ରେଳବାଇ ଆଣିଲା ନୂଆ ନିୟମ! ବର୍ତ୍ତମାନ ଟ୍ରେନ୍ ଟିକେଟ୍ ବାତିଲ୍ ନକରି ବଦଳାଇ ପାରିବେ ଯାତ୍ରା ତାରିଖ
Advertisement
Article Detail0/zeeodisha/odisha977362

ରେଳବାଇ ଆଣିଲା ନୂଆ ନିୟମ! ବର୍ତ୍ତମାନ ଟ୍ରେନ୍ ଟିକେଟ୍ ବାତିଲ୍ ନକରି ବଦଳାଇ ପାରିବେ ଯାତ୍ରା ତାରିଖ

Indian Railways: ଅନେକ ଥର ଏପରି ହୋଇଥାଏ ଯେ ଆମେ ଟ୍ରେନ୍ ଟିକେଟ୍ ରିଜରଭେସନ କରି ଦେଇଥାଉ, କିନ୍ତୁ ହଠାତ ଆମର ଯାତ୍ରା କରିବାର ପ୍ଲାନ ବଦଳିଯାଏ I ଏପରି ପରିସ୍ଥିତିରେ ଟିକେଟ୍ ବାତିଲ୍ କରିବାକୁ ପଡେ ଓ କିଛି ଟଙ୍କା ମଧ୍ୟ କଟିଯାଇଥାଏ I କିନ୍ତୁ ରେଳବାଇ ଏହାକୁ ନେଇ ଆଉ ଏକ ବିକଳ୍ପ ସୁବିଧା ଆଣିଛି I

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର ଅଛି I  ଅନେକ ଥର ଏପରି ହୋଇଥାଏ ଯେ ଆମେ ଟ୍ରେନ୍ ଟିକେଟ୍ ରିଜରଭେସନ (Train ticket reservation) କରି ଦେଇଥାଉ, କିନ୍ତୁ ହଠାତ ଆମର ଯାତ୍ରା କରିବାର ପ୍ଲାନ ବଦଳିଯାଏ I ଏପରି ପରିସ୍ଥିତିରେ ଟିକେଟ୍ ବାତିଲ୍ କରିବାକୁ ପଡେ ଓ କିଛି ଟଙ୍କା ମଧ୍ୟ କଟିଯାଇଥାଏ I କିନ୍ତୁ ରେଳବାଇ (Indian Railways) ଏହାକୁ ନେଇ ଆଉ ଏକ ବିକଳ୍ପ ସୁବିଧା ଆଣିଛି I ରେଳବାଇର ନୂଆ ନିୟମ ଅନୁଯାୟୀ, ଆପଣ ଆପଣଙ୍କ ଟ୍ରେନ୍ ଯାତ୍ରାକୁ ''Preponed'' କିମ୍ବା 'Postponed' ମଧ୍ୟ କରିପାରିବେ I ଯଦି ଆପଣ ଚାହାଁନ୍ତି, ଆପଣ ଆପଣଙ୍କର ଯାତ୍ରାର ବୋର୍ଡିଂ ଷ୍ଟେସନ୍ ମଧ୍ୟ ପରିବର୍ତ୍ତନ କରିପାରିବେ I

ଏହିପରି ପରିବର୍ତ୍ତନ କରନ୍ତୁ ଯାତ୍ରା ତାରିଖ 
ଯାତ୍ରୀମାନେ ମୂଳ ବୋର୍ଡିଂ ଷ୍ଟେସନର ଷ୍ଟେସନ ମ୍ୟାନେଜରଙ୍କୁ ଲିଖିତ ଭାବରେ ଆପ୍ଲିକେସନ ଦେଇ କିମ୍ବା ଟ୍ରେନ ଛାଡିବାର ଅତି କମରେ 24 ଘଣ୍ଟା ପୂର୍ବରୁ ଏକ କମ୍ପ୍ୟୁଟରୀକରଣ ରିଜରଭେସନ କେନ୍ଦ୍ର ଭିଜିଟ କରି ଯାତ୍ରାର ବୋର୍ଡିଂ ଷ୍ଟେସନକୁ ପରିବର୍ତ୍ତନ କରିପାରିବେ  I ଏହି ସୁବିଧା ଉଭୟ ଅଫଲାଇନ୍ ଓ ଅନଲାଇନ୍ ଟିକେଟରେ ଉପଲବ୍ଧ I

ଅଧିକ ପଢ଼ନ୍ତୁ: ରାହୁଲ ଗାନ୍ଧୀଙ୍କ କେନ୍ଦ୍ରକୁ ଟାର୍ଗେଟ; କହିଲେ- 'GDP ର ଅର୍ଥ ହେଉଛି ଗ୍ୟାସ, ଡିଜେଲ-ପେଟ୍ରୋଲ....'

ଯାତ୍ରା ସମ୍ପ୍ରସାରିତ ହୋଇପାରିବ
ଯଦି ଆପଣ ଆପଣଙ୍କ ଯାତ୍ରାକୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି, ଅର୍ଥାତ୍ ଆପଣ ଯେଉଁ ଷ୍ଟେସନରୁ ଟିକେଟ୍ ବୁକ୍ ହୋଇଛି ସେହି ଷ୍ଟେସନକୁ ଯିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ କିମ୍ବା ବୁକ୍ ହୋଇଥିବା ଯାତ୍ରା ସମାପ୍ତ ହେବା ପରେ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କ ସହ ଯୋଗାଯୋଗ କରିବାକୁ ପଡିବ ଓ ସେମାନଙ୍କୁ ଭ୍ରମଣ ବିବରଣୀ ବିଷୟରେ ସୂଚନା ଦେବାକୁ ପଡିବ I

ଅଧିକ ପଢ଼ନ୍ତୁ: T20 World Cup: ୭ ସେପ୍ଟେମ୍ବରରେ ହେବ ଟିମ୍ ଇଣ୍ଡିଆର ଘୋଷଣା, ଶ'ଙ୍କ ସମେତ ୩ ଜଣ ଖେଳାଳି ରହିବେ ରିଜର୍ଭ!

କେବଳ ଥରେ ପରିବର୍ତ୍ତନ କରାଯାଇପାରିବ ଭ୍ରମଣ ତାରିଖ 
ଇଣ୍ଡିଆନ୍ ରେଳବାଇର ୱେବସାଇଟ୍ ଅନୁଯାୟୀ, ଷ୍ଟେସନ କାଉଣ୍ଟରରେ ବୁକ୍ ହୋଇଥିବା ଟିକେଟ୍ ଯାତ୍ରା ଦିନ ଥରେ ମାତ୍ର ''Preponed'' କିମ୍ବା 'Postponed' ହୋଇପାରିବ । ସିଟଗୁଡିକର ଉପଲବ୍ଧତା ନିଶ୍ଚିତ ହୋଇଛି କି RAC କିମ୍ବା ୱେଟିଂ ଲିଷ୍ଟ ତାରିଖ ପୂର୍ବରୁ ବୁକ୍ କିମ୍ବା ଆଗକୁ ବଢ଼ାଇବାକୁ ହେଲେ ଯାତ୍ରୀଙ୍କୁ ରିଜରଭେସନ କାର୍ଯ୍ୟାଳୟକୁ ଯାଇ ଟ୍ରେନ ଛାଡିବାର 48 ଘଣ୍ଟା ପୂର୍ବରୁ ଟିକେଟ୍ ସବିମିଟ କରିବାକୁ ପଡିବ । ମନେରଖନ୍ତୁ ଯେ ଏହି ସୁବିଧା କେବଳ ଅଫଲାଇନ୍ ଟିକେଟ୍ ପାଇଁ ଉପଲବ୍ଧ, ଅନଲାଇନ୍ ବୁକ୍ ହୋଇଥିବା ଟିକେଟରେ ଏହି ସୁବିଧା ଉପଲବ୍ଧ ହେବ ନାହିଁ । 

ଅଧିକ ପଢ଼ନ୍ତୁ: ICC Test Rankings: କୋହଲିଙ୍କୁ ପଛରେ ପକାଇଲେ ରୋହିତ, ଶୀର୍ଷରେ ପହଞ୍ଚିଲେ ଜୋ ରୁଟ୍

ଏହିପରି ବଦଳାଇ ପାରିବେ ଟ୍ରେନ୍ ଯାତ୍ରା ତାରିଖ
ଭାରତୀୟ ରେଳବାଇ ଏହାର ଯାତ୍ରୀମାନଙ୍କୁ ସୁବିଧା ଯୋଗାଇଥାଏ ଯେ ସେମାନେ ସେମାନଙ୍କର କନଫର୍ମ / RAC / ୱେଟିଂ ଟିକେଟ୍ ରେ ଯାତ୍ରା ତାରିଖ ପରିବର୍ତ୍ତନ କରିପାରିବେ । ଭାରତୀୟ ରେଳ ଅନୁଯାୟୀ, ଏହି ଟିକେଟ୍ ଉପରେ ଯାତ୍ରା ତାରିଖ ସମାନ ଶ୍ରେଣୀ / ଉଚ୍ଚ ଶ୍ରେଣୀକୁ କିମ୍ବା ନିର୍ଦ୍ଦିଷ୍ଟ ଶୁଳ୍କ ପ୍ରଦାନରେ ସମାନ ସ୍ଥଳକୁ ''Preponed'' କିମ୍ବା 'Postponed' ହୋଇପାରେ । ଏହା ବ୍ୟତୀତ ରେଳବାଇ ମଧ୍ୟ ଯାତ୍ରୀମାନଙ୍କୁ ସେମାନଙ୍କର ଯାତ୍ରା ବଢ଼ାଇବାକୁ, ଯାତ୍ରାର ବୋର୍ଡିଂ ଷ୍ଟେସନ ପରିବର୍ତ୍ତନ କରିବାକୁ ଓ ଏକ ଉଚ୍ଚ ଶ୍ରେଣୀରେ ଟିକେଟ୍ ନବୀକରଣ କରିବାକୁ ଅନୁମତି ଦେଇଥାଏ । ଏହି ସୁବିଧାଗୁଡ଼ିକ ମଧ୍ୟରୁ କେତେକ କେବଳ ଅଫଲାଇନ୍ ଟିକେଟ୍ ପାଇଁ ପ୍ରଯୁଜ୍ୟ ହୋଇଥିବାବେଳେ ଅନ୍ୟଗୁଡିକ ଉଭୟ ଅଫଲାଇନ୍ ଏବଂ ଅନଲାଇନ୍ ଟିକେଟ୍ ପାଇଁ ଉପଲବ୍ଧ ।