• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha LifeStyle and Others
  • /ନୂଆ ପ୍ରେମିକାଙ୍କ ପ୍ରେମରେ ଲଭଗୁରୁ

ନୂଆ ପ୍ରେମିକାଙ୍କ ପ୍ରେମରେ ଲଭଗୁରୁ

ହିତେଶାଙ୍କ ପ୍ରେମରେ ପଡ଼ିଲେ ଅଶ୍ୱିନ୍

Edited ByZee Odisha Desk
Published: Sep 17, 2020, 05:11 PM IST|Updated: Sep 17, 2020, 06:47 PM IST
joinshare
ନୂଆ ପ୍ରେମିକାଙ୍କ ପ୍ରେମରେ ଲଭଗୁରୁ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Top 10 News: ୧୪ଜଣ OAS ଅଫିସରଙ୍କୁ ପଦନ୍ନୋତି, କାଲି ମିଳିବ ସିଏମ୍-କିଷାନ ଟଙ୍କା ଓ ଅନ୍ୟ ଖବର

    Top 10 News: ୧୪ଜଣ OAS ଅଫିସରଙ୍କୁ ପଦନ୍ନୋତି, କାଲି ମିଳିବ ସିଏମ୍-କିଷାନ ଟଙ୍କା ଓ ଅନ୍ୟ ଖବର

    2

    ସରକାରୀ ପାଣ୍ଠି ଆତ୍ମସାତ କରି ପୂର୍ବତନ ପିଇଓ ଏବଂ ପୂର୍ବତନ ସରପଞ୍ଚ ଗିରଫ !

    3

    ୱାର୍ଲ୍ଡ କପ୍ ୨୦୨୭ ଖେଳିବେ ରୋହିତ ଶର୍ମା! BCCI ଲଗାଇଲା ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ...

    4

    Janmashtami 2026: ଜନ୍ମାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତି

    5

    କକରୋଚ୍ ଜନତା ପାର୍ଟିରେ ଫାଟ! ଗଠନ ହେଲା ‘CJP-ଡେମୋକ୍ରାଟିକ୍’, କମିଟି ଚୟନକୁ ନେଇ ମନୀଷ ବ୍ରହ୍ମଭଟ

    ସୌଭାଗ୍ୟ ରଞ୍ଜନ ମିଶ୍ର, ନୂଆଦିଲ୍ଲୀ: ଯୁବପିଢିଙ୍କୁ ପ୍ରେମର ଫର୍ମୁଲା ବାଣ୍ଟୁଥିବା ଅଶ୍ୱିନ୍ ପଡ଼ିଛନ୍ତି ପ୍ରେମରେ । ନୂଆ ପ୍ରେମିକାଙ୍କ ପ୍ରେମରେ ଲଭଗୁରୁ ଅଶ୍ୱିନ। ତାଙ୍କ ପ୍ରେମିକାଙ୍କୁ ଖୁସି କରିବାକୁ କହୁଛନ୍ତି 'ଜହ୍ନ ମାମୁଁର ଭାଣିଜି ତୁ'। 

    ପ୍ରକୃତରେ ରିୟଲ୍ ନୁହେଁ ରିଲ୍ ଲାଇଫରେ ହିତେଶାଙ୍କୁ ଭଲପାଇଛନ୍ତି ଲଭଗୁରୁ ଅଶ୍ୱିନ୍ । ଆଉ ଏହାକୁ ନେଇ ତିଆରି ହୋଇଛି ଏକ ସୁମଧୁର ଗୀତ, ନବେ ଦଶକରେ ତିଆରି ହେଉଥିବା ଗୀତକୁ ଦୃଷ୍ଟିରେ ରଖି ଠିକ୍ ସେହିପରି ଢଙ୍ଗରେ ଏହି ଗୀତଟିକୁ ଏବେର ଯୁବପିଢିଙ୍କ ପାଇଁ ଚିତ୍ରଣ କରିଛନ୍ତି ନିର୍ଦ୍ଦେଶକ ରାଜେନ୍ଦ୍ର ମହନ୍ତ, ଗୀତିକାର ବାପୁ ଗୋସ୍ୱାମୀଙ୍କ ଏହି ଗୀତଟିକୁ ଦମଦାର ଭାବେ ଗାଇଛନ୍ତି ଆପଣଙ୍କ ପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ଓ ଜୌତିର୍ମୟୀ।

    ସେହିପରି କ୍ରିଏଟିଭ ହେଡ଼ ମାନସ କୁମାର ସାହୁ ଗୀତଟିକୁ ବେଶ୍ ସୁନ୍ଦର ଭାବରେ ଚିତ୍ରଣ କରିଥିବା ବେଳେ କୋରିଓଗ୍ରାଫି କରିଛନ୍ତି ସଜନ୍ନ ମିଶ୍ର ଓ କାର୍ଯ୍ୟକାରୀ ନିର୍ଦ୍ଦେଶକ ଦେବଦତ୍ତ ବିଶ୍ୱାଳ ଓ ଜାପାନୀ ଭାଇଙ୍କ ନିର୍ଦ୍ଦେଶନା ଭୁମିକା ଗୀତଟିକୁ ଅଧିକ ସୁନ୍ଦର କରିପାରିଛି । ସବୁଠୁ ବଡ଼କଥା ହେଉଛି କୌଣସି ବାହାର ସ୍ଥାନ ନୂହେଁ ବରଂ ଖୋର୍ଦ୍ଧାର କିଛି ଅଞ୍ଚଳରେ ଗୀତଟିର ସୁଟିଂ କରାଯାଇଥିବା ଜଣାପଡିଛି । ଏହାସହ ଉଭୟ ହିତେସା ଏବଂ ଅଶ୍ୱିନଙ୍କ ଯୋଡ଼ି ଗୀତଟିକୁ ଆହୁରି ରୋମାଞ୍ଚକର କରିଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ହିତେଶା ସିରିୟଲରେ ଅଭିନୟ କରୁଥିବା ବେଳେ ମଲ୍ଟିଟ୍ୟାଲେଣ୍ଟେଡ୍ ଅଶ୍ୱିନ୍ ଏହି ଗୀତରେ ପ୍ରଥମଥର ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି ।

    ତେବେ ଦଶହରା ବଜାରକୁ ଦୃଷ୍ଟିରେ ରଖି ଗୀତଟିକୁ ତିଆରି କରାଯାଇଥିଲେ ମଧ୍ୟ ଏବେଠୁ ଏହାର ଅଡିଓ ପାଖାପାଖି ୩୦ଲକ୍ଷ ଲୋକଙ୍କ ମନ ଜିତିସାରିଲାଣି । ୪ମିନିଟ୍ ୩୦ସେକେଣ୍ଡ ଅବଧିର ଏହି ଗୀତଟି ୧୮ ସେପ୍ଟେମ୍ୱରରେ ମୁକ୍ତିଲାଭ କରିବ ଏବଂ ଏହାର ଭିଡିଓ ଦର୍ଶକଙ୍କ ହୃଦୟକୁ ନିଶ୍ଚେ ଜିତିବ ବୋଲି ଟିମ୍ ଆଶା ରଖିଛି ।

     

    Add Zee News as a Preferred Source
    TAGS:
    Aswin Tripathy
    Hitesha
    Ollywood
    Ollywood News
    Odisha news
    Musical Video
    bhubaneswar news