MS Dhoni Web Series: ଧୋନିଙ୍କ ୱେବ୍ ସିରିଜ୍ ବିଜ୍ଞାନ ଓ କଳ୍ପନା ଉପରେ ଆଧାରିତ, ଯେଉଁଥିରେ ଏକ ରହସ୍ୟମୟ ଅଘୋରିର ଯାତ୍ରା ବିଷୟରେ ବର୍ଣ୍ଣନା କରାଯାଇଛି ।
Trending Photos
MS Dhoni Web Series: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି (MS Dhoni) ବୁଧବାର ଦିନ ନିଜର ଆଗାମୀ ଗ୍ରାଫିକ୍ ଉପନ୍ୟାସ 'ଅଥର୍ଭ: ଦି ଅରିଜିନ୍'ର ପ୍ରଥମ ଲୁକ୍ ଜାରି କରିଛନ୍ତି । ଧୋନି ନିଜ ଫେସବୁକ ହ୍ୟାଣ୍ଡେଲ ଜରିଆରେ ନିଜର ଆଗାମୀ ପୌରାଣିକ ୱେବ୍ ସିରିଜର ପ୍ରଥମ ଲୁକ୍ ଟିଜର (MS Dhoni Web Series) ସେୟାର କରିଛନ୍ତି । ଧୋନି ଏଣ୍ଟରଟେନମେଣ୍ଟ କମ୍ପାନୀ ଦ୍ୱାରା ୱେବ୍ ସିରିଜ୍ ପ୍ରସ୍ତୁତ କରାଯାଉଛି, ଯାହା ଧୋନି ଏବଂ ତାଙ୍କ ପତ୍ନୀ ସାକ୍ଷୀଙ୍କ ଦ୍ୱାରା ୨୦୧୯ ରେ ପ୍ରତିଷ୍ଠିତ ହୋଇଥିଲା ।
ଧୋନି ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, 'ମୋର ନୂତନ ଅବତାର 'ଅଥର୍ଭ' ଘୋଷଣା କରି ଖୁସି ଅନୁଭବ କରୁଛି ।' ଉଲ୍ଲେଖନୀୟ ବିଷୟ ହେଉଛି, ଏମଏସ ଧୋନି ନିଜ ନୂତନ ଗ୍ରାଫିକ୍ସ ଉପନ୍ୟାସରେ ଅଥର୍ଭ ଭାବରେ ନଜର ଆସୁଛନ୍ତି । ଧୋନିଙ୍କ ଏହି ଗ୍ରାଫିକ୍ ଉପନ୍ୟାସ ଲେଖକ ରମେଶ ଥାମିଲମାନି ଲେଖିଛନ୍ତି ।
ଧୋନିଙ୍କ ଦ୍ୱାରା ସେୟାର ହୋଇଥିବା ପ୍ରଥମ ଲୁକ୍ କ୍ଲିପରେ ଧୋନିଙ୍କୁ ଯୁଦ୍ଧକ୍ଷେତ୍ରରେ ଏକ ଆନିମେଟେଡ୍ ଅବତାରରେ ଦେଖିବାକୁ ମିଳେ । ଏହି କ୍ଲିପ୍ରେ ଧୋନି ରାକ୍ଷସ ସୈନ୍ୟ ବିରୁଦ୍ଧରେ ଲଢୁଥିବା ଦେଖିବାକୁ ମିଳୁଛି ।
ଧୋନିଙ୍କ ୱେବ୍ ସିରିଜ୍ ବିଜ୍ଞାନ ଫିକ୍ସେନ ଉପରେ ଆଧାରିତ । ପୁସ୍ତକଟି ଏକ ପୌରାଣିକ ବିଜ୍ଞାନ-କାହାଣୀ, ଯାହା ଏକ ରହସ୍ୟମୟ ଅଘୋରିର ଯାତ୍ରା ବିଷୟରେ ବର୍ଣ୍ଣନା କରେ ।ଆହୁରି ମଧ୍ୟ, ଏହି ୱେବ୍ ସିରିଜ୍ ମାଧ୍ୟମରେ ସମାଜରେ ଚାଲିଥିବା ବଡ଼ ପୁରାଣକୁ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ଏକ ପ୍ରୟାସ କରାଯାଇଛି ।
ଏହା ବି ପଢ଼ନ୍ତୁ: Attractive Zodiac Signs: ଏହି ୪ଟି ରାଶିର ଝିଅମାନଙ୍କ ଉପରେ ଅଧିକ ଆକର୍ଷିତ ହୋଇଥାନ୍ତି ପୁଅ
ଏହା ବି ପଢ଼ନ୍ତୁ: ଧରାପଡ଼ିଲା ଡ୍ରାଗନର ମିଛ! ଗାଲୱାନ୍ ସଂଘର୍ଷରେ ପ୍ରାଣ ହରାଇଥିଲେ ୩୮ ଜଣ ଚୀନ୍ ସୈନିକ