ରେଳଯାତ୍ରୀଙ୍କ ପାଇଁ ଖୁସି ଖବର; ଏଣିକି ମିଳିବ କେବଳ କନଫର୍ମ ଟିକଟ୍! Tatkal ହେଲେ ବି ନୋ ଟେନସନ୍
Advertisement

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର; ଏଣିକି ମିଳିବ କେବଳ କନଫର୍ମ ଟିକଟ୍! Tatkal ହେଲେ ବି ନୋ ଟେନସନ୍

IRCTC ଗ୍ରାହକଙ୍କ ପାଇଁ ଇ-ୱାଲେଟ୍ (IRCTC eWallet) ର ସୁବିଧା ଆଣିଛି । ଏହା ଏକ ପ୍ରକାର ଅଗ୍ରୀମ ଦେୟ ବ୍ୟବସ୍ଥା, ଯାହା ମାଧ୍ୟମରେ ଆପଣ IRCTC ଆକାଉଣ୍ଟରେ ଟଙ୍କା ଜମା କରି ଟିକଟ୍ ବୁକ୍ କରିପାରିବେ । ଏହା ଏକ ପ୍ରକାର ଡିଜିଟାଲ୍ ୱାଲେଟ୍ ।

ପ୍ରତିକାତ୍ମକ ଫଟୋ

ରେଳ ଟିକଟ୍ କାଟିବା ପାଇଁ IRCTC ଏକ ସ୍ୱତନ୍ତ୍ର ସୁବିଧା ଆଣିଛି, ଯାହା ମାଧ୍ୟମରେ ଆପଣ ସହଜରେ ଟିକଟ୍ ବୁକ୍ କରିପାରିବେ । IRCTC ଗ୍ରାହକଙ୍କ ପାଇଁ ଇ-ୱାଲେଟ୍ (IRCTC eWallet) ର ସୁବିଧା ଆଣିଛି । ଏହା ଏକ ପ୍ରକାର ଅଗ୍ରୀମ ଦେୟ ବ୍ୟବସ୍ଥା, ଯାହା ମାଧ୍ୟମରେ ଆପଣ IRCTC ଆକାଉଣ୍ଟରେ ଟଙ୍କା ଜମା କରି ଟିକଟ୍ ବୁକ୍ କରିପାରିବେ । ଏହା ଏକ ପ୍ରକାର ଡିଜିଟାଲ୍ ୱାଲେଟ୍ ।

eWalletର ବିଶେଷ କଥା

IRCTCର eWallet ଯଥାଶୀଘ୍ର ସୁରକ୍ଷିତ କାରବାର କରିବାରେ ସାହାଯ୍ୟ କରେ । ଏହା ବ୍ୟତୀତ, ଟକଟ ବୁକିଂ ସମୟରେ ପେମେଣ୍ଟ ଗେଟୱେର ଅସୁବିଧା ମଧ୍ୟ ଦୂର ହୋଇଥାଏ। ଫଳରେ ଆପଣ ଯଥାଶୀଘ୍ର ଟିକଟ୍ ବୁକ୍ କରିପାରିବେ । ଦେୟ ସମୟରେ OTP ଗ୍ରହଣ କରିବାରେ ବିଳମ୍ବ ହେଲେ ଏହା ଆପଣଙ୍କୁ ସାହାଯ୍ୟ କରିବ ।

Also Read: ଟ୍ୱିଟରରେ ପରାଗ ଅଗ୍ରୱାଲଙ୍କ ଭବିଷ୍ୟତ ଅନ୍ଧାର! ବିଦା ହେଲେ ମିଳିବ ମୋଟା ଟଙ୍କା

IRCTC eWalletର ବୈଶିଷ୍ଟ୍ୟ

  • ଇ-ୱାଲେଟର ଉପଭୋକ୍ତା ଯାଞ୍ଚ ପାଇଁ, ପାନ୍ କିମ୍ବା ଆଧାର ନମ୍ବର ଆବଶ୍ୟକ ।
  • ଟିକଟ୍ ବୁକିଂ ସମୟରେ ଆପଣଙ୍କୁ ଟ୍ରାନଜାକସନ୍ ପାସୱାର୍ଡ / ପିନ୍ ନମ୍ବର ବ୍ୟବହାର କରିବାକୁ ପଡି଼ବ । ଏହା ପରେ ଟିକଟ୍ ବୁକିଂ ସମ୍ଭବ ହେବ ।
  • ଏହି ୱାଲେଟ୍ ମାଧ୍ୟମରେ, ଆପଣ କେତେ ଟଙ୍କା ଦେଇ ବୁକ୍ କରିଛନ୍ତି ତାହାର ହିଷ୍ଟ୍ରୀକୁ ଆପଣ ସହଜରେ ଯାଞ୍ଚ କରିପାରିବେ ।

IRCTC eWalletରେ କେମିତି ଅର୍ଥ ଜମା କରିବେ ?

  • ସର୍ବପ୍ରଥମେ IRCTC ଇ-ୱାଲେଟକୁ ୟୁଜର୍ ଲଗଇନ୍ କରନ୍ତୁ ।
  • ବର୍ତ୍ତମାନ ଆପଣ ଆବଶ୍ୟକ କରୁଥିବା ଅର୍ଥର ପରିମାଣ ଏଣ୍ଟ୍ରୀ କରନ୍ତୁ ।
  • ବର୍ତ୍ତମାନ ଅନଲାଇନ୍ ପେମେଣ୍ଟ ମାଧ୍ୟମରେ ୱାଲେଟରେ ଟଙ୍କା ଆଡ୍ କରନ୍ତୁ ।
  • ଏହା ପରେ ଟଙ୍କା IRCTC ଇ-ୱାଲେଟରେ ଜମା ହୋଇଯିବ ।

Also Read: ଷ୍ଟେଟ୍ ବ୍ୟାଙ୍କକୁ ଚୂନ ଲଗାଇଲେ ଠକ, ଏମିତି ଗାଏବ ହେଇଗଲା ସାଢେ ଚାରି କୋଟି

କେମିତି ଟିକଟ୍ ବୁକ୍ କରିପାରିବି ?

ଯଦି ଆପଣ ଇ-ୱାଲେଟ୍ ମାଧ୍ୟମରେ ଟିକଟ୍ ବୁକ୍ କରନ୍ତି, ତେବେ ସର୍ବପ୍ରଥମେ IRCTC ID ପ୍ରବେଶ କରି ଲଗ୍ ଇନ୍ କରନ୍ତୁ । ଏହା ପରେ ଆପଣଙ୍କୁ 'Plan my travel' ପେଜରେ କ୍ଲିକ୍ କରିବାକୁ ପଡିବ । ଏବେ ଇ-ୱାଲେଟ୍ ପଞ୍ଜିକରଣ ଲିଙ୍କ ଉପରେ କ୍ଲିକ୍ କରନ୍ତୁ । ବର୍ତ୍ତମାନ ଆପଣଙ୍କ ପାନ୍ କିମ୍ବା ଆଧାର ବିବରଣୀ ପୂରଣ କରିବାକୁ ପଡିବ । ଶେଷରେ, ୫୦ ଟଙ୍କା ପର୍ଯ୍ୟନ୍ତ ଗୋଟିଏ ଥର ପଞ୍ଜିକରଣ ଫି' ଜମା କରନ୍ତୁ । ଏହା ପରେ ସର୍ବନିମ୍ନ ୧୦୦ ଟଙ୍କା ଇ-ୱାଲେଟରେ ଜମା କରନ୍ତୁ । ବୁକିଂ ବିବରଣୀ ଏଣ୍ଟ୍ରୀ କରି ଚୁଟକିରେ ଟିକଟ୍ ବୁକ୍ କରନ୍ତୁ ।

ସୂଚନଯୋଗ୍ୟ, ଅନଲାଇନରେ ରେଳ ଟିକଟ କାଟିବା ସମୟରେ ବେଳେ ବେଳେ କୌଣସି କାରଣରୁ ପେମେଣ୍ଟ ଫେଲ୍ଡ ହୋଇଯାଏ। ଯାହା ଫଳରେ ଆପଣଙ୍କୁ ୱେଟିଂ ଟିକଟ ମିଳିବା ସମ୍ଭାବନା ଅଧିକ ଥାଏ। କିନ୍ତୁ IRCTC ଇ-ୱାଲେଟରୁ ପେମେଣ୍ଟ କଲେ କନଫର୍ମ ଟିକଟ ମିଳିବା ପ୍ରାୟତଃ ନିଶ୍ଚିତ ହୋଇଯାଏ। ଆଉ ଏହା ତତ୍କାଲ ଟିକଟ ବୁକିଂ ସମୟରେ ଅଧିକ ସହାୟକ ହେବ।