ICC Test Rankings: କୋହଲିଙ୍କୁ ପଛରେ ପକାଇଲେ ରୋହିତ, ଶୀର୍ଷରେ ପହଞ୍ଚିଲେ ଜୋ ରୁଟ୍
Advertisement
Article Detail0/zeeodisha/odisha977213

ICC Test Rankings: କୋହଲିଙ୍କୁ ପଛରେ ପକାଇଲେ ରୋହିତ, ଶୀର୍ଷରେ ପହଞ୍ଚିଲେ ଜୋ ରୁଟ୍

ICC Test Rankings: ଟିମ୍ ଇଣ୍ଡିଆର ଓପନର୍ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା (Rohit Sharma) ପ୍ରଥମ ଥର ପାଇଁ ବ୍ୟାଟିଂ ମାନ୍ୟତାରେ ଟପ୍-୫ ରେ ପହଞ୍ଚିଛନ୍ତି । ସେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି । ଏହା ମଧ୍ୟ ରୋହିତଙ୍କ କ୍ୟାରିୟରର ଶ୍ରେଷ୍ଠ ଟେଷ୍ଟ ମାନ୍ୟତା ।

(ଫାଇଲ ଫଟୋ)

ଦୁବାଇ: ଟେଷ୍ଟ ର଼୍ୟାଙ୍କିଙ୍ଗରେ ରୋହିତ ଶର୍ମା (Rohit Sharma) ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି । ସେ ପ୍ରଥମ ଥର ପାଇଁ ଟେଷ୍ଟ ର଼୍ୟାଙ୍କିଙ୍ଗରେ (ICC Test Rankings) ଟପ୍-୫ ରେ ପହଞ୍ଚିଛନ୍ତି । ସେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ (Virat Kohli) ପଛରେ ପକାଇ ଦେଇଛନ୍ତି । ଗୋଟିଏ ସ୍ଥାନ ଉପରକୁ ଉଠି ରୋହିତ ବର୍ତ୍ତମାନ ପଞ୍ଚମ ସ୍ଥାନରେ ପହଁଞ୍ଚିଛନ୍ତି । ଏଥି ସହିତ କୋହଲି ଗୋଟିଏ ସ୍ଥାନ ତଳକୁ ଖସି ଷଷ୍ଠ ନମ୍ବରରେ ପହଞ୍ଚିଛନ୍ତି । ଏମାନଙ୍କ ଛଡା ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ଟପ୍-୧୦ ର଼୍ୟାଙ୍କିଙ୍ଗରେ ନାହାଁନ୍ତି ।

ସର୍ବଶେଷ ଆଇସିସି ମାନ୍ୟତା (ICC Test Rankings) ସହ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ (Joe Root) ଶୀର୍ଷରେ ପହଞ୍ଚିଛନ୍ତି । ୬ ବର୍ଷ ପରେ ରୁଟ୍ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ଶୀର୍ଷରେ ପହଞ୍ଚିଛନ୍ତି । ସେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମସନଙ୍କୁ ପଛକୁ ପକାଇଦେଇଛନ୍ତି । ଭାରତ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ତିନୋଟି ମ୍ୟାଚରେ ରୁଟ୍ ୩ ଶତକ ସହ ୫୦୭ ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ହାରାହାରି ୧୨୭ ରହିଛି । ଏହି ସିରିଜ୍ ବର୍ତ୍ତମାନ ୧-୧ ରେ ବରାବର ରହିଛ । ହେଡିଙ୍ଗଲିରେ ଖେଳାଯାଇଥିବା ଟେଷ୍ଟରେ ରୋହିତ ଶର୍ମା ୧୯ ଓ ୫୯ ରନ ସ୍କୋର କରିଥିଲେ ।

ଅଧିକ ପଢ଼ନ୍ତୁ: ଭାରତ ସମେତ ଏହି ୧୩ ଟି ଦେଶ ତାଲିବାନକୁ ଦେଲେ 'ସର୍ତ୍ତମୂଳକ ମାନ୍ୟତା', ଦୂରତା ରକ୍ଷା କଲେ ଋଷ ଓ ଚୀନ୍

ପୂଜାରା ମଧ୍ୟ ୩ ଟି ସ୍ଥାନ ଉପରକୁ ଉଠିଛନ୍ତି
ହେଡିଙ୍ଗଲି ଟେଷ୍ଟର ଦ୍ୱିତୀୟ ଇନିଂସରେ ଚେତେଶ୍ୱର ପୂଜାରା ୯୧ ରନ୍ କରିଥିଲେ । ସେ ମଧ୍ୟ ତିନୋଟି ସ୍ଥାନ ଉପରକୁ ଉଠିଛନ୍ତି । ସେ ବର୍ତ୍ତମାନ ର଼୍ୟାଙ୍କିଙ୍ଗରେ ୧୫ ତମ ସ୍ଥାନରେ ପହଞ୍ଚିଛନ୍ତି । ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ମଧ୍ୟ ଶ୍ରେଷ୍ଠ ୧୦ ଜଣ ବୋଲରଙ୍କ ତାଲିକାରେ ସାମିଲ ହୋଇଛନ୍ତି । ସେ ଦଶମ ସ୍ଥାନରେ ଅଛନ୍ତି । ପୂର୍ବ ପରି ଆର ଅଶ୍ୱିନ୍ ଦ୍ୱିତୀୟ ନମ୍ବରରେ ଅଛନ୍ତି । ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ପୂର୍ବ ପରି ଶୀର୍ଷରେ ରହିଛନ୍ତି ।

ଅଧିକ ପଢ଼ନ୍ତୁ: PNB ଗ୍ରାହକମାନେ ପାଇବେ ବଡ଼ ଲାଭ, ବ୍ୟାଙ୍କ କଲା ଏହି ଘୋଷଣା, ଚେକ୍ କରନ୍ତୁ

ଜେମ୍ସ ଆଣ୍ଡରସନ୍ ମଧ୍ୟ ଟପ୍-୫ ରେ ଅଛନ୍ତି
ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଗୋଟିଏ ସ୍ଥାନ ଉପରକୁ ଉଠି ଶୀର୍ଷରେ ପହଞ୍ଚିଛନ୍ତି । ଅନ୍ୟପକ୍ଷରେ ଓଲି ରବିନ୍ସନ୍ ୯ ଟି ସ୍ଥାନ ଉପରକୁ ଉଠି ୩୬ ତମ ସ୍ଥାନକୁ ଓ ୭୩ ତମ ସ୍ଥାନରେ କ୍ରେଗ୍ ଓଭରଟନ ପହଞ୍ଚିଛନ୍ତି । ତୃତୀୟ ଟେଷ୍ଟରେ ଏହି ଦ୍ରୁତ ବୋଲର ମାନେ ଟିମ୍ ଇଣ୍ଡିଆକୁ ହରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଓ ଇଂଲଣ୍ଡ ଦଳ ଏହି ମ୍ୟାଚକୁ ଜିତି ନେଇଥିଲା ।