Advertisement
Photo Details/zeeodisha/odisha2403380
photoDetails0hindi

Surya Shukra Yuti 2024: କନ୍ୟାରେ ସୂର୍ଯ୍ୟ-ଶୁକ୍ରଙ୍କ ଅପୂର୍ବ ମିଳନ, ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ!

Surya Shukra Yuti 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ସକଳ ଶକ୍ତିର ଆଧାର ସୂର୍ଯ୍ୟ ଆସନ୍ତା ମାସ ୧୬ ତାରିଖରେ ସନ୍ଧ୍ୟା ୭ଟା ୫୩ ମିନିଟ୍ ସମୟରେ କନ୍ୟା ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ  ପ୍ରେମ, ସମ୍ପର୍କ, ସୌନ୍ଦର୍ଯ୍ୟ ଓ ଆନନ୍ଦର କାରକ ଶୁକ୍ର ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ସୂର୍ଯ୍ୟ-ଶୁକ୍ରଙ୍କ ଅପୂର୍ବ ମିଳିନ କିଛି ରାଶି ପାଇଁ ଶୁଭଫଳ ପ୍ରଦାନ କରିବ। ଯଦି,ଜଣେ ବ୍ୟକ୍ତିଙ୍କ ଜାତକରେ ସୂର୍ଯ୍ୟ-ଶୁକ୍ରଙ୍କ ସ୍ଥିତି ମଜବୁତ୍ ଥାଏ । ତେବେ, ବ୍ୟକ୍ତି ଜଣକ ଜୀବନରେ ସମସ୍ତ ସୁଖ, ସମୃଦ୍ଧି ଲାଭ କରିବା ସହିତ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇଥାଏ। ତେବେ, ଆସନ୍ତୁ ଜାଣିବା ଆସନ୍ତାମାସରେ କେଉଁ ରାଶିର ବ୍ୟକ୍ତି ଧନବାନ୍ ହେବାକୁ ଯାଉଛନ୍ତି। 

1/5
ମେଷ: ସୂର୍ଯ୍ୟ-ଶୁକ୍ରଙ୍କ ଅପୂର୍ବ ମିଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଏ-ହି ଅବଧି ମଧ୍ୟରେ କ୍ୟାରିୟରକୁ ନେଇ କୌଣସି ଖୁସି ଖବର ମିଳିପାରେ।  ବେକାରିମାନଙ୍କୁ ଭଲ ଚାକିରି ମିଳିବ। ଚାକିରି ବଦଳାଇବାକୁ ଚାହୁଁଥିବା ଲୋକଙ୍କ ପାଇଁ ସମୟ ପ୍ରତିକୂଳ ରହିବ। ଚେଷ୍ଟା ଜାରି ରଖନ୍ତୁ ସଫଳତା ନିଶ୍ଟୟ ପାଇବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଅଯଥା ଖର୍ଚ୍ଚରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ଦିର୍ଘ ଦିନ ଧରି ଲାଗି ରହିଥିବା ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବଦ ଦୂର ହେବ। କିନ୍ତୁ ଜମିବାଡ଼ି ବିବାଦ ପିଛା ଛାଡିବ ନାହିଁ। ବ୍ୟବସାୟୀରେ ଅଗ୍ରଗତି କରିବେ। ପୁରୁଣା ବିନିଯୋଗରୁ ଲାଭବାନ୍ ହେବେ। ସ୍ବାସ୍ଥ୍ୟ ଭଲ ରହିବ। 

ALSO READ: Today Horoscope: ଆଜି ମିଥୁନ-ତୁଳା ସହ ସତର୍କ ରୁହନ୍ତୁ ଏହିସବୁ ରାଶିର ଲୋକେ,ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

ALSO READ: Surya Gochar 2024: ସେପ୍ଟେମ୍ବର ୧୬ରେ ସୂର୍ଯ୍ୟଙ୍କ ଚଳନ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ!

2/5

କର୍କଟ: ସୂର୍ଯ୍ୟ-ଶୁକ୍ରଙ୍କ କୃପାରୁ ଏହି ରାଶିର ଲୋକଙ୍କ ଭାଗ୍ୟ ଚମକିବାକୁ ଯାଉଛି। ପ୍ରେମୀ ମାନଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିବ। ପ୍ରତ୍ୟକ କାର୍ଯ୍ୟରେ ନିଜ ସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। ଆର୍ଥିକ ସ୍ଥିତି ମଜବୁତ୍ ହେବା। ବ୍ୟବସାୟୀରେ ବାକି ପଡିଥିବା ଟଙ୍କା ମିଳିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବୃଦ୍ଧି ହୋଇପାରେ। ବିଶେଷକରି, ଆଇଟି ଓ ରିସର୍ଚ୍ଚ କ୍ଷେତ୍ରରେ ଜଡ଼ିତ ଲୋକଙ୍କ ପାଇଁ ସମୟ ବେଶ୍ ଭଲ ରହିବ। ବିଦେଶରୁ ଚାକିରି ଅଫର ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଆୟ ବୃଦ୍ଧି ପାଇଲେ ମଧ୍ୟ ଖର୍ଚ୍ଚ ବଢିବ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ପରିବାର ସହିତ ଦୂରଯାତ୍ରା କରିପାରନ୍ତି। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। 

3/5
ସିଂହ: ସିଂହ ରାଶିର ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ଏହି ଅବଧି ମଧ୍ୟରେ ନୂଆ ଗାଡି଼ କିମ୍ବା ଘର କିଣି ପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟୀମାନେ କୌଣସି ବଡ଼ ଡିଲ୍ ଫାଇନାଲ୍ କରିପାରନ୍ତି। କର୍ମକ୍ଷେତ୍ରରେ ଶତ୍ରୃଙ୍କ ଷଡଯନ୍ତ୍ରକୁ ପଣ୍ତ କରିବାରେ ସଫଳ ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବା। ପ୍ରେମୀମାନଙ୍କ ପାଇଁ ମଧ୍ୟ ସମୟ ଭଲ ରହିବ। ନିଜ ପୁରୁଣା ସାଥୀଙ୍କ ସହ ଆଉ ଥରେ ସମ୍ପର୍କ ଯୋଡ଼ି ହୋଇପାରେ। ଗାଡି଼ ଚାଳନା ବେଳେ ସତର୍କ ରୁହନ୍ତୁ। ନଚେତ୍ କୌଣସି ପ୍ରକାର ଅଘଟଣର ସାମ୍ନା କରିପାରନ୍ତି। 

4/5
ତୁଳା:  ସୂର୍ଯ୍ୟ-ଶୁକ୍ରଙ୍କ ଅପୂର୍ବ ମିଳନ ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜୀବନ ସୁଖ ଭରିଦେବ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। କୌଣସି ସ୍ଥାନରୁ ଭଲ  ଚାକିରି ଅଫର ପାଇପାରନ୍ତି। ଆୟ ବୃଦ୍ଧି ପାଇବ। କିନ୍ତୁ ବ୍ୟବସାୟୀମାନଙ୍କ ସମୟ ଆଦୌଭଲ ରହିବ ନାହିଁ। କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ। ଯଦି କୌଣସି ସ୍ଥାନରେ ବିନିଯୋଗ କରୁଛନ୍ତି । ତେବେ, ଜଣେ ଏକ୍ସପର୍ଟଙ୍କ ପରାମର୍ଶ ନିଅନ୍ତୁ। ସ୍ବାସ୍ଥ୍ୟ ଭଲ ରହିବା ସହ ପୁରୁଣା ରୋଗରୁ ମୁକ୍ତି ମିଳିବ। ଅବିବାହିତଙ୍କ ଘରକୁ ଭଲ ବିବାହ ପ୍ରସ୍ତାବ ଆସିପାରେ। 

5/5
ଧନୁ: ସୂର୍ଯ୍ୟ-ଶୁକ୍ର ୟୁତିର ସୁପ୍ରଭାବ ଏହି ରାଶିରେ ରହିବ।  ଦିର୍ଘ ଦିନର ଆଶା ପୂରଣ ହେବ। ଏହି ଅବଧି ମଧ୍ୟରେ ନୂଆ ଜମି କିମ୍ବା ଗାଡ଼ି କ୍ରୟ କରିବେ। ସରକାରୀ ଚାକିରିଆଙ୍କ ପାଇଁ ସମୟ ଅତ୍ୟନ୍ତ ଭଲ ରହିବ । ପଦୋନ୍ନତି ହେବା ସହ ମନ ପସନ୍ଦର ସ୍ଥାନକୁ ଟ୍ରାନ୍ସଫର ହୋଇପାରେ। ଆୟ ବୃଦ୍ଧି ପାଇବ । ସଂଚୟ କରିବାକୁ ସକ୍ଷମ ହେବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ। ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଭଲ ରହିବ। ଯେଉଁମାନେ କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନେ ଭଲ ରେଜଲ୍ଟ କରିବେ। ପାରିବାରିକ ଜୀବନ ସୁଖମୟ ହେବ।    (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)