Advertisement
Photo Details/zeeodisha/odisha2385179
photoDetails0hindi

ଶ୍ରାବଣର ଶେଷ ସୋମବାରରେ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ସମସ୍ତ ଦୁଃଖକଷ୍ଟ ଲାଘବ କରିବେ ମହାଦେବ!

Sawan Last Monday Lucky Zodiac Sign: ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଅତ୍ୟନ୍ତ ପବିତ୍ର ମାସ ବୋଲି ବିବେଚନା କରାଯାଏ।  ଚଳିତ ବର୍ଷ ଶ୍ରାବଣ ମାସ ଜୁଲାଇ ୨୨ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୯ ତାରିଖରେ ଶେଷ ହେବାକୁ ଯାଉଛି। ଆସନ୍ତା ସୋମବାର ଶ୍ରାବଣର ଶେଷ ସୋମବାର । ଯାହା କିଛିକି ଅତ୍ୟନ୍ତ ଖାସ୍ । କାହିଁକିନା ଶେଷ ସୋମବାର ଶ୍ରାବଣ ପୂର୍ଣ୍ଣିମା ପଡୁଛି । ଏହିଦିନ ସର୍ବାର୍ଥ ସିଦ୍ଧି ଯୋଗ, ଶୋଭନ ଯୋଗ ଓ ରବି ଯୋଗ  ପଡୁଥିବାରୁ ଅତ୍ୟନ୍ତ ଶୁଭଯୋଗ ସୃଷ୍ଟି ହେଉଛି। ଯାହାକି, ପ୍ରାୟ ୯୦ ବର୍ଷ ପରେ ଏହି ଯୋଗ ସୃଷ୍ଟି ହେଉଛି। ଏହି ଦୁର୍ଲଭ ସଂଯୋଗ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭ ବୋଲି କୁହାଯାଉଛି। ମହାଦେବଙ୍କ କୃପାରୁ ତିନି ରାଶିଙ୍କ ଭାଗ୍ୟ ବଦଳିବାକୁ ଯାଉଛି। 

1/3

ମେଷ:  ମେଷ ରାଶି ମହାଦେବଙ୍କ ପ୍ରିୟ ରାଶି ବୋଲି ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି । ଶ୍ରାବଣର ଶେଷ ସୋମବାର ଏହି ରାଶିଙ୍କ ପାଇଁ ବହୁତ୍ ଖାସ୍ ରହିବ।  ମହାଦେବଙ୍କ କୃପାରୁ  ଦିର୍ଘ ଦିନ ଧରି ଲାଗି ରହିଥିବା ଆର୍ଥିକ ସ୍ଥିତି ମଜବୁତ୍ ହେବ। ଧାର-କରଜ କରିଥିବା ଋଣରୁ ମୁକ୍ତି ପାଇବେ। କ୍ୟାରିୟରରେ ଅଗ୍ରଗତି କରିବେ। ଆୟ ବୃଦ୍ଧି ହେବା ସହ ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। 

ALSO READ: Budh Gochar 2024: ବୁଧଙ୍କ ଚଳନ ବଦଳାଇବ ଏହିସବୁ ରାଶିଙ୍କ ଭାଗ୍ୟ, ଚାକିରିରେ ମିଳିବ ପଦୋନ୍ନତି ସହ କିଣିବେ ନୂଆ ଗାଡି଼!

2/3

କର୍କଟ: ଶ୍ରାବଣର ଶେଷ ସୋମବାର ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। ଏହି ଅବଧି ମଧ୍ୟରେ ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିପାରେ। ବିଶେଷ କରି ବ୍ୟବସାୟୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିବ। ବ୍ୟବସାୟରେ କୌଣସି ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। ସ୍ବାସ୍ଥ୍ୟ ଭଲ ରହିବ। ଧାର୍ମିକ କାର୍ଯ୍ୟକଳାପ ପାଇଁ ମନ ବଳିବ। ବୈବାହିକ ଜୀବନ ସୁଖମୟ ହେବ। 

 

3/3

ସିଂହ:  ମହାଦେବଙ୍କ କୃପାରୁ ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଭଲ ନିଯୁକ୍ତି ବା ଚାକିରି ମିଳିବ। କର୍ମକ୍ଷେତ୍ରରେ ଭଲ ଫଳାଫଳ ପାଇବେ।  ଦାମ୍ପତ୍ୟ ଜୀବନରେ ଉନ୍ନତି ଆସିବ। ପୁରୁଣା ରୋଗରୁ ମୁକ୍ତି ମିଳିବା ସହ ସ୍ବାସ୍ଥ୍ୟ ଭଲ ରହିବ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)