ମେଷ: ଆଗାମୀ ସପ୍ତାହ ଏହି ରାଶିଙ୍କ ପାଇଁ ପ୍ରଗତିର ନୂଆ ରାସ୍ତା ଖୋଲିବ। କର୍ମକ୍ଷେତ୍ରରେ ସଫଳତା ପାଇବେ। ଦିର୍ଘ ଦିନ ଧରି ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। କର୍ମକ୍ଷେତ୍ରେରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ବ୍ୟବସାୟୀ ମାନେ ନିଜ ବ୍ୟବସାୟରୁ ଉପକୃତ ହେବେ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ। ପରିବାରରେ ହସ-ଖୁସିର ମାହୋଲ ଦେଖିବାକୁ ମିଳିବ। ସ୍ବାସ୍ଥ୍ୟ ଭଲ ରହିବ। ପ୍ରତ୍ୟକ କାର୍ଯ୍ୟରେ ପରିବାର ଲୋକଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଦୂରଯାତ୍ରା ମଙ୍ଗଳମୟ ହେବ। ପରିବାର ସହ ଭ୍ରମଣରେ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିବେ।
ALSO READ: Guru Shani Yuti 2024: ବୃହସ୍ପତି-ଶନି ବଦଳାଇବେ ଏହିସବୁ ରାଶିଙ୍କ ଭାଗ୍ୟ, ଅକ୍ଟୋବରରୁ ଆରମ୍ଭ ହେବ ଶୁଭ ସମୟ!
ALSO READ: Shardiya Navratri 2024: ନବରାତ୍ରୀରେ ଏହିସବୁ ରାଶିଙ୍କୁ ଧନବାନ୍ କରାଇବେ ମାଆ ଦୁର୍ଗା, ଆରମ୍ଭ ହେବ ଶୁଭ ସମୟ
ମିଥୁନ: ଆଗାମୀ ସପ୍ତାହ ଏହି ରାଶିଙ୍କ ପାଇଁ ବେଶ୍ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ଅଗ୍ରଗତି କରିବେ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାରେ ସଫଳ ହେବେ। ଅଫିସରେ କାମ କରିବା ପାଇଁ ମାହୋଲ ବେଶ୍ ଭଲ ରହିବ। ଯେଉଁମାନେ ଦିର୍ଘ ଦିନ ଧରି- ଚାକିରି ପାଇଁ ଚେଷ୍ଟା କରୁଛନ୍ତି। ସେମାନଙ୍କୁ ଆଗାମୀ ସପ୍ତାହରେ କୌଣସି ସ୍ଥାନରୁ ନିଯୁକ୍ତି ନେଇ କୌଣସି ଫୋନ୍ କଲ୍ ବା ଅଫର ଲେଟର ମିଳିପାରେ। ବ୍ୟବସାୟୀମାନେ ବ୍ୟବସାୟର ନୂତନ ଯୋଜନା କାର୍ଯ୍ୟକାରୀ କରିବେ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ଘରକୁ କୌଣସି ଅତିଥିଙ୍କ ଆଗମନ ହୋଇପାରେ। ସ୍ବାସ୍ଥ୍ୟ ଭଲ ରହିବା ସହ ପୁରୁଣା ରୋଗରୁ ମୁକ୍ତି ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସପ୍ତାହ ଶେଷ ବେଳକୁ ଖର୍ଚ୍ଚ ବୃଦ୍ଧି ପାଇବ।
ସିଂହ: ଏହି ରାଶିର ଲୋକଙ୍କ ପାଇଁ ଆଗାମୀ ସପ୍ତାହ ଅନୁକୂଳ ରହିବ। ସପ୍ତାହ ଆରମ୍ଭରୁ କର୍ମକ୍ଷେତ୍ରରୁ କୌଣସି ଖୁସି ଖବର ପାଇବେ। ପଦୋନ୍ନତି ମିଳିବା ସହ ଦରମା ବଢିବ। ବ୍ୟବସାୟୀମାନେ ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ କରିବେ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ନିଜ ପରିବାର ସଦସ୍ୟଙ୍କ ସହ ଦୂରଯାତ୍ରା କରିବେ। ଘରେ ଅଶାନ୍ତିର ହାତାବରଣ ଦେଖିବାକୁ ମିଳିବ। କୌଣସି କଥାକୁ ନେଇ ମନ ଅସ୍ଥିର ରହିବ। ପ୍ରେମୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ନିଜ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। ସ୍ବାସ୍ଥ୍ୟ ଜନିତ ସାମାନ୍ୟ ସମସ୍ୟା ଦେଖାଦେବ। ଚାପରୁ ଦୂରେଇ ରୁହନ୍ତୁ।
କନ୍ୟା : ଆଗାମୀ ସପ୍ତାହ ଏହି ରାଶିଙ୍କ ପାଇଁ ଏତେ ଖାସ୍ ରହିବ ନାହିଁ । ବିଶେଷକରି ,ଆମଦାନୀ-ରପ୍ତାନୀ ବ୍ୟବସାୟରେ ଜଡ଼ିତ ଥିବା ଲୋକେ ବ୍ୟବସାୟରେ କ୍ଷତି ସହିବେ। ଆର୍ଥିକ ସ୍ଥିତି ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ପରିଶ୍ରମ ଅନୁସାରେ ଫଳ ମିଳିବ। ସହକର୍ମୀଙ୍କ ଦ୍ବାରା ମାନସିକ ଯନ୍ତ୍ରଣା ପାଇବେ। ପାରିବାରିକ ଜୀବନରେ ଝଡ଼ ଉଠିବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କହଳ ସୃଷ୍ଟି ହେବ। ପୁରୁଣା ରୋଗରୁ କଷ୍ଚ ପାଇବେ। ମାନସିକ-ଶାରୀରିକ ପୀଡାର ଶୀକାର ହେବେ। ପଡୋଶୀଙ୍କ ଦ୍ବାରା କୌଣସି କଥାକୁ ନେଇ କଳହ ହୋଇପାରେ।
ଧନୁ: ଆଗାମୀ ସପ୍ତାହରେ ଏହି ରାଶିର ଲୋକଙ୍କୁ ଟିକେ ସତର୍କତାର ସହ ଚଳିବାକୁ ପଡିବ। କର୍ମକ୍ଷେତ୍ରରେ ପକ୍ଷପାତିତାର ଶୀକାର ହେବେ। ଅଯଥା ବିବାଦରୁ ନିଜକୁ ଦୂରେଇ ରଖନ୍ତୁ। ସହକର୍ମୀଙ୍କ ଆପଣଙ୍କୁ ହଇହାଣ ହରକତ କରିବାକୁ ଚେଷ୍ଟା କରି ବିଫଳ ହେବ। ଧୌର୍ଯ୍ୟର ସହ ସମସ୍ତ ପରିସ୍ଥିତିକୁ ସାମ୍ନା କରନ୍ତୁ। ବ୍ୟବସାୟୀ ମାନେ ମଧ୍ୟ ନୂତନ କାରବାର କରନ୍ତୁ ନାହିଁ। ଟେକ୍ସଟାଇଲ୍, ଅଳଙ୍କାର ବ୍ୟବସାୟୀ ବ୍ୟବସାୟରେ ଅଧିକ କ୍ଷତି ସହିବେ। କଠିନ ପରିଶ୍ରମର ଫଳ ମିଳିବ ନାହିଁ। ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତି ହେଉଛନ୍ତି । ସେମାନଙ୍କୁ ଭଲ ରେଜଲ୍ଟ ମିଳିବ।
କୁମ୍ଭ: ଆଗାମୀ ସପ୍ତାହ ଏହି ରାଶିଙ୍କୁ ପ୍ରତ୍ୟକ କ୍ଷେତ୍ରରେ ମିଶ୍ରିତ ଫଳ ପ୍ରଦାନ କରିବ। କର୍ମକ୍ଷେତ୍ରରେ ଆତ୍ମ ବିଶ୍ବାସ ବଢିବ। ଫଳରେ ଆପଣଙ୍କ ବ୍ୟକ୍ତିତ୍ୱରେ ଚମକ ଦେଖାଯିବ । ଶତ୍ରୃଙ୍କ ଉପରେ ବିଜୟ ଲାଭ କରବେ। ବ୍ୟବସାୟରେ ବୃଦ୍ଧି ହେବ। ଯେଉଁମାନେ ରିୟଲି-ଇଷ୍ଟେଟ୍ ବ୍ୟବସାୟରେ ଜଡିତ ,ସେମାନଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ସ୍ବାସ୍ଥ୍ୟ ଭଲ ରହିବା ସହ ଅବିବାହିତମାନେ ଭଲ ଜୀବନ ସାଥୀ ପାଇବେ।
ट्रेन्डिंग फोटोज़