ପେନସନଭୋଗୀଙ୍କ ଟେନସନ୍ Zero
Advertisement
Article Detail0/zeeodisha/odisha839746

ପେନସନଭୋଗୀଙ୍କ ଟେନସନ୍ Zero

ଆଜି ସଂସଦରେ ସାଧାରଣ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ ଘୋଷଣା କରିଛନ୍ତି। ପେନସନଧାରୀ ବରିଷ୍ଠ ନାଗରିକଙ୍କୁ ଆଉ ଆୟକର ଦେବାକୁ ପଡିବ ନାହିଁ ବୋଲି ସେ କହିଛନ୍ତି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ପେନସନଭୋଗୀଙ୍କ ପାଇଁ ବଜେଟ୍ ୨୦୨୧-୨୨ରେ ଖୁସି ଖବର। ଆଜି ସଂସଦରେ ସାଧାରଣ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ ଘୋଷଣା କରିଛନ୍ତି। ପେନସନଧାରୀ ବରିଷ୍ଠ ନାଗରିକଙ୍କୁ ଆଉ ଆୟକର ଦେବାକୁ ପଡିବ ନାହିଁ ବୋଲି ସେ କହିଛନ୍ତି।

ବଜେଟ୍ ୨୦୨୧-୨୨ରେ ପେନସନଧାରୀ (Pensioners) ବରିଷ୍ଠ ନାଗରିକଙ୍କୁ ଆଶ୍ୱସ୍ଥି। ଆଉ ସେମାନଙ୍କୁ ଆୟକର (Income Tax) ଦେବାକୁ ପଡିବ ନାହିଁ। ଏଭଳି କିଛି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitaraman) । ତାଙ୍କର କହିବାନୁସାରେ, ଆଗକୁ ଆଉ ବରିଷ୍ଠ ପେନସନଭୋଗୀଙ୍କୁ ଆୟକର ଦେବାକୁ ପଡିବ ନାହିଁ।

Also Read: Budget 2021 Live: ଉପସ୍ଥାପିତ ବଜେଟର ସାରାଂଶ

ପେନସନ୍ ଆୟ ଉପରେ ସରକାର Budget-2021ରେ ଆୟକର ଛାଡ କରିଛନ୍ତି। ୭୫ ବର୍ଷ ବା ତାଠାରୁ ବୟଷ୍କ ପେନସନଭୋଗୀଙ୍କୁ ଆଉ ITR ଫର୍ମ ପୂରଣ କରିବାକୁ ପଡିବ ନାହିଁ। ସେପଟେ ବୀମା (Insurance) କ୍ଷେତ୍ରରେ ୭୪ ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶକୁ ମଞ୍ଜୁରୀ ଦିଆଯାଇଛି।