• କୋଇଲା ଦୁର୍ନୀତି ମାମଲା: ଆଜି ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ
  • ଦିଲ୍ଲୀପଙ୍କ ସହିତ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ୩ ବର୍ଷ ଜେଲ
  • ଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ: ୧୯୯୯ ଝାଡ଼ଖଣ୍ଡ କୋଲ ବ୍ଲକ ଆବଣ୍ଟନ ମାମଲ
  • IPL 2020: ଆଜି କୋଲକାତା ଓ ପଞ୍ଜାବ ମୁହାଁମୁହିଁ
  • ବାଲେଶ୍ୱର ଉପ ନିର୍ବାଚନ: ବେଣୁଙ୍କୁ ନେଇ ରାଜନୀତି ଜୋର
  • ବାଲେଶ୍ୱର ଉପନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ପ୍ରଚାର କଲେ ରାଣୀଙ୍କ ସହିତ ଅନ୍ୟ କିଛି ଯାତ୍ରା କଳାକାର
  • କନ୍ଧମାଳ ବାଲିଗୁଡ଼ାରେ ବୋଲେରୋ ଧକ୍କାରେ ୫ ବର୍ଷର ଶିଶୁ ମୃତ, କ୍ଷତିପୂରଣ ଦାବିରେ ଜିଡୁବାଡ଼ିରେ ରାଜ୍ୟ ରାଜପଥ ଅବରୋଧ

Horoscope Today: ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ସପ୍ତାହର ପ୍ରଥମ ଦିନ

Horoscope of 20 September 2020: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର...

ତମାଲ ବାକଚି | Sep 20, 2020, 21:45 PM IST
1/12

ମେଷ- ଦେହ ଓ ମନ ଭଲ ରହିବ । କର୍ମ ଚଞ୍ଚଳ ରହିବେ । ଅକସ୍ମାତ ଧନପ୍ରାପ୍ତିର ଯୋଗ ରହୁଛି । ମନ ପ୍ରସନ୍ନ ରହିବ । ସମସ୍ତ କାର୍ଯ୍ୟ ସଫଳତାର ସହ ସଂପାଦନ କରିବେ ।

2/12

ବୃଷ- ଦେହ ସୁସ୍ଥ ରହିବ । ବ୍ୟବସାୟର ଅଭିବୃଦ୍ଧି ପାଇଁ ଚେଷ୍ଟିତ ହେବେ । ଦୂର ସମ୍ପର୍କୀୟଙ୍କ ଠାରୁ ସୁସମ୍ବାଦ ପ୍ରାପ୍ତି ହେବ । ଗୃହଣୀମାନେ ସୁସ୍ୱାଦୁ ଭୋଜନ ପ୍ରସ୍ତୁତ କରିବେ ।

3/12

ମିଥୁନ- ଘାତବାର ଯୋଗୁ ଶାରିରୀକ ଯନ୍ତ୍ରଣା ଭୋଗିପାରନ୍ତି । ଦାନ ଧର୍ମ ପ୍ରତି ମନ ବଳିବ । ଆୟ ଉତ୍ତମ ହେବ । ପାରିବାରିକ ସୁଖଶାନ୍ତି ବଜାୟ ରହିବ । ଅପରାହ୍ନରେ ଶୁଭଖବର ପ୍ରାପ୍ତ ହେବ ।

4/12

କର୍କଟ- ଆଶାବାଦୀ ହେବେ । ଅସଂପୂର୍ଣ୍ଣ କାର୍ଯ୍ୟ ଆଜି ସଂପୂର୍ଣ୍ଣ କରିବେ । ଅପରାହ୍ନରେ କୌଣସି ଶୁଭକାର୍ଯ୍ୟରେ ଯୋଗ ଦେବେ । ପାରିବାରିକ ଜୀବନ ସୁଖଶାନ୍ତି ପୂର୍ଣ୍ଣ ରହିବ ।

5/12

ସିଂହ- ଦେହ ଓ ମନ ଭଲ ରହିବ । ଦିନଟି ସହଜ, ସରଳ ଓ ଆନନ୍ଦଦାୟକ ହେବ । ଆୟ ଅବ୍ୟାହତ ରହିବ । ପଡୋଶୀଙ୍କ ସହ ସମ୍ପର୍କରେ ମଧୁରତା ଆସିବ ।

6/12

କନ୍ୟା- ଦିନଟିରେ ଆପଣ ସକଳ କାର୍ଯ୍ୟରେ ସଫଳ ହେବେ । ଆମୋଦ ପ୍ରମୋଦରେ ଦିନ କାଟିବେ । ନୂତନ ବସ୍ତ୍ରାଦି କ୍ରୟ କରିବେ । ପାରିବାରିକ ସୁଖଶାନ୍ତି ଲାଭ କରିବେ ।

 

7/12

ତୁଳା- ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । କଳହଠାରୁ ନିଜକୁ ଦୂରେଇ ରଖନ୍ତୁ । ପାରିବାରିକ ଜୀବନରେ ଭୁଲ ବୁଝାମଣାର ହେବେ । କାର୍ଯ୍ୟାଳୟରେ କାର୍ଯ୍ୟଭାର ବୃଦ୍ଧି ପାଇବ । ବାଦ ବିବାଦ ଦେଖାଦେବ । ଶତ୍ରୁ ବୃଦ୍ଧି ପାଇବେ । ଖର୍ଚ୍ଚାନ୍ତ ହେବେ ।

8/12

ବିଛା- ଶରୀର ସୁସ୍ଥ ରହିବ । କର୍ମ ତତ୍ପର ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଛାତ୍ରଛାତ୍ରୀମାନେ ପଢାପଢିରେ ମନ ନିବେଶ କରିବେ । ସନ୍ତାନଙ୍କ ପାଇଁ ଚିନ୍ତାରେ ରହିବେ ।

9/12

ଧନୁ- ଶରୀର ସୁସ୍ଥ ରହିବ । ଦୃଢ ମନା ହୋଇ ସମସ୍ତ କାର୍ଯ୍ୟ ନିର୍ବାହ କରିବେ । ବ୍ୟବସାୟିକ ସଫଳତା ପ୍ରାପ୍ତି କରିବେ । ଆର୍ଥିକ ସ୍ଥିତି ପୂର୍ବଭଳି ରହିବ । ପରିବାରରେ ଗୁରୁଜନଙ୍କ ସ୍ନେହଶ୍ରଦ୍ଧା ତଥା ଆଶୀର୍ବାଦ ପ୍ରାପ୍ତ ହେବ ।

10/12

ମକର- ମନ ପ୍ରଫୁଲ୍ଲ ରହିବ । ଉଚ୍ଚ ପ୍ରଶଂସିତ ହେବେ । ପରିବାରରେ ହସ ଖୁସିର ଲହରୀ ଲାଗି ରହିବ । ସୁସମ୍ବାଦ ପ୍ରାପ୍ତ ହେବ । ନୂତନ ବ୍ୟବସାୟ ପାଇଁ ଯୋଜନା ପ୍ରସ୍ତୁତ କରିବେ ।

11/12

କୁମ୍ଭ- ଆର୍ଥିକ ସ୍ଥିତିରେ ଅବନତି ଦେଖାଦେବ । ସାମାନ୍ୟ ଶରୀର ପୀଡା ଭୋଗିବେ । ପଡୋଶୀଙ୍କ କୁ ଚକ୍ରାନ୍ତର ଶିକାର ହେବେ । ଭୋଜି ନିମନ୍ତ୍ରଣ ଆଜି ପ୍ରତ୍ୟାଖ୍ୟାନ କରିବେ । କୌଣସି ବାଦ ବିବାଦରେ ଜଡିତ ହେବେ । ଧାର କରଜ ଆଦି କରିପାରନ୍ତି । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ ।

12/12

ମୀନ- ଦେହ ସୁସ୍ଥ ରହିବ । ଅସଂପୂର୍ଣ୍ଣ କାର୍ଯ୍ୟ ଆଜି ସଂପୂର୍ଣ୍ଣ କରିବେ । କର୍ମ ସ୍ଥଳରେ ଉଚ୍ଚ ପ୍ରଶଂସିତ ହେବେ । ପାରିବାରିକ ସୁଖଶାନ୍ତି ବିରାଜମାନ ହେବ । ବ୍ୟାଙ୍କ ଓ ବୀମା କର୍ମଚାରୀଙ୍କ ପାଇଁ ଦିନଟି ଶୁଭଫଳ ପ୍ରଦାନ କରିବ ।