Weekly Special Horoscope 23 December to 29 December 2024: ବର୍ଷ ୨୦୨୪ ଶେଷ ହେବାକୁ ଯାଉଛି। ଡିସେମ୍ବର ମାସର ଶେଷ ସପ୍ତାହ ଆରମ୍ଭ ହେବାକୁ ଯାଉଛି। ଏକାଧିକ ଗ୍ରହଙ୍କ ରାଶି ପରିବର୍ତ୍ତନ ହେବାକୁ ଥିବାରୁ ୧୨ଟି ରାଶିଙ୍କ ମଧ୍ୟରୁ ୫ ଟି ରାଶିର ଭାଗ୍ୟ ଉଜ୍ଜଳ ହେବାକୁ ଯାଇଛି। ଆର୍ଥିକ, ବ୍ୟବସାୟିକ ଓ ସ୍ବାସ୍ଥ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ତେବେ, ଆସନ୍ତୁ ଜାଣିବା ନୂଆ ସପ୍ତାହ କେଉଁ ରାଶିଙ୍କ ପାଇଁ କିଭଳି ରହିବ।
ମେଷ: ନୂଆ ସମସ୍ତରେ ମେଷ ରାଶିର ଲୋକଙ୍କ ପାଇଁ ଶୁଭ ପ୍ରମାଣିତ ହେବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଂଶସା କରିବେ। ରାଜନୈତିକ କ୍ଷେତ୍ର କିମ୍ବା ମେଡିକାଲ୍ କ୍ଷେତ୍ରରେ ଜଡିତ ଥିବା ବ୍ୟକ୍ତିମାନଙ୍କୁ ଦଳ ପକ୍ଷରୁ ଏକ ବଡ଼ ଦାୟିତ୍ବ ମିଳିବ। ସଭା-ସମିତିରେ ସମ୍ମାନୀତ ହେବ। ବ୍ୟବସାୟୀଙ୍କ ପାଇଁ ସମୟ ଶୁଭ ରହିବ। ପାର୍ଟନରସିପ୍-ରେ ଚାଲିଥିବା ବ୍ୟବସାୟରୁ ଅପ୍ରତ୍ୟାଶିତ ଲାଭ ପାଇବେ। ନିଜ ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି। ଜମିଜମା-ବିବାଦ କିମ୍ବା ମାଲି ମକଦମାରୁ ବିଜୟ ଲାଭ କରିବେ। ବୈବାହିକ ଜୀବନ ସୁଖମୟ ହେବା ସହ ପରିବାର ସହ ଦୂରଯାତ୍ରା କରିବେ।
ବୃଷ: ନୂଆ ସପ୍ତାହରେ ଏ-ରାଶିଙ୍କ ପାଇଁ ଏତେ ଖାସ୍ ରହିବ ନାହିଁ। କର୍ମକ୍ଷେତ୍ରରେ ସାମାନ୍ୟ ବିବାଦ ଦେଖାଦେଇପାରେ। ଧୌର୍ଯ୍ୟର ସହକାରେ ପ୍ରତ୍ୟକ ପରିସ୍ଥିତିକୁ ସାମ୍ନା କରିବାକୁ ପଡିବ। ଟଙ୍କା-ପଇସାକୁ ନେଇ ପରିବାରରେ ଝଡ଼ ଦେଖାଦେବ। ଯାହାକୁ ନେଇ ଆପଣ ଟେନସନରେ ରହିବେ। ବ୍ୟବସାୟରେ କୌଣସି ବଡ଼ ଡିଲ୍ ଫାଇନାଲ ହୋଇପାରେ। ଛାତ୍ରଛାତ୍ରୀଙ୍କ ଧ୍ୟାନ ଅଧ୍ୟୟନରୁ ବିଚଳିତ ହୋଇପାରେ। ଯେଉଁମାନେ ବ୍ୟବସାୟରେ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି । ସେମାନେ ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ବିଦେଶ ଯାତ୍ରାର ଯୋଗ ରହିଛି। ଅବିବାହିତମାନେ ସପ୍ତାହର ଦ୍ବୀତିୟାର୍ଦ୍ଧରେ ନିଜ ସାଥୀଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇବେ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ।
ମିଥୁନ: ମିଥୁନ ରାଶିଙ୍କ ପାଇଁ ଆଗାମୀ ସପ୍ତାହ ଠିକ୍-ଠାକ୍ ରହିବ। ସପ୍ତାହ ଆରମ୍ଭରୁ କୌଣସି ଦାମୀ ଜିନିଷ କ୍ରୟ କରିବା ନେଇ ଖର୍ଚ୍ଚ ବୃଦ୍ଧି ହେବ। ଯାହା ଆପଣଙ୍କ ବଜେଟ୍ କୁ ପ୍ରଭାବିତ କରିପାରେ। କୌଣସି ମାଙ୍ଗଳିକ କାର୍ଯ୍ୟରେ ଆରମ୍ଭ କରନ୍ତୁ ନାହିଁ। ସପ୍ତାହର ଦ୍ବୀତିୟାର୍ଦ୍ଧରେ ବ୍ୟବସାୟରେ କୌଣସି ପ୍ରକାର ବିନିଯୋଗ କରନ୍ତୁ ନାହିଁ। ନଚେତ୍ ଲାଭ ବଦଳରେ କ୍ଷତି ସହିବେ। ରାଶିଙ୍କ ପାଇଁ ନୂଆ ସପ୍ତାହରେ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଋତୁ କାଳୀନ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ସ୍ବାସ୍ଥ୍ୟ ଭଲ ନ ରହିବା କାରଣରୁ କର୍ମକ୍ଷେତ୍ରରେ କ୍ଲାନ୍ତି ଅନୁଭବ କରିବେ। ପ୍ରେମୀ ମାନଙ୍କ ଲାଗି ସମୟ ଆଦୌ ଭଲ ରହିବ ନାହିଁ। କୌଣସି କାରଣକୁ ନେଇ ସମ୍ପର୍କ ଭାଙ୍ଗିପାରେ। ତେଣୁ ନିଜ ସାଥୀଙ୍କୁ ସହ କଥାବାର୍ତ୍ତା କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ।
କର୍କଟ: ନୂଆ ସପ୍ତାହରେ ଏହି ରାଶିର ଲୋକେ ଟିକେ ସତର୍କତାର ସହ ଚଳିବାକୁ ପଡିବ। ରିୟଲି-ଇଷ୍ଟେଟ୍ ରେ ଜଡ଼ିତ ଲୋକ ନୂଆ ପ୍ରୋଜେକ୍ଟ ପାଇବେ। ଯେଇଁଥିରୁ ଭଲ ଦ୍ବି-ପଇସା ଲାଭ ମିଳିବ। ସେୟାର ବଜାରରେ ଟଙ୍କା ବିନିଯୋଗ କରିବାକୁ ଇଚ୍ଛା ଥିବା ବ୍ୟକ୍ତି ବିଶେଷମାନେ ବିନିଯୋଗ ପୂର୍ବରୁ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ୍। ନହେଲେ ସମସ୍ୟାରେ ପଡିପାରନ୍ତି। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ନଚେତ୍ ଆପଣଙ୍କ ଆର୍ଥିକ ସ୍ଥିତି ଦୋହଲିପାରେ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ନେଇ ମେଡିକାଲ୍ ଖର୍ଚ୍ଚ ବୃଦ୍ଧି ପାଇବ। ଦୂରଯାତ୍ରା କଲେ ଆଶା ଜନକ ଫଳ ପାଇବେ ନାହିଁ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ କୋର୍ଟ ଦୌଡିବାକୁ ପଡିପାରେ। ପ୍ରେମୀଙ୍କ ଲାଗି ସମୟ ପ୍ରତିକୂଳ ରହିବ। ସାଥୀଙ୍କ ସହ ବିବାଦ ନ କରିବାକୁ ପରାମର୍ଶ।
ସିଂହ: ସିଂହ ରାଶିଙ୍କ ପାଇଁ ଆଗାମୀ ସପ୍ତାହଟି ବେଶ୍ ଅନୁକୂଳ ରହିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ବ୍ୟାଙ୍କିଂ,ଏଲଆଇସି ଓ ମାର୍କେଟିଂ କ୍ଷେତ୍ରରେ ଥିବା ଲୋକେ ନିଜ ଟାର୍ଗେଟ୍ ପୂରା କରିବାରେ ସଫଳ ହେବେ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ ରହିବ।ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ପ୍ରେମୀମାନେ ନିଜ ସାଥୀଙ୍କ ସହ ରୋମାଣ୍ଟିକ୍ ଡେଟ୍ ରେ ଯିବେ। ସ୍ବାସ୍ଥ୍ୟ ଭଲ ରହିବ।
କନ୍ୟା: ନୂଆ ସପ୍ତାହଟି ଆପଣଙ୍କ ପାଇଁ ବେଶ୍ ଆନନ୍ଦଦାୟକ ରହିବ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ଆପଣଙ୍କ ବ୍ୟବସାୟିକ ପ୍ରତିଦ୍ବନ୍ଦୀମାନେ ଆପଣଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିପାରନ୍ତି। ବ୍ୟବସାୟରେ ଆଶାନୁରୂପକ ଫଳପାଇବେ ନାହିଁ। ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟା ସମାଧାନ ହେବ। ଯେଉଁମାନେ ଚାକିରି ବଦଳାଇବାକୁ ଚାହୁଁଛନ୍ତି। ସେମାନେ ନିଜ ପ୍ରୟାସରେ ସଫଳ ହେବେ। ଶିକ୍ଷକ, ଡାକ୍ତରୀ, ରିସର୍ଚ୍ଚ , ସାହିତ୍ୟ ଓ କଳା କ୍ଷେତ୍ରରେ ଜଡିତ ଲୋକେ ନିଜ କର୍ମକ୍ଷେତ୍ରରେ ଜଶ ଲାଭ କରିବେ। ପାରିବାରିକ ଜୀବନ ଭଲ ରହିବ। ପିତାମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବ।
ତୁଳା: ଡିସେମ୍ବର ମାସ ଶେଷ ସପ୍ତାହ ଏହି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ମିଳିପାରେ। ବିଶେଷକରି, ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି। ସେମାନଙ୍କ ସ୍ବପ୍ନ ପୂରଣ ହେବ। କର୍ମକ୍ଷେତ୍ରରେ ଅଟକିଥିବା ପଦୋନ୍ନତି ମିଳିବ। ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଠାରୁ ସାହାର୍ଯ୍ୟ ମିଳିବ। ବ୍ୟବସାୟୀମାନେ କୌଣସି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଦୂରଯାତ୍ରା କରିବାକୁ ପଡିପାରେ। ନୂଆ ଜମି କ୍ରୟ କରିବାର କରିବେ। ଯେଉଁମାନେ ଜମିବିକ୍ର ବଟା କାରବାରରେ ଜଡିତ ଅଛନ୍ତି । ସେମାନେ ଲାଭବାନ୍ ହେବେ। ପ୍ରେମୀମାନଙ୍କ ଲାଗି ସମୟ ଅନୁକୂଳ ରହିବ। ଯଦି ଆପଣ କାହାକୁ ପ୍ରେମ ନିବେଦନ କରିବାକୁ ଚାହୁଛନ୍ତି । ତେବେ,ନୂଆ ସପ୍ତାହରେ ସେହି କାର୍ଯ୍ୟରେ କରନ୍ତୁ ସଫଳ ହେବେ। ନିଜ ସାଥୀଙ୍କ ସହ ସମୟ ଅନୁକୂଳ ରହିବ। ସ୍ବାସ୍ଥ୍ୟ ଭଲ ରହିବ।
ବିଛା: ବ୍ୟବସାୟିକ ଦୃଷ୍ଟି କୋଣରୁ ସପ୍ତାହଟି ଅତ୍ୟନ୍ତ ଭଲ ରହିବ। ବ୍ୟବସାୟରେ ଅପ୍ରତ୍ୟାଶିତ ଲାଭ ପାଇବେ। କର୍ମକ୍ଷେତ୍ରରେ ମହିଳା ମାନେ ନିଜ କାର୍ଯ୍ୟ ପାଇଁ ସମ୍ମାନୀତ ହୋଇପାରନ୍ତି। ବ୍ୟବସାୟିକ ଦୃଷ୍ଟିକୋଣରୁ କିଛି ଚ୍ୟାଲେଂଜର ସାମ୍ନା କରିବାକୁ ପଡିପାରେ। ସପ୍ତାହ ଶେଷଭାଗରେ କୌଣସି ଧାର୍ମିକ କାର୍ଯ୍ୟକ୍ରମରେଶ ଅଂଶ ଗ୍ରହଣ କରିପାରନ୍ତି। ସପ୍ତାହ ଶେଷବେଳକୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଭୋଗିପାରନ୍ତି। ତେଣୁ ସ୍ବାସ୍ଥ୍ୟକୁ ନେଇ ସଚେନତ ରୁହନ୍ତୁ। ପ୍ରେମୀଙ୍କ ଲାଗି ସମୟ ଖାସ୍ ରହିବ। ବୈବାହିକ ଜୀବନ ସୁଖମୟ ହେବ।
ଧନୁ: ନୂଆ ସପ୍ତାହରେ ଏହି ରାଶିର ଲୋକଙ୍କ ପାଇଁ ଅଧିକ ଯନ୍ତ୍ରଣା ଦାୟକ ରହିବ। ବିଶେଷକରି, ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ, ନଚେତ୍ କର୍ମକ୍ଷେତ୍ରର ବିବାଦ ଦେଖାଦେଇପାରେ। କୌଣସି କଥାକୁ ନେଇ ବରିଷ୍ଠ ଅଧିକାରୀ କିମ୍ବା ସହକର୍ମୀଙ୍କ ଯୁକ୍ତିତର୍କ ହୋଇପାରେ। ବ୍ୟବସାୟୀମାନଙ୍କ ପାଇଁ ସମୟ ଖାସ୍ ରହିବ ନାହିଁ। ପାର୍ଟନର-ସିପରେ ଚାଲିଥିବା ବ୍ୟବସାୟରେ କ୍ଷତି ସହିବାର ସମ୍ଭାବନା ରହିଛି। ଘରେ କୌଣସି ପ୍ରକାର ଶୁଭ କାର୍ଯ୍ୟ ହୋଇପାରେ। ସପ୍ତାହ ଶେଷ ଭାଗରେ ମହିଳାମାନେ କର୍ମକ୍ଷେତ୍ରରେ ଅସୁବିଧାରେ ପଡିପାରନ୍ତି। ନିଜ ସାଙ୍ଗ ସାଥୀମାନଙ୍କ ସହ ପିକନିକ୍ ଯିବେ। ତରବରିଆ ହୋଇ କୌଣସି ନିସ୍ପତ୍ତି ନିଅନ୍ତୁ ନାହିଁ। ମାନସିକ ଶାନ୍ତି ନଥିଲେ ମଧ୍ୟ ବୌବାହିକ ଜୀବନ ସୁଖମୟ ହେବ।
ମକର: ନୂଆ ସପ୍ତାହରେ ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ବ୍ୟବସାୟ ବିସ୍ତାର କରିବାରେ ସଫଳ ହେବେ। ନିଜ ବନ୍ଧୁ ବାନ୍ଧକଙ୍କ ହୋଇଥିବା ମନମାଳିନ୍ୟ ଦୂର ହେବ। ରାଜନୀତିରେ ଜଡିତ ଥିବା-ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଲାଭଦାୟୀ ରହିବ। ବିଶେଷକରି ଏହି ସମୟ ମଧ୍ୟରେ କୌଣସି ବଡ଼ ପଦ ଦଳ ପକ୍ଷରୁ ମିଳିପାରେ। ଦିର୍ଘ ଦିନର ଆଶା ପୂରଣ ହେବାକୁ ଯାଉଛି। ନୂଆ ଘର କିଣିବେ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ।
କୁମ୍ଭ: ଏହି ରାଶିଙ୍କ ପାଇଁ ଆଗମୀ ସପ୍ତାହ ବେଶ୍ ଖାସ୍ ରହିବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଖାସ୍ ରହିବ। ଯେଉଁମାନେ ବିଦେଶରେ ପାଠ ପଢିବାକୁ ଚାହୁଁଛନ୍ତି। ସେମାନଙ୍କ ଆଶା ପୂରଣ ହେବ। ସପ୍ତାହର ପ୍ରଥମାର୍ଦ୍ଧରେ ବ୍ୟବସାୟୀମାନେ କୌଣସି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଦୂରଯାତ୍ରା କରିବେ। କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବେ। ସପ୍ତାହ ଶେଷ ବେଳକୁ କୌଣସି ବାଦ ବିବାଦ ଠାରୁ ନିଜକୁ ଦୂରେଇ ରଖିବା ଉଚିତ୍ । କୌଣସି ସ୍ଥାନରେ ପୁଞ୍ଜି ବିନିଯୋଗ କରିବା ପୂର୍ବରୁ ଏକ୍ସପର୍ଟଙ୍କ ପରାମର୍ଶ ନିଅନ୍ତୁ। ଗାଡି ଚାଳନା ସମୟରେ ସତର୍କତା ଅବଲମ୍ବନ କରନ୍ତୁ ନଚେତ୍ ଅଘଟଣ ଘଟିବାର ସମ୍ଭାବନା ରହିଛି। ପ୍ରେମୀଙ୍କ ପାଇଁ ସପ୍ତାହଟି ଖୁବ ଅନୁକୂଳ ରହିବ।
ମୀନ: କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ହୋଇପାର। କଠିନ ପରିଶ୍ରମ କରିବାକୁ ପଡିପାରେ। ସପ୍ତାହମଧ୍ୟ ଭାଗରେ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଦୂରଯାତ୍ରାରୁ ଆଶା ଜନକ ଫଳ ପାଇବେ ନାହିଁ। ସପ୍ତାହର ଦ୍ବୀତିୟାଦ୍ଧରେ ପରିବାରିକ ସମ୍ପର୍କ ଉପରେ ଧ୍ୟାନ ଦେବକୁ ପଡିବ। ନଚେତ ଟଙ୍କା ପଇସାକୁ ନେଇ ପରିବାର ଲୋକଙ୍କ ସହିତ ମନୋମାଳିନ୍ୟ ହୋଇପାରେ। ପ୍ରେମୀଙ୍କ ପାଇଁ ସମୟ ଖାସ୍ ରହିବ। ଯଦି ଆପଣ କାହାକୁ ପ୍ରେମ ନିବେଦନ କରିବାକୁ ଚାହୁଁଛନ୍ତି। ତେବେ,ସେମାନଙ୍କ ଲାଗି ସମୟ ଶୁଭ ରହିବ। ନିଜ ମନର କଥା ସାଥୀଙ୍କ ଆଗରେ ପ୍ରକାଶ କରିବା ପାଇଁ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ।
(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)
ट्रेन्डिंग फोटोज़