Advertisement
Photo Details/zeeodisha/odisha2482845
photoDetails0hindi

Horoscope 23 October 2024: ୨୩ ଅକ୍ଟୋବରରେ ଭଗବାନ ଗଣେଶ ଚମକାଇବେ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ

Rashifal 23 October 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସମୁଦାୟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶି ଗୋଟିଏ ଲେଖାଁଏ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ। ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୨୩ ଅକ୍ଟୋବର ହେଉଛି ବୁଧବାର। ହିନ୍ଦୁ ଧର୍ମରେ ବୁଧବାର ଦିନ ଭଗବାନ ଗଣେଶଙ୍କୁ ଉତ୍ସର୍ଗ କରାଯାଇଛି। ଜାଣନ୍ତୁ ୨୩ ଅକ୍ଟୋବର ୨୦୨୪ ରେ କେଉଁ ରାଶି ମାନେ ଉପକୃତ ହେବେ ଓ କେଉଁ ରାଶି ମାନଙ୍କୁ ସତର୍କ ରହିବାକୁ ପଡିବ।...

 

1/12

ମେଷ:  ବୁଧବାର ଦିନଟି ଆପଣଙ୍କ ପାଇଁ ଭଲ ଦିନ ହେବ । କୌଣସି ଖାସ୍ ଲୋକଙ୍କ ଠାରୁ ଆପଣଙ୍କୁ କିଛି ବଡ଼ ଲାଭ ମିଳି ପାରେ । ଯାହାକୁ ନେଇ ଆପଣ ଦିନସାରା ଖୁସି -ଆନନ୍ଦିତ ରହିବେ। କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟର ପ୍ରଶଂସା ବରିଷ୍ଠ ଅଧିକାରୀ କରିପାରନ୍ତି। ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ପାରିବାରିକ ଜୀବନରେ କିଛି ଚାପ ରହିବ। କିନ୍ତୁ ମାନସିକ ଶାନ୍ତି ପାଇବେ। ପ୍ରେମୀଙ୍କ ଲାଗି ମଧ୍ୟ ଦିନଟି ପ୍ରତିକୂଳ ରହିବ। ନିଜ ସାଥୀଙ୍କ ସହ ଲଙ୍ଗ୍ ଡ୍ରାଇଭ୍ ରେ ଯିବେ। 

ALSO READ: Guru Gochar 2024: ଏହିସବୁ ରାଶିଙ୍କ ଭାଗ୍ୟ ଉଦୟ କରିବେ ବୃହସ୍ପତି, ବ୍ୟବସାୟୀ ହେବେ ଲାଭବାନ୍, ଚାକିରିଆ ପାଇବେ ଖୁସି ଖବର!

ALSO READ: Cyclone Dana Update: ବାତ୍ୟା 'ଦାନା'କୁ ନେଇ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ କେଉଁ ଜିଲ୍ଲାରେ ମାଡ଼ ହେବ ବାତ୍ୟା?

2/12

ବୃଷ:  ଦିନଟି ଆପଣଙ୍କ ପାଇଁ ଖୁବ୍ ଭଲରେ କଟିବ। ଅଟକି ରହିଥିବା କାର୍ଯ୍ୟରେ ଜଣେ ବନ୍ଧୁଙ୍କ ସମର୍ଥନ ମିଳିବ । ଫଳରେ ସେହି କାର୍ଯ୍ୟକୁ ଶେଷ କରିବାକୁ ସମର୍ଥ ହେବେ।  ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ । ଆପଣଙ୍କ ମନରେ କିଛି ନୂଆ ବିଚାର ଆସିବ । ସେତେବେଳେ ଆପଣ ସଫଳତା ହାସଲ କରିପାରିବେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ଦିନ ଭଲ ରହିବ । ବ୍ୟବସାୟୀମାନେ କୌଣସି ଗୁରୁତ୍ବପୂର୍ଣ୍ଣ ଡିଲ୍ ଫାଇନାଲ୍ କରିବାରେ ସମର୍ଥ ହେବେ। ସ୍ବାସ୍ଥ୍ୟ ଜନିତ ସମସ୍ୟା ସାମାନ୍ୟ ଦେଖାଦେଇପାରେ। 

 

3/12

ମିଥୁନ:  ଦିନଟି ଆପଣଙ୍କ ପାଇଁ ବହୁତ ଖୁସିର ଦିନ ସାବ୍ୟସ୍ତ ହେବ । ଦେବ ଓ ମନ ଭଲ ରହିବ। ଯଦି କିଛି ଚ୍ୟାଲେଞ୍ଜ ଆସେ, ତା’ହେଲେ ମଧ୍ୟ ଆପଣ ତାହାକୁ ଖୁସିର ସହ ସାମ୍ନା କରିବେ । କେଉଁ ଠାରୁ ସୁ-ସମ୍ବାଦ ପ୍ରାପ୍ତ ହେବ । ବ୍ୟବସାୟରେ ଧନଲାଭର ପ୍ରବଳ ଯୋଗ ରହିବ।

 

4/12

କର୍କଟ:  ଏହିରାଶିର ଲୋକମାନେ ଏକା ସାଙ୍ଗରେ ଅନେକ କାର୍ଯ୍ୟ କରିବାକୁ ତତ୍ପର ହୁଅନ୍ତୁ ନାହିଁ। ନଚେତ୍ କୌଣସି ବି କାର୍ଯ୍ୟ ହେବ ନାହିଁ । ଜୀବନସାଥୀଙ୍କ ସହିତ ବିଦେଶ ଭ୍ରମଣ କରିବାର ସମ୍ଭାବନା ସୃଷ୍ଟି ହୋଇ ପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣ ଯେଉଁ ବି କାମ ଆରମ୍ଭ କରିବେ ତାହା ସମୟ ଅନୁସାରେ ପୂରା ହୋଇ ଯିବ ।

5/12

ସିଂହ:  ଦିନଟି ଆପଣଙ୍କ ପାଇଁ ବହୁତ ଅନୁକୂଳ ରହିବ। କିନ୍ତୁ ସତର୍କତାର ସହ ଟିକେ ଚଳିବାକୁ ପଡିପାରେ। ଗାଡି଼ ଚାଳନା ବେଳେ ସତର୍କତା ଅବଲମ୍ବନ କରନ୍ତୁ।  ରାସ୍ତାରେ କୌଣସି ଘନିଷ୍ଠ ବନ୍ଧୁଙ୍କ ସହିତ ଭେଟ ହୋଇପାରେ, ଯାହାଙ୍କୁ ଦେଖି ଆପଣ ବହୁତ ଖୁସି ହୋଇ ଯିବେ । ଆପଣଙ୍କ ଚିନ୍ତାଧାରା ସକାରାତ୍ମକ ରଖନ୍ତୁ । କାର୍ଯ୍ୟ କରିବାର ପଦ୍ଧତି ବଦଳାନ୍ତୁ, ସବୁକିଛି ଠିକ୍ ରହିବ । ସଂନ୍ଧ୍ୟା ସମୟରେ ନିଜ ପରିବାର ଲୋକଙ୍କ ସହିତ କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି।

6/12

କନ୍ୟା:   ଆଖ ପାଖର କିଛି ସକାରାତ୍ମକ ପରିବର୍ତ୍ତନ ଆପଣଙ୍କ ଜୀବନକୁ ଉନ୍ନତ କରିପାରେ । କର୍ମକ୍ଷେତ୍ରରେ କିଛି ନୂଆ ଲୋକ ସହ କାମ କରିବାକୁ ପଡିବାରେ। କର୍ମକ୍ଷେତ୍ରରେ ଚାପ ଅଧିକ ରହିଲେ ମଧ୍ୟ କାର୍ଯ୍ୟ କରିବାକୁ ମନରେ ଅଧିକ ଉତ୍ସାହ ଦେଖାଦେବ। ପରିବାରରେ ନିଜ ଲୋକଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ଘରକୁ କୌଣସି ଅତିଥିଙ୍କ ଆଗମନ ହୋଇପାରେ। ବ୍ୟବସାୟୀମାନେ ବାକି ପଡିଥିବା ଟଙ୍କା ପାଇବେ। 

 

7/12

ତୁଳା: ଦିନଟି ଆପଣଙ୍କ ପାଇଁ ଏତେ ଖାସ୍ ରହିବ ନାହିଁ। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଈର୍ଷାର ଶିକାର ହେବେ । ପାରିବାରିକ ଜୀବନରେ ଭୁଲ ବୁଝାମଣା ଦେଖାଦେବ ।  ସାମାନ୍ୟ ଶରୀର ପୀଡ଼ା ଦେଖାଦେବ ।  ଆପଣ ନାନା ସମସ୍ୟାରେ ଜଡିତ ହେବେ । ଆର୍ଥିକ ସ୍ଥିତି ଖରାପ୍ ରହିବ। ଫଳରେ ଅଶାନ୍ତିରେ ଦିନଟି କଟିବ। 

8/12

ବିଛା: ଦିନଟିରେ ସତର୍କତା ସହ ଚଳିବେ।  ନଚେତ୍ ସମସ୍ୟାରେ ପଡି଼ବେ।  ଆର୍ଥିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ। କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡିବେ। ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ। ନିଜ ଲୋକେ ଆପଣଙ୍କ ସହ ବିଶ୍ବାସଘାତକତା କରିପାରନ୍ତି। ଶାରୀରିକ ପୀଡ଼ା ଦେଖାଦେବ। 

9/12

ଧନୁ:  ଦିନଟି ଆପଣଙ୍କ ଦିନ ଭଲ ରହିବ । ଘରେ ସମ୍ପର୍କୀୟମାନଙ୍କ ଯିବା ଆସିବା ଲାଗି ରହିବ । ଏହି ରାଶିର ଛାତ୍ରମାନଙ୍କ କ୍ୟାରିୟରରେ ସକାରାତ୍ମକ ପରିଣାମ ମିଳିବ । ବ୍ୟବସାୟରେ ପିତାଙ୍କ ସହଯୋଗ ପ୍ରାପ୍ତ ହେବ ।

 

10/12

ମକର: ଦିନ ଆରମ୍ଭରୁ ଅସୁସ୍ଥତା ଅନୁଭବ କରିପାରନ୍ତି। ବ୍ୟବସାୟୀମାନେ ଆର୍ଥିକ ନେଣଦେଣ ମାମଲାରେ ତରତର ହୁଅନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ । କାର୍ଯ୍ୟରେ ବାଧା ଆସି ପାରେ । ହଠାତ୍ ଆପଣଙ୍କୁ କେଉଁଠାରୁ ଧନଲାଭ ହେବ । ପ୍ରେମୀଙ୍କ ଲାଗି ଦିନଟି ଶୁଭ ରହିବ। ଲବ୍-ବାର୍ଡ଼ କୌଣସି ଯାତ୍ରାରେ ଯିବାକୁ ଯୋଜନା କରି ପାରନ୍ତି ।

 

11/12

କୁମ୍ଭ:  ମନରେ ଅତ୍ୟଧିକ ଚିନ୍ତାଧାରା ହେତୁ ଆପଣ ଅଶାନ୍ତ ରହିପାରନ୍ତି । ବିଶେଷକରି, ବ୍ୟବସାୟୀଙ୍କ ଲାଗି ଦିନଟି ଭଲ ରହିବ। କୌଣସି ପୁରୁଣା ନେଣଦେଣରେ ବି ଲାଭ ମିଳିବ।  ଯାହାକୁ ଆପଣ ଭୁଲି ସାରିଛନ୍ତି । ଅସହାୟ ଓ ଗରିବ ଲୋକଙ୍କୁ ସାହାଯ୍ୟ କରିବାରେ ସମର୍ଥ ହେବେ। ଭଗବାନ ଗଣେଶଙ୍କର ଆଳତି କରନ୍ତୁ, ସମସ୍ତଙ୍କ ସହିତ ସମ୍ପର୍କ ଭଲ ରହିବ । ପରିବାରରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ। ଛାତ୍ରଛାତ୍ରୀମାନେ ପାଠପଢାରେ ଆଗ୍ରହ ଦେଖାଇବେ।  

 

12/12

ମୀନ:  ଦିନଟି ଆପଣଙ୍କ ପାଇଁ ଉତ୍ସାହ ପୂର୍ବକ ରହିବ । କୌଣସି ନୂଆ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପାଇଁ ଦିନଟି ବହୁତ ଭଲ । ଯଦି ଆପଣ କିଛି ନୂଆ କାର୍ଯ୍ୟ ଆରମ୍ଭ କରନ୍ତି, ତା’ହେଲେ ଆପଣଙ୍କ ପାଇଁ ଭଲ ରହିବ ।  କର୍ମକ୍ଷେତ୍ରରେ ଆପଣଙ୍କୁ କାର୍ଯ୍ୟକୁ ନେଇ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ି ପାରେ । ବରିଷ୍ଠ ଅଧିକାରୀଙ୍କ ସହ ଛୋଟମୋଟ୍ କଥାକୁ ନେଇ ଯୁକ୍ତିତର୍କ ହୋଇପାରେ। ତେଣୁ ଅଯଥା ବିବାଦରୁ ନିଯକୁ ଦୂରେଇ ରଖନ୍ତୁ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)