Guru Vakri 2024: ଏହି ଦିନ ବୃଷ ରାଶିକୁ ଚଳନ କରିବେ ବୃହସ୍ପତି, ୩ ରାଶିଙ୍କ ଫିଟିବ ଭାଗ୍ୟ!
Advertisement

Guru Vakri 2024: ଏହି ଦିନ ବୃଷ ରାଶିକୁ ଚଳନ କରିବେ ବୃହସ୍ପତି, ୩ ରାଶିଙ୍କ ଫିଟିବ ଭାଗ୍ୟ!

Guru Vakri 2024:  ଚଳିତ ବର୍ଷ ଦେବଗୁରୁ ବୃହସ୍ପତି ବୃଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହାର ପ୍ରଭାବ ସମସ୍ତ ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନ ପଡ଼ିବ । ଏହି ସମୟ ମଧ୍ଯରେ ୩ଟି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଅକ୍ଟୋବର ମାସ 09 ତାରିଖରେ ବୃହସ୍ପତି ବୃଷ ରାଶିରେ ପ୍ରବେଶ କରିବେ । ଏଠାରେ ସେ ଆସନ୍ତା 2025 ଫେବୃଆରୀ 4 ତାରିଖ ଯାଏଁ ଅବସ୍ଥାପନ କରିବେ । 

ସୌଜନ୍ୟ-ସୋସିଆଲ ମିଡିଆ

Guru Vakri 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ ବା ରାଶି ପରିବର୍ତ୍ତନ (Grah Gochar 2023) କରିଥାଆନ୍ତି । ଗ୍ରହମାନଙ୍କର ଏହି ଆଗମନ ବା ପ୍ରତ୍ୟାବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ଏହାଛଡ଼ା ଗ୍ରହମାନଙ୍କର ରାଶି ପରିବର୍ତ୍ତନ ଯୋଗୁଁ ଲୋକଙ୍କ ଭାଗ୍ୟ ମଧ୍ଯ ବଦଳିଥାଏ । ଚଳିତ ବର୍ଷ ଦେବଗୁରୁ ବୃହସ୍ପତି ବୃଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହାର ପ୍ରଭାବ ସମସ୍ତ ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନ ପଡ଼ିବ । ଏହି ସମୟ ମଧ୍ଯରେ ୩ଟି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଅକ୍ଟୋବର ମାସ 09 ତାରିଖରେ ବୃହସ୍ପତି ବୃଷ ରାଶିରେ ପ୍ରବେଶ କରିବେ । ଏଠାରେ ସେ ଆସନ୍ତା 2025 ଫେବୃଆରୀ 4 ତାରିଖ ଯାଏଁ ଅବସ୍ଥାପନ କରିବେ । ବୃହସ୍ପତିଙ୍କ ଏହି ରାଶି ପରିବର୍ତ୍ତନ ହେତୁ ରାଜଯୋଗ ଗଠନ ହେବ। ବୃହସ୍ପତିଙ୍କୁ ଜ୍ଞାନ, ଭାଗ୍ୟ, ଅଭିବୃଦ୍ଧିର ଗ୍ରହ ବୋଲି କୁହାଯାଏ । ବୃହସ୍ପତିଙ୍କ ଏହି ରାଶି ପରିବର୍ତ୍ତନ ହେତୁ କେଉଁ ୩ଟି ରାଶିର ଜୀବନରେ ପରିବର୍ତ୍ତନ ହେବ ଆସନ୍ତୁ ଜାଣିବା ।

ବୃଷ ରାଶି- ଦେବଗୁରୁ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ଫଳରେ ରାଜଯୋଗ ଗଠନ ହେବାକୁ ଯାଉଛି । ଏହି ଯୋଗ ଫଳରେ ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟଦୋୟ ହେବ । ଫଳରେ ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ । ଜୀବନସାଥୀଙ୍କ ସହ ସମ୍ପର୍କରେ ମଧୁରତା ଆସିବ । ଧନ ଓ ଆୟ ବୃଦ୍ଧି ହେବା ନେଇ ଯୋଗ ରହିଛି । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ଦୂର ସ୍ଥାନକୁ ଭ୍ରମଣ କରିପାରନ୍ତି ।

କନ୍ୟା ରାଶି- ସ୍ୱାସ୍ଥ୍ୟ ଭଲ ରହିବ । ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ପୁରୁଣା ବିନିଯୋଗରୁ ଲାଭ ମିଳିବ । ସନ୍ତାନ ସନ୍ତତି ମାନଙ୍କଠାରୁ ଭଲ ଖବର ପାଇ ମନ ପ୍ରସନ୍ନ ରହିବ। ଆୟ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି । ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ହୋଇପାରେ । କଠିନ ସମୟ ଦୂର ହେବ । ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ହେତୁ ଲୋକମାନଙ୍କ ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ପ୍ରକାଶ ପାଇବ। ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ମିଳିବ । ଅବିବାହିତଙ୍କ ବିବାହ ସ୍ଥିର ହୋଇପାରେ ।

ବିଛା ରାଶି- ଏହି ସମୟ ମଧ୍ଯରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ସୁଖ ଓ ସମୃଦ୍ଧତା ବୃଦ୍ଧି ପାଇବ । ବ୍ୟବସାୟୀମାନେ ଲାଭବାନ ହେବେ। ନୂତନ ନିବେଶ ପାଇଁ ମଧ୍ୟ ଏହି ସମୟ ବେଶ ଅନୁକୂଳ ରହିବ । କ୍ୟାରିୟରକୁ ନେଇ ଲାଗି ରହିଥିବା ବାଧ୍ୟା ବା ସମସ୍ୟା ଦୂର ହେବ । ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଧୁର ହେବ । ନୂତନ କାର୍ଯ୍ୟ ଆରମ୍ଭ ନେଇ ସମୟ ଅନୁକୂଳ ରହିବ ।

(Disclaimer: ଏଠାରେ ଦିଆଯାଇଥିବା ସମସ୍ତ ସୂଚନା ସାଧାରଣ ବିଶ୍ୱାସ ଏବଂ ସୂଚନା ଉପରେ ଆଧାରିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ଜାଣିବା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।