Guru Shukra Yog 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଦେବଗୁରୁ ବୃହସ୍ପତି ବର୍ତ୍ତମାନ ବୃଷ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶୁକୁ ଡିସେମ୍ବର ୨୦ ତାରିଖ ସକାଳ ୭ଟା ୪୦ ମିନିଟ୍ ସମୟରେ ପ୍ରେମ, ସମ୍ପର୍କ, ସୌନ୍ଦର୍ଯ୍ୟର କାରକ ଶୁକ୍ର ଚଳନ କରିବେ। ଗୋଟିଏ ରାଶିରେ ଦୁଇ ଗ୍ରହଙ୍କ ଶୁଭ ମିଳିବ ଗୁରୁ-ଶୁକ୍ର ଯୋଗ ଓ ନବପଞ୍ଚମ ଯୋଗ ସୃଷ୍ଟି କରୁଛି । ଏହି ନବ ପଞ୍ଚମ ଯୋଗ କିଛି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଜାତକ ବା ରାଶିରେ ଶୁକ୍ର ଓ ବୃହସ୍ପତି ମଜବୁତ୍ ରହିଲେ ବ୍ୟକ୍ତି ଜୀବନରେ ସମସ୍ତ ପ୍ରକାର ସୁଖ ସମୃଦ୍ଧି ପ୍ରାପ୍ତ କରିବା ସହିତ ଅମାପ ଧନସମ୍ପତ୍ତିର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ନବପଞ୍ଚମ ରାଜଯୋଗ କେଉଁ ସବୁ ରାଶି ପାଇଁ ବରଦାନ ପାଲଟିବାକୁ ଯାଉଛି।....
ବୃଷ: ନବପଞ୍ଚମ ଯୋଗ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବିଶେଷକରି, ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହେବେ। ବାଣିଜ୍ୟ- ବ୍ୟବସାୟରେ ବିପୁଳ ଲାଭ ହେବ। କଠିନ ପରିଶ୍ରମର ଫଳ ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତି ହେବା ସହିତ ଦରମା ବଢିବ। ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟେଟିଭ୍ ଏକଜାମ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନେ ଭଲ ରେଜଲ୍ଟ କରିବେ। ଦିର୍ଘ ଦିନର ଆଶା ପୂରଣ ହେବ। ଗାଡି଼ କିଣିବାର ସ୍ବପ୍ନ ସାକାର ହେବ। ପରିବାରରେ ହସ-ଖୁସିର ମାହୋଲ୍ ଲାଗି ରହିବ। ସମାଜରେ ମାନ-ସମ୍ମାନ ବଢିବ। ପିତାଙ୍କ ଠାରୁ ଆର୍ଥିକ ସହାୟତା ମିଳିବ। କୋର୍ଟ-କଚେରୀ ମାମଲାରେ ବିଜୟ ଲାଭ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।
ALSO READ: Viral Video: ରେଳ ଧାରଣାରୁ ଭାଇରାଲ୍ ହେଲା ଡେଭିଲ-କୁଇନ୍-ଅର୍ପିତାଙ୍କ ଏହି ଭିଡିଓ, ଦେଖନ୍ତୁ
ତୁଳା: ବୃହସ୍ପତି ଓ ଶୁକ୍ରଙ୍କ କୃପାରୁ ଏହି ରାଶିର ଭାଗ୍ୟ ଚମକିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବଦଳିବ। ବ୍ୟବସାୟୀମାନେ ବଡ଼ ଆର୍ଥିକ ଲାଭ ପାଇବେ। ଯେଉଁମାନେ ଦିର୍ଘ ଦିନ ହେବ ବିଦେଶରେ ବାଣିଜ୍ୟ-କାରବାର ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି। ସେମାନଙ୍କ ଯୋଜନା ଫଳପ୍ରଦ ହେବ। ଦୈନିକ ଆୟରେ ବୃଦ୍ଧି ଘଟିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବରିଷ୍ଠ ଅଧିକାରୀ ଓ ସହକର୍ମୀଙ୍କ ଠାରୁ ପ୍ରତ୍ୟକ କାର୍ଯ୍ୟରେ ସମର୍ଥନ ପାଇବେ। ଉତ୍ତମ କାର୍ଯ୍ୟ ପାଇଁ କର୍ମକ୍ଷେତ୍ରରେ ସମ୍ମାନୀତ ହେବେ। ଯେଉଁମାନେ ପୁଞ୍ଜି ବିନିଯୋଗ କରିବାକୁ ପ୍ଲାନ୍ କରୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ କଲେ ଭଲ ରିଟର୍ଣ୍ଣ ପାଇବେ। ପରିବାରିକ ଜୀବନ ସୁଖମୟ ହେବ । ପ୍ରେମୀ ମାନଙ୍କ ପାଇଁ ସମୟ ଖାସ୍ ରହିବ। ସ୍ବାସ୍ଥ୍ୟଭଲ ରହିବ।
ବିଛା: ନବପଞ୍ଚମ ଯୋଗ ଏହି ରାଶିର ଭାଗ୍ୟ ଫିଟାଇବ। ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଆର୍ଥିକ ସ୍ଥିତି ଭଲ ରହିବ। ସାମ୍ବାଦିକତା, କଳା, ସାହିତ୍ୟ, ରିସର୍ଚ୍ଚ ଓ ରାଜନୌକିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ଭଲ କାମ ପାଇଁ ସଭା ସମିତିରେ ସମ୍ମାନୀତ ହେବା ସହିତ କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ। ବ୍ୟାଙ୍କ୍ ବାଲାନ୍ସ ବଢିବ। ରିୟଲି-ଇଷ୍ଟେଟ୍ ରେ କାର୍ଯ୍ୟରତ ଲୋକେ ନୂଆ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଅଧିକ ଟଙ୍କା ରୋଜଗାର କରିବାରେ ସମର୍ଥ ହେବେ। ପ୍ରେମୀ ଜୀବନରେ ସୁଖ ମିଳିବ। ଅବିବାହିତଙ୍କ ପାଇଁ ବିବାହର ଯୋଗ ଫିଟିବ।
ଧନୁ: ନବପଞ୍ଚମ ଯୋଗ ଏହି ରାଶି ପାଇଁ ଲାଭଦାୟୀ ରହିବ। ବିଶେଷକରି, ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତି ଖୁବ୍ ଭଲ ରହିବ। ଲାଗି ରହିଥିବା ଟଙ୍କା-ପଇସାର ଅଭାବ ଦୂର ହେବ। ଋଣ ଆଣିଥିବା ଟଙ୍କାକୁ ସୁଝିବାରେ ସମର୍ଥ ହେବେ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି, ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ କୌଣସି ସଂସ୍ଥାରୁ ଅଫର ଲେଟର କିମ୍ବା ଚାକିରି ନେଇ ଫୋନ୍ କଲ୍ ମିଳିବ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଅବିବାହିତଙ୍କ ବିବାହ ଯୋଗ ଫିଟିବ। ପ୍ରେମ ଜନିତ ବିବାହରେ ଆସୁଥିବା ସମସ୍ୟା ଦୂର ହେବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ପୁରୁଣା ରୋଗରୁ ମୁକ୍ତି ପାଇବା ସହିତ ପରିବାର ଲୋକଙ୍କ ସହିତ ଧାର୍ମିକ ଯାତ୍ରାରେ ଯିବେ।
ମୀନ: ବୃହସ୍ପତି ଓ ଶୁକ୍ରଙ୍କ ଶୁଭଯୋଗ ଏହି ରାଶିକୁ ଧନବାନ୍ କରାଇବ। ଆର୍ଥିକ ସଙ୍କଟ ଦୂର ହେବ। ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ। ଯେଉଁ ଛାତ୍ରଛାତ୍ରୀମାନେ ବିଦେଶରେ ପାଠ ପଢିବାକୁ ସ୍ବପ୍ନ ଦେଖୁଛନ୍ତି, ସେମାନଙ୍କ ଆଶା ପୂରଣ ହେବ। ଆଉ ଯେଉଁମାନେ ଚାକିରି ବଦଳାଇବାକୁ ଚାହୁଁଛନ୍ତି, ସେମାନେ ଚେଷ୍ଟା ଜାରି ରଖନ୍ତୁ ଶୁଭଫଳ ପାଇବେ। ଜୀବନରେ ଲାଗି ରହିଥିବା ଟେନସନ୍ ଦୂରା ହେବ। ସନ୍ତାନମାନଙ୍କ ଠାରୁ କୌଣସି ପ୍ରକାର ଶୁଭ ଖବର ପାଇବେ। ନବ ବିବାହିତ ମାନେ ସନ୍ତାନ ପ୍ରାପ୍ତି ନେଇ ଭଲ ଖବର ପାଇବେ।
(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)
ट्रेन्डिंग फोटोज़