Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2418567

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1-Ganesh Puja: ଆଜି ପବିତ୍ର ଗଣେଶ ଚତୁର୍ଥୀ । ଏ ନେଇ ଚଳଚଞ୍ଚଳ ପୁରପଲ୍ଲୀ । ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ଗାଁ ଓ ସହରର ଗଳିକନ୍ଦିରେ ପୂଜା ପାଉଛନ୍ତି ଗଣପତି । ଗଣପତିଙ୍କ ମନ୍ତ୍ରଧ୍ବନିରେ ଗୁଞ୍ଜରିତ ହେଉଛି ଚତୁର୍ଦିଗ । ସେପଟେ, ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେରେ ଗଣେଶ ପୂଜାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ପୁରୀ ନୀଳାଦ୍ରି ବିଚରେ ଏକ ସୁନ୍ଦର ବାଲୁକା ଚିତ୍ରକଳା ପ୍ରସ୍ତୁତ କରି ସୁଦର୍ଶନ ବାଲୁକା ଚିତ୍ରକଳା ମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।

2-Nuakhai 2024: ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଖାଇ । ସେଥିପାଇଁ ପଶ୍ଚିମ ଓଡିଶାରେ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ନୁଆଖାଇ ପାଇଁ ବରଗଡ଼ ସହର ହୋଇଉଠିଛି ଉତ୍ସବ ମୁଖର । ଦୋକାନ ବଜାର ସବୁଆଡ଼େ ଲାଗିଛି ଲୋକଙ୍କ ଭିଡ଼ ।

3-Vande Bharat Express: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ରାଜ୍ୟବାସୀଙ୍କ ରେଳ ମନ୍ତ୍ରଣାଳୟର ବଡ଼ ଭେଟି। ଖୁବଶିଘ୍ର ରାଜ୍ୟରେ ଗଡିବାକୁ ଯାଉଛି ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ୍ । ଆସନ୍ତା ୧୫ ତାରିଖରେ ବ୍ରହ୍ମପୁର-ଟାଟା ନଗର ମଧ୍ୟରେ ଏହି ଟ୍ରେନ୍ ଚଳାଚଳର ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନ୍ ଚଳାଚଳକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।  ଏହି ଟ୍ରେନ୍ ସହ ଓଡି଼ଶାରେ ମୋଟ୍ ୪ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଗଡ଼ିବ।

4-Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ କେନ୍ଦ୍ରୀୟ ଓ ସଂଲଗ୍ନ  ଉତ୍ତର ବଙ୍ଗୋପସାଗର ଉପରେ ରହିଛି।  ଆସନ୍ତା ସୋମବାର ଏହା ଅବପାତ ରୂପ ନେବ। ଲଘୁଚାପ ପ୍ରଭାବରେ ଶନିବାର ରାଜ୍ୟର କିଛି ସ୍ଥାନରେ ନିର୍ଧୁମ୍ ବର୍ଷା ହେବ। ଗଞ୍ଜାମ, ଗଜପତି, ରାୟଗଡା,ପୁରୀ, ଖୋର୍ଦ୍ଧା, କୋରାପୁଟ୍ , ମାଲକାନଗିରି ଓ ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି, ଆଜି  ବାଲେଶ୍ବର, ଭଦ୍ରକ,ଯାଜପୁର,କେନ୍ଦ୍ରାପଡା, କଟକ , ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ , ଗଜପତି, ଗଂଜାମ, ମୟୂରଭଂଜ, କେନ୍ଦୁଝର, ଦେବଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲାରେ ଘଡ଼ଘଡି ସହ ବର୍ଷା ହୋଇପାରେ। 

5-Agni-4 ballistic missile:ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-୪ର ସଫଳ ଉତକ୍ଷେପଣ କଲା ଭାରତ । ଭାରତ ଶୁକ୍ରବାର ମଧ୍ୟମ ଦୂରତା ବିଶିଷ୍ଟ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-୪ର ସଫଳ ଉତକ୍ଷେପଣ କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ର ବିବୃତି ଅନୁଯାୟୀ, ଏହାକୁ ଓଡ଼ିଶାର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ଉତକ୍ଷେପଣ କରାଯାଇଛି । ଏହି ଉତକ୍ଷେପଣ ଏହାର ପରିଚାଳନାଗତ ଏବଂ ବୈଷୟିକ ମାନଦଣ୍ଡପୂରଣ କରିଛି ।

 
6-Hathras Accident News: ଶୁକ୍ରବାର ସନ୍ଧ୍ୟାରେ ଉତ୍ତରପ୍ରଦେଶ ହାଥରସରେ ଏକ ବଡ଼ ସଡ଼ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ ଭାରସ୍ୟାମ ହରାଇ ଅନ୍ୟ ଏକ ଗାଡିକୁ ଧକ୍କା ଦେବା ଫଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିସହ ୧୫ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଆମ୍ୱୁଲାନ୍ସ ଯୋଗେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି ।

7-Textile Plant To Be Set Up In Bhadrak: ଭଦ୍ରକରେ ପ୍ରତିଷ୍ଠା ହେବ ଟେକ୍ସଟାଇଲ ପାର୍କ। ପ୍ଲାଣ୍ଟର ବାୟୋ ପ୍ରଡକ୍ଟ ଭଦ୍ରକ ଟେକ୍ସଟାଇଲ ପାର୍କରେ ବ୍ୟବହାର କରାଯିବ। ଆଇଓସିଏଲ ସହ ମିଳିତ ଭାବେ ଏହି କାମ ହେବ। ଏଥିସହ ପାରାଦ୍ଵୀପରେ ମେଗା ଫିଡ୍ କ୍ରାକର୍ ପ୍ଲାଣ୍ଟ ମଧ୍ୟ ପ୍ରତିଷ୍ଠା ହେବ ବୋଲି ବିଧାନସଭାରେ ବିବୃତ୍ତି ରଖିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ। 

8-Jammu & Kashmir elections: କାଶ୍ମୀରରେ ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ ଉପରେ ହିନ୍ଦୁ ମହାସଭାରେ କ୍ରୋଧିତ ରହିଛି। ରାହୁଲ ଗାନ୍ଧୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ପଞ୍ଜିକରଣ କରିବାକୁ ମହାସଭା ଦାବି କରିଛି। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ କାଶ୍ମୀରର LG କୁ ଜଣେ ରାଜା ବୋଲି କହିଥିଲେ ଓ ସେଠାରେ ଥିବା ସମ୍ପତ୍ତି ଛଡ଼ାଇ ବାହାର ଲୋକଙ୍କୁ ଦେବା ବିଷୟରେ କହିଥିଲେ। ଏହି ବୟାନ ଅସାମ୍ବିଧାନିକ ଅଟେ।

9- Vinesh Phogat, Bajrang Punia join Congress: ୨୦୨୪ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି। ସମସ୍ତ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଏବଂ ନିଜର ଶକ୍ତି ବୃଦ୍ଧିରେ ବ୍ୟସ୍ତ ଅଛନ୍ତି। ଏହି କ୍ରମରେ କଂଗ୍ରେସ ଦଳ ରେସଲର ବିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ ଉପରେ ନିଜର ବାଜି ଲଗାଇଛି। ବଜରଙ୍ଗ ପୁନିଆ ଓ ବିନେଶ ଫୋଗାଟ ଶୁକ୍ରବାର ଦିନ କଂଗ୍ରେସରେ ଯୋଗ ଦେଇଛନ୍ତି।

10-Subhadra Yojna: ସୁଭଦ୍ରା ଯୋଜନା ନେଇ ଜନସାଧାରଣଙ୍କ ଭିତରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । କେଉଁଠି ଆବେଦନ ପାଇଁ ଲମ୍ବା ଲାଇନ ଲାଗୁଛି ତ ଆଉ କେଉଁଠି ଧସ୍ତାଧସ୍ତି ସ୍ଥିତି ଉପୁଜୁଛି । ତେବେ ଶୁକ୍ରବାର ଦିନ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତି ପରିଡା ଜନସାଧାରଣଙ୍କୁ ଅପିଲ କରିଛନ୍ତି ଯେ, ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ଶେଷ ତାରିଖ ଘୋଷଣା ହୋଇ ନାହିଁ । 17 ତାରିଖ ପରେ ମଧ୍ୟ ଆବେଦନ କରିବେ । ସେମାନେ ମଧ୍ୟ ସୁଭଦ୍ରା ଯୋଜନାରେ ସମାନ ଅନୁଦାନ ପାଇବେ ।