Ketu Gochar 2023: ଏହି ୩ ରାଶି ପାଇଁ ଅଭିଷାପ ପାଲଟିବେ କେତୁ; ଧନହାନୀ, ଶାରିରୀକ ପୀଡ଼ାରେ ବିତିବ ଦିନ
Advertisement
Article Detail0/zeeodisha/odisha1872398

Ketu Gochar 2023: ଏହି ୩ ରାଶି ପାଇଁ ଅଭିଷାପ ପାଲଟିବେ କେତୁ; ଧନହାନୀ, ଶାରିରୀକ ପୀଡ଼ାରେ ବିତିବ ଦିନ

Ketu Gochar 2023: ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ଗ୍ରହର ନିଜସ୍ୱ ଗୁରୁତ୍ୱ ରହିଛି। (ketu transit 2023) ଖାସ୍ କରି କେତୁ ଗ୍ରହ ଛାୟା ଗ୍ରହ ଭାବେ ଜଣାଶୁଣା।  ଏହି ଗ୍ରହର ପ୍ରଭାବ ଯେଉଁ ରାଶି ଉପରେ ପଡେ ସେହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ଅନେକ ବଧାବିଘ୍ନ ମାଡି ଆସେ। ବଞ୍ଚିବା କଷ୍ଟକର ହୋଇପଡେ। 

ସୌଜନ୍ୟ- ସୋସିଆଲ ମିଡି଼ଆ

Ketu Gochar 2023: ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ଗ୍ରହର ନିଜସ୍ୱ ଗୁରୁତ୍ୱ ରହିଛି। (ketu transit 2023) ଖାସ୍ କରି କେତୁ ଗ୍ରହ ଛାୟା ଗ୍ରହ ଭାବେ ଜଣାଶୁଣା।  ଏହି ଗ୍ରହର ପ୍ରଭାବ ଯେଉଁ ରାଶି ଉପରେ ପଡେ ସେହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ଅନେକ ବଧାବିଘ୍ନ ମାଡି ଆସେ। କେତୁଙ୍କ ଗୋଚର ଫଳରେ ଜଣେ ବ୍ୟକ୍ତିଙ୍କ ଜୀବନ ଦୁର୍ବିଃଶହ ହୋଇପଡେ। ବଞ୍ଚିବା କଷ୍ଟକର ହୋଇପଡେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଅକ୍ଟୋବର ୩୦ ରେ (Ketu Gochar 2023) କେତୁ ଗ୍ରହ ସିଂହ ରାଶିରେ ପ୍ରବେଶ କରିବେ। କେତୁ ଦିର୍ଘ ଦେଢ ବର୍ଷ ପରେ ସୂର୍ଯ୍ୟଦେବଙ୍କ ପ୍ରିୟରାଶି ସିଂହକୁ ଚଳନ କରିବେ। କେତୁଙ୍କ ଏହି ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କଲା ବେଳେ ଆଉ କିଛି ରାଶିଙ୍କ (zodiac signs) ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବେ। ସେମାନଙ୍କୁ ଦାରିଦ୍ରତାର ସାମ୍ନା କରିବାକୁ ପଡିପାରେ। କ୍ୟାରିୟରରେ ଅସଫଳତାର ସାମ୍ନା କରିବା ସାଙ୍ଗକୁ ଦୁର୍ଘଟଣାର ମଧ୍ୟ ସମ୍ମୁଖିନ ହୋଇପାରନ୍ତି। 

Also Read: Puri News: ଆଜି ସପ୍ତପୁରୀ ଅମାବାସ୍ୟା, ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି

ଏହି ତିନି ରାଶି ପାଇଁ ବଢିବ ଅଡୁଆ :

ବୃଷ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସିଂହ ରାଶିକୁ କେତୁଙ୍କ ଚଳନ ଏହି ରାଶିଙ୍କ ପାଇଁ ଅଭିଷାପ ପାଲଟିବ। ଏହି ସମୟ ମଧ୍ୟରେ ଆପଣଙ୍କୁ ବିଭିନ୍ନ ସମମ୍ୟାର ସାମ୍ନା କରିବାକୁ ପଡିପାରେ। ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇପାରେ। ଆପଣଙ୍କ ଜୀବନସାଥୀ ଆପଣଙ୍କୁ ଛାଡି଼ ଯାଇପାରନ୍ତି। ଧାର୍ କରଜରେ ଆପଣ ବୁଡି ଯିବେ। ଅଥଯା ଖର୍ଚ୍ଚ ବଢିବ।  ଆୟ ଅପେକ୍ଷା ବ୍ୟୟ ଅଧି୍କ ହେବ। ଖାସ୍ କରି ଆର୍ଥିକ ସ୍ଥିତି ବିଗିଡି ପାରେ।  ଅଯଥା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ଦ୍ୱନ୍ଦ୍ୱ ଓ ସମସ୍ୟା ଯୋଗୁଁ ମନ ଭଲ ରହିବ ନାହିଁ । ଯାହାକୁ ନେଇ ଆପଣ ଚିନ୍ତିତ ରହିବେ।  ଦୂର ଯାତ୍ରା ବେଳେ ସାବଧାନତା ଅବଲମ୍ବନ କରନ୍ତୁ । ନଚେତ୍ ଦୁର୍ଘଟଣାର ସାମ୍ନା କରିପାରନ୍ତି। 

କର୍କଟ : ଆସନ୍ତା ମାସରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଅଶୁଭ ଫଳ ପ୍ରଦାନ କରିବେ କେତୁ।  ଏହି ସମୟ ମଧ୍ୟରେ ବ୍ୟବସାୟୀମାନେ ବ୍ୟବସାୟରେ ଅଧିକ କ୍ଷତି ସହିବେ। ନୂଆ କରି ଆରମ୍ଭ କରିଥିବା ବ୍ୟବସାୟ ବୁଡି ଯିବାର ମଧ୍ୟ ସମ୍ଭାବନା ରହିଛି ।  ଏହି ଅବଧି ମଧ୍ୟରେ ଆପଣ କୌଣସି ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ। ନଚେତ ଆପଣଙ୍କୁ ବିରାଟ କ୍ଷତି ସହିବାକୁ ପଡିବ। ଛୋଟ ମୋଟ କଥାକୁ ନେଇ ଆପଣ ଆଇନର ଜାଲରେ ଫସି ପାରନ୍ତି । ଏହି ସମୟ ମଧ୍ୟରେ ବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ। ଖାସ୍ କରି ବରିଷ୍ଠ ଅଧିକାରୀଙ୍କ କୋପ ଶିକାର ହେବାକୁ ପଡିପାରେ। ଖାସ୍ କରି ଏହି ସମୟରେ,ଆପଣ ନିଜ ବକ୍ତବ୍ୟ ଉପରେ ସଂଯମତା ରଖ ଏବଂ ଯତ୍ନର ସହ ବିଚାର କରିବା ପରେ ହିଁ ନିଷ୍ପତ୍ତି ନିଅନ୍ତୁ। ଛୋଟ ମୋଟ କଥାକୁ ନେଇ ପରିବାରର ମତଭେଦ ଦେଖାଦେଇପାରେ। ପିଲାଙ୍କ ସ୍ବାସ୍ଥ୍ୟ ଖରାପ ରହିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଖରାପ ରହିବ।

ତୁଳା : ସେହିପରି ରାହୁଙ୍କ କୋପର ଶିକାର ହେବେ ତୁଳା ରାଶିର ବ୍ୟକ୍ତି।  ଏହି ସମୟ ମଧ୍ୟରେ ଆପଣଙ୍କ କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ। କାର୍ଯ୍ୟାଳୟରେ ଆପଣଙ୍କର ହେବାକୁ ଥିବା ପଦୋନ୍ନତି ମଧ୍ୟ ଅଟକି ଯିବ। ଖାସ୍ କରି ଏହି ସମୟ ମଧ୍ୟରେ ଆପଣ ପାଇବାକୁ ଥିବା ଟଙ୍କା ମଧ୍ୟ ବୁଡିଯିବ। ଦୂର ଯାତ୍ରା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ନଚେତ୍ ବଡ଼ ଦୁର୍ଘଟଣାର ଶିକାର ହୋଇପାରନ୍ତି । ପ୍ରେମ ବ୍ୟାପାରରେ ମଧ୍ୟ ଆପଣ ଅସଫଳତାର ସାମ୍ନା କରିବେ। ଦାମ୍ପତ୍ୟ ଜୀବନରେ କଳା ବାଦଲ ଘୋଟି ଆସିବ। ଫଳରେ ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖାଦେବ। ଅଯଥା ଖର୍ଚ୍ଚ ବଢିବ। ଖର୍ଚ୍ଚ ବୃଦ୍ଧି ହେତୁ ମାନସିକ ଚାପ ବଢିବ। ସ୍ବାସ୍ଥ୍ୟ ଖରାପ ରହିବ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ।)