Advertisement
Photo Details/zeeodisha/odisha2424462
photoDetails0hindi

Guru Gochar 2024: ବୃହସ୍ପତିଙ୍କ ନକ୍ଷେତ୍ର ପରିବର୍ତ୍ତନ, ଉଦୟ ହେବ ଏହିସବୁ ରାଶିଙ୍କ ଭାଗ୍ୟ!

 
Guru Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କୁ ଧନ, ସନ୍ତାନ, ଦାନ, ପୁଣ୍ୟ ଓ ବୁଦ୍ଧିର କାରକ ବୋଲି ବିବେଚନା କରାଯାଏ।  ଏହି କ୍ରମରେ ଦେବଗୁରୁ ବୃହସ୍ପତି ସେପ୍ଟେମ୍ବର ୨୨ ସକାଳ ୭ଟା ୧୪ ମିନିଟ୍ ସମୟରେ ମୃଗଶିରା ନକ୍ଷତ୍ରକୁ ଚଳନ କରିବେ। ଏବଂ ୨୦୨୪, ନଭେମ୍ବର ୨୮ ରାତ୍ର ୧.୧୦ ମିନିଟ୍ ସମୟରେ ରୋହିଣୀ ନକ୍ଷତ୍ରକୁ ଚଳନ କରିବେ। ବୃହସ୍ପତିଙ୍କ ଏହି ଚଳନ କିଛି ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ। ତେବେ, ଆସନ୍ତୁ ଜାଣିବା ବୃହସ୍ପତିଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ କେଉଁ ସବୁ ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବାକୁ ଯାଉଛି।....

1/5
କର୍କଟ: ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶି ପାଇଁ ଅତ୍ୟନ୍ତ ଫଳଦାୟୀ ରହିବ। ବିଶେଷକରି, ଦିର୍ଘ ଦିନ ଧରି ଲାଗି ରହିଥିବା ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟୀଙ୍କ ପାଇଁ ସମୟ ଖୁବ୍ ଅନୁକୂଳ ରହିବ। କୌଣସି ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହୋଇପାରେ। ନୂତନ ବ୍ୟବସାୟ ଆରମ୍ଭ କଲେ ଦ୍ବି-ଗୁଣିତ ଲାଭ ପାଇବେ। ଅଟକି ଥିବା ଟଙ୍କା ପାଇବେ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଭଲ ଖବର ପାଇ ପାରନ୍ତି। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଭଲ ଚାକିରି ଅଫର ମିଳିପାରେ। କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଏହି ସମୟରେ ଭଲ ରେଜଲ୍ଟ କରିବେ। ସ୍ବାସ୍ଥ୍ୟ ଭଲ ରହିବା ସହ ପୁରୁଣା ରୋଗରୁ ମୁକ୍ତି ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। 

ALSO READ: Budha Sukra Yuti 2024: ବୁଧ ଓ ଶୁକ୍ରଙ୍କ କୃପାରୁ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ବ୍ୟବସାୟରେ ମିଳିବ ଦ୍ବି-ଗୁଣିତ ଲାଭ ସହ...

ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

2/5

ଧନୁ: ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ ଏ-ହି ରାଶିକୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। କାହିଁକିନା ଏହି ରାଶିର ପ୍ରଭୁ ହେଉଛନ୍ତି ବୃହସ୍ପତି। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବଢିବ। କଠିନ ପରିଶ୍ରମର ଫଳ ପାଇବେ।  ଚାକିରି କରୁଥିବା ଲୋକମାନେ  ନିଜ କାମ ପାଇଁ ପୁରସ୍କୃତ ହେବେ।  ବିଶେଷକରି, କ୍ଷୁଦ୍ର ବ୍ୟବସାୟୀ ଙ୍କ ପାଇଁ ସମୟ ଅତ୍ୟନ୍ତ ଭଲ ରହିବ। ବ୍ୟବସାୟରେ ଆଶାତୀତ ଲାଭ ପାଇବେ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଏଥିପାଇଁ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଏବଂ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଜରୁରୀ। ଆୟ ବ୍ୟୟ ସମାନ ରହିବ। ସଞ୍ଚୟ ବୃଦ୍ଧି ପାଇବ।  ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ପ୍ରେମୀ ମାନଙ୍କ ପାଇଁ ମଧ୍ୟ ସମୟ ଖାସ୍ ରହିବ। ନିଜ ସାଥୀଙ୍କ ସହିତ ଏକ ରୋମାଣ୍ଟିକ୍ ଡେଟ୍ ରେ ଯାଇପାରନ୍ତି। 

3/5

ତୁଳା: ତୁଳା ରାଶିର ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପୁରୁଣା ବିନିଯୋଗରୁ ଲାଭ ମିଳିବ। ପରିବାରରେ ହସଖୁସି ଲାଗି ରହିବ । ଏହି ଅବଧି ମଧ୍ୟରେ ନୂତନ ଗାଡି କିମ୍ବା ଜମି କିଣିବେ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଭଲ ଚାକିରି ମିଳିବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ରିୟଲି-ଇଷ୍ଟେଟ୍ ରେ ଜଡିତ ବ୍ୟକ୍ତି ବିଶେଷ ଏହି ସମୟରେ ନୂତନ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ କମିଶନ୍ ଅଧିକ ମିଳିବ। 

4/5
  କୁମ୍ଭ: ବୃହସ୍ପତିଙ୍କ ଆର୍ଶିବାଦରୁ ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି।  ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ମୁକ୍ତି ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ପ୍ରେମୀମାନେ ନିଜ ସାଥୀଙ୍କ ସହ କ୍ବଲିଟି ଟାଇମ୍ ଅତିବାହିତ କରିବେ।  ଏବଂ ଦାମୀ ଉପହାର ପାଇବେ। ରାଜନୀତି କ୍ଷେତ୍ରରେ ଜଡିତ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ଦଳ ପକ୍ଷରୁ କୌଣସି ବଡ଼ ଦାୟିତ୍ବ ମିଳିପାରେ। ସେହିପରି, କଳା, ସାହିତ୍ୟ, ରିସର୍ଚ୍ଚ, ଓ ସାମ୍ବାଦିକତା କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଭଲ ରହିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଧନ ସଂଚୟ ବଢିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। 

5/5
ମୀନ : ବୃହସ୍ପତିଙ୍କ କୃପାରୁ ଚମକିବାକୁ ଯାଉଛି ଏହି ରାଶିର ଭାଗ୍ୟ। ବିଶେଷକରି, ସରକାରୀ ଚାକିରିଆଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ପଦୋନ୍ନତି ମିଳିବା ସହ ଟ୍ରାନ୍ପଫର ହେବ।  ନିଜ ସନ୍ତାନଙ୍କ ଠାରୁ ଭଲ ଖବର ପାଇଁ ମନ ପ୍ରଫୁଲ୍ଲିତ ହେବ। ସନ୍ତାନ ପ୍ରାପ୍ତିର ଖବର ବି ପାଇ ପାରନ୍ତି। ଟେକ୍ସ ଟାଇଲ୍ ବ୍ୟବସାୟୀଙ୍କ ପାଇଁ ସମୟ ବହୁତ ଭଲ ରହିଛି। ଯଦି ଆପଣ, ଏ-ହି ଅବଧି ମଧ୍ୟରେ କୌଣସି ବ୍ୟବସାୟ ଆରମ୍ଭ କରନ୍ତି, ସେଥିରୁ ଅଧିକ ଲାଭ ପାଇବେ। ଆକସ୍ମିକ ଧନଲାଭର ଯୋଗ ରହିଛି । କିନ୍ତୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଅଯଥା ଚିନ୍ତା ବଢିବ। ପିତା-ମାତାଙ୍କ ସ୍ବାସ୍ଥ୍ୟବସ୍ଥାରେ ମଧ୍ୟ ସମସ୍ୟା ଦେଖାଦେଇପାରେ।    (Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)