Advertisement
Article Detail0/zeeodisha/odisha2475691
Zee OdishaWeatherWeather Update: ଅତି ଭୀଷଣ ରୂପ ନେଇପାରେ ବାତ୍ୟା!

Weather Update: ଅତି ଭୀଷଣ ରୂପ ନେଇପାରେ ବାତ୍ୟା!

Weather Update: ଓଡି଼ଶାକୁ ବାତ୍ୟା ଭୟ! ଛୋଟ ନୁହେଁ ବଡ଼ ବାତ୍ୟା ଆସୁଛି।  ପବନର ଝଟକା ଘଣ୍ଟାକୁ ୧୨୦ ରୁ ୧୬୦ କିମି ଯାଏଁ ରହିପାରେ।  କେନ୍ଦ୍ରୀୟ ବଙ୍ଗୋପସାଗରରେ  ସୃଷ୍ଟ ହେବାକୁ ଥିବା ଏହି ବାତ୍ୟା ସମୁଦ୍ରରୁ  ବଳ ଗୋଟେଇବ।  

Weather Update: ଅତି ଭୀଷଣ ରୂପ ନେଇପାରେ ବାତ୍ୟା!
Weather Update: ଓଡି଼ଶାକୁ ବାତ୍ୟା ଭୟ! ଛୋଟ ନୁହେଁ ବଡ଼ ବାତ୍ୟା ଆସୁଛି।  ପବନର ଝଟକା ଘଣ୍ଟାକୁ ୧୨୦ ରୁ ୧୬୦ କିମି ଯାଏଁ ରହିପାରେ।  କେନ୍ଦ୍ରୀୟ ବଙ୍ଗୋପସାଗରରେ  ସୃଷ୍ଟ ହେବାକୁ ଥିବା ଏହି ବାତ୍ୟା ସମୁଦ୍ରରୁ  ବଳ ଗୋଟେଇବ।  ଅତି ଭୀଷଣ ବାତ୍ୟା ରୂପ ନେଇପାରେ।  ଗ୍ଲୋବାଲ୍ ଫୋରକାଷ୍ଟ ସିଷ୍ଟମ୍ ମଡେଲ୍ ସାମ୍ଭାବ୍ୟ ବାତ୍ୟାକୁ ନେଇ ଏଭଳି ଆକଳନ କରିଛି।  କିନ୍ତୁ ଭାରତୀୟ ପାଣିପାଗ ବିଭାଗ  ବାତ୍ୟା ସୃଷ୍ଟିକୁ  ନେଇ କୌଣସି ପୂର୍ବାନୁମାନ କରିନି। 
 
 
ଜିଏଫଏସ୍  ମଡେଲ୍ ଆଜି ସାନି ପୂର୍ବାନୁମାନ କରି ଦର୍ଶାଇଛି।  ୨୩ ତାରିଖ ବେଳକୁ ବାତ୍ୟା ଅତୀ ଭୀଷଣ ରୂପ ନେଇ ସାରିଥିବ। ସେବେ, ଏହା ଓଡି଼ଶା ଉପକୂଳ ଠାରୁ କିଛି ଦୂରରେ ଥିବ। ୨୪ ତାରିଖ ବେଳକୁ ଭଦ୍ରକ , ବାଲେଶ୍ବର ପାଖରେ ଘସି ହୋଇ ପଶ୍ଚମବଙ୍ଗ ଓ ବାଲାଂଦେଶ ଆଡକୁ ଯିବ। ବାଲେଶ୍ବର ପାଖ ଦେଇ ଅତିକ୍ରମ କରିବା ବେଳେ ବାତ୍ୟାର କେନ୍ଦ୍ର ସ୍ଥଳରେ  ପବନର ଚାପ୯୪୪ ଥିବ। ଏହି ଚାପ ୯୪୫ ମିଲିବାର ଯାଏଁ  ଯାଇପାରେ। ଏହି ଚାପ ହିସାବକୁ ନେଇ ସାମ୍ଭାବ୍ୟ ବାତ୍ୟାର ତିବ୍ରତା ମାପିଲେ ଏହା କଟାଗୋରୀ-୩ ଅଧିନ ରେ ଆସୁଛି।  ଏହା ଅତି ଭୀଷଣ ବାତ୍ୟା ରୂପ ନେବ ବୋଲି  ଜିଏଫଏସ୍ ମଡେଲ୍ ଦର୍ଶାଇଛି। ସେହିଭଳି ୟୁରୋପିଆନ୍ ସେଣ୍ଟର ଫର ମିଡିୟମ୍ ରେଂଜ ଓ୍ବେଦର ଫୋରକାଷ୍ଟ ଇଣ୍ଟେଲିଜେନ୍ସ ମଡେଲ୍  ବା ଏଆଇଏଫଏସ୍ ମଡେଲ୍ ମଧ୍ୟ ବାତ୍ୟାକୁ ନେଇ ପୂର୍ବାନୁମାନ କରିଛି। 
 
ବାତ୍ୟା ଓଡିଶା ଉପକୂଳ ପାଖ ଦେଇ  ଅତିକ୍ରମ କରିବ ବୋଲି ଏହା ଦର୍ଶାଇଛି। ୨୪ ତାରିଖ ବେଳକୁ ଏହା ବାଲେଶ୍ବର ପାଖ ଦେଇ ପାର୍ ହେବ। ବାତ୍ୟା ଅତିକ୍ରମ ସମୟରେ ପବନର ବେଦ ୯୭୯ ମିଲିବାର୍ ରହିବ।  ଓଡି଼ଶା ଉପକୂଳରେ ସାମ୍ଭାବ୍ୟ ବାତ୍ୟା କାଟାଗୋରୀ-୩ ରହିବ ବୋଲି ଜିଏଫଏସ୍ ମଡେଲ୍ କହୁଥିବା ବେଳେ ଏହା କାଟାଗୋରୀ-୪ ରହିବ ବୋଲି ଏଆଇ ମଡେଲ୍ ପୂର୍ବାନୁମାନ କରିଛି।  ତେବେ, ଦିନଯେତିକି ବଢୁଛି। ବିଭିନ୍ନ ପାଣିପାଗ ମଡେଲ୍ ନିଜ ଆକଳନ ବଦଳାଉଛନ୍ତି। କିନ୍ତୁ ସାମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି କୌଣସି ଆକଳନ କରିନି। କିନ୍ତୁ ୨୧ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଫଳରେ ଏହା ୨୨ ଓ ୨୩ ବେଳକୁ ଅବପାତର ରୂପ ନେବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି। 
 
Add Zee News as a Preferred Source
About the Author