ମୂଳା ସହିତ ଏହି ଦୁଇ ପରିବାକୁ ଭୁଲରେ ବି ମିଶାଇ ଖାଆନ୍ତୁ ନାହିଁ, ନହେଲେ ହୋଇପାରେ ବଡ଼ ସମସ୍ୟା
Advertisement
Article Detail0/zeeodisha/odisha1428726

ମୂଳା ସହିତ ଏହି ଦୁଇ ପରିବାକୁ ଭୁଲରେ ବି ମିଶାଇ ଖାଆନ୍ତୁ ନାହିଁ, ନହେଲେ ହୋଇପାରେ ବଡ଼ ସମସ୍ୟା

ନୂଆଦିଲ୍ଲୀ: ଶୀତଦିନେ ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ମୂଳା ନିଶ୍ଚୟ ରହିଥାଏ । ଶୀତଦିନେ ମଧ୍ୟ ପ୍ରଚୁର ମୂଳା ମିଳିଥାଏ । ପ୍ରଚୁର ପରିମାଣର ପୋଷଣ ତତ୍ତ୍ବରେ ଭରପୁର ମୂଳାକୁ କିଏ ସାଲାଡ଼ କରି ଖାଇବାକୁ ପସନ୍ଦ କରିଥାଏ ତ କିଏ ମୂଳା ପରଟା । ମୂଳାର ଆଚାର ମଧ୍ୟ ଅନେକଙ୍କୁ ପାଗଳ କରିଥାଏ । କିନ୍ତୁ ଏମିତି ମଧ୍ୟ ଅନେକ ଲୋକ ଅଛନ୍ତି ଯେଉଁମାନେ ମୂଳ

ମୂଳା ସହିତ ଏହି ଦୁଇ ପରିବାକୁ ଭୁଲରେ ବି ମିଶାଇ ଖାଆନ୍ତୁ ନାହିଁ, ନହେଲେ ହୋଇପାରେ ବଡ଼ ସମସ୍ୟା

benefit of radish: ନୂଆଦିଲ୍ଲୀ: ଶୀତଦିନେ ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ମୂଳା ନିଶ୍ଚୟ ରହିଥାଏ । ଶୀତଦିନେ ମଧ୍ୟ ପ୍ରଚୁର ମୂଳା ମିଳିଥାଏ । ପ୍ରଚୁର ପରିମାଣର ପୋଷଣ ତତ୍ତ୍ବରେ ଭରପୁର ମୂଳାକୁ କିଏ ସାଲାଡ଼ କରି ଖାଇବାକୁ ପସନ୍ଦ କରିଥାଏ ତ କିଏ ମୂଳା ପରଟା । ମୂଳାର ଆଚାର ମଧ୍ୟ ଅନେକଙ୍କୁ ପାଗଳ କରିଥାଏ । କିନ୍ତୁ ଏମିତି ମଧ୍ୟ ଅନେକ ଲୋକ ଅଛନ୍ତି ଯେଉଁମାନେ ମୂଳା ଖାଇବା ତ ଦୂରର କଥା ଦେଖିବାକୁ ବି ପସନ୍ଦ କରିନଥାନ୍ତି ।

ଆପଣ ଯଦି ଏହି ଗୋଷ୍ଠୀର ଅନ୍ତର୍ଭୁକ୍ତ ତାହେଲେ ଏହି ରିପୋର୍ଟ ନିଶ୍ଚୟ ପଢନ୍ତୁ ଓ ଜାଣନ୍ତୁ ମୂଳା ଶରୀର ପାଇଁ କେତେ ଲାଭଦାୟକ। ଏହା ଜାଣିବାପରେ ଆପଣ ମଧ୍ୟ ମୂଳାକୁ ନିଜ ଡ଼ାଏଟ୍ ପ୍ଲାନରେ ସାମିଲ କରିବାକୁ ବାଧ୍ୟ ହେବେ। ତେବେ ମୂଳା ସହିତ ଏହି ଦୁଇଟି ଜିନିଷ ଜମା ଖାଆନ୍ତୁ ନାହିଁ । ମୂଳା ସହିତ ଏହି ଦୁଇଟି ଜିନିଷ ଖାଇଲେ ଫାଇଦା ଠାରୁ ଅଧିକ କ୍ଷତିରେ ପଡ଼ିବେ। ଏପରିକି ଏହା ଜୀବନ ହାନୀର କାରଣ ମଧ୍ୟ ହୋଇପାରେ। ତେବେ ଆସନ୍ତୁ ପ୍ରଥମେ ଜାଣିବା ମୂଳା ଖାଇବା ଦ୍ବାରା କ’ଣ ଲାଭ ମିଳିଥାଏ।

ପୌଷ୍ଟିକ ଗୁଣରେ ସମୃଦ୍ଧ ମୂଳା ଆମ କିଡ୍‌ନୀକୁ ସୁସ୍ଥ ରଖିଥାଏ। ଶରୀରରେ ଥିବା ଟକ୍ସିକ୍ ଜିନିଷ ବା ବିଷାକ୍ତ ଜିନିଷକୁ ଏହା ବାହାର କରିବାରେ ସହାୟକ ହୋଇଥାଏ। ଏଥିପାଇଁ ମୂଳାକୁ ନ୍ୟାଚୁରାଲ କ୍ଲିଞ୍ଜର ବୋଲି ମଧ୍ୟ କୁହା ଯାଇଥାଏ। ଏହା ଆମ ତନ୍ତୁକୁ ସୁସ୍ଥ ରଖିଥାଏ। ମୂଳାରୁ ପ୍ରଚୁର ପରିମାଣର ଫାଇବର ମିଳିଥାଏ। ତେଣୁ କୋଷ୍ଠ କାଠିନ୍ୟ ରୋଗରେ ପିଡ଼ୀତ ଲୋକଙ୍କ ପାଇଁ ଏହା ରାମବାଣ ସଦୃଶ୍ୟ ହୋଇଥାଏ।

କେହି ଯଦି ଅଗ୍ନିମାନ୍ଦ୍ୟ ବା ଭୋକ ନ ଲାଗିବା ଭଳି ରୋଗରେ ପିଡ଼ୀତ, ତାହା ହେଲେ ମୂଳା ରସରେ ଅଦାରସ ମିଶାଇ ପାନ କଲେ ଏହି ସମସ୍ୟା ତୁରନ୍ତ ଦୂର ହୋଇଥାଏ। ପେଟ ଜନିତ ଯେକୌଣସି ରୋଗ ପାଇଁ ମଧ୍ୟ ଏହା ବେଶ ଫଳପ୍ରଦ ହୋଇଥାଏ।

ଯଦି ଆପଣଙ୍କ ପେଟ ଭାରିଭାରି ଲାଗୁଥାଏ ତା ହେଲେ ମୂଳା ରସରେ ଲୁଣ ମିଶାଇ ପିଆନ୍ତୁ ଆପଣଙ୍କୁ ତୁରନ୍ତ ଆରାମବୋଧ ହେବ । ଯେଉଁମାନେ ଲିଭର ସମସ୍ୟାରେ ପଡ଼ିଛନ୍ତି ସେମାନେ ମୂଳାକୁ ନିଶ୍ଚୟ ଡ଼ାଏଟ୍ ପ୍ଲାନରେ ସାମିଲ କରିବା ଜରୁରୀ । ମୂଳା ଆମ ଲିଭରକୁ ସୁସ୍ଥ ରଖିବା ସହ ଏହାର ସଞ୍ଚାଳନକୁ ସନ୍ତୁଳିତ କରିଥାଏ ।

ଉଚ୍ଚରକ୍ତଚାପ ରୋଗୀଙ୍କ ପାଇଁ ମଧ୍ୟ ମୂଳା ଲାଭପ୍ରଦ । ଆଣ୍ଟି ହାଇପରଟେନ୍‌ସିଭ୍ ଗୁଣରେ ଭରପୁର ମୂଳା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ମୂଳାରେ ପର୍ଯ୍ୟାପ୍ତ ପରିମାଣର ପୋଟାସିୟମ ରହିଥାଏ । ଫଳରେ ଏହା ଆମ ଶରୀରର ସୋଡ଼ିୟମ-ପୋଟାସିୟମ ପରିମାଣକୁ ସନ୍ତୁଳିତ କରି ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ।

ଆଖି ହଳଦିଆ ପଡ଼ିଯାଇଥିବା ରୋଗୀଙ୍କ ପାଇଁ ଏହା ରାମବାଣ ସଦୃଶ୍ୟ ହୋଇଥାଏ । ଏହି ରୋଗୀମାନେ ନିଜ ଡ଼ାଏଟ୍‌ରେ ନିଶ୍ଚୟ ସଜ ମୂଳା ରଖିବା ଜରୁରୀ । ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ମୂଳା ବିଶେଷ ଲାଭଦାୟକ ହୋଇଥାଏ।

ତେବେ ମୂଳା ସହିତ କଲରା ଖାଇବା ସମ୍ପୁର୍ଣ୍ଣ ବର୍ଜନୀୟ । କଲରା ଖାଇବାର ଅନୂନ୍ୟ ୨୪ ଘଣ୍ଟା ମଧ୍ୟରେ ମୂଳା ଖାଇବା ଅନୁଚିତ । ଏହା କରିବା ଦ୍ବାରା ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ସୃଷ୍ଟି ହୋଇପାରେ । ହୃଦଜନିତ ସମସ୍ୟା ମଧ୍ୟ ଦେଖା ଦେଇପାରେ।

ସେହିଭଳି ମୂଳା ସହିତ ସନ୍ତରା ଖାଇବା ମଧ୍ୟ ଉଚିତ୍ ନୁହେଁ । ମୂଳା ଓ ସନ୍ତରା ଖାଇବା ମଧ୍ୟରେ ଅନୂନ୍ୟ ୧୨ ଘଣ୍ଟାର ଅନ୍ତର ରଖିବା ଆବଶ୍ୟକ । ଏହାକୁ ମିଶାଇ ଖାଇଲେ ବିଷାକ୍ତ ହେବାର ସମସ୍ୟା ରହିଥାଏ।