Human Eye: ଆପଣ କେବେ ଭାବିଛନ୍ତି କି? ମଣିଷ ଆଖି କେତେ ମେଗାପିକ୍ସେଲ
Advertisement
Article Detail0/zeeodisha/odisha1362738

Human Eye: ଆପଣ କେବେ ଭାବିଛନ୍ତି କି? ମଣିଷ ଆଖି କେତେ ମେଗାପିକ୍ସେଲ

Human Eyes Capacity: ଆପଣ କେବେ ଭାବିଛନ୍ତି କି ଆମ ଆଖି କେତେ ମେଗାପିକ୍ସେଲ? ଅନେକ ଲୋକ ଏହି କୌତୁହଳପୂର୍ଣ୍ଣ ତଥ୍ୟ ବିଷୟରେ ଅବଗତ ନଥିବେ । କିନ୍ତୁ ଏହା ସତ୍ୟ ଯେ ଆମ ଆଖି ଏକ କ୍ୟାମେରା ପରି । ଆମେ ଆପଣଙ୍କୁ ଏହି ଆର୍ଟିକିଲ୍ ମାଧ୍ୟମରେ ଏହା ବିଷୟରେ ଜଣାଉଛୁ...।

ସୌ: ସୋସିଆଲ ମିଡିଆ

Human Eyes Capacity: ଆମେ ଯେତେବେଳେ କୌଣସି କ୍ୟାମେରା କିମ୍ବା ମୋବାଇଲ୍ କିଣୁ, ସେତବେଳେ ନିଶ୍ଚିତ ଭାବେ ଜାଣିବାକୁ ଚେଷ୍ଟା କରୁଯେ କ୍ୟାମେରାରେ କେତେ ମେଗାପିକ୍ସେଲ ଅଛି । ଆପଣ କେବେ ଭାବିଛନ୍ତି କି ଆମ ଆଖି କେତେ ମେଗାପିକ୍ସେଲ? ଅନେକ ଲୋକ ଏହି କୌତୁହଳପୂର୍ଣ୍ଣ ତଥ୍ୟ ବିଷୟରେ ଅବଗତ ନଥିବେ । କିନ୍ତୁ ଏହା ସତ୍ୟ ଯେ ଆମ ଆଖି ଏକ କ୍ୟାମେରା ପରି । ଆମେ ଆପଣଙ୍କୁ ଏହି ଆର୍ଟିକିଲ୍ ମାଧ୍ୟମରେ ଏହା ବିଷୟରେ ଜଣାଉଛୁ...।

ମାନବ ଶରୀରର ଗଠନ ଯେତିକି ଜଟିଳ ସେତିକି କୌତୁହଳପୂର୍ଣ୍ଣ ମଧ୍ୟ । ଆମ ଶରୀରର ପ୍ରତ୍ୟେକ ଅଙ୍ଗର ନିଜସ୍ୱ ବିଶେଷତା ଓ କାର୍ଯ୍ୟ ଅଛି । ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରୁ ଆଖି ଅନ୍ୟତମ । କେବଳ ଏହା ମାଧ୍ୟମରେ ଆମେ ସୁନ୍ଦର ଦୁନିଆକୁ ଦେଖିବାରେ ସକ୍ଷମ ଅଟୁ । ଯଦି ଦେଖାଯାଏ, ଆମ ଆଖି ଏକ ଡିଜିଟାଲ୍ କ୍ୟାମେରା ପରି । ଯଦି କ୍ୟାମେରାର ସାମର୍ଥ୍ୟ ଅନୁଯାୟୀ ଆଖିର ତୁଳନା କରାଯାଏ, ତେବେ ଏହା ଆମକୁ ୫୭୬ ମେଗାପିକ୍ସେଲ ପର୍ଯ୍ୟନ୍ତ ଏକ ଦୃଶ୍ୟ ଦେଖାଏ । ଅର୍ଥାତ ଆଖି ଏକ ସମୟରେ ୫୭୬ ମେଗାପିକ୍ସେଲର କ୍ଷେତ୍ର ପର୍ଯ୍ୟନ୍ତ ଦେଖିପାରେ ।

ଯଦିଓ ଏହା ଏକ ଭିନ୍ନ ବିଷୟ ଯେ ଆମର ମସ୍ତିଷ୍କ ଏହାକୁ ଏକ ସମୟରେ ପ୍ରକ୍ରିୟାକରଣ କରିବାରେ ସକ୍ଷମ ନୁହେଁ ଓ ଏହା ସବୁକିଛିକୁ ଏକାଥରକେ ନୁହେଁ ବରଂ କିଛି ଅଂଶ ଅତି ସ୍ପଷ୍ଟ ଓ ହାଇ ଡିଫେମେସନର ଦୃଶ୍ୟମାନ କରିଥାଏ । ପୂରା ଦୃଶ୍ୟକୁ ଭଲ ଭାବରେ ଦେଖିବା ପାଇଁ ଆମକୁ ଭିନ୍ନ ଦୃଷ୍ଟିରେ ଧ୍ୟାନ ଦେବାକୁ ପଡିବ ।

ଜଣେ ବ୍ୟକ୍ତିର ବୟସ ବଢ଼ିବା ସହିତ ଦେଖିବାର କ୍ଷମତା ମଧ୍ୟ ପ୍ରଭାବିତ ହୁଏ । ଏହା ଜରୁରୀ ନୁହେଁ ଯେ ଜଣେ ଯୁବକ ଏକ ଦୃଶ୍ୟକୁ ଅତି ସ୍ପଷ୍ଟ ଓ ସଫା ଭାବରେ ଦେଖିବାରେ ସକ୍ଷମ ଓ ଜଣେ ବୃଦ୍ଧ ବ୍ୟକ୍ତି ମଧ୍ୟ ଏହାକୁ ଅତି ସ୍ପଷ୍ଟ ଭାବରେ ଦେଖିପାରିବେ । ଶରୀରର ଅନ୍ୟ ଅଂଶ ପରି ଆଖିର ରେଟିନା ମଧ୍ୟ ବୟସ ସହିତ ଦୁର୍ବଳ ହେବାକୁ ଲାଗେ । ଯେଉଁ କାରଣରୁ ବୃଦ୍ଧାବସ୍ଥାରେ ଲୋକମାନଙ୍କୁ କମ୍ ଦେଖାଯିବାକୁ ଲାଗିଥାଏ ।

DSLR କ୍ୟାମେରା ଓ ମୋବାଇଲ୍ କ୍ୟାମେରା ବିଷୟରେ ଆଲୋଚନା କଲେ , DSLR ଗୁଡ଼ିକର ୪୦୦ ମେଗାପିକ୍ସେଲ ପର୍ଯ୍ୟନ୍ତ ଫଟୋ ଉଠାଇବାର କ୍ଷମତା ଥିବାବେଳେ ଆଜିର ମୋବାଇଲ୍ କ୍ୟାମେରାରେ ୪୮, ୬୪, ୧୦୮ ରୁ ଅଧିକ ମେଗାପିକ୍ସେଲରେ ମଧ୍ୟ ତିଆରି କରାଯାଇ ସାରିଛି ।

ଏହା ବି ପଢ଼ନ୍ତୁ: Health Tips: ତକିଆ ତଳେ ମୋବାଇଲ୍ ରଖି ଶୋଉଛନ୍ତି କି? ହୋଇଯାଆନ୍ତୁ ସାବଧାନ

ଏହା ବି ପଢ଼ନ୍ତୁ: Health Tips: ଗ୍ୟାଷ୍ଟ୍ରିକ୍ ରୋଗରେ ପୀଡିତ କି? ଏସବୁ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ

ଏହା ବି ପଢ଼ନ୍ତୁ: Ashwagandha: ଯୌନ ସମସ୍ୟା ପାଇଁ ଅଶ୍ୱଗନ୍ଧା ହେଉଛି ଶତପ୍ରତିଶତ ପ୍ରଭାବଶାଳୀ! ବରୁଣ ଧାୱନ ଦେଲେ ସ୍ୱୀକୃତି