Horoscope Today 17 October 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅକ୍ଟୋବର ୧୭ ହେଉଛି ଗୁରୁବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
ମେଷ: ଆଜି ଆପଣଙ୍କୁ ପୂରା ଦିନ ସତର୍କତାର ସହ ଚଳିବାକୁ ପଡିବ। ଅର୍ଥହାନୀ ହେବାର ସମ୍ଭାବନା ରହିଛି। ପୁରୁଣା ନିବେଶ କ୍ଷତି ଦେଇପାରେ । କର୍ମକ୍ଷେତ୍ରରେ ଦାୟିତ୍ଵ ବଢିବ । ପରିବାରରେ ପ୍ରେମ ବଢିବ । ନିଜର ନିବେଶ ଓ ଭବିଷ୍ୟତ ଯୋଜନାକୁ ଗୁପ୍ତ ରଖନ୍ତୁ । କିଛି ଖବର ପୁରା ପରିବାରରେ ଖୁସି ଭରି ଦେବ । ଦୁଷ୍ଟ ପ୍ରକୃତିର ଲୋକଙ୍କ ସହିତ ଦୂରେଇ ରୁହନ୍ତୁ। ସନ୍ଧ୍ୟା ସମୟରେ କୌଣସି ଦୁଖଦ ଖବର ମିଳିପାରେ । ଆୟ ବ୍ୟୟ ସମାନ ରହିବ। ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କରନ୍ତୁ। ଭଲ ଫଳ ପାଇବେ।
ALSO READ: Surya Budh Yuti 2024: ସୂର୍ଯ୍ୟ-ବୁଧଙ୍କ କୃପାରୁ କୋଟିପତି ହେବେ ଏହି ୫ ରାଶି, ଆସନ୍ତାକାଲିଠୁ ଆରମ୍ଭ ହେବ ଶୁଭ ସମୟ!
ବୃଷ: ଆଜି ଦିନରେ ପରିଶ୍ରମର ପୂରା ଲାଭ ମିଳିବ । ଅନ୍ୟର ବ୍ୟକ୍ତିଙ୍କ ଝଗଡ଼ାରେ ପଡନ୍ତୁ ନାହିଁ । ନଚେତ୍ ଅଯଥାରେ ସମସ୍ୟାରେ ପଡିବେ। କୌଣସି ଘନିଷ୍ଠ ବ୍ୟକ୍ତି ସହ ବିବାଦ ହୋଇପାରେ । ପ୍ରେମ ଜୀବନ ଅନୁକୂଳତା ରହିବ । ବ୍ୟବସାୟରେ ଲାଭ ମିଳିବ। ସୁସ୍ଥ ରହିବା ପାଇଁ ବ୍ୟାୟମ କରନ୍ତୁ । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ।
କର୍କଟ: ଆଜି ଆପଣଙ୍କ ଦିନ ଲାଭଦାୟକ ପ୍ରମାଣିତ ହେବ । ଦେହ ଓ ମନ ଭଲ ରହିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ହୋଇପାରେ । ସମ୍ପତ୍ତି ମାମଲାରେ ବିବାଦ ସମାଧାନ ହେବ । ଦାମ୍ପତ୍ୟ ଜୀବନରେ ସୁଖ ପ୍ରାପ୍ତି ହେବ । ଶତ୍ରୁକୁ ହାନି ପହଞ୍ଚାଇ ପାରନ୍ତି । ବ୍ୟବସାୟୀମାନେ କୌଣସି ବଡ଼ ଡିଲ୍ ଫାଇନାଲ୍ କରିବାରେ ସଫଳ ହେବେ।
ଧନୁ: ଆଜି କୌଣସି ଦୂର ସମ୍ପର୍କୀୟଙ୍କ ଠାରୁ ମିଳିଥିବା ଆକସ୍ମିକ ଖୁସି ଖବର ଆପଣଙ୍କ ପୁରା ପରିବାରକୁ ସୁଖମୟ କରିଦେବ । ରୋମାଣ୍ଟିକ ମୋନଭାବରେ ଅଚାନକ ଆସିଥିବା ଚେଞ୍ଜେସ କାରଣରୁ ଆପଣ କିଛି ବଦଳାଇ ପାରନ୍ତି । ବନ୍ଧୁଙ୍କ ସହିତ ଝଗଡା କର ପାରନ୍ତି । ବ୍ୟବସାୟିକ କ୍ଷେତ୍ରରେ ଲାଭ ପାଇବେ। କର୍ମକ୍ଷେତ୍ରରେ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରଶଂସା କରିବେ । ଅପରାହ୍ନ ସମୟରେ କୌଣସି ବଡ ଦୁଖର ଖବର ମିଳିପାରେ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। କୌଣସି ପରିଚିତ ବ୍ୟକ୍ତି ଉପରେ ବିଶ୍ଵାସ କରନ୍ତୁ ନାହିଁ । ନଚେତ୍ ପସ୍ତେଇବେ।
ट्रेन्डिंग फोटोज़