Health Tips: ୧୦ ଟି ରୋଗର ରାମବାଣ ହେଉଛି ଏହି ୩ ମଞ୍ଜିର ପାଣି, ପ୍ରତିଦିନ ଏହାକୁ ଖାଲି ପେଟରେ ପିଅନ୍ତୁ
Advertisement
Article Detail0/zeeodisha/odisha2351647

Health Tips: ୧୦ ଟି ରୋଗର ରାମବାଣ ହେଉଛି ଏହି ୩ ମଞ୍ଜିର ପାଣି, ପ୍ରତିଦିନ ଏହାକୁ ଖାଲି ପେଟରେ ପିଅନ୍ତୁ

Jeera-ajwain-saunf water health benifits: ଅନେକ ରୋଗର ସମାଧାନ ଆମ ରୋଷେଇ ଘରେ ଲୁଚି ରହିଛି। ଯଦି ଆପଣ ପାଣିରେ ବିଶେଷଜ୍ଞଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶ ଅନୁସରେ ଏହି ୩ଟି ମଞ୍ଜି ମିଶ୍ରଣ କରି ଏହାକୁ ପିଅନ୍ତି ତେବେ ଏହା ଅନେକ ସ୍ୱାସ୍ଥ୍ୟ ଉପକାର ଦେଇପାରେ ଓ ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିଥାଏ।

 

jeera ajwain saunf water health benifits

Health Tips: ଅନେକ ରୋଗର ସମାଧାନ ଆମ ରୋଷେଇ ଘରେ ଲୁଚି ରହିଛି। ରୋଷେଇ ଘରେ ଉପସ୍ଥିତ ଥିବା ଅନେକ ମସଲା ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଓ ସେମାନଙ୍କର ନିୟମିତ ବ୍ୟବହାର ଆପଣଙ୍କୁ ସୁସ୍ଥ ରଖିପାରେ। ଆପଣ ପାନମହୁରି, ଜୁଆଣି, ଜିରା, ହଳଦୀ, ଶୁଣ୍ଠି ଓ ମେଥି ସହିତ ଅନେକ ଜିନିଷ ବିଭିନ୍ନ ଉପାୟରେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ସୁଗାର ମ୍ୟାନେଜ, ବିପି ନିୟନ୍ତ୍ରଣ, ଓଜନ ହ୍ରାସ, କୋଲେଷ୍ଟ୍ରଲ ସ୍ତର ମ୍ୟାନେଜ କରିବା କିମ୍ବା ପିରିୟଡସ ସମ୍ବନ୍ଧୀୟ ସମସ୍ୟା ତଥା ଅନେକ ରୋଗକୁ ଦୂର କରିବାରେ ଏହି ମସଲା ରଭାବଶାଳୀ। ଏଠାରେ ଆମେ ଆପଣଙ୍କୁ ଏପରି ୩ଟି ମସଲା ବିଷୟରେ କହୁଛୁ, ଯାହାର ପାଣିକୁ ଖାଲି ପେଟରେ ପିଇବା ଅନେକ ସ୍ୱାସ୍ଥ୍ୟ ଉପକାର ଦେଇପାରେ। ଏପରିକି ଏହା ଆପଣଙ୍କୁ ୧୦ଟି ରୋଗରୁ ମୁକ୍ତି ଦେଇପାରେ।

ସୁସ୍ଥ ରହିବା ପାଇଁ ଖାଲି ପେଟରେ ପାନମହୁରୀ, ଜିରା ଓ ଜୁଆଣି  ପାଣି ପିଅନ୍ତୁ

  • ପାନମହୁରୀରେ ଆଣ୍ଟି-ବ୍ୟାକ୍ଟେରିଆ ଓ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି। ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ।
  • ଖାଲି ପେଟରେ ପାନ ମହୁରୀ, ଜିରା ଓ ଜୁଆଣି ପାଣି ପିଇବା ଦ୍ୱାରା ଓଜନ କମିଯାଏ। ଏହି ଜଳ ଶରୀରକୁ ଡିଟକ୍ସାଇଫ କରିବା ପାଇଁ ବହୁତ ଲାଭଦାୟକ ଅଟେ।
  • ଏହି ପାଣି ପିଇବା ଦ୍ୱାରା ବ୍ଲଡ ସୁଗାର ଲେବଲ୍ ନିୟନ୍ତ୍ରଣରେ ରହିଥାଏ ଓ ଖାଦ୍ୟ ସହଜରେ ହଜମ ହୋଇଥାଏ।
  • ଏହି ପାଣି ପିଇବା ଦ୍ୱାରା ଗ୍ୟାସ୍, ବଦ ହଜମି, ପେଟ ଯନ୍ତ୍ରଣା ଓ କୋଷ୍ଠକାଠିନ୍ୟ ଦୂର ହୋଇପାରେ।
  • ଯେଉଁମାନେ ଖାଇବା ପରେ ପେଟ ଫୁଲିବା ଅନୁଭବ କରନ୍ତି ସେମାନେ ମଧ୍ୟ ଏହି ପାଣି ପିଇବା ଉଚିତ୍।
  • ଖାଲି ପେଟରେ ପାନ ମହୁରୀ ପାଣି ପିଇବା ଦ୍ୱାରା ଓଜନ କମିଯାଏ, ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ଓ ରକ୍ତହୀନତା ଦୂର ହୋଇଥାଏ।
  • ଜିରା ପାଣି ଶରୀରରେ ଗଚ୍ଛିତ ଚର୍ବିକୁ ଜାଳିଦିଏ।
  • ଖାଲି ପେଟରେ ଏହି ପାଣି ପିଇବା ଦ୍ୱାରା କୋଲେଷ୍ଟ୍ରଲ ଓ ବିପି ସ୍ତର ମଧ୍ୟ ମ୍ୟାନେଜ ହୁଏ।

୧୦ଟି ରୋଗର ସମାଧାନ ଏହି ପାଣି
ସାମଗ୍ରୀ
ଜିରା- ୧ ଚାମଚ
ପାନ ମହୁରୀ- ୧ ଚାମଚ
ଜୁଆଣି- ୧ ଚାମଚ

ପଦ୍ଧତି
ଏକ ପାତ୍ରରେ ତିନୋଟି ଜିନିଷକୁ ହାଲୁକା ଭାଜନ୍ତୁ
ଏହାକୁ ଗ୍ରାଇଣ୍ଡ୍ କରି ଏହାର ପାଉଡର ତିଆରି କରନ୍ତୁ
ଯଦି ଆପଣ ଚାହାଁନ୍ତି ଆପଣ ଏହାକୁ ଗ୍ରାଇଣ୍ଡ୍ ନକରି ନେଇପାରିବେ
ଏହି ମିଶ୍ରଣକୁ ଉଷୁମ ପାଣି ସହିତ ପିଇପାରିବେ
ଏହା ଦ୍ୱାରା ଆପଣ ଅନେକ ରୋଗରୁ ମୁକ୍ତି ପାଇବେ

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ସାଧରଣ ସୂଚନା ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଉଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)