Health Tips: ଶୀତଦିନେ ଖାଆନ୍ତୁ ଏହି ଚାରୋଟି ଫଳ, ଶରୀରରେ ଦେଖାଦେବନି ଜଳୀୟ ଅଂଶର ଅଭାବ
Advertisement
Article Detail0/zeeodisha/odisha1438210

Health Tips: ଶୀତଦିନେ ଖାଆନ୍ତୁ ଏହି ଚାରୋଟି ଫଳ, ଶରୀରରେ ଦେଖାଦେବନି ଜଳୀୟ ଅଂଶର ଅଭାବ

Health Tips: ଶୀତଦିନ ସାଧାରଣତଃ ଅଧିକାଂଶ ଲୋକେ ପାଣି କମ୍ ପିଇଥାନ୍ତି । ଏଥିପାଇଁ ତ୍ବଚା ଶୁଷ୍କ ରହିବା ସହ ଓଠ ମଧ୍ୟ ଫାଠି ଥାଏ । ଆଉ କେତେକଙ୍କ ଶରୀରରେ ଜଳୀୟ ଅଂଶ ଅଭାବରୁ ଡିହାଇଡ୍ରେସନ୍ ସମସ୍ୟା ମଧ୍ୟ ଦେଖାଯାଏ । ତେବେ, ଏହାଦ୍ୱାରା ଅନେକ ଅସୁସ୍ଥ ହୋଇପଡନ୍ତି ।

ସୌଜନ୍ୟ : ସୋସିଆଲ ମିଡିଆ

Health Tips: ଶୀତଦିନ ସାଧାରଣତଃ  ଅଧିକାଂଶ ଲୋକେ ପାଣି କମ୍ ପିଇଥାନ୍ତି । ଏଥିପାଇଁ ତ୍ବଚା ଶୁଷ୍କ ରହିବା ସହ ଓଠ ମଧ୍ୟ ଫାଠି ଥାଏ । ଆଉ କେତେକଙ୍କ ଶରୀରରେ ଜଳୀୟ ଅଂଶ ଅଭାବରୁ ଡିହାଇଡ୍ରେସନ୍ ସମସ୍ୟା ମଧ୍ୟ ଦେଖାଯାଏ ।  ତେବେ, ଏହାଦ୍ୱାରା ଅନେକ ଅସୁସ୍ଥ ହୋଇପଡନ୍ତି ।  କୋଷ୍ଠ କାଠିନ୍ୟର ସମ୍ମୁଖୀନ ହେବା ଠାରୁ ଆରମ୍ଭ କରି ଚର୍ମ ସମସ୍ୟା ମଧ୍ୟ ଦେଖାଦେଇଥାଏ । ତେଣୁ, ଏଭଳି କିଛି ଫଳ ରହିଛି । ଯାହାକୁ ଶୀତଦିନେ ଖାଇବା ଦ୍ବାରା ଶରୀରରେ ଜଳୀୟ ଅଂଶ ବଢିବା ସହ ତ୍ବଚାରେ ଚମକ ମଧ୍ୟ ଆସିଥାଏ ।  

ଅଙ୍ଗୁର: ଏଥିରେ ଅଧିକ ଭିଟାମିନ୍ ସି ଥାଏ  । ଏବଂ ଏହା ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାର୍ଯ୍ୟ କରିଥାଏ । ଏହା କୋଲେଷ୍ଟ୍ରଲ, ଉଚ୍ଚ ରକ୍ତଚାପକୁ ମଧ୍ୟ ହ୍ରାସ କରିଥାଏ । ଶୋଇବା ପୂର୍ବରୁ ଆପଣ ଅଙ୍ଗୁର ଫଳ ରସ ପାଇପାରିବେ । ଏହି ଫଳରେ ୮୮ ପ୍ରତିଶତ ଜଳ ଥାଏ ।

ଡାଳିମ୍ବ: ଡାଳିମ୍ବ ଖାଇବା ଦ୍ବାରା ଶରୀ ଅଂଶରେ ଜଳୀୟ ଅଂଶ ବଢିଥାଏ । ଏଥିରେ ୨ ପ୍ରତିଶତ ପ୍ରୋଟିନ ଥିବା ବେଳେ ଏକ ପ୍ରତିଶତ ଫ୍ୟାଟ ଥାଏ । ଡାଳିମ୍ବର ଏକ ମଧ୍ୟମ ଅର୍ଦ୍ଧେକରେ ମାତ୍ର ୫୦ କ୍ୟାଲୋରୀ ସହିତ ୮୨ ପ୍ରତିଶତ ଜଳ ଥାଏ ।

ଏହାବି ପଢନ୍ତୁ : Vastu Tips: ଘରେ ଏହି ଜନିଷ ରଖିଲେ ହୁଏ ପ୍ରେମର ବର୍ଷା

ଏହାବି ପଢନ୍ତୁ : Health Tips: ଏହି ସବୁ ରୋଗ ପାଇଁ ରାମବାଣ ପାଣି ସିଙ୍ଗଡା,ଫାଇଦା ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ଏହାବି ପଢନ୍ତୁ : Health Tips: ଶୀତ ଦିନେ କେତେ ପରିମାଣର ପାଣି ପିଇବା ଆବଶ୍ୟକ ? ଶରୀରରେ ଜଳର ଅଂଶ କମିଲେ ହୋଇପାରେ ଘାତକ ରୋଗ

କମଳା: ଏହି ଫଳରେ ୮୬ ପ୍ରତିଶତ ଜଳ ଥାଏ । କମଳା ଶରୀରକୁ ପ୍ରଚୁର ପରିମାଣରେ ଭିଟାମିନ୍ ସି ଯୋଗାଇବାରେ ସାହାଯ୍ୟ କରିଥାଏ । ଏଥିରେ କ୍ୟାଲୋରୀରେ କମ୍ ଥାଏ । ଏବଂ ଏହା ବେଶ ପୁଷ୍ଟିକର ଅଟେ । 

ସପୁରୀ  : ସପୁରୀରେ ୮୦ ପ୍ରତିଶତରୁ ଅଧିକ ଜଳ ଥାଏ । ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଥାଏ ଏବଂ ଏଥିରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଯାହା ହଜମ ପ୍ରକ୍ରିୟାରେ ସାହାର୍ଯ୍ୟ କରିଥାଏ । ଶିତଦିନେ ସପୁରୀ ହାତପାହାନ୍ତାରେ ମିଳିଥାଏ । ଯାହାକୁ ବିଭିନ୍ନ ବର୍ଗର ଲୋକେ ଖାଇପାରିବେ। 

ସେଓ : ସେଓରେ ଜଳର ମାତ୍ରା ୮୦-୮୫ ପ୍ରତିଶତ ରହିଛି । ଏଥିରେ ସୋଡିୟମ୍, ଏବଂ ଚର୍ବିରେ କମ୍, ଏବଂ କୋଲେଷ୍ଟ୍ରୋଲ୍ କମ୍ କରିବାରେ ସାହାଯ୍ୟ କରେ । ସେଓରେ ଭିଟାମିନ୍ ସି ଏବଂ ଫାଇବରର ଏକ ଉତ୍ତମ ଉତ୍ସ ବୋଲି କହିପାରିବା । ପ୍ରତିଦିନ ଗୋଟିଏ ସେଓ ଖାଇଲେ ଆପଣଙ୍କ ଠାରେ ଜଳୀୟ ଅଂଶ କମିବ ନାହିଁ ।