Advertisement
Photo Details/zeeodisha/odisha2359916
photoDetails0hindi

Laxmi Narayan Yog 2024: ଜୁଲାଇ ୩୧ରେ ଲକ୍ଷ୍ମୀ ନାରାୟଣ ଯୋଗ, ୬ ରାଶିଙ୍କ ପାଇଁ ଆରମ୍ଭ ହେବ ଶୁଭ ଦିନ!

Laxmi Narayan Yog 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଅଗଷ୍ଟ ମାସ ପୂର୍ବରୁ ଅର୍ଥାତ୍ ଜୁଲାଇ ୩୧ ସକାଳ ୬ଟା ୪୦ ମିନିଟ୍ ସମୟରେ ସିଂହ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ଦେବଗୁରୁ ବୃହସ୍ପତି ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ଶୁକ୍ର-ବୃହସ୍ପତିଙ୍କ ଅପୂର୍ବ ମିଳନ ଲକ୍ଷ୍ମୀ ନାରାୟଣ ଯୋଗ ସୃଷ୍ଟି କରୁଛି । ଏହି ଯୋଗ କିଛି ରାଶି ପାଇଁ ଶୁଭଫଳ ପ୍ରଦାନ କରିବ ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ....

 

1/6

ମେଷ: ଲକ୍ଷ୍ମୀ ନାରାୟଣ ଯୋଗ ଏହି ରାଶିକୁ ଧନବାନ୍ କରାଇବ । ଏହି ଅବଧି ମଧ୍ୟରେ ଆର୍ଥିକ ସ୍ଥିତି ମଜବୁତ୍ ହେବ। କ୍ୟାରିୟର ନେଇ କୌଣସି ଖୁସି ଖବର ପାଇପାରନ୍ତି। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ବେକାରୀମାନେ ଭଲ ଚାକିରି ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

ALSO READ: Budh Gochar 2024: ଅଗଷ୍ଟ ୫ରେ ବୁଧଙ୍କ ଚଳନ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ

2/6

ବୃଷ: ଲକ୍ଷ୍ମୀ ନାରାୟଣ ଯୋଗ ଏହି ରାଶି ପାଇଁ ବେଶ ଲାଭଦାୟୀ ରହିବ। ଆର୍ଥିକ ସମସ୍ୟା ଦୂର ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇପାରନ୍ତି। ଦରମା ବୃଦ୍ଧି ହେବ। ଆତ୍ମ ବିଶ୍ବାସ ବୃଦ୍ଧି ପାଇବ । ପ୍ରେମୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ଅବଧି ମଧ୍ୟରେ ନୂଆ ଗାଡି କିମ୍ବା ଜମି କିଣି ପାରନ୍ତି। 

 

3/6

କର୍କଟ:  ଶୁକ୍ର ଓ ବୃହସ୍ପତିଙ୍କ କୃପା ଏହି ରାଶି ଉପରେ ରହିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ।  ଦିର୍ଘ ଦିନର ଆଶା ପୂରଣ ହେବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଭଲ ରହିବ। ବ୍ୟବସାୟରେ ଅଧିକ ଲାଭ ମିଳିବ। କୌଣସି ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। ପ୍ରେମୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ।

4/6

ସିଂହ:  ଆସନ୍ତାମାସ ଠାରୁ  ଏହି ରାଶିଙ୍କ ପାଇଁ ଭଲ ଦିନ ଆରମ୍ଭ ହେବାକୁ ଯାଉଛି। ରୋଜଗାରର ନୂଆ ଉତ୍ସ ସୃଷ୍ଟି ହେବ। କ୍ୟାରିୟରରେ ଅଗ୍ରଗତି ହେବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ। ବୟସ୍କ ମାନଙ୍କ ଠାରୁ ସମର୍ଥନ ପାଇବେ।  ପୁରୁଣା ରୋଗରୁ ମୁକ୍ତି ମିଳିବ। ଆଶା କରୁଥିବା ଦିଗରୁ ଅର୍ଥ ମିଳିବ। 

 

5/6

ତୁଳା: ଲକ୍ଷ୍ମୀ ନାରାୟଣ ଯୋଗର ପ୍ରଭାବ ଏହି ରାଶି ଉପରେ ଦେଖିବାକୁ ମିଳିବ। ଏହି ଅବଧି ମଧ୍ୟରେ ଚାକିରିରେ ପଦୋନ୍ନତି ମିଳିବ। ଦରମା ବୃଦ୍ଧି ହେବ। ବେକାରୀ ମାନେ ନିଯୁକ୍ତି ପାଇବେ। ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଭଲ ରହିବ। ଦଳରେ କୌଣସି ପ୍ରକାର ବଡ଼ ଦାୟିତ୍ବ ମିଳିପାରେ। 

 

6/6

ଧନୁ:  ଲକ୍ଷ୍ମୀ ନାରାୟଣ ଯୋଗ ଏହି ରାଶିକୁ ଲାଭବାନ୍ କରାଇବ। କର୍ମକ୍ଷେତ୍ରରେ ଭଲ ଫଳାଫଳ ମିଳିବ। ନିଜ ଜୀବନ ସାଥୀଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ପ୍ରତ୍ୟକ କାର୍ଯ୍ୟରେ ପରିବାର ଲୋକଙ୍କ ସମର୍ଥନ ପାଇବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ସରକାରୀ ଚାକିରିଆଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)