Tea on Empty Stomach: ସକାଳୁ ଖାଲି ପେଟରେ 'ଚା' ପିଉଛନ୍ତି କି? ଜାଣିନିଅନ୍ତୁ ଏହାର ନକରାତ୍ମକ ପ୍ରଭାବ...
Advertisement

Tea on Empty Stomach: ସକାଳୁ ଖାଲି ପେଟରେ 'ଚା' ପିଉଛନ୍ତି କି? ଜାଣିନିଅନ୍ତୁ ଏହାର ନକରାତ୍ମକ ପ୍ରଭାବ...

Health News in Odia: ‘ଚା’ ଏହାର ଗୁରୁତ୍ବ କିଏ ବୁଝା ବା ନ ବୁଝନ୍ତୁ ଆମ ଦେଶରେ କିନ୍ତୁ ‘ଚା’ର ଚାହିଦା ବେଶ ରହିଛି । ଘରକୁ ଅତିଥି ଆସିଲେ, ଅଫିସରେ କାମର ମନ ନ ଲାଗିଲେ, ମାଣ୍ତ ଫ୍ରେସ କରିବାକୁ ଚାହୁଁଥିଲେ ଲୋକେ ସର୍ବ ପ୍ରଥମେ ‘ଚା’କୁ ହିଁ ବାଛିଥାଆନ୍ତି । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଯେଉଁ  ‘ଚା’କୁ ଆପଣ ଏତେ ପସନ୍ଦ କରୁଛନ୍ତି ତାହା ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ସାବ୍ୟସ୍ଥ ହୋଇପାରେ। 

Tea on Empty Stomach: ସକାଳୁ ଖାଲି ପେଟରେ 'ଚା' ପିଉଛନ୍ତି କି? ଜାଣିନିଅନ୍ତୁ ଏହାର ନକରାତ୍ମକ ପ୍ରଭାବ...

Health News in Odia: ‘ଚା’ ଏହାର ଗୁରୁତ୍ବ କିଏ ବୁଝା ବା ନ ବୁଝନ୍ତୁ ଆମ ଦେଶରେ କିନ୍ତୁ ‘ଚା’ର ଚାହିଦା ବେଶ ରହିଛି । ସକାଳୁ ଉଠିବାଠାରୁ ଆରମ୍ଭ କରି ରାତିରେ ଶୋଇବା ଯାଏଁ ଲୋକେ ‘ଚା’ ପିଉଥିବାର ଦେଖିବାକୁ ମିଳିଥାଏ । କେତେକ ଲୋକ ତ ସକାଳୁ ଉଠିବା ଲାଗି ‘ଚା’ର ସାହାରା ନେଇଥାଆନ୍ତି ଆଉ କେତେକ ଲୋକେ ତ ପ୍ରତି ଘଣ୍ଟାଏରେ ଥରେ ‘ଚା’ ପିଇବାକୁ ପସନ୍ଦ କରିଥାଆନ୍ତି । ଘରକୁ ଅତିଥି ଆସିଲେ, ଅଫିସରେ କାମର ମନ ନ ଲାଗିଲେ, ମାଣ୍ତ ଫ୍ରେସ କରିବାକୁ ଚାହୁଁଥିଲେ ଲୋକେ ସର୍ବ ପ୍ରଥମେ ‘ଚା’କୁ ହିଁ ବାଛିଥାଆନ୍ତି । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଯେଉଁ  ‘ଚା’କୁ ଆପଣ ଏତେ ପସନ୍ଦ କରୁଛନ୍ତି ତାହା ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ସାବ୍ୟସ୍ଥ ହୋଇପାରେ । ଆଉ ଯଦି ଆପଣ ଖାଲି ପେଟରେ ‘ଚା’ପିଉଛନ୍ତି ତ ଏହାର ପ୍ରଭାବ ସିଧା ଆପଣଙ୍କ ପେଟ ଉପରେ ପଡ଼ିଥାଏ । ଆସନ୍ତୁ ଜାଣିବା ଖାଲି ପେଟରେ ‘ଚା’ପିଇବା ଦ୍ବାରା କଣ ସବୁ କ୍ଷତି ହୋଇଥାଏ ।

ଖାଲି ପେଟରେ ପିଅନ୍ତୁ ନାହିଁ କ୍ଷୀର ‘ଚା’
ପ୍ରାୟତଃ ଲୋକଙ୍କର ସକାଳୁ ଉଠି ପ୍ରଥମେ ‘ଚା’ ପିଇବାର ଅଭ୍ୟାସ ରହିଛି । କିନ୍ତୁ ଏଭଳି କରୁଥିବା ଲୋକେ ଜାଣିରଖିବା ଦରକାର ଯେ, ଏହା କରିବା ଦ୍ବାରା ଶରୀରରେ ବିଶେଷ କ୍ଷତି ହୋଇଥାଏ । ଏପରି କରିବା ଦ୍ବାରା ଆପଣ ଅଧିକ ଚିଡ଼ଚିଡ଼ା ହେବା ସହ ଭାରାକ୍ରାନ୍ତ ଅନୁଭବ କରିବେ । ସକାଳୁ ଉଠି ‘ଚା’ ବଦଳରେ ଆପଣ ଗ୍ରୀନ୍ ଟି(Green Tea) ପିଇପାରିବେ ।

କମ ଭୋକ ଲାଗିଥାଏ
କେବଳ ଏତିକି ନୁହେଁ  କ୍ଷୀର ‘ଚା’ ଭଳି କଳା ‘ଚା’ ମଧ୍ଯ ସ୍ବାସ୍ଥ୍ୟ ପକ୍ଷେ ଭଲ ହୋଇନଥାଏ । ଏହାଦ୍ବାରା ଶରୀରରେ ଫୁଲିବା ଭଳି ସମସ୍ୟା ଦେଖାଦେଇଥାଏ । ଅଧିକ ମାତ୍ରାରେ କଳା ‘ଚା’ ପିଇବା ଦ୍ବାରା ଭୋକ କମ୍ ହୋଇଥାଏ ।

ଲିଭର ଉପରେ ପଡି଼ଥାଏ ପ୍ରଭାବ
‘ଚା’ ପିଇବା ଦ୍ବାରା ଏହାର ସିଧା ପ୍ରଭାବ ଲିଭର (Lever Problems) ଉପରେ ପଡ଼ିଥାଏ । ଆଉ ଯଦି ଆପଣ ଖାଲି ପେଟରେ ‘ଚା’ ପିଉଛନ୍ତି ତାହାଲେ ଏହା ଲିଭରରେ ଥିବା ପିତ୍ତ ରସକୁ ସକ୍ରିୟ କରିଥାଏ, ଯେଉଁଥି ପାଇଁ ଆପଣ ‘ଚା’ ପିଇବା ମାତ୍ରେ ନର୍ଭସ ଅନୁଭବ କରିବା ଆରମ୍ଭ କରନ୍ତି । ଖାଲି ଏତିକି ନୁ଼ହେଁ ଏହା ଦ୍ବାରା ଅସ୍ଥିରତା ମଧ୍ଯ ଦେଖାଦେଇଥାଏ ।

କଡା଼ ‘ଚା’ ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ
ଆପଣ ଦେଖିଥିବେ କେତେକ ଲୋକେ କଡ଼ା ‘ଚା’ ପିଇବାକୁ ଅଧିକ ପସନ୍ଦ କରିଥାଆନ୍ତି । କିନ୍ତୁ ଜାଣିରଖିବା ଉଚିତ୍ ଯେ, ପେଟରେ ହାଇଡ଼୍ରୋକ୍ଲୋରିକ୍ ଏସିଡ଼( Hydrochloric Acid) ସୃଷ୍ଟି ହୋଇଥାଏ ।  ଏହାଦ୍ବାରେ ପେଟରେ ଘା ହୋଇଥାଏ । କେବଳ ଏତିକି ନୁହେଁ ଯଦି ସଠିକ୍ ସମୟରେ ଏହାର ଚିକିତ୍ସା କରାନଯାଏ ତାହାଲେ ଏହାଦ୍ବାରା ଅଲସର(Ulcers) ଭଳି ସମସ୍ୟା ଦେଖାଦେଉଥାଏ ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। 

Also Read: Horoscope Today: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର

Also Read: ରାହୁ ବୁଧଙ୍କ ମହାସଂଯୋଗ: ଏହି ୫ଟି ରାଶି ଉପରେ ବର୍ଷିବ ଧନ, ବଢିବ ଯଶ, ମାନ