Mahadhan Rajyog 2023: ଆଜିଠୁ ଏହି ତିନି ରାଶିରେ ଲାଗିଲା ଲଟେରୀ, ନୂଆ ଚାକିରି ସାଙ୍ଗକୁ ମିଳିବ ପୁଳା ପୁଳା ଟଙ୍କା!
Advertisement
Article Detail0/zeeodisha/odisha1680676

Mahadhan Rajyog 2023: ଆଜିଠୁ ଏହି ତିନି ରାଶିରେ ଲାଗିଲା ଲଟେରୀ, ନୂଆ ଚାକିରି ସାଙ୍ଗକୁ ମିଳିବ ପୁଳା ପୁଳା ଟଙ୍କା!

Mahadhan Rajyog 2023 News In Odia: ବୃହସ୍ପତି ନିଜର ଗତି ପରିବର୍ତ୍ତନ କରିବାକୁ ପ୍ରାୟ ୧୮ ମାସ ସମୟ ନିଏ । ବୃଷ ରାଶିରେ ଶୁକ୍ରଙ୍କ ଗମନାଗମନ ସହିତ ମହାଜନ ରାଜଯୋଗ (Mahadhan Rajyog 2023) ମଧ୍ୟ ଆରମ୍ଭ ହୋଇଛି । ତେବେ, ଆଜି (Mahadhan Rajyog 2023) ମହାଧନ ରାଜଯୋଗ ଆରମ୍ଭ ହେବା ଦ୍ବାରା ଏହି ତିନି ରାଶିରେ(3 zodiac signs) ଆର୍ଥିକ ସମସ୍ୟା ଦୂର ହେବା ସହ ମାନ ସମ୍ମାନ ଏବଂ ଯଶପ୍ରାପ୍ତ ହେବ । ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ। ତେବେ, ପଢନ୍ତୁ ପୁରା ରିପୋର୍ଟ । ଦେଖନ୍ତୁ ଏହି ତିନି ରାଶି ମଧ୍ୟରେ ଆପଣଙ୍କ ରାଶି ଅଛି କି ନାହିଁ ?

ସୌଜନ୍ୟ- ସୋସିଆଲ ମିଡ଼ିଆ

Mahadhan Rajyog 2023 News In Odia: ବୃହସ୍ପତିକୁ (Jupiter) ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସବୁଠାରୁ ପ୍ରଭାବଶାଳୀ ଗ୍ରହ ବୋଲି ବିବେଚନା କରାଯାଏ। ବୃହସ୍ପତି ଏହାର ନିଜର ଗତି ପରିବର୍ତ୍ତନ କରିବାକୁ ପ୍ରାୟ ୧୮ ମାସ ସମୟ ନିଏ । ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଯେତେବେଳେ ବୃହସ୍ପତି ଅନ୍ୟ ଏକ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରେ ସେତେବେଳେ ଶୁଭ କାର୍ଯ୍ୟ ଆରମ୍ଭ କରିବା ଉଚିତ୍ । ଏ-ପ୍ରିଲ୍ ୨୭ରୁ ଗୁରୁ ପୁଣିଥରେ ମେଷ ରାଶିକୁ ପ୍ରବେଶ କରିଛନ୍ତି । ମେଷ ରାଶିରେ ଗୁରୁଙ୍କ ପ୍ରବେଶ ଯୋଗୁଁ ମହାଜନ ରାଜଯୋଗ (Mahadhan Rajyog 2023)ଆରମ୍ଭ ହୋଇଛି।

 

ଏହା ସହିତ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ,ଶୁକ୍ର ଗ୍ରହଙ୍କ କିଛି ରାଶିରେ ଉପସ୍ଥିତ ଥିବା ଯୋଗୁଁ ସେହି ରାଶିର ଲୋକଙ୍କର ବିଳାସପୂର୍ଣ୍ଣ ଜୀବନ ସହିତ ଆର୍ଥିକ ସମସ୍ୟା ମଧ୍ୟ ଦୂର ହେବାର ସମ୍ଭାବନା ରହିଛି । ଅନ୍ୟପଟେ, ଯଦି ଶୁକ୍ର ଗ୍ରହ ଏକ ଶୁଭ ସ୍ଥିତିରେ ଥାଏ। ତେବେ ଧନ ଲାଭ ସହ ଐଶ୍ବର୍ଯ୍ୟ ପ୍ରାପ୍ତ ହୋଇଥାଏ । ବୃଷ ରାଶିରେ ଶୁକ୍ରଙ୍କ ଗମନାଗମନ ସହିତ ମହାଜନ ରାଜଯୋଗ (Mahadhan Rajyog 2023) ମଧ୍ୟ ଆରମ୍ଭ ହୋଇଛି । ତେବେ, (Mahadhan Rajyog 2023) ମହାଧନ ରାଜଯୋଗ ଆରମ୍ଭ ହେବା ଦ୍ବାରା  ଏହି ତିନି ରାଶିରେ(3 zodiac signs ) ଆର୍ଥିକ ସମସ୍ୟା ଦୂର ହେବା ସହ ମାନ ସମ୍ମାନ ଏବଂ ଯଶପ୍ରାପ୍ତ ହେବ ।

Also Read: Sidharth Routray: ମାଉଣ୍ଟ ଏଲବ୍ରସ ଗିରିଶୃଙ୍ଗ ଶିଖରରେ ସୁରଙ୍କ ପୁଅ, ଶହୀଦ ଦେବାଶିଷଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି

Also Read: Shocking News: ସରିଥିଲା ବିବାହ ପ୍ରସ୍ତୁତି, ବେଦୀକୁ ଯିବା ପୂର୍ବରୁ ଜୀବନ ହାରିଲା ବର

ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ:

ମେଷ:
ମେଷ ରାଶିରେ ବୃହସ୍ପତିର ଗମନାଗମନ ଏବଂ ବୃହସ୍ପତିର ବୃଦ୍ଧି ସହିତ ମହାଜନ ରାଜଯୋଗ ଗଠନ ହୋଇଛି। ଯାହା ଦ୍ବାରା ମେଶ ରାଶିର ଲୋକମାନେ ଏହାର ସର୍ବାଧିକ ଲାଭ ପାଇବେ। ସେମାନଙ୍କର ଧନ ଏବଂ ସମ୍ପତ୍ତିର ଲାଭ ପାଇବା ସହିତ କ୍ୟାରିୟରରେ ମଧ୍ୟ ବେଶ ସଫଳତା ପାଇବେ। ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି। ଏହା ସହିତ, ସେମାନଙ୍କୁ କର୍ମକ୍ଷେତ୍ରରେ ନୂତନ ଦାୟିତ୍ବ ମଧ୍ୟ ମିଳିପାରେ।  ଏହିପରି ଦିର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ମଧ୍ୟ ଖୁବଶିଘ୍ର ସମାଧାନ ହୋଇଯିବା ।ଏହି ସମୟରେ ନୂଆ ଚାକିରୀ ପାଇବାର ମଧ୍ୟ ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ପ୍ରତି ସର୍ବାଧିକ ଧ୍ୟାନ ଦେବା ଉଚିତ୍ । ଏହାସହ ଏହି ସମୟରେ ନୂତନ କାର୍ଯ୍ୟ ସହ ନୂତନ ବ୍ୟବସାୟ ମଧ୍ୟ ଆରମ୍ଭ କଲେ ଆଶାତିତ ସଫଳତା ଆପଣଙ୍କୁ ମିଳିବ ।  

କର୍କଟ:
କର୍କଟ ରାଶିର ଲୋକମାନେ ମହାଧନ ରାଜଯୋଗର(Mahadhan Rajyog 2023) ଲାଭ ପାଇବେ। ଏହି ରାଶିର ଲୋକମାନଙ୍କୁ ନୂତନ ଚାକିରୀର ଯୋଗ ରହିଛି । ଦିର୍ଘ ଦିନ ଧରି ଲାଗିଥିବା କୋର୍ଟ କଚେରୀ ମାମଲାର ମଧ୍ୟ ସମାଧାନ ହେବ । କେଉଁଆଡୁ ହଠାତ୍ ଅର୍ଥଲାଭର ମଧ୍ୟ ଯୋଗ ରହିଛି ।  କ୍ୟାରିଅରରେ ମଧ୍ୟ ଭଲ ସଫଳତା ପାଇବେ। ପଦୋନ୍ନତିର ସମ୍ଭାବନା ରହିଛି । ଆପଣର ଆୟବୃଦ୍ଧି ମଧ୍ୟ ହେବ । ତେବେ ଶନିଙ୍କ କୋପ କର୍କଟ ରାଶି ଉପରେ ଥିବାରୁ ଏହି ରାଶିର ଲୋକେ ସ୍ବାସ୍ଥ୍ୟଗତ ସମସ୍ୟାରେ କିଛି ଦିନ ଧରି ଘାଣ୍ଟି ହେବେ । ଏଭଳି ପରିସ୍ଥିତିରେ ସେମାନଙ୍କୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । କର୍ମକ୍ଷେତ୍ରରେ ଏକ ବଡ ପଦବୀ ଆପଣଙ୍କୁ ପ୍ରାପ୍ତ ହୋଇପାରେ। 

ଧନୁ ରାଶି : ଆଜିଠାରୁ ଧନୁ ରାଶିରେ  ମହାଧନ ରାଜଯୋଗର ପ୍ରଭାବ ଆରମ୍ଭ ହୋଇଛି । ଏହି ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ଥିବାରୁ ବିବାହ ପାଇଁ ଭଲ ଯୋଗ ଆରମ୍ଭ ହୋଇଛି ।  ଚାକିରୀ କ୍ଷେତ୍ରରେ ପଦୋନ୍ନତି ମିଳିବାର ମଧ୍ୟ ସମ୍ଭାବନା ରହିଛି । ଏହାସହ ନୂତନ ଚାକିରୀ ମଧ୍ୟ ମିଳିପାରେ।
ବୃହସ୍ପତି ଧନୁ ରାଶିରେ ଚତୁର୍ଥ ଘରେ ଥିବାରୁ ଆର୍ଥିକ ସମସ୍ୟା ଦୂର ହେବ । ଏଭଳି ସ୍ଥିତିରେ ଆପଣଙ୍କୁ ବ୍ୟବସାୟରେ ଯଥେଷ୍ଟ ସଫଳତା ପ୍ରାପ୍ତ ହେବା ସହ ନୂଆ ଯୋଜନାକୁ ମଧ୍ୟ ଆପଣ ଏହି ସମୟରେ କାର୍ଯ୍ୟକାରୀ କରିପାରନ୍ତି । 

(Disclaimer: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୈଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)