Toothpaste Side Effects: ଆପଣ କରୁଛନ୍ତି ଏପରି ଟୁଥପେଷ୍ଟ ବ୍ୟବହାର, ହୋଇପାରେ କ୍ୟାନସର ରୋଗର କାରଣ?
Advertisement
Article Detail0/zeeodisha/odisha2290726

Toothpaste Side Effects: ଆପଣ କରୁଛନ୍ତି ଏପରି ଟୁଥପେଷ୍ଟ ବ୍ୟବହାର, ହୋଇପାରେ କ୍ୟାନସର ରୋଗର କାରଣ?

Toothpaste Side Effects: ବଜାରରେ ବିଭିନ୍ନ ସୁଗନ୍ଧ ଓ ସ୍ୱାଦ ସହିତ ଅନେକ ଟୁଥପେଷ୍ଟ ଉପଲବ୍ଧ। ଆପଣଙ୍କୁ ଦିନସାରା ସତେଜ ରଖିବାକୁ ଦାବି କରୁଥିବା ଟୁଥପେଷ୍ଟ ମଧ୍ୟ  ଆପଣଙ୍କ ପାଟି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। 

 

Toothpaste Side Effects

Toothpaste Side Effects: ଆମେ ସମସ୍ତେ ଟୁଥପେଷ୍ଟରୁ ଆମର ଦିନ ଆରମ୍ଭ କରିଥାଉ। ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ସ୍ୱାଦ ଅନୁଯାୟୀ ଟୁଥ୍ ପେଷ୍ଟ ସହିତ ବ୍ରଶ୍ କରିବାକୁ ପସନ୍ଦ କରନ୍ତି। ଲୋକଙ୍କ ପସନ୍ଦ ଏବଂ ବଢ଼ୁଥିବା ଚାହିଦା ଅନୁଯାୟୀ, ବଜାରରେ ବିଭିନ୍ନ ସୁଗନ୍ଧ ଓ ସ୍ୱାଦ ସହିତ ଅନେକ ଟୁଥପେଷ୍ଟ ଉପଲବ୍ଧ। ଆପଣଙ୍କୁ ଦିନସାରା ସତେଜ ରଖିବାକୁ ଦାବି କରୁଥିବା ଟୁଥପେଷ୍ଟ ମଧ୍ୟ  ଆପଣଙ୍କ ପାଟି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ହଁ ଆଜ୍ଞା ପୂର୍ବରୁ ଅନେକ ଥର ଗବେଷଣାରେ ପ୍ରକାଶ ପାଇଛି ଯେ ଟୁଥପେଷ୍ଟ ପାଟିରେ ଆଲର୍ଜି କିମ୍ବା କର୍କଟ ରୋଗ ସୃଷ୍ଟି କରିପାରେ।

ଯଦିଓ ଟୁଥପେଷ୍ଟ ଦ୍ୱାରା ହୋଇଥିବା କ୍ଷତିର କାରଣ ଅଲଗା ହୋଇପାରେ। ତେଣୁ, ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆପଣ କେଉଁ ପ୍ରକାରର ଟୁଥପେଷ୍ଟ ବ୍ୟବହାର କରୁଛନ୍ତି ଓ ଏଥିରେ କେଉଁ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ? ସମସ୍ତେ ଏହା ବିଷୟରେ ଜାଣିବା ଜରୁରୀ। ତେବେ ଆସନ୍ତୁ ଜାଣିବା ଟୁଥପେଷ୍ଟ କିପରି କର୍କଟ ରୋଗ ସୃଷ୍ଟି କରିପାରେ?

କହିରଖୁଛୁ ଯେ ସୋଡିୟମ୍ ଲୌରିଲ୍ ସଲଫେଟ୍ ହେଉଛି ଏକ ପ୍ରମୁଖ କମ୍ଫାଉଣ୍ଡ ଯାହା ପେଷ୍ଟକୁ ମୋଟା କରିବାରେ ସାହାଯ୍ୟ କରେ। ଆହୁରି ମଧ୍ୟ ଏହା ସହଜରେ ବ୍ୟବହାର କରିବାକୁ ସକ୍ଷମ ହୋଇଥାଏ। ଏହାର ବ୍ୟବହାର ସାବୁନରେ ଫେଣ ତିଆରି କରିବା ପରି। SLS ର କାମ ହେଉଛି ଫୋମ୍ ତିଆରି କରି ଦାନ୍ତ ସଫା କରିବା। ଅଧିକାଂଶ ନିର୍ମାତା ସୋଡିୟମ୍ ଲୌରିଲ୍ ସଲଫେଟ୍ ବ୍ୟବହାର କରି ଟୁଥପେଷ୍ଟ ପ୍ରସ୍ତୁତ କରନ୍ତି। ଅନ୍ୟ ବିକଳ୍ପ ତୁଳନାରେ ଏହାର ବ୍ୟବହାର କରିବା ଶସ୍ତା ଏବଂ ସୁବିଧାଜନକ ଅଟେ। ବାସ୍ତବରେ, SLS ଧାରଣ କରିଥିବା ଟୁଥପେଷ୍ଟ ଲୋକଙ୍କ ପାଟି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏହାର କାରଣ ଏହା ଦାନ୍ତ ସଫା କରିବାରେ ବିଶେଷ ଅବଦାନ ଦେଇନଥାଏ।

SLS ଟୁଥପେଷ୍ଟ ସାଇଡ୍ ଇଫେକ୍ଟସ୍ 
ଅଲସର୍- ସୋଡିୟମ୍ ଲୌରିଲ୍ ସଲଫେଟ୍ ଥିବା ଟୁଥପେଷ୍ଟ ପାଟିରେ ଫେଣ ତିଆରି କରିପାରେ କିନ୍ତୁ ଜୀବାଣୁ ମାରିବାରେ ଏହା ସାହାଯ୍ୟକାରୀ ନୁହେଁ। ଗବେଷଣାରେ ଏହା ସ୍ପଷ୍ଟ ହୋଇଛି ଯେ SLS ଅଲସର ହେବାର ଆଶଙ୍କା ସୃଷ୍ଟି କରେ। ଏହାର ବ୍ୟବହାର ପାଟିର ପ୍ରଥମ ସ୍ତରକୁ ନଷ୍ଟ କରିପାରେ, ଯାହା ଦ୍ୱାରା ପାଟିରେ ଅଲସର ମଧ୍ୟ ହୋଇପାରେ।

ଆଲର୍ଜି- ସୋଡିୟମ୍ ଲୌରିଲ୍ ସଲଫେଟ୍ ଧାରଣ କରିଥିବା ଟୁଥପେଷ୍ଟ କାରଣରୁ ପାଟିରେ ଆଲର୍ଜି ହେବାର ଆଶଙ୍କା ଥାଏ। ଏପରି ପରିସ୍ଥିତିରେ ପାଟି ଭିତରେ କୁଣ୍ଡେଇ ହେବା ଏବଂ ଭିତରର ସ୍କିନ୍ ଫାଟିଯିବା ସାଧାରଣ ହୋଇଯାଏ। ଏପରିକି SLS ଧାରଣ କରିଥିବା ଟୁଥପେଷ୍ଟରେ ହରମୋନ୍ ଅସନ୍ତୁଳନ ହୋଇପାରେ।

ପାଟିରୁ ଦୁଃଗନ୍ଧ- SLS ଧାରଣ କରିଥିବା ଟୁଥପେଷ୍ଟ ମଧ୍ୟ ପାଟିରୁ ଦୁଃଗନ୍ଧ ବାହାରିବାର କାରଣ ହୋଇପାରେ। କେବଳ ଏତିକି ନୁହେଁ SLS ଧାରଣ କରିଥିବା ଟୁଥପେଷ୍ଟ ଯୋଗୁଁ ପାଟି ଘା’, ପାଟିରେ ଶୁଷ୍କତା ଓ ପାଟିରେ ଚର୍ମ ଫାଟିଯାଏ।

କ୍ୟାନସର ରୋଗ ସୃଷ୍ଟି କରେ ଟୁଥପେଷ୍ଟ!
ନିଜର ଏକ ଗବେଷଣାରେ ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ସୂଚନା ଦେଇଛି ଯେ ଟୁଥପେଷ୍ଟ କର୍କଟ ରୋଗ ହେବାର ଆଶଙ୍କା ରହିଛି। ଅବଶ୍ୟ, ଏହା ପଛର କାରଣ ସୋଡିୟମ୍ ଲୌରିଲ୍ ସଲଫେଟ୍ (SLS) କମ୍ଫାଉଣ୍ଡ ନୁହେଁ ବରଂ ଟ୍ରାଇକ୍ଲୋସାନ୍ କମ୍ଫାଉଣ୍ଡ ପାଇଁ ଦାୟୀ। ଏପରି ଟୁଥ୍ ପେଷ୍ଟ ଯେଉଁଥିରେ ଟ୍ରାଇକ୍ଲୋସାନ୍ କମ୍ଫାଉଣ୍ଡ ବ୍ୟବହାର କରାଯାଇ ତିଆରି କରାଯା,ଏ ତାହା ଶରୀରରେ କ୍ୟାନସର ରୋଗ ସୃଷ୍ଟି କରେ।

ଗବେଷଣା ଅନୁଯାୟୀ, ଟ୍ରାଇକୋସାନ ଶରୀରରେ କ୍ୟାନସର ସୃଷ୍ଟି କରୁଥିବା ଫେକ୍ଟରକୁ ସକ୍ରିୟ କରିଥାଏ। ଏପରି ପରିସ୍ଥିତିରେ କ୍ୟାନସର ହୋଇପାରେ। ଡାକ୍ତରଙ୍କ ଅନୁଯାୟୀ, ଟ୍ରାଇକୋସାନ ଅନ୍ତନଳୀରେ ଭଲ ବ୍ୟାକ୍ଟେରିଆର କ୍ଷତି ଘଟାଏ ଏବଂ ତା’ପରେ କ୍ୟାନସର ହେବାର ଆଶଙ୍କା ହୋଇପାରେ।