ସୁଗାର ଲେବଲ ହଠାତ୍ ବୃଦ୍ଧି ହେଉଥିବା ଦେଖିବାକୁ ମିଳିଥାଏ। ଯାହାଫଳରେ ଏହି ସମୟରେ ହେଭି ପିରିୟଡସ୍ ବା ଋତୁସ୍ରାବ ଦେଖିବାକୁ ମିଳିଥାଏ। ଏହାସହ ଫୁଡ କ୍ରେଭିଂ ବା ଖାଦ୍ୟଖାଇବା ନେଇ ଇଚ୍ଛା ବଢିଥାଏ ଓ ଡାଏବେଟିସ ମାତ୍ରାକୁ କଣ୍ଟ୍ରୋଲ କରିବା ସମସ୍ୟା ବଢିଯାଏ। 

ତେବେ ଏପରି ସଂକ୍ରମଣରୁ କେମିତି ବର୍ତ୍ତିବେ...
ଉଚିତ୍ ମାତ୍ରାରେ ପ୍ରୋ-ବାୟୋଟିକ୍ ଖାଦ୍ୟ ପଦାର୍ଥ ଅଧିକ ଗ୍ରହଣ କରନ୍ତୁ । ଏସବୁ ଖାଇଲେ ଆପଣଙ୍କ ଯୋନି ସଂକ୍ରମଣକୁ ରୋକିବା ପାଇଁ ସୁସ୍ଥ ବ୍ୟାକ୍ଟେରିଆଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ। ଯେଉଁ କାରଣରୁ ନିଜର ଭାଜାଇନାଲ ହେଲ୍ଥ କୁ ସୁସ୍ଖ ରଖିବାରେ ସହାୟକ ହୋଇଥାଏ। ଶରୀରକୁ ପୂରା ହାଇଡ୍ରେଟେଡ ରଖିବାରେ ସାହାଯ୍ୟ କରିଥାଏ। କିଛି କିଛି ମହିଳା ଲଗାତାର ପରିସ୍ରା କାରଣରୁ ପାଣି ପିଇବା କମେଇ ଦିଅନ୍ତି ଯାହା ଫଳରେ ଯୋନୀ ଓ ଚେହେରା ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ। ପ୍ରତିଦିନ ପାଖାପାଖି ୨.୫ ରୁ ତିନି ଲିଟର ପର୍ଯ୍ୟନ୍ତ ପାଣି ପିଇବା ଜରୁରୀ। ସେହିପରି ଡାଏବେଟିସ ପୀଡିତା ମାନେ ପାଖାପାଖି ୪ ଲିଟର ପାଣି ପିଇବା ଉଚିତ୍ । 

ମହିଳା ମାନେ ଯୋନୀକୁ ଶୁଷ୍କ ଓ ପରିସ୍କାର ରଖିବାକୁ ଚେଷ୍ଟା କରନ୍ତୁ । ଏହା କେବଳ ଡାଏବେଟିସ ରୋଗୀଙ୍କ ପାଇଁ ନୁହେଁ ବରଂ ସବୁ ମହିଳାଙ୍କ ପାଇଁ ପ୍ରଯୁର୍ଜ୍ୟ। 
 
(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।  

Also Read: ଶାରୀରିକ ସମ୍ପର୍କ ସ୍ଥାପନା ସମୟରେ ଛିଙ୍କ ଆସୁଥିଲେ ହୋଇଯାଆନ୍ତୁ ସାବଧାନ, ହେଇନି ତ ଏହି ଗମ୍ଭୀର ରୋଗ ?