Advertisement
Photo Details/zeeodisha/odisha2386356
photoDetails0hindi

Career Horoscope Today: ଏହିସବୁ ରାଶିଙ୍କ ପାଇଁ ଆଜିର ଦିନ ରହିବ ବହୁତ ଖାସ୍, କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର ସାଙ୍ଗକୁ...

Career Horoscope August 16 2024: ଆଜି ଅଗଷ୍ଟ ୧୬, ଶୁକ୍ରବାର। ପ୍ରୀତି-ଯୋଗ ଓ ମହାଲକ୍ଷ୍ମୀଙ୍କ କୃପାରୁ ଆଜି କର୍କଟ ସମେତ ତିନି ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ। ପୂର୍ବ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରିବା ସହ ବ୍ୟବସାୟରେ ଅଗ୍ରଗତି କରିବେ। କର୍ମକ୍ଷେତ୍ରରେ ଚାକିରିଆମାନଙ୍କ ପାଇଁ ମଧ୍ୟ ଦିନଟି ଖାସ୍ ରହିବ। ତେବେ, ଆସନ୍ତୁ ଜାଣିବା, ୧୨ ଟି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ କର୍ମକ୍ଷେତ୍ରରେ କିଭଳି ରହିବ ଆଜିର ଦିନ। କାହା ପାଇଁ ଦିନଟି ଶୁଭ ହେବାକୁ ଥିବା ବେଳେ ଆଉ କାହାକୁ ସତର୍କତାର ସହ ଚଳିବାକୁ ପଡି଼ବ।...

 

1/12

ମେଷ: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜିର ଦିନ ବେଶ୍ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ନୂତନ କାର୍ଯ୍ୟ ବା ପ୍ରୋଜେକ୍ଟ କାମ ଆରମ୍ଭ କରିବେ। ବଡ଼ ଦାୟିତ୍ବ ମିଳିଥିବାରୁ ଖୁସି ଅନୁଭବ କରିବେ। ନିଜ କାର୍ଯ୍ୟରେ ସହକର୍ମୀଙ୍କ ସହ ବରିଷ୍ଠ ଅଧିକାରୀଙ୍କ ମନ ଜିତିବେ। ଅଚରଣ ଓ ବ୍ୟବହାର ଅନ୍ୟମାନଙ୍କ ପାଇଁ ଭଲ ରହିବ। ଅନ୍ୟ ମାନଙ୍କୁ ସାହାର୍ଯ୍ୟ ସହଯୋଗ କରିବାରେ ସମୟ ଅତିବାହିତ ହେବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବା ସହ ପୂର୍ବରୁ କରିଥିବା ବ୍ୟବସାୟିକ୍ ଡିଲ୍ ରୁ ଫାଇଦା ପାଇବେ। ଆୟରେ ବୃଦ୍ଧି ଘଟିବ। 

ALSO READ: Guru Gochar 2024: ନକ୍ଷେତ୍ର ପରିବର୍ତ୍ତନ କରିବେ ଦେବଗୁରୁ ବୃହସ୍ପତି, ଏହିସବୁ ରାଶିର ଲୋକେ ରୁହନ୍ତୁ ସତର୍କ !

ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

2/12

ବୃଷ: ଏହି ରାଶିର ଲୋକେ ଆଜିର ଦିନଟିକୁ ମଉଜ ମଜଲିସ୍ ରେ ଅତିବାହିତ କରିବେ। ବ୍ୟବସାୟୀମାନେ ନୂତନ ଯୋଜନାକୁ ବ୍ୟବସାୟରେ ଲାଗୁ କରିବେ। ଯେଉଁଥିରୁ ପ୍ରଚୁର ପରିମାଣରେ ଲାଭ ପାଇବେ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ। ଯାହାକୁ ନେଇ ମନ ଖୁସି ରହିବ। ଚାକିରିଆମାନଙ୍କ ପାଇଁ ଦିନଟି ଭଲ ରହିବ। ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବ। ଅପରାହ୍ନ ସମୟରେ କୌଣସି ପ୍ରକାର ଖୁସି ଖବର ପାଇ ପାରନ୍ତି। ସନ୍ଧ୍ୟା ସମୟରେ ଘରକୁ ଅତିଥିଙ୍କ ଆଗମନ ହେବ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ।  

 

3/12

ମିଥୁନ: ମିଥୁନ ରାଶିର ଲୋକଙ୍କ ପାଇଁ ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। କ୍ଷୁଦ୍ର-ବ୍ୟବସାୟୀମାନେ ବ୍ୟବସାୟରୁ ଲାଭ ପାଇବେ ନାହିଁ। କୌଣସି  ପ୍ରକାର ଆର୍ଥିକ ଦେଣନେଣ ଆଜି କରନ୍ତୁ ନାହିଁ। ନଚେତ୍ ଘାଟା ସହିବେ। ଚାକିରିଆମାନେ ଆଜି ଅଧିକ କାର୍ଯ୍ୟଭାର ଯୋଗୁଁ ଚାପରେ ରହିବେ। ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ପାଇବ। କାର୍ଯ୍ୟାଳୟରେ,କୌଣସି ମୂଲ୍ୟବାନ୍ ଜିନିଷ ହଜି ଯାଇପାରେ। ଗାଡି଼ ଚାଳନା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ସନ୍ଧ୍ୟା ସମୟରେ ସାଥୀଙ୍କ ସହ କୌଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଦାମ୍ପତ୍ୟ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହେବ।  

 

4/12

କର୍କଟ: କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଅତ୍ୟନ୍ତ ଖାସ୍ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ଦରମା ବୃଦ୍ଧି ହେବା ସହ ବ୍ୟାଙ୍କ୍ ବାଲାନ୍ସ ବଢିବ। ପ୍ରତ୍ୟକ କାର୍ଯ୍ୟରେ ସହକର୍ମୀଙ୍କ ସମ୍ପୁର୍ଣ୍ଣ ସହଯୋଗ ପାଇବେ। ପେଣ୍ତିଂ କାର୍ଯ୍ୟକୁ ଶେଷ କରିବାରେ ସମର୍ଥ ହେବେ। ବ୍ୟବସାୟୀମାନଙ୍କର ଯୋଜନା ଗତିଶୀଳ ହେବ। ଆମଦାନୀ-ରପ୍ତାନୀ ବ୍ୟବସାୟରେ ଜଡ଼ତ ଥିବା ଲୋକେ ବ୍ୟବସାୟରେ ଦ୍ବି-ଗୁଣିତ ଲାଭ ପାଇବେ। ନିଜ ପିତାମାତାଙ୍କ ପରାମର୍ଶରେ ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନେବା ଆପଣଙ୍କ ପାଇଁ ଭଲ ହେବ। ବ୍ୟବସାୟିକ ଯାତ୍ରାରୁ ଲାଭବନ୍ ହେବେ। 

 

5/12

ସିଂହ: ସିଂହ ରାଶିର ଲୋକ ଦିନ ଆରମ୍ଭରୁ କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି। ବେକାରି ମାନଙ୍କୁ ନିଯୁକ୍ତି ନେଇ କୌଣସି ସ୍ଥାନରୁ ଫୋନ୍ କଲ୍ କିମ୍ବା ଅଫର ଲେଟର ମିଳିପାରେ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ନେଇ ଚର୍ଚ୍ଚା ହେଉଥିବା ଶୁଣିବାକୁ ପାଇବେ। ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ପାଇବ। ରିୟଲି-ଇଷ୍ଟେଟ୍ ବ୍ୟବସାୟରେ ଜଡ଼ିତ ଥିବା ଲୋକଙ୍କ ପାଇଁ ଆଜିର ଦିନଟି ଖୁବ୍ ଭଲ ରହିବ। ନୂତନ ପ୍ରୋଜେକ୍ଟ ମିଳିବା ନେଇ ସମ୍ଭାବନା ରହିଛି। ସରକାରୀ ପ୍ରୋଜେକ୍ଟରୁ ଲାଭବାନ୍ ହେବେ। ବ୍ୟବସାୟରେ ଅଟକିଥିବା ଟଙ୍କା ପାଇବେ। ବାହାର ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ନଚେତ୍ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। 

 

6/12

କନ୍ୟା:  ଆଜି ଦିନରେ ଲାଭରେ ରହିବେ ଏହି ରାଶିର ବ୍ୟକ୍ତି ବିଶେଷ।  ଆର୍ଥିକ ସ୍ଥିତି ମଜବୁତ୍ ରହିବ। କିନ୍ତୁ କର୍ମକ୍ଷେତ୍ରରେ ସମସ୍ୟା ପିଛା ଛାଡିବ ନାହିଁ। ସହକର୍ମୀଙ୍କ ସହିତ କୌଣସି କଥାକୁ ନେଇ ବିବାଦ ହୋଇପାରେ। ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନଚେତ୍ ଭୟଙ୍କର ପରିସ୍ଥିତି ଉପୁଜିପାରେ। ବ୍ୟବସାୟୀମାନଙ୍କୁ ସୂର୍ଯ୍ୟାସ୍ତ ପରେ କୌଣସି ପ୍ରକାର ଖୁସି ଖବର ମିଳିପାରେ।  ଦିର୍ଘ ଦିନର ଆଶା ପୂରଣ ହେବା ସହ ଦୀର୍ଘ ଦିନ ଧରି ଲାଗି ରହିଥିବା ଘରୋଇ ବିବାଦର ଅନ୍ତ ଘଟିବ। ଘରେ କୌଣସି ପ୍ରକାର ଶୁଭକାର୍ଯ୍ୟ ହୋଇପାରେ।  

7/12

ତୁଳା:  ସାହିତ୍ୟ, କଳା, ଶିକ୍ଷା ଓ ରିସର୍ଚ୍ଚ କ୍ଷେତ୍ରରେ ଥିବା ଲୋକେ ଆଜି ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପାଇବେ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ବ୍ୟବସାୟୀମାନେ କୌଣସି ବଡ଼ ଡିଲ୍ ଫାଇନାଲ୍ କରିବାରେ ସଫଳ ହେବେ। କୌଣସି ଇଭେଣ୍ଟରେ ସମ୍ମାନୀତ ହୋଇପାରନ୍ତି। ପୂର୍ବ ଯୋଜନାକୁ ବ୍ୟବସାୟରେ ଲାଗୁ କଲେ ଅଧିକ ଲାଭ ପାଇବେ।  ଆୟର ନୂତନ ଉତ୍ସ ସୃଷ୍ଟି ହେବ। କିନ୍ତୁ କୌଣସି କାରଣରୁ କ୍ଲାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ଚାକିରିଆମାନେ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଟୁର୍ ରେ ବାହାରକୁ ଯିବାକୁ ପଡିପାରେ। ସହକର୍ମୀଙ୍କ ଠାରୁ ସାହାର୍ଯ୍ୟ-ସହଯୋଗ ପାଇବେ। 

 

8/12

ବିଛା: ଏହି ରାଶିର ଲୋକେ କର୍ମକ୍ଷେତ୍ରରେ ଭଲ ଫଳାଫଳ ପାଇବେ। ଖାସ୍ କରି କର୍ପୋରେଟ୍ ସେକ୍ଟରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଦିନଟି ବେଶ୍ ଅନୁକୂଳ ରହିବ। କଠିନ ପରିଶ୍ରମର ଫଳ ପାଇବେ। କର୍ମକ୍ଷେତ୍ରରେ ଭଲ କାମ କରି ପ୍ରଂଶସିତ ହେବେ। ସମସ୍ତ କାର୍ଯ୍ୟରେ ସହକର୍ମୀଙ୍କ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ହୋଇଥିବା ଷଡଯନ୍ତ୍ରକୁ ପଣ୍ତ କରିବାରେ ସଫଳ ହେବେ। ବ୍ୟବସାୟୀମାନେ ବ୍ୟବସାୟିକ ଡିଲ୍ ଫାଇନାଲ୍ ସମୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ। କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ, ସମସ୍ୟା ବଢିବ। ଯାହା ଆପଣଙ୍କ ଲୋକପ୍ରିୟକାକୁ ହ୍ରାସ କରିବ। ସଂନ୍ଧ୍ୟା ସମୟରେ ନିଜ ସାଥୀଙ୍କ ସହ ଏକ ରୋମାଣ୍ଟିକ୍ ଡେଟ୍ ରେ ଯାଇପାରନ୍ତି। 

 

9/12

ଧନୁ: ଧନୁ ରାଶିର ଲୋକଙ୍କ ପାଇଁ ଦିନଟି ମଙ୍ଗଳମୟ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ନେଇ ଶୁଭ ଖବର ମିଳିପାରେ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଆଜି କୌଣସି ସ୍ଥାନରୁ ଅଫର ଲେଟର ମିଳିପାରେ। ଯାହାକୁ ନେଇ ମନ ବେଶ୍ ଆନନ୍ଦିତ ରହିବ। ବ୍ୟବସାୟୀମାନେ ଟଙ୍କା କାରବାର ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ନଚେତ୍ କୌଣସି କାରଣରୁ ଟଙ୍କା ଫସିପାରେ। ଯାହାକୁ ନେଇ ଆଇନ-କାନୁନ୍ ଜାଲରେ ଛନ୍ଦି ହୋଇପାରନ୍ତି।

10/12

ମକର: ଏହି ରାଶିର ଲୋକଙ୍କ ପାଇଁ ଦିନଟି ଖାସ୍ ରହିବ ନାହିଁ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇପାରେ। ଏନେଇ ନିଜ କ୍ରୋଧକୁ ନିୟନ୍ତ୍ରଣର ରଖନ୍ତୁ। ଏବଂ ନିଜ କାର୍ଯ୍ୟରେ ଅଧିକ ଧ୍ୟାନ ଦିଅନ୍ତୁ। ସହକର୍ମୀଙ୍କ ଦ୍ବାରା ହୋଇଥିବା ଷଡଯନ୍ତ୍ରର ଶୀକାର ହୋଇପାରନ୍ତି। ତେଣୁ ଚତୁରତାର ସହ ପରିସ୍ଥିତିର ମୁକାବିଲା କରିବା ଶିଖନ୍ତୁ। ଆଜି କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ବ୍ୟବସାୟୀମାନେ ଚିନ୍ତା କରିପାରନ୍ତି।  ମଧ୍ୟମ ଧରଣର ବ୍ୟବସାୟୀମାନେ ଅଳ୍ପ ବିନିଯୋଗରୁ ଲାଭାବାନ୍ ହେବେ। ଗାଡି଼ ଚାଳନା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ। 

 

11/12

କୁମ୍ଭ: କୁମ୍ଭ ରାଶିର ଲୋକଙ୍କୁ ଆଜି ସତର୍କତାର ସହ ଚଳିବାକୁ ପଡିବ। ବ୍ୟବସାୟୀମାନେ ଆଜି କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ। ନଚେତ୍ ବିରାଟ କ୍ଷତି ସହିବେ। ବ୍ୟବସାୟରେ କୌଣସି ପ୍ରକାର ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ। ଏହାକୁ ସ୍ଥଗିତ ରଖନ୍ତୁ।  ଚାକିରିଆମାନଙ୍କ ପାଇଁ କର୍ମକ୍ଷେତ୍ରରେ ଚାପ ଅଧିକ ରହିବ। ଯାହାକୁ ନେଇ ଅଣ ନିଶ୍ବାସୀ ଅନୁଭବ କରିବେ। ପତ୍ନୀଙ୍କ ସ୍ବାସ୍ଥ୍ୟ ଖରାପ ରହିବା କାରଣରୁ ଟେନସନରେ ରହିବେ। ସଂନ୍ଧ୍ୟା ସମୟରେ କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। 

12/12

ମୀନ: ମୀନ ରାଶିର ଲୋକଙ୍କ ପାଇଁ ଆଜିର ଦିନ ଏତେ ଖାସ୍ ରହିବ ନାହିଁ।  ବ୍ୟବସାୟରେ ଆଶାତିତ ସଫଳତା ପାଇବେ ନାହିଁ। ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତ ହେବ ନାହିଁ। ସ୍ବାସ୍ଥ୍ୟ ଜନିତ ସମସ୍ୟା କାରଣରୁ ଚିଡଚିଡା ପଣ କାର୍ଯ୍ୟାଳୟରେ ଅନୁଭବ କରିବେ। ସନ୍ଧ୍ୟା ସମୟରେ ଦିନଟି ନିଜ ସାଥୀଙ୍କ ସହ ଏକ ରୋମାଣ୍ଟିକ୍ ଡେଟ୍ ରେ ଯାଇପାରନ୍ତି। ନିଜ ପ୍ରିୟଜନଙ୍କ ଠାରୁ କୌଣସି ଖୁସି ଖବର ପାଇ ପାରନ୍ତି।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)