Grah Gochar 2024: ସୂର୍ଯ୍ୟ-ଶୁକ୍ରଙ୍କ କୃପାରୁ ଆଜିଠୁ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ବେକାରିଙ୍କୁ ମିଳିବ ଚାକିରି ସହ ବ୍ୟବସାୟୀରେ...

Grah Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏ-କ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଆଜି ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବ ସକାଳ ୮ଟା ୪୦ ମିନିଟ୍ ସମୟରେ ତୁଳା ରାଶିକୁ ହେବାକୁ ଥିବା ବେଳେ ୨୦ ତାରିଖ ଦିନ ଶୁକ୍ର କର୍କଟ ରାଶିକୁ ଚଳନ କରିବେ। ଏହି ୨ ରାଶିଙ୍କ ଚଳନ କିଛି ରାଶି ଉପରେ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଶୁଭ ସ୍ଥିତି ସୃଷ୍ଟି କରିବ। ତେବେ, ଆସନ୍ତୁ ଜାଣିବା ସୂର୍ଯ୍ୟ ଓ ଶୁକ୍ରଙ୍କ କୃପାରୁ କେଉଁ ରାଶିର ଲୋକଙ୍କ ଭାଗ୍ୟ ଫିଟିବାକୁ ଯାଉଛି।....

Narmada Behera Thu, 17 Oct 2024-7:59 am,
1/3

ମେଷ:  ସୂର୍ଯ୍ୟ ଓ ଶୁକ୍ରଙ୍କ ରାଶି ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ।  ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। କର୍ମକ୍ଷେତ୍ରରେ ପଦୋନ୍ନତି ସାଙ୍ଗକୁ ଦରମା ବଢିବ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ। ବ୍ୟବସାୟରେ ବାକି ପଡିଥିବା ଟଙ୍କା ପାଇବେ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନେ ସରକାରୀ ଚାକିରି ପାଇବାର ସମ୍ଭାବନା ରହିଛି। ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଭଲ ରହିବା ସହ ନିଜ ପରିବାର ସହ ଦୂରଯାତ୍ରା କରିବେ।  ପ୍ରେମୀମାନେ ନିଜ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। 

ALSO READ: Today Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

ALSO READ: Weather Update: ଅତି ଭୀଷଣ ରୂପ ନେଇପାରେ ବାତ୍ୟା!

2/3

ସିଂହ: ସୂର୍ଯ୍ୟ ଓ ମଙ୍ଗଳଙ୍କ ରାଶି ପରିବର୍ତ୍ତନ ହେତୁ ଏହି ରାଶିର ଲୋକମାନେ ବିଶେଷ ଉପକୃତ ହେବେ। ବିଶେଷକରି ବ୍ୟବସାୟୀମାନଙ୍କ ଲାଗି ସମୟ ଶୁଭ ରହିବ। ବାଣିଜ୍ୟ-ବ୍ୟବସାୟରେ ଲାଭ ବଢିବା ସହ ଗ୍ରାହକଙ୍କ ସଂଖ୍ୟା ବଢିବ। ବ୍ୟବସାୟ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ସଫଳତା ପାଇବେ। ଯେଉଁମାନେ ନୂଆ ଚାକିରି ଖୋଜୁଛନ୍ତି। ସେମାନଙ୍କୁ ମନଲାଖି ଚାକିରି ମିଳିବ। ଚାକିରି କରୁଥିବା ଲୋକେ ନିଜ କାମ ପାଇଁ କର୍ମକ୍ଷେତ୍ରରେ ପୁରସ୍କୃତ ହେବେ।  ଆୟ ବ୍ୟୟ ସମାନ ରହିବ। ସଞ୍ଚୟ ବୃଦ୍ଧି ପାଇବା ସହ ଟଙ୍କା ବିନିଯୋଗ ପାଇଁ ଯୋଜନା କରିବେ। ସେୟାର ବଜାର ରେ ଟଙ୍କା ବିନିଯୋଗ ପାଇଁ ସମୟ ଭଲ ରହିଛି।   ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।  

3/3

ଧନୁ :  ସୂର୍ଯ୍ୟ ଓ ଶୁକ୍ରଙ୍କ ରାଶି ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ।  ଯେଉଁମାନେ ଚାକିରି ବଦଳାଇବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ସମୟ ଭଲ ରହିବ।  କଳା, ସାମ୍ବାଦିକତା, ଇଂଜିନିୟ, ରାଜନୀତି, ରିସର୍ଚ୍ଚ କ୍ଷେତ୍ରରେ କାମ କରୁଥିବା ଲୋକେ ସଫଳତା ପାଇବେ। ନିଜ କାର୍ଯ୍ୟ ପାଇଁ ସମ୍ମାନୀତ ହେବେ। ଆୟ ବ଼ୃଦ୍ଧି ପାଇବ। ନୂତନ କରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ପାଇପାରନ୍ତି। ପ୍ରେମୀମାନେ ନିଜ ସାଥୀଙ୍କ ସହ ଏକ ରୋମାଣ୍ଟିକ୍ ଡେଟ୍ ରେ ଯିବା ସହ ଦାମୀ ଉପହାର ପାଇବେ। ବ୍ୟବସାୟୀମାନ ପୁରୁଣା ବିନିଯୋଗରୁ ଲାଭ ଉଠାଇବେ।    (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link