ନୂଆ ସଂସଦ ଭବନକୁ ନେଇ ଆରମ୍ଭ ହେଲା ରାଜନୀତି, ବିଜେପିକୁ ଘେରିଲା କଂଗ୍ରେସ
Advertisement
Article Detail0/zeeodisha/odisha804318

ନୂଆ ସଂସଦ ଭବନକୁ ନେଇ ଆରମ୍ଭ ହେଲା ରାଜନୀତି, ବିଜେପିକୁ ଘେରିଲା କଂଗ୍ରେସ

ଆ ସଂସଦର (New Parliament Building) ନିର୍ମାଣ ଆରମ୍ଭ ହେବା ପୂର୍ବରୁ ରାଜନୀତି ଜୋର ଧରିବାରେ ଲାଗିଲାଣି ।

ନୂଆ ସଂସଦ ଭବନକୁ ନେଇ ଆରମ୍ଭ ହେଲା ରାଜନୀତି, ବିଜେପିକୁ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ: ନୂଆ ସଂସଦର (New Parliament Building) ନିର୍ମାଣ ଆରମ୍ଭ ହେବା ପୂର୍ବରୁ ରାଜନୀତି ଜୋର ଧରିବାରେ ଲାଗିଲାଣି । ନିର୍ମାଣକୁ ନେଇ କଂଗ୍ରେସ (Congress) ବିଚଳିତ ହୋଇ ପଡ଼ିଥିବା ବେଳେ ବିଜେପିକୁ (BJP) ଘେରିବାକୁ ପ୍ରଚେଷ୍ଟା ଆରମ୍ଭ କରିଦେଲାଣି । ଏହି ପ୍ରସଂଗକୁ ଦେଶୀ ଓ ସ୍ୱଦେଶୀ ସହିତ ଯୋଡ଼ିବାକୁ ପ୍ରୟାସ ମଧ୍ୟ କରିଦେଇଛି । କଂଗ୍ରେସର ପ୍ରବକ୍ତା କହିଛନ୍ତି ଏହି ନୂଆ ସଂସଦ ନିର୍ମାଣ କରିବା ଅର୍ଥ ଶବ ସତ୍କାର ସମୟରେ ଡିଜେ ବଜାଇବା ସଦୃଶ ହେବାକୁ ଯାଉଛି । 

ସେହିପରି କଂଗ୍ରେସର (Congress) ବରିଷ୍ଠ ନେତା ଜୟରାମ ରମେଶ (Jayram Ramesh) ଟ୍ୱିଟ କରି ଏହି ପ୍ରସଂଗ ଉପରେ ଟିପ୍ପଣୀ ରଖିଛନ୍ତି । ସେ କହିଛନ୍ତି କି, ବ୍ରିଟିଶ (British Empire) ଦ୍ୱାରା ନିର୍ମିତ ଏହି ସଂସଦ ଭବନ ମଧ୍ୟପ୍ରଦେଶର (Madhyapradesh) ମୁରୈନାରେ (Morena) ଥିବା ଚୌଷଠୀ ଯୋଗିନୀ ମନ୍ଦିରର (Chousathijogini Temple) ପ୍ରତିକୃତି ଅନୁଯାୟୀ ନିର୍ମାଣ କରାଯାଇଥିଲା । ମାତ୍ର ଆଗକୁ ଯେଉଁ ଆତ୍ମନିର୍ଭର (Atmanirbhara Bharat) ଭାରତର ସଂସଦ ଭବନ ନିର୍ମାଣ ହେବାକୁ ଯାଉଛି ତାହା ଓ୍ୱାସିଂଟନ ଡିସିର (Washinton DC) ପେଣ୍ଟାଗନର (Pentagon) ପ୍ରତିକୃତି ସଦୃଶ ହୋଇଛି ବୋଲି ସେ ଉଲ୍ଲେଖ କରିଛନ୍ତି। 

 

ଜୟରାମ ରମେଶ (Jayram Ramesh) ତାଙ୍କ ଟ୍ୱିଟରେ ନୂଆ ଓ ପୁରୁଣା ସଂସଦ ଭବନର ଫଟୋ ସହିତ ଚୌଷଠି ଯୋଗୀନ ମନ୍ଦିର ଓ ପେଣ୍ଟାଗନର ଫଟୋକୁ ମଧ୍ୟ ସେୟାର କରିଛନ୍ତି । ସେହିପରି କଂଗ୍ରେସର ଅନ୍ୟତମ ପୁରୁଖା ନେତା ଜୟବୀର ସେରଗିଲ କହିଛନ୍ତି କି, ନୂଆ ବିଲ୍ଡିଂର ଭିତ୍ତି ପ୍ରସ୍ତର ସ୍ଥାପନ ନିଶ୍ଚିତ ଭାବେ ହୃଦୟବିଦାରକ ଦୃଶ୍ୟ । ବିବେକହୀନ କାର୍ଯ୍ୟ । ସମ୍ବେଦନଶୀଳ ଓ ଲଜ୍ଜାକର ଘଟଣା। ଏହି ଘଟଣା ସେହି ସମୟରେ ହେଉଛି, ଯେଉଁ ସମୟରେ ଦେଶ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛି ।  ଏଭଳି ସ୍ଥିତିରେ ଦେଶବାସୀଙ୍କୁ ଏଥିରୁ ମୁକାଳିବା ପରିବର୍ତ୍ତେ ଫାଲତୁ କାମ କରି ଦେଶବାସୀଙ୍କ ଚିନ୍ତା ବଢାଉଛି ବିଜେପି ବୋଲି ସେ କହିଛନ୍ତି । 

 

ସେରଗିଲ ଆହୁରି ମଧ୍ୟ କହିଛନ୍ତି ମହତ୍ତ୍ୱାକାଂକ୍ଷୀ ସେଣ୍ଟ୍ରାଲ ଭିସ୍ତା ପ୍ରୋଜେକ୍ଟ ଅଧିନରେ ଏହି କାର୍ଯ୍ୟ ହେବ ।  ତେବେ ଏହି ଯୋଜନା ଅଧିନରେ ନୂଆ ସଂସଦ ଭବନର ଭିତ୍ତିପ୍ରସ୍ତର ରଖିବା ଯାହା କୃଷକମାନଙ୍କ ଖାଇବା ଛଡ଼ାଇ ନେଇ ବ୍ୟାକେରୀ ଦୋକାନ ଖୋଲିବା ତାହା ବୋଲି ସେ ତାଙ୍କ ଟ୍ୱିଟର ପେଜରେ ଉଲ୍ଲେଖ କରିଛନ୍ତି । 

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୯୭୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ନୂତନ ସଂସଦ ଗୃହର ଭୂମି ପୂଜନ କରିଥିଲେ। ମୋଦି ସରକାରଙ୍କ ଏକ ଉଚ୍ଚାଭିଳାଷୀ ଯୋଜନା ମଧ୍ୟରୁ କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପରେ ରାଷ୍ଟ୍ରୀୟ ସଂସଦ ଭବନ ଏବଂ ଇଣ୍ଡିଆ ଗେଟ୍ ମଧ୍ୟରେ ସ୍ଥାନର ପୁନଃ ବିକାଶ ସାମିଲ ରହିଛି। ହିନ୍ଦୁ ରୀତିନୀତି ଅନୁଯାୟୀ ଭୁମି ପୂଜାନର ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।