Advertisement
Article Detail0/zeeodisha/odisha1652622
Zee OdishaOdisha LifeStyle and OthersPotato Side Effects: ବେଶି ଆଳୁ ଖାଉଥିଲେ ହୋଇଯାଆନ୍ତୁ ସାବଧାନ, ନହେଲେ ଭୋଗିପାରନ୍ତି ଏହିସବୁ ସମସ୍ୟା!

Potato Side Effects: ବେଶି ଆଳୁ ଖାଉଥିଲେ ହୋଇଯାଆନ୍ତୁ ସାବଧାନ, ନହେଲେ ଭୋଗିପାରନ୍ତି ଏହିସବୁ ସମସ୍ୟା!

Potato side effects: ଆଳୁ ଏମିତି ପରିବା ଅଟେ ଯାହା ସବୁ ପ୍ରକାର ତରକାରୀରେ ବ୍ୟବହାର କରାଯାଇଥାଏ । ତେବେ ବହୁ ଲୋକେ ଆଳୁ ଖାଇବାକୁ ଭଲ ପାଆନ୍ତି । ତେବେ ଅତ୍ୟଧିକ ଆଳୁ ଖାଇବା ଦ୍ବାରା ଶରୀରରେ ଅନେକ ସମସ୍ୟା ହୋଇଥାଏ । 

ସୌ(ସୋସିଆଲ ମିଡିଆ)
ସୌ(ସୋସିଆଲ ମିଡିଆ)

Potato side effects: ଆଳୁ ଏକ ପରିବା ଯାହା ମାଟି ତଳେ ବଢି଼ଥାଏ। ସାଧାରଣ ଓଡି଼ଆ ଖାଦ୍ୟରେ ଆଳୁର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଏହା ଶ୍ୱେତସାରର ଏକ ମୁଖ୍ୟ ଉତ୍ସ ଅଟେ। ଏହାର ବୈଜ୍ଞାନିକ ନାମ ସୋଲାନମ୍ ଟ୍ୟୁବେରୋସମ୍ ଏଲ୍ ଅଟେ ।  ଆଳୁ ବିଶ୍ୱର ଚତୁର୍ଥ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ଫସଲ ଅଟେ। ଏସିଆ ମହାଦେଶର ବିଭିନ୍ନ ଦେଶରେ ଏହି ଆଳୁ (Potato) ବିଭିନ୍ନ ତାପମାତ୍ରା ତଥା ଉଷ୍ମ, ଆର୍ଦ୍ର ଓ ଟ୍ରପିକାଲ ନିମ୍ମ ଭୂମି ମାନଙ୍କରେ ମଧ୍ୟ ଚାଷ କରାଯାଏ। ସମସ୍ତେ ଭାବନ୍ତି ଯେ ଆଳୁ ଆମ ଭାରତୀୟ ମାନଙ୍କର ପରିବା ଅଟେ , କିନ୍ତୁ ବାସ୍ତବରେ ଦକ୍ଷିଣ ଆମେରିକାର ଆଣ୍ଡେୟାନ ପର୍ବତ ଅଞ୍ଚଳରେ ଏହାର ଉତ୍ପତି ହୋଇଥିଲା । ଆଳୁ ମୁଖ୍ୟତଃ ଚୀନ୍, ଭାରତ, ଆମେରିକା, ଋଷିଆ ଓ ୟୁକ୍ରେନ ଭଳି ଦେଶରେ ଉତ୍ପାଦିତ ହୋଇଥାଏ । ଆଳୁର ଆକାର, ପ୍ରକାର, ସ୍ୱାଦ, ରଙ୍ଗ ଅନୁସାରେ ତୁଳନା କଲେ ସମଗ୍ର ବିଶ୍ୱରେ ପ୍ରାୟ ପାଞ୍ଚ ହଜାର ପ୍ରକାରର ଆଳୁ ରହିଛି। କିଛି କିସମର ଜଣାଶୁଣା ଆଳୁ ଗୁଡିକ ହେଉଛି ରସେଟ୍‌ ବର୍‌ ବ୍ୟାଙ୍କ, ହ୍ୱାଇଟ ରୋଜ, କାଟାହଡିନ୍‌, ରେଡ଼ ଲେସୋଡା ଆଣ୍ଡ ରେଡ଼୍ ପଟ୍ଟାଟୋ।

ଅନେକ ପୁଷ୍ଟିକର ଉପାଦାନରେ ଭରପୂର ଆଳୁ

ଆଳୁରେ ବିଭିନ୍ନ ପ୍ରକାରର ପୁଷ୍ଟିକର ଉପାଦାନ ରହିଛି। ଗୋଟିଏ ମଧ୍ୟମ ଧରଣର ଆଳୁରେ ନିମ୍ନ ଲିଖିତ ଉପାଦାନ ମାନ ରହିଥାଏ ।

Add Zee News as a Preferred Source

କ୍ୟାଲୋରୀ: ୧୬୮

ଫ୍ୟାଟ: ୦ ଗ୍ରାମ

ପ୍ରୋଟିନ୍: ୫ ଗ୍ରାମ

କାର୍ବସ୍: ୩୭ ଗ୍ରାମ

ଫାଇବର: ୪ ଗ୍ରାମ

ସୋଡିୟମ୍: ୨୪ ମିଲିଗ୍ରାମ

ଭିଟାମିନ୍ ସି: RDI ର ୩୭%

ଭିଟାମିନ୍ B6: RDI ର ୩୧%

ପୋଟାସିୟମ୍: RDI ର ୨୭%

ମାଙ୍ଗାନିଜ୍: RDI ର ୨୦%

ଆଳୁର ଏହି ପୁଷ୍ଟିକର ଉପାଦାନ ଗୁଡିକର ପରିମାଣ ଆଳୁର ପ୍ରକାର ଭେଦ ଉପରେ ନିର୍ଭର କରିଥାଏ। ଉଦାହରଣ ସ୍ୱରୂପ, ନାଲି ଆଳୁରେ ରସେଟ ଆଳୁ ଅପେକ୍ଷା କମ୍‌ କ୍ୟାଲୋରୀ (calories), କାର୍ବସ (carbs) ଓ ଫାଇବର (fiber) ରହିଥାଏ। ଏହାଛଡା଼ ଅପେକ୍ଷାକୃତ ଅଧିକ ଭିଟାମିନ୍‌ K ଓ ନିୟାସିନ୍‌ ରହିଥାଏ। ଏଥି ସହିତ ଆଳୁର ଖାଦ୍ୟ ପ୍ରଣାଳୀ ଉପରେ ମଧ୍ୟ ଆଳୁରେ ରହିଥିବା ଉପାଦାନ ଗୁଡିକର ପରିମାଣ ନିର୍ଭର କରିଥାଏ। ଏପରିକି ଅନେକ ପୋଷକ ତତ୍ତ୍ୱ ଆଳୁର ଚୋପାରେ ମଧ୍ଯ ରହିଥାଏ। ତେବେ ଏହାର ଚୋପା ଛଡେଇବା ଦ୍ୱାରା ଏଥିରେ ଥିବା ଫାଇବର ପରିମାଣ ହ୍ରାସ ପାଇଥାଏ। ଏହାଛଡା ଆଳୁ ଗୁଡିକୁ ସିଝାଇବା କିମ୍ବା ବେକିଂ କରିବା ବଦଳରେ ଭାଜିବା ଦ୍ୱାରା ଏଥିରେ ଫ୍ୟାଟ ଓ କ୍ୟାଲୋରୀର ପରିମାଣ ବୃଦ୍ଧି ହୋଇଥାଏ। ବଜାରରେ ମିଳୁଥିବା ପ୍ରକ୍ରିୟାକୃତ ଆଳୁ ଗୁଡିକରେ ପୁଷ୍ଟିକର ଉପାଦାନ ଗୁଡିକର ପରିମାଣ କମ୍‌ ରହିବା ସହିତ ଅଧିକ ପରିମାଣର ଫ୍ୟାଟ, କ୍ୟାଲୋରୀ (calories) ଓ ସୋଡିୟମ୍ (calcium) ରହିଥାଏ।

fallback

ସ୍ୱାସ୍ଥ୍ୟ ପକ୍ଷେ ହାନୀକାରକ ଆଳୁ

୧. କେତେକ ପ୍ରକାରର ଆଳୁ ଓଜନ ବଢାଇଥାଏ

ଅଧ୍ୟୟନରୁ ଜଣାପଡ଼ିଛି ଯେ, କେତେକ ପ୍ରକାରର ଆଳୁ ଖାଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ। ୨୦୦୯ ମସିହାରେ ୫ ବର୍ଷ ଧରି ଚାଲିଥିବା ଏକ ଅଧ୍ୟୟନରୁ ଜଣାଯାଇଛି ଯେ, ଆଳୁ ଖାଇବା ଦ୍ୱାରା ମହିଳାଙ୍କର ଅଣ୍ଟା ପରିସରରେ ବୃଦ୍ଧି ଘଟିଥିଲା। ଏହି ଅଧ୍ୟୟନରେ ପ୍ରାୟ ୪୨, ୬୯୬ ଜଣ ଅଂଶ ଗ୍ରହଣ କରିଥିଲେ। ୧ ଲକ୍ଷ ୨୦ ହଜାରରୁ ଅଧିକ ଲୋକଙ୍କୁ ନେଇ ଅନ୍ୟ ଏକ ଅଧ୍ୟୟନରୁ ଜଣାଯାଇଛି ଯେ, ଆଳୁ ଓ ପ୍ରକ୍ରିୟାକୃତ ଆଳୁ ଚିପ୍ସ ଓଜନ ବୃଦ୍ଧି ପାଇଁ ମୁଖ୍ୟ ଭାବରେ ଦାୟୀ ଅଟେ। ଏହାକୁ ପ୍ରତ୍ୟେକ ଦିନ ସେବନ କରିବା ଦ୍ୱାରା ହାରାହାରି ୧.୩ ପାଉଣ୍ଡ (୦.୫୮ ଗ୍ରାମ) ଓ ୧.୭ ପାଉଣ୍ଡ (୦.୭୭ ଗ୍ରାମ) ବୃଦ୍ଧି ପାଇଥାଏ। ତଥାପି ଆଳୁ ଖାଇବା ସମୟରେ ଆପଣ ଏହାକୁ କିପରି ପ୍ରସ୍ତୁତ କରୁଛନ୍ତି ଓ କେତେ ପରିମାଣରେ ଖାଉଛନ୍ତି ଏହା ଉପରେ ଧ୍ୟାନ ଦେବା ଉଚିତ।

୨. ଆଳୁରେ ରହିଥାଏ ବିଷାକ୍ତ ଗ୍ଲାଇକୋଲକାଲୋଏଡ (Glycoalkaloids)

ଗ୍ଲଇକୋଲକାଲୋଏଡ଼ (Glycoalkaloids) ଏକ ବିଷାକ୍ତ ପଦାର୍ଥ ଅଟେ ଓ ଏହା ନାଇଟ୍‌ସେଡ ପ୍ଲାଣ୍ଟ (nightshade plants) ଗୁଡିକରେ ଦେଖା ଦେଇଥାଏ। ଆଳୁରେ ସୋଲାନାଇନ୍ (solanine) ଓ ଚାକୋନାଇନ୍ (ଚାକୋନାଇନ୍‌) ନାମକ ୨ ପ୍ରକାରର ଗ୍ରାଇକୋଲକାଲୋଏଡ଼ (Glycoalkaloids) ରହିଥାଏ। ସାଧାରଣତଃ ସବୁଜ ହୋଇଯାଇଥିବା ଆଳୁରେ ଏହାର ପରିମାଣ ଅଧିକ ରହିଥାଏ। ଯେତେବେଳେ ଆଳୁ ଆଲୋକର ସଂସ୍ପର୍ଶରେ ଆସେ, ଆଳୁରେ କ୍ଲୋରୋଫିଲ୍ (chlorophyll) ନାମକ ଏକ ଅଣୁ ସୃଷ୍ଟି ହୁଏ, ଯାହା ଏଗୁଡି଼କୁ ସବୁଜ କରିଥାଏ। ଯଦିଓ କ୍ଲୋରୋଫିଲ୍ (chlorophyll) ଉତ୍ପାଦନ ଅନାବଶ୍ୟକ ଭାବରେ ସୂଚିତ କରେ ନାହିଁ, ଆଲୋକର ସଂସ୍ପର୍ଶରେ ଆସିବା ଦ୍ୱାରା ଗ୍ଲାଇକୋଲକାଲଏଡ୍‌ର ପରିମାଣ ବୃଦ୍ଧି ହୋଇପାରେ। ଗ୍ଲାଇକାଲକାଲଏଡ୍‌ର ପରିମାଣ ଅଧିକ ହେଲେ ଏହା ଆମ ଶରୀରରେ ପ୍ରତିକୂଳ ପ୍ରଭାବ ପକାଇପାରେ। ତେବେ ସାଧାରଣ ପରିମାଣରେ ଏହା ଶରୀରରେ କୌଣସି କ୍ଷତି କରିପାରେ ନାହିଁ। ୨୦୦୫ ମସିହାରେ ଏକ ଅଧ୍ୟୟନରେ, ୧୦୦ ଗ୍ରାମ ଆଳୁରେ ୨୦ ମିଲିଗ୍ରାମ ଗ୍ଲାଇକୋଲକାଲଏଡ୍‌ ଥିବା ଆଳୁକୁ ଏଥିରେ ଅଂଶଗ୍ରହଣ କରିଥାଏ ବ୍ୟକ୍ତି ମାନଙ୍କୁ ଦିଆଯାଇଥିଲା। ୨୦ ମିଲିଗ୍ରାମ ଗ୍ଲାଇକୋଲକାଲଏଡ୍ ନିରାପତ୍ତା ସୀମାର ସର୍ବୋଚ୍ଚ ଅଙ୍କ ଅଟେ। ତେବେ ଏହା ଅଂଶଗ୍ରହଣକାରୀଙ୍କଠାରେ କୌଣସି ପ୍ରତିକୂଳ ପ୍ରଭାବ ପକାଇ ପାରିଲା ନାହିଁ।

୩. ଖାଦ୍ୟ ହଜମ କରିବାରେ ବାଧା ସୃଷ୍ଟି କରେ

ଆଳୁରେ ଥିବା ରେଜିଷ୍ଟାନ୍ସ ଷ୍ଟାର୍ଚ୍ଚ (Resistant starch) ଗୁଡି଼କ ସ୍ୱାସ୍ଥ୍ୟ ଉପଯୋଗୀ ହୋଇଥାଏ ।  ତେବେ ଅଧିକ ପରିମାଣରେ, ଯେପରିକି କଞ୍ଚା ଆଳୁରେ ଥିବା ଷ୍ଟାର୍ଚ୍ଚ ଗୁଡିକ ପାଇଁ ଶରୀରରେ ବଦ୍‌ହଜମୀ ସମସ୍ୟା ଦେଖା ଦେଇଥାଏ। ରେଜିଷ୍ଟାନ୍ସ ଷ୍ଟାର୍ଚ୍ଚ (Resistant starch) ଏକ ପ୍ରିବାୟୋଟିକ୍ (prebiotics) ଭାବରେ କାମ କରେ । ଆମ ଅନ୍ତଃନଳୀରେ ଥିବା ଉପକାରୀ ଜୀବାଣୁ ଗୁଡିକ ଦ୍ୱାରା ଫର୍ମେଣ୍ଟେସନ ପ୍ରକ୍ରିୟାରେ ଗ୍ୟାସ୍ ଉତ୍ପାଦନ କରିଥାଏ। ଅଧିକ ପରିମାଣର ପ୍ରିବାୟୋଟିକ୍ସ (prebiotics) ଗ୍ରହଣ ଦ୍ୱାରା ପେଟରେ ଅସ୍ୱଭାବିକତା, ଗ୍ୟାସ୍ ସମସ୍ୟା ଓ ପେଟ ଫୁଲିବା ପରି ସମସ୍ୟା ଦେଖା ଦେଇଥାଏ। ଏହିପରି ସମସ୍ୟା ଦେଖା ଦେଉଥିଲେ ଆଳୁକୁ ଭଲ ଭାବରେ ଧୁଅନ୍ତୁ। ଖାଇବା ପୂର୍ବରୁ ଆଳୁର ଚୋପା ଭଲ ଭାବରେ ଛଡାଇ ଖାଆନ୍ତୁ।

ଆଲର୍ଜି

ଅତ୍ୟଧିକ ଆଳୁ ଖାଇବା ଦ୍ବାରା ଶରୀରରେ ଆଲର୍ଜି ସମସ୍ୟା ସୃଷ୍ଟି ହୋଇଥାଏ ।  ଏପରିକି ନୀଳ ଓ ସଢି ଯାଇଥିବା ଆଳୁ ଶରୀର ବିଷାକ୍ତ ହୋଇଯାଏ, ଏହାକୁ ଖାଇବା ଦ୍ବାରା ମନୁଷ୍ୟର ମୃତ୍ୟୁ ମଧ୍ଯ ହୋଇପାରେ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)

 

About the Author