ବର୍ଷାଙ୍କୁ ଜାଗୃତିଙ୍କ ତେର୍ଚ୍ଛା ମାଡ!
2 Min Read : ରିତିମତ ଭାବେ ସେମାନେ ନିଜ ନିଜ ସୋସିଆଲ ମିଡିଆ ପୋଷ୍ଟକୁ (Social Media Post) ନେଇ ଲାଇମଲାଇଟକୁ ଆସୁଛନ୍ତି।
ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଅନୁଭବ ମହାନ୍ତି (Anubhav Mohanty) ଓ ଜାଗୃତି ଶୁକ୍ଲାଙ୍କ (Jagrati Shukla) ବନ୍ଧୁତ୍ୱ। ରିତିମତ ଭାବେ ସେମାନେ ନିଜ ନିଜ ସୋସିଆଲ ମିଡିଆ ପୋଷ୍ଟକୁ (Social Media Post) ନେଇ ଲାଇମଲାଇଟକୁ ଆସୁଛନ୍ତି। ବିଜେଡି ସାଂସଦ ଅନୁଭବ (Anubhav Mohanty), ପତ୍ନୀ ବର୍ଷାଙ୍କୁ କମ ଆଉ ଜାଗୃତିଙ୍କର ଅଧିକ ପ୍ରଶଂସା କରୁଥିବା ଏବେ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି। ସେଭଳି ଏକ ପୋଷ୍ଟ ଗୁରୁବାର ଅନୁଭବ ତାଙ୍କ ଫେସବୁକ ପେଜରେ କରିଥିଲେ। ଯାହାର ରି-ପ୍ଲାଏରେ ଲୋକସଭା ଟିଭି ଆଙ୍କର କେନ୍ଦ୍ରାପଡା ସାଂସଦଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।
ଅଧିକ ପଢନ୍ତୁ: ଟିକାକୁ ନେଇ ଆମେରିକାରୁ ଆସିଲା ଖୁସି ଖବର
ଗୁରୁବାର ସାଂସଦ ଅନୁଭବ ତାଙ୍କ ଫେସବୁକ ପେଜରେ ଜାଗୃତି ଓ ଅଶ୍ୱିନୀ ଦୁବେଙ୍କ ସହ ଏକ ଫଟୋ ପୋଷ୍ଟ କରିଥିଲେ। ସେ ସେଥିରେ, ଅଶ୍ୱିନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଜାଗୃତିଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ। ଆଉ ଜାଗୃତିଙ୍କୁ ତାଙ୍କର ଜଣେ ନିସ୍ୱାର୍ଥପର ଘନିଷ୍ଠ ବନ୍ଧୁ ବୋଲି କହିଥିଲେ।
ତେବେ ଅନୁଭବ ପୋଷ୍ଟ କରିବାର ପ୍ରାୟ ୪ ଘଣ୍ଟା ପରେ ଜାଗୃତି ତାର ପ୍ରତ୍ୟୁତ୍ତର ମଧ୍ୟ ଦେଇଛନ୍ତି। ସେ ସେଥିରେ ଅନୁଭବଙ୍କୁ ମହାମାନବ ଭାବେ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି। ଜାଗୃତି ଲେଖିଛନ୍ତି ଯେ, ଅନୁଭବ ଜୀ, ଆପଣଙ୍କର ଉତ୍ତମତା ଏବଂ ସଚ୍ଚୋଟତାକୁ ଧନ୍ୟବାଦ ଦେବା ପାଇଁ ମୋ ପାଖରେ ଶବ୍ଦ ନାହିଁ। ମୁଁ ଆପଣଙ୍କ ଶକ୍ତି ଏବଂ ଅସହାୟତାର ସାକ୍ଷୀ। ସମସ୍ତ ଅସୁବିଧା ବିରୁଦ୍ଧରେ ଲଢିବା ପାଇଁ ଆପଣଙ୍କୁ ଈଶ୍ୱର ସାହସ ଦେଇଛନ୍ତି। ଅନନ୍ତ ସତ୍ୟ ହେଉଛି - ଆପଣଙ୍କ ଭାଗ୍ୟ କେହି ଆପଣଙ୍କଠାରୁ ଛଡ଼ାଇ ନେଇ ପାରିବେ ନାହିଁ।
ଅଧିକ ପଢନ୍ତୁ: ନୂଆ ସଂସଦ ଭବନକୁ ନେଇ ଆରମ୍ଭ ହେଲା ରାଜନୀତି, ବିଜେପିକୁ ଘେରିଲା କଂଗ୍ରେସ
ଏହା ପରେ ଅନୁଭବଙ୍କୁ ସମ୍ବୋଧନ କରି ଜାଗୃତି ପୁଣି ଲେଖିଛନ୍ତି ଯେ, ଆପଣଙ୍କ ସହିତ ଅଶ୍ୱିନୀ ଜୀଙ୍କ ଭଳି ଲୋକ ଅଛନ୍ତି, ଯେଉଁମାନେ ତୁମ ସହିତ ପାହାଡ଼ ପରି ଦୃଢଭାବେ ଠିଆ ହୁଅନ୍ତି। ଆପଣଙ୍କର ପରିବାର ଓ ଲକ୍ଷ ଲକ୍ଷ ପ୍ରଶଂସକ ଆପଣଙ୍କ ସହିତ ଅଛନ୍ତି ଯେଉଁମାନେ ଆପଣଙ୍କୁ ନିଃସର୍ତ୍ତରେ ଭଲ ପାଆନ୍ତି। ହଁ ସେ ଯାହା ବି ହେଉନା କାହିଁକି ମୁଁ ମଧ୍ୟ ସବୁବେଳେ ଆପଣଙ୍କ ସହିତ ରହିବି!
ତେବେ ଜାଗୃତିଙ୍କ ଏଭଳି ପୋଷ୍ଟ ପାଠକଙ୍କ ମନରେ କିଛି ସନ୍ଦେହ ସୃଷ୍ଟି କରୁଛି। ବର୍ତ୍ତମାନ ଅନୁଭବ ନିଜ ପାରିବାରିକ ବିବାଦ ଭିତରେ ଛନ୍ଦି ହୋଇଛନ୍ତି। ମାମଲା କୋର୍ଟରେ ଅଛି। ଜାଗୃତିଙ୍କ ଲେଖାକୁ ଦେଖିଲେ ଲାଗୁଛି ଯେମିତି ସେ ଅନୁଭବଙ୍କ ସପକ୍ଷରେ ଠିଆ ହୋଇଛନ୍ତି। ଯେଉଁଥି ପାଇଁ ତାଙ୍କ ପୋଷ୍ଟରେ ଅଶ୍ୱିନୀଙ୍କ ନାଁ ନେଇଛନ୍ତି। ଅଶ୍ୱିନୀ ଦିଲ୍ଲୀ ହାଇକୋର୍ଟର ଓକିଲ, ଆଉ ସେ ହିଁ ଅନୁଭବଙ୍କ ମାମଲା ଲଢୁଛନ୍ତି।
ଅଧିକ ପଢନ୍ତୁ: କିଏ କିଣୁଛି ସମସ୍ତ କୋରୋନା ଟିକା
ଅନେକ ସମୟରେ ଅନୁଭବ ଓ ଜାଗୃତିଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର କମେଣ୍ଟ ଆସିଥାଏ। ଗୁରୁବାର ଅନୁଭବ ପୋଷ୍ଟ କରିଥିବା ଫଟୋ ସେହି ନିଆଁରେ ଘିଅ ଢାଳିବା ଭଳି କାମ କରିଛି। ଭାଇରାଲ ଫଟୋରେ ଅଶ୍ୱିନୀ ଗୋଟିଏ ସାଇଡ଼ରେ ଠିଆ ହୋଇଥିବା ବେଳେ ଅନୁଭବ ଓ ଜାଗୃତି ଅନ୍ୟ ସାଇଡ଼ରେ ଯୋଡ଼ି ହୋଇ ଠିଆ ହୋଇଛନ୍ତି। ଯାହାକୁ ଦେଖିଲେ ଲାଗୁଛି ଯେମିତି ସେମାନେ ବନ୍ଧୁ ନୁହଁନ୍ତି ଗୋଟିଏ କପଲ।