Shocking News: ସରିଥିଲା ବିବାହ ପ୍ରସ୍ତୁତି, ବେଦୀକୁ ଯିବା ପୂର୍ବରୁ ଜୀବନ ହାରିଲା ବର
Advertisement
Article Detail0/zeeodisha/odisha1680586

Shocking News: ସରିଥିଲା ବିବାହ ପ୍ରସ୍ତୁତି, ବେଦୀକୁ ଯିବା ପୂର୍ବରୁ ଜୀବନ ହାରିଲା ବର

Shocking News In Odia: ବିବାହ ବେଦୀକୁ ଯିବା ପୂର୍ବରୁ ଜୀବନ ହାରିଲା ବର ।  କିଛି ସମୟ ପରେ ରୀତି ନୀତି ଭିତରେ ବର କନ୍ୟାଙ୍କ ହାତଗଣ୍ଠି ବି ପଡ଼ିଥାନ୍ତା ଓ ବିବାହ ସମ୍ପନ୍ନ ହୋଇଥାନ୍ତା । ତେବେ, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଅଘଟଣ ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି । ତେବେ, ସମ୍ପୃକ୍ତ ଯୁବକଙ୍କର ଅନ୍ୟ କୌଣସି ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଛି । 

 

ସୌଜନ୍ୟ- ସୋସିଆଲ ମିଡ଼ିଆ

Shocking News In Odia: ବାହାଘର (wedding) ପାଇଁ ସଜେଇ ହୋଇଥିଲା ବାହା ବେଦି ,ସବୁ କିଛି ପ୍ରସ୍ତୁତି ବି ଶେଷ ହୋଇଥିବା ।  ବର(groom) ଘର ପାଖରେ ପହଞ୍ଚିଥିଲେ ବରଯାତ୍ରୀ। ବ୍ୟାଣ୍ତ ବାଜା ବି ରେଡି ଥିଲେ କନ୍ୟା ଘରେ ପହଞ୍ଚିବା ପାଇଁ । କିଛି ସମୟ ପରେ ରୀତି ନୀତି ଭିତରେ ବର କନ୍ୟାଙ୍କ ହାତଗଣ୍ଠି ବି ପଡ଼ିଥାନ୍ତା ଓ ବିବାହ ସମ୍ପନ୍ନ ହୋଇଥାନ୍ତା । ହେଲେ ଏହାରି ଭିତରେ ଘଟିଗଲା ଏକ ବଡ ଅଘଟଣ । କନ୍ୟା ଘରେ ପହଞ୍ଚିବା ପୂର୍ବରୁ ଜୀବନ ହାରିଲା ବର(chhattisgarh groom ) । ଘର ନିକରେ ଥିବା  ଏକ ଗଛରେ ବେକରେ ରଶି ଲଗାଇ ଝୁଲି ପଡିଥିଲା ବର । ଏଭଳି ଘଟଣା ଘଟିଛି ଚଣ୍ତିଗଡର (chhattisgarh)ସାକି ଜିଲ୍ଲାରେ(Sakti District) । ତେବେ, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଅଘଟଣ ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି । 

ସୂଚନା ଅନୁସାରେ, ଚଣ୍ତିଗଡ ସାକି ଜିଲ୍ଲାରେ(Sakti District)  ଜେଜେପୁର ଥାନା ଅଞ୍ଚଳର ଭୋତିଡିହ ଗାଁର ଗଜାଧର ବିଶ୍ବକର୍ମା । ମଙ୍ଗଳବାର (ମେ ୨)ରେ ତାଙ୍କର ବାହାଘର ଥିଲା । ନିକଟସ୍ତ ଗାଁରେ ପରିବାର ଲୋକଙ୍କ ସହଯୋଗରେ ତାଙ୍କର ବିବାହ ପ୍ରସ୍ତାବ ଠିକ୍ ହୋଇଥିଲା ।  ବାହାଘର ପାଇଁ ସଜେଇ ହୋଇଥିଲା ଗଜାଧରଙ୍କ ପୁରା ଘର । ଘରେ ବନ୍ଧୁ ବାନ୍ଧବଙ୍କ ଭିଡ ମଧ୍ୟ ଲାଗିଥିଲା । ଭୋଜିଭାତରେ ମହ ମହ ବାସୁଥିଲା ଖଣ୍ତମଣ୍ତଳ । ଗଜାଧରଙ୍କ ବାହାଘର ପାଇଁ ମଙ୍ଗଳବାର ଦିନ ସଂନ୍ଧ୍ୟାରେ ଘର ପାଖରେ ପହଞ୍ଚିଥିଲେ ବରଯାତ୍ରୀ । ଗଜାଧର ମଧ୍ୟ ସେରଓ୍ବାନୀ ଓ ବାହାଘର ମୁକୁଟ ପିନ୍ଧି ସାରିଥିଲେ । କିଛି ସମୟ ପରେ ବରଯାତ୍ରୀ ନେଇ କନ୍ୟା ଘରେ ପହଞ୍ଚିଥାନ୍ତି । 

Also Read: Sidharth Routray: ମାଉଣ୍ଟ ଏଲବ୍ରସ ଗିରିଶୃଙ୍ଗ ଶିଖରରେ ସୁରଙ୍କ ପୁଅ, ଶହୀଦ ଦେବାଶିଷଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି

Also Read: Chaturgrahi Yoga in Chandragrahan: ୧୨ ବର୍ଷପରେ ଚନ୍ଦ୍ରଗ୍ରହଣରେ ସୃଷ୍ଟି ହେଉଛି ମହାସଂଯୋଗ, ଏହି ସବୁ ରାଶି ଉପରେ ହେବ ଧନବର୍ଷା

ହେଲେ କନ୍ୟା ଘରକୁ ଯିବା ପୂର୍ବରୁ ଗଜାଧର ପରିସ୍ରା ଯିବା ବାହାନା କରି ଘରୁ ବାହାରକୁ ଯାଇଥିଲେ । ଏବଂ ଘର ନିକଟରେ ଥିବା ଜଙ୍ଗଲରେ ରଶି ଲଗାଇ ଝୁଲି ପଡିଥିଲେ। ପରେ ବର ଗଜାଧରଙ୍କୁ ଖୋଜା ପଡିଥିଲା। ଘର ନିକଟରେ ଥିବା ଜଙ୍ଗଲରେ ଏକ ଗଛରେ ଫାଶି ଲଗାଇ ଝୁଲି ପଡିଥିବା ଦେଖିବାକୁ ପାଇଥିଲେ ଗାଁ ଲୋକେ । ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ପୋର୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ୍ କହିଛି । ତେବେ, କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହା ଏପର୍ଯ୍ୟନ୍ତ ଜଣାପଡିନି । ପୋଲିସ୍ ଘଟଣାକୁ ନେଇ ଛାନଭିନ୍ ଆରମ୍ଭ କରିଛି । ତେବେ, ସମ୍ପୃକ୍ତ ଯୁବକଙ୍କର ଅନ୍ୟ କୌଣସି ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଛି । 

Also Read: Bank Holiday: ମେ' ମାସରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ, ସାରି ନିଅନ୍ତୁ ସମସ୍ତ କାର୍ଯ୍ୟ

Also Read: Accident News: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ନିଶ୍ଚିହ୍ନ ହୋଇଗଲା ଗୋଟିଏ ପରିବାର, ହୃଦୟ ବିଦାରକ ଥିଲା ଦେଢବର୍ଷ ଶିଶୁର ମୃତ୍ୟୁ