Advertisement
Photo Details/zeeodisha/odisha2395936
photoDetails0hindi

ଆଗାମୀ ସପ୍ତାହ ଏହିସବୁ ରାଶିଙ୍କ ପାଇଁ ରହିବ ଅତ୍ୟନ୍ତ ଖାସ୍, ମେଷ-ମିଥୁନ ସହ ଏହି ୫ ରାଶିକୁ ମିଳିବ ଶୁଭଫଳ ସହ...

Weekly Horoscope 2024: ଆସନ୍ତା ଦୁଇ ଦିନ ପରେ ଆରମ୍ଭ ହେବାକୁ ଯାଇଛି ଅଗଷ୍ଟ ମାସର ଶେଷ ସପ୍ତାହ। ଆସନ୍ତା ସପ୍ତାହ ଆପଣଙ୍କର ଆର୍ଥିକ ସ୍ଥିତି, ସ୍ବାସ୍ଥ୍ୟ, ବ୍ୟବସାୟିକ ସ୍ଥିତି କିପରି ରହିବ। କିଛି ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଥିବା ବେଳେ ଆଉ କିଛି ରାଶିଙ୍କ ପାଇଁ ସତର୍କତାର ସହ ଚଳିବାକୁ ପଡିବ। ତେବେ, ଆସନ୍ତୁ ଜାଣିବା ଆଗାମୀ ସପ୍ତାହ ୧୨ଟି ରାଶି ପାଇଁ କେମିତି ରହିବ। ....

1/12

ମେଷ: ଆଗାମୀ ସପ୍ତାହ ଏହି ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ। ବିଶେଷକରି, କ୍ୟାରିୟରକୁ ନେଇ କୌଣସି ଖୁସି ଖବର ମିଳିପାରେ। ଯେଉଁମାନେ ଦିର୍ଘଦିନ ଧରି ଚାକିରି ଅପେକ୍ଷାରେ ରହିଛନ୍ତି। ସେମାନଙ୍କୁ ଭଲ ନିଯୁକ୍ତି ମିଳିବ।  ବୀମା କ୍ଷେତ୍ରରେ ଜଡିତ ଲୋକମାନେ ନିଜ ଟାର୍ଗେଟ୍ ପୂରା କରିବାରେ ସଫଳ ହେବେ। ଅର୍ଥାତ୍ ନୂଆ ଗ୍ରାହକ ସେମାନଙ୍କୁ ମିଳିବ। ଜମିଜମା ସମ୍ବନ୍ଧୀୟ ସମସ୍ୟା ଦେଖାଦେବ। ଛାତ୍ରଛାତ୍ରୀମାନେ ପଠନ ଲିଖନରେ ମନ ନିବେଶ କରିବା ଉଚିତ୍। ବ୍ୟବସାୟୀମାନଙ୍କ ପାଇଁ ଆଗାମୀ ସପ୍ତାହ ଭଲ ରହିବ। ଆର୍ଥିକ ସ୍ଥିତି ମଜବୁତ୍ ହେବା। ପରିବାରରେ ହସଖୁସିର ମାହୋଲ୍ ରହିବ। ସ୍ବାସ୍ଥ୍ୟ ଭଲ ରହିବା ସହ ପିତାମାତାଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। 

ALSO READ: Today Horoscope: କେଉଁ ରାଶି ପାଇଁ କେମିତି ରହିବ ଶୁକ୍ରବାର? ଜାଣନ୍ତୁ ଆଜିର ରାଶିଫଳ

ALSO READ: Shukra Ketu Yuti 2024: ଏହିସବୁ ରାଶିଙ୍କ ଉପରେ ରହିବ ଶୁକ୍ର-କେତୁଙ୍କ ଶୁଭଦୃଷ୍ଟି, ମିଳିବ ଖୁସି ଖବର ସହ ବଢିବ ଧନ!

2/12

ବୃଷ: ଆଗାମୀ ସପ୍ତାହ ଏହି ରାଶିଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ। କର୍ମକ୍ଷେତ୍ରରେ ଚାଲୁଥିବା ବିବାଦରୁ ନିଜକୁ ଦୂରେଇ ରଖିବା ଉଚିତ୍।  ବାଣିଜ୍ୟ-ବ୍ୟବସାୟ ବୃତ୍ତିରେ ଥିବା ଲୋକେ ବ୍ୟବସାୟରେ ଅଗ୍ରଗତି କରିବେ। କୌଣସି ବଡ଼ ଡିଲ୍ ବ୍ୟବସାୟରେ  ପାଇନାଲ୍ ହୋଇପାରେ। ରିସର୍ଚ୍ଚ-ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକେ ଅତି ସହଜରେ ନିଜ ଲକ୍ଷ ହାସଲ କରିବାରେ ସକ୍ଷମ ହେବେ। ପରିବାରର ଲୋକଙ୍କର କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ଯେଉଁଥିପାଇଁ ମେଡିକାଲ ଖର୍ଚ୍ଚ ବୃଦ୍ଧି ପାଇପାରେ। ତେଣୁ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ବାହାର ଖାଦ୍ୟ ଖାଆନ୍ତୁ ନାହିଁ। ପିଲାମାନେ ପାଠପଢାରେ ମନ ଦେବେ ନାହିଁ। ସେୟାର ବଜାରରେ ଟଙ୍କା ବିନିଯୋଗ ପାଇଁ ସମୟ ଭଲ ରହିବ।  ପ୍ରେମୀମାନଙ୍କ ପାଇଁ ସମୟ ଭଲ ରହିବ ନାହିଁ।  ସାଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ। ଶତ୍ରୃମାନଙ୍କ ଷଡଯନ୍ତ୍ରର ଶିକାର ହୋଇପାରନ୍ତି। ତେଣୁ ସତର୍କ ରୁହନ୍ତୁ। 

 

3/12

ମିଥୁନ:  ଏହି ରାଶିଙ୍କ ପାଇଁ ଆଗାମୀ ସପ୍ତାହ ବେଶ୍ ମଙ୍ଗଳମୟ ହେବ।  କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିବେ। ପ୍ରତ୍ୟକ କାର୍ଯ୍ୟରେ ସହକର୍ମୀଙ୍କ ସାହାର୍ଯ୍ୟ ସମର୍ଥନ ପାଇବେ।  ଦୈନିକ ଆୟ ବୃଦ୍ଧି ପାଇବ। ବ୍ୟବସାୟୀମାନେ ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତ ହେବ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। କିନ୍ତୁ ଘରେ ପାରିବାରିକ କଳହ ଲାଗି ରହିବ । ଯେଉଁଥିପାଇଁ ଟେନସନ୍ ରେ ରହିବେ। ପ୍ରେମୀମାନଙ୍କ ପାଇଁ ସମୟ ଅନୁକୂଳ ରହିବା ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। ପାର୍ଟନରସିପ୍ ରେ ଚାଲୁଥିବା ବ୍ୟବସାୟରୁ ଅଧିକ ଲାଭ ପାଇବେ। ଗାଡି଼ ଚାଳନା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ପତ୍ନୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ। 

 

4/12

କର୍କଟ:  ଆଗାମୀ ସପ୍ତାହ ଏହି ରାଶିଙ୍କ ପାଇଁ ଏତେ ଖାସ୍ ରହିବ ନାହିଁ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ କଲେ ମଧ୍ୟ ଭଲ ଫଳ ପାଇବେ ନାହିଁ। ଅଫିସ୍ କାର୍ଯ୍ୟରେ ଟୁର୍ ଯିବାକୁ ପଡ଼ିପାରେ।  ରିୟଲି-ଇଷ୍ଟେଟ୍ ବ୍ୟବସାୟରେ ଜଡି଼ତ ଥିବା ଭଲ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଭଲ କମିଶନ ମିଳିବ। ଆର୍ଥିକ ସ୍ଥିତି ମଜବୁତ ରହିବ। ନିଜ ପରିବାର ସହ ଧାର୍ମିକ ଯାତ୍ରା କରିପାରନ୍ତି। ପାରିବାର ଲୋକଙ୍କ ସହ କଳହ ଦେଖାଦେଇପାରେ। ତେଣୁ ପରିବାର ସଦସ୍ୟଙ୍କ ସହ ଅଯଥା ଯୁକ୍ତି କରନ୍ତୁ ନାହିଁ।  ଶତ୍ରୃ ଉପରେ ବିଜୟ ଲାଭ କରିବେ। ବ୍ୟବସାୟୀମାନେ କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରିବା ପୂର୍ବରୁ ଜଣେ ଏକ୍ସପର୍ଟଙ୍କ ପରାମର୍ଶ ନିଅନ୍ତୁ। ନଚେତ୍ ଆର୍ଥିକ କ୍ଷତି ସହିବେ। ପିଠି ଓ ହାଡ଼ ଜନିତ ସମସ୍ୟା ଦେଖାଦେଇପାରେ। ତେଣୁ ନିୟମିତ ବ୍ୟାୟାମ୍ କରନ୍ତୁ। ଏବଂ ନିଜକୁ ଫିଟ୍ ରଖନ୍ତୁ।   

5/12

ସିଂହ:  ଆସନ୍ତା ସପ୍ତାହର ଏହି ରାଶିଙ୍କ ବ୍ୟକ୍ତି ବିଶେଷଙ୍କ ପାଇଁ ଲାଭଦାୟୀ ରହିବ। କର୍ମକ୍ଷେତ୍ରରେ ନୂତନ ଜ୍ଞାନ କୌଶଳ ବ୍ୟବହାର କରି ସଫଳତା ହାସଲ କରିବେ। ବିଶେଷକରି, ଆଇଟି ଓ ରିସର୍ଚ୍ଚ  କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ବେଶ୍ ଶୁଭ ରହିବ। ପ୍ରେମୀ ମାନଙ୍କ ପାଇଁ ମଧ୍ୟ ଭଲ ରହିବ। ନିଜ ସାଥୀଙ୍କ ଜନ୍ମଦିନ ବେଶ୍ ଧୁମଧାମ ରେ ପାଳନ କରିବେ। ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ନଚେତ୍ ପତ୍ନୀଙ୍କ ସହିତ ବିବାଦ ଦେଖାଦେଇପାରେ। ସେୟାର ବଜାର ବା (FMCG )ସେକ୍ଟରରେ ଟଙ୍କା ବିନିଯୋଗ କଲେ ଭଲ ଲାଭ ପାଇବେ। ମାନ-ସମ୍ନାନ ବୃଦ୍ଧି ପାଇବ।

 

6/12

କନ୍ୟା: ସପ୍ତାହ ଆରମ୍ଭରୁ ଟେନସନରେ ରହିବେ । ପଡୋଶୀମାନଙ୍କ ସହିତ କୌଣସି କଥାକୁ ନେଇ ବିବାଦ ଦେଖାଦେଇପାରେ। ତେଣୁ ସତର୍କ ରୁହନ୍ତୁ। ମାର୍କେଟିଂ ସେକ୍ଟରରେ ଜଡି଼ତ ଥିବା ଲୋକେ ନିଜ ଟାର୍ଗେଟ୍ ପୂରଣ କରିବାରେ ସଫଳ ହେବେ। ବ୍ୟବସାୟୀମାନେ ବିଦେଶ ଯାତ୍ରା କରିପାରନ୍ତି। ଆର୍ଥିକ ନେଣଦେଣ ପାଇଁ  ସମୟ ଭଲ ରହିବ। ୟୁଟ୍ୟୁବର ଓ ସୋସିଆଲ୍ ମିଡିଆରେ କାର୍ଯ୍ୟ କରୁଥିବା ଲୋକେ କୌଣସି ସ୍ଥାନରୁ ଅର୍ଥ ଲାଭ କରିପାରନ୍ତି । ସପ୍ତାହ ଶେଷ ବେଳକୁ ନିଜ ପିଲାମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି।  ପ୍ରେମୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଖରାପ୍ ରହିବ। ନିଜ ସାଥୀଙ୍କ ସହ କୌଣସି କଥାକୁ ନେଇ କହଳ ହୋଇପାରେ। ତେଣୁ ସାଥୀଙ୍କ ସହ କଥାବାର୍ତ୍ତା କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ। 

 

7/12

ତୁଳା: ଆଗାମୀ ସପ୍ତାହ ଏହି ରାଶିଙ୍କ ପାଇଁ ଭଲ ରହିବ। ପରିବାରରେ ହସ-ଖୁସିର ମାହୋଲ ଭଲ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବାରେ ଯଥେଷ୍ଟ ସମ୍ଭାବନା ରହିଛି। ଆୟ ବୃଦ୍ଧି ହେବ। ପେଣ୍ତି କାର୍ଯ୍ୟକୁ ଶେଷ କରିବାରେ ସମର୍ଥ ହେବେ। କୌଣସି ଧାର୍ମିକ କାର୍ଯ୍ୟକ୍ରମ ଘରେ ଆୟୋଜିତ ହୋଇପାରେ।  ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ସ୍ବାସ୍ଥ୍ୟ ଜନିତ ସମସ୍ୟା, ଯେପରିକି, ଜ୍ବର, ସଂକ୍ରମଣ ଜନିତ ରୋଗରେ ପୀଡିତ ହୋଇପାରନ୍ତି। 

 

8/12

ବିଛା:  ଆଗାମୀ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ଅଶୁଭ ରହିପାରେ। ସପ୍ତାହର ପ୍ରଥମ ଦିନ, କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ। ତେଣୁ ଅଯଥା ବିବାଦରୁ ନିଜକୁ ଦୂରେଇ ରଖନ୍ତୁ। ସହକର୍ମୀଙ୍କ ଷଡଯନ୍ତ୍ରର ଶୀକାର ହୋଇପାରନ୍ତି। କର୍ମକ୍ଷେତ୍ରରେ ଚାଲିଥିବା ଚୁଗୁଲିରୁ ନିଜକୁ ଦୂରେଇ ରଖନ୍ତୁ।  ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ପାଇବ। ସପ୍ତାହ ଶେଷ ବେଳକୁ ସପିଂରେ ଅଧିକ ଟଙ୍କା ଖର୍ଚ୍ଚ ହେବ। ନିଜ ପତ୍ନୀଙ୍କ ସହ ମନୋମାଳିନ୍ୟ ହେବ। ରାଜନୈତିକ କ୍ଷେତ୍ରରେ ଜଡ଼ିତ ଥିବା ଲୋକଙ୍କୁ ଦଳ ପକ୍ଷରୁ କୌଣସି ପ୍ରକାର ବଡ଼ ଦାୟିତ୍ବ ମିଳିପାରେ। ସ୍ବାସ୍ଥ୍ୟ ଜନିତ ସମସ୍ୟାରେ ଘାଣ୍ଟି ହୋଇପାରନ୍ତି। ମାନସିକ ଚାପ ବୃଦ୍ଧି ପାଇବ। 

9/12

ଧନୁ: ଆଗାମୀ ସପ୍ତାହ ଏହି ରାଶିର ଲୋକେ ମିଶ୍ରିତ ଫଳ ପାଇବେ। କର୍ମକ୍ଷେତ୍ରରେ ଅଯଥା ବିବାଦ ଦେଖାଦେବ। ଯାହାକୁ ନେଇ ଟେନସନରେ ରହିବେ। ସପ୍ତାହ ଆରମ୍ଭରୁ କୌଣସି କାର୍ଯ୍ୟ ପାଇଁ ସରକାରୀ ନୋଟିସ୍ ମିଳିପାରେ। ବେକାରିଙ୍କୁ ଭଲ ଚାକିରି ମିଳିବ। ମାଲିମକଦ୍ଦମା ଜନିତ ମାମଲାରେ ଫସି ପାରନ୍ତି। ଅନ୍ୟମାନଙ୍କୁ ସାହାର୍ଯ୍ୟ ସହଯୋଗ କରିବାରେ ସମୟ ଅତିବାହିତ କରିବେ। ନିଜ ପରିବାର ସଦସ୍ୟଙ୍କ ସହ କୌଣସି ସ୍ଥାନକୁ ପିକନିକ୍ ଯାଇପାରନ୍ତି। ଖର୍ଚ୍ଚ ବୃଦ୍ଧି ପାଇବ। ସପ୍ତାହ ଶେଷ ବେଳକୁ ଆଖି ଜନିତ ସମସ୍ୟା ଦେଖାଦେଇପାରେ।

 

10/12

ମକର: ମକର ରାଶିର ଲୋକଙ୍କ ପାଇଁ ଆସନ୍ତା ସପ୍ତାହ ଅତ୍ୟନ୍ତ ଭଲ ରହିବ। କର୍ମକ୍ଷେତ୍ରରେ କୌଣସି ବଡ଼ ଦାୟିତ୍ବ ମିଳିପାରେ। ଯାହାକୁ ନେଇ ଆପଣ ଖୁସି ଅନୁଭବ କରିବେ। ଟେକ୍ସଟାଇଲ୍ ବ୍ୟବସାୟପେ ଜଡ଼ିତ ଥିବା ଲୋକେ ବ୍ୟବସାୟରେ ଲାଭରେ ରହିବେ। ଆର୍ଥିକ ସ୍ଥିତି ଭଲ ରହିବ।  ପାରିବାରିକ କଳହରୁ ନିଜକୁ ଦୂରେଇ ରଖନ୍ତୁ।  ପ୍ରେମୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଖାସ୍ ରହିବ। ସାଥୀଙ୍କ ସହ ଏକ ରୋମାଣ୍ଟିକ୍ ଡେଟ୍ ରେ ଯାଇପାରନ୍ତି। ଗାଡି଼ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଦୂରଯାତ୍ରାରୁ ଶୁଭଫଳ ପାଇବେ। ସ୍ବାସ୍ଥ୍ୟ ଠିକ୍ ରହିବା। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

 

11/12

କୁମ୍ଭ:  ଆଗାମୀ ସପ୍ତାହରେ  ବ୍ୟବସାୟୀମାନେ କୌଣସି ପ୍ରକାର ଗୁରୁତ୍ବପୂର୍ଣ୍ଣକାର୍ଯ୍ୟରେ ଦୂର ଯାତ୍ରା କରିବାକୁ ପଡିପାରେ। ବ୍ୟବସାୟୀରେ କ୍ଷତି ସହିବେ। ଆର୍ଥିକ ଦେଣନେଣ ପାଇଁ ସମୟ ଅନୁକୂଳ ରହିବ ନାହିଁ। ପାର୍ଟନରସିପ୍ ରେ କରୁଥିବା ବ୍ୟବସାୟରେ ଧୋକା ମିଳିପାରେ। ପତ୍ନୀଙ୍କୁ ଦାମୀ ଉପହାର ଦେଇପାରନ୍ତି। ନିଜ ସମ୍ପର୍କୀୟଙ୍କୁ ଟଙ୍କା ଧାର ଦିଅନ୍ତୁ ନାହିଁ। ନଚେତ୍ ସମସ୍ୟାରେ ପଡିବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ନିଆଁ-ପାଣି ଠାରୁ ଦୂରେଇ ରୁହନ୍ତୁ । ନଚେତ୍ କୌଣସି ଅଘଟଣର ସାମ୍ନା କରିପାରନ୍ତି।   

12/12

ମୀନ:  ମୀନ ରାଶିର ଲୋକଙ୍କ ପାଇଁ ଆଗାମୀ ସପ୍ତାହ ଅତ୍ୟନ୍ତ ଅନୁକୂଳ ରହିବ। ଦିର୍ଘ ଦିନ ଧରି ଚାଲିଥିବା ସମସ୍ୟାରୁ ମୁକ୍ତି ପାଇବେ। ନୂତନ ଚାକିରି ଅଫର ମିଳିପାରେ। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଆକସ୍ମିକ ଧନଲାଭର ଯୋଗ ରହିଛି। କୃଷକ, ଆମଦାନୀ-ରପ୍ତାନୀ ବ୍ୟବସାୟୀଙ୍କ ପାଇଁ ସମୟ ଶୁଭ ରହିବ। ପୁରୁଣା ବିନିଯୋଗରୁ ଲାଭ ପାଇବା ସହ ଛାତ୍ରଛାତ୍ରୀମାନେ ଶୁଭଫଳ ପାଇବେ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ପିଛା ଛାଡିବ ନାହିଁ। ଅବିବାହିତଙ୍କ ପାଇଁ ଘରକୁ ଭଲ ବିବାହ ପ୍ରସ୍ତାବ ଆସିପାରେ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)