Advertisement
Photo Details/zeeodisha/odisha2396350
photoDetails0hindi

Weekly Finance Horoscope 2024: ଆଗାମୀ ସପ୍ତାହରେ ଏହି ୫ ରାଶିଙ୍କ ବିଗିଡି଼ବ ଆର୍ଥିକ ସ୍ଥିତି, ବ୍ୟୟ ଠାରୁ ଆୟ ରହିବ କମ୍!

Weekly Finance Horoscope 25 to 31 August: ଆସନ୍ତା ଦୁଇ ଦିନ ପରେ ଆରମ୍ଭ ହେବ ଅଗଷ୍ଟ ମାସର ଶେଷ ସପ୍ତାହ।  କିଛି ରାଶିର ଲୋକଙ୍କ ଆର୍ଥିକ ଅବସ୍ଥା ବିଗିଡି଼ବାକୁ ଥିବା ବେଳେ ଆଉ କିଛି ରାଶିଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟୀ ମାନଙ୍କ ଠାରୁ ଆରମ୍ଭ କରି ଚାକିରିଆମାନଙ୍କ କ୍ଷେତ୍ରରେ ଆଗାମୀ ସପ୍ତାହ କିପରି ରହିବ ଆର୍ଥିକ ସ୍ଥିତି ଆସନ୍ତୁ ଜାଣିବା।.... 

 

1/12

ମେଷ:  ଆଗାମୀ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଖାସ୍ ହେବାକୁ ଯାଉଛି।  ସପ୍ତାହ ଆରମ୍ଭରୁ ବ୍ୟବସାୟୀମାନେ କର୍ମକ୍ଷେତ୍ରରେ ସେତେଟା ସଫଳତା ପାଇବେ ନାହିଁ। କୌଣସି ସ୍ଥାନରେ ପୁଞ୍ଜି ବିନିଯୋଗ କରନ୍ତୁ ନାହିଁ। ନଚେତ୍ ଏହାକୁ ସ୍ଥଗତି ରଖନ୍ତୁ । ନଚେତ୍ ବ୍ୟବସାୟରେ କ୍ଷତି ସହିବେ। କୌଣସି ଗୁରୁତ୍ବପୂର୍ଣ୍ଣ ଡିଲ୍ ପାଇନାଲ୍ କରିବା ସମୟରେ ଭାବିଚିନ୍ତି ନିସ୍ପତ୍ତି ନିଅନ୍ତୁ । ନଚେତ୍ ପରେ ପସ୍ତେଇବେ।  ସପ୍ତାହ ଶେଷ ବେଳକୁ ଆର୍ଥିକ ସ୍ଥିତି ବିଗିଡି଼ପାରେ। ଚାକିରିଆମାନଙ୍କ ଆଗାମୀ ସପ୍ତାହ ସେତେଟା ଭଲ ରହିବ ନାହିଁ। ଅଯଥା ଖର୍ଚ୍ଚ ବୃଦ୍ଧି ପାଇବା ସହ ଘରକୁ ଅତିଥିଙ୍କ ଆଗମନ ଆପଣଙ୍କ ବଜେଟ୍ କୁ ଦୋହଲାଇପାରେ। 

ALSO READ: Weekly Horoscope 2024: ଆଗାମୀ ସପ୍ତାହ ଏହିସବୁ ରାଶିଙ୍କ ପାଇଁ ରହିବ ଅତ୍ୟନ୍ତ ଖାସ୍, ମେଷ-ମିଥୁନ ସହ ଏହି ୫ ରାଶିକୁ ମିଳିବ ଶୁଭଫଳ ସହ...

ALSO READ: Gold Price Today: ନୂଆ ସୁନା ଦର ଜାରି, ଜାଣନ୍ତୁ ଆଜି ଭୁବନେଶ୍ବରରେ ଭରି ପିଛା କେତେ ଟଙ୍କା ଖସିଲା ରେଟ୍?

 

 

2/12

ବୃଷ:  ଆସନ୍ତା ସପ୍ତାହରେ ଆର୍ଥିକ ସ୍ଥିତି ଭଲ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତି ସହ ଦରମା ବଢିପାରେ। ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ୍ କରିବ। ବ୍ୟବସାୟୀମାନେ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଯଦିଓ ଆର୍ଥିକ ସ୍ଥିତି ଭଲ ରହିବ। କିନ୍ତୁ ବ୍ୟବସାୟରେ ସେତେଟା ଭଲ ଲାଭ ପାଇବେ ନାହିଁ। କ୍ଷୁଦ୍ର-ମଧ୍ୟମ ଧରଣ ବ୍ୟବସାୟୀଙ୍କ ବ୍ୟବସାୟରେ ଲାଭ ବଢିବ। ପିତାମାତାଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବାରୁ  ସପ୍ତାହର ଶେଷ ବେଳକୁ ଖର୍ଚ୍ଚ ବୃଦ୍ଧି ପାଇପାରେ। 

3/12

ମିଥୁନ: ଆର୍ଥିକ ଦୃଷ୍ଟି କୋଣରୁ ଆଗାମୀ ସପ୍ତାହ ଏହି ରାଶିଙ୍କ ପାଇଁ ବେଶ୍ ଭଲ ରହିବ। ସପ୍ତାହ ଆରମ୍ଭରୁ କ୍ୟାରିୟରକୁ ନେଇ କୌଣସି ଖୁସି ଖବର ମିଳିପାରେ। ଦିର୍ଘ ଦିନ ଧରି ଚାକିରି ସନ୍ଧାନରେ ଥିବା ଲୋକଙ୍କୁ ଭଲ ଚାକିରି ମିଳିପାରେ। ଆର୍ଥିକ ସ୍ଥିତି ସେତେ ଭଲ ନଥିଲେ ମଧ୍ୟ କ୍ଷୁଦ୍ର ବ୍ୟବସାୟୀମାନେ ନୂତନ ବ୍ୟବସାୟ ଆରମ୍ଭ କରିବାରେ ସଫଳ ହେବ। ସପ୍ତାହ ଶେଷ ବେଳକୁ ପୁରୁଣା ବିନିଯୋଗରୁ ଲାଭ ପାଇବେ। ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ପାଇବ। ନିଜ ପରିବାର ଲୋକଙ୍କ ସହ ଦୂରଯାତ୍ରା କରିପାରନ୍ତି । ଫଳରେ ଖର୍ଚ୍ଚ ବୃଦ୍ଧି ପାଇବ।  

 

4/12

କର୍କଟ:  ଆଗାମୀ ସପ୍ତାହ ଏହି ରାଶିର ବ୍ୟକ୍ତିଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହୋଇପାରେ। ସପ୍ତାହ ଆରମ୍ଭରୁ ଗାଡି଼ କିମ୍ବା ଜମି କ୍ରୟ କରିବାରୁ ହାତରେ ଏତେ ପଇସା ରହିବ ନାହିଁ। କୌଣସି ବ୍ୟାଙ୍କ କିମ୍ବା ନିଜ ଲୋକଙ୍କ ପାଖରେ ହାତ ପତେଇବାକୁ ପଡିପାରେ। ବ୍ୟବସାୟୀମାନେ ବାଣିଜ୍ୟ-ବ୍ୟବସାୟରେ ରିକ୍ସ ନିଅନ୍ତୁ ନାହିଁ। କୌଣସି ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ। କ୍ଷତି ସହିବାର ଯଥେଷ୍ଟ ସମ୍ଭାବନା ରହିଛି। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ତେଣୁ ନିଜ ସ୍ବାସ୍ଥ୍ୟପ୍ରତି ସଚେତନ ହୁଅନ୍ତୁ। ସପ୍ତାହ ଶେଷ ବେଳକୁ ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ।

 

5/12

ସିଂହ: ଆଗାମୀ ସପ୍ତାହ ଏହି ରାଶିଙ୍କ ପାଇଁ ଅଶୁଭ ଦିନ ଆଣିପାରେ। ଆୟ ଠାରୁ ବ୍ୟୟ ଅଧିକ ରହିବ। କର୍ମକ୍ଷେତ୍ରରେ ଅଯଥା ବିବାଦ ଦେଖାଦେଇପାରେ । ଯେଉଁଥିପାଇଁ ଆପଣଙ୍କୁ ଚାକିରି ଛାଡିବାକୁ କିମ୍ବା ବଦଳାଇବାକୁ ପଡିପାରେ। ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସହକର୍ମୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ। ସପ୍ତାହ ଶେଷ ଆଡକୁ ଆମଦାନୀ-ରପ୍ତାନୀ କ୍ଷେତ୍ରରେ ଥିବା ଲୋକଙ୍କୁ ବ୍ୟବସାୟରେ ଲାଭ ମିଳିପାରେ। ନିଜ ପତ୍ନୀଙ୍କୁ ଖୁସ୍ କରିବା ପାଉଁ ସପିଂରେ ଅଧିକ ଟଙ୍କା ନଷ୍ଟ ହୋଇପାରେ । ଅଯଥା ଖର୍ଚ୍ଚରୁ ନିବୃତ୍ତ ରହିବା ଭଲ। 

6/12

କନ୍ୟା:   ନୂତନ କାର୍ଯ୍ୟକୁ ଆରମ୍ଭ କରିବାରେ ସଫଳ ହେବେ।  ସପ୍ତାହର ପ୍ରଥମାର୍ଦ୍ଧରେ ବ୍ୟବସାୟୀମାନେ ବାଣିଜ୍ୟ-ବ୍ୟପାରରେ ସେତେଟା ଲାଭ ପାଇବେ ନାହିଁ। ଆୟ-ବ୍ୟୟ ସମାନ ରହିବ। ପତି-ପତ୍ନୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ପତ୍ନୀଙ୍କ ଠାରୁ ଆର୍ଥିକ ସହଯୋଗ ପାଇବେ। ରିୟଲି-ଇଷ୍ଟେଟ୍ ବ୍ୟବସାୟରେ ଜଡ଼ିତ ଥିବା ଲୋକେଙ୍କ ପାଇଁ ସମୟ ଭଲ ରହିବ। ନୂଆ ପ୍ରୋଜେକ୍ଟ ପାଇପାରନ୍ତି। ନିଜ ଭଲ ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ପାଇବେ।  

 

7/12

ତୁଳା:  ଦିର୍ଘ ଦିନ ଧରି ଲାଗି ରହିଥିବା ଆର୍ଥିକ ସ୍ଥିତିରେ ସୁଧାର ଆସିବ। ନୂତନ ନିଯୁକ୍ତି ମିଳିବା ସହ କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବ। ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବ। କୌଣସି ବଡ଼ ଡିଲ୍ ଫାଇନାଲ୍ ହୋଇରାରେ। ପାର୍ଟନର-ସିପ୍ ବ୍ୟବସାୟରୁ ଲାଭବାନ୍ ହେବେ। ବ୍ୟବସାୟରେ ବାକି ପଡିଥିବା ଟଙ୍କା ମିଳିବ। ସ୍ବାସ୍ଥ୍ୟ ଭଲ ରହିବ। 

8/12

ବିଛା:  ଆଗମୀ ସପ୍ତାହରେ ଏହି ରାଶିର ଲୋକଙ୍କ ଆର୍ଥିକ ଅବସ୍ଥା ସେତେଟା ଭଲ ରହିବ ନାହିଁ।  ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ କୌଣସି ସ୍ଥାନରୁ ଟଙ୍କା ଧାର-କରଜ କରିବାକୁ ପଡିପାରେ। ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ମେଡିକାଲ୍ ଖର୍ଚ୍ଚ ବୃଦ୍ଧି ପାଇବ। ସହଭାଗିତାରେ ଚାଲିଥିବା ବ୍ୟବସାୟରେ ନିଜ ପାର୍ଟନରଙ୍କ ସହ ଭୁଲ୍ ବୁଝାବଣା ହୋଇପାରେ। ବ୍ୟବସାୟୀ ପାର୍ଟନର ଆପଣଙ୍କୁ ଠକି ପାରନ୍ତି । ତେଣୁ କୌଣସି ପ୍ରକାର ଗୁରୁତ୍ବପୂର୍ଣ୍ଣ ଡିଲ୍ କିମ୍ବା ଆର୍ଥିକ ଦେଣନେଣ ବେଳେ ସତର୍କ ରୁହନ୍ତୁ।  

9/12

ଧନୁ: ସପ୍ତାହ ଆରମ୍ଭରୁ ଆର୍ଥିକ ସ୍ଥିତିକୁ ନେଇ ଟେନସନରେ ରହିବେ।  କର୍ମକ୍ଷେତ୍ରରେ କୌଣସି କଥାକୁ ନେଇ ସହକର୍ମୀଙ୍କ ସହ କଳହ ହୋଇପାରେ। ଶତ୍ରୃଙ୍କ ଷଡଯନ୍ତ୍ରର ଶିକାର ହୋଇପାରନ୍ତି। ବ୍ୟବସାୟୀମାନେ ପୁଞ୍ଜି ବିନିଯୋଗକୁ ନିବୃତ୍ତ ରହିବା ଭଲ। ନଚେତ୍ କ୍ଷତି ସହିପାରନ୍ତି। କୌଣସି ବ୍ୟକ୍ତି ବିଶେଷଙ୍କୁ ଟଙ୍କା ଧାର୍ ଦିଅନ୍ତୁ ନାହିଁ। ନଚେତ୍ ସମସ୍ୟାରେ ପଡିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। 

 

10/12

ମକର: ଆଗାମୀ ସପ୍ତାହ ଏହି ରାଶିଙ୍କ ପାଇଁ ବେଶ୍ ଅନୁକୂଳ ରହିବ। ଚାକିରିଆମାନେ ପଦୋନ୍ନତି ପାଇବା ସହ ଆୟରେ ବୃଦ୍ଧି ଘଟିବ। ବ୍ୟାଙ୍କ୍ ବାଲାନ୍ସ ବୃଦ୍ଧି ପାଇବ। ବ୍ୟବସାୟୀମାନେ ବିଦେଶ ଯାତ୍ରା କରିପାରନ୍ତି। ଖୁଚୁରା ବ୍ୟବସାୟୀଙ୍କ ପାଇଁ ସମୟ ଅଧିକ ଭଲ ରହିବ। ଯଦିଓ ଆର୍ଥିକ ସ୍ଥିତି ଭଲ ରହିବ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟାରେ ଅଧିକ ଟଙ୍କା ଖର୍ଚ୍ଚ ହେବ। 

 

11/12

କୁମ୍ଭ: ଆଗାମୀ ସପ୍ତାହରେ ବେକାରୀମାନେ ଭଲ ନିଯୁକ୍ତି ଅଫର ପାଇପାରନ୍ତି। ପୁରୁଣା ବିନିଯୋଗରୁ ଲାଭବାନ୍ ହେବା। ସରକାରୀ ଚାକିରିଆଙ୍କ ଆୟ ବୃଦ୍ଧି ହେବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାରେ ସଫଳ ହେବେ। ପ୍ରେମୀମାନେ ନିଜ ସାଥୀଙ୍କୁ ଦାମୀ ଉପହାର ଦେଇପାରନ୍ତି। ଯାହା ସେମାନଙ୍କ ବଜେଟ୍ କୁ ଦୋହଲାଇଦେବ।

12/12

ମୀନ: ଆର୍ଥିକ ଦୃଷ୍ଟି କୋଣରୁ ଆଗାମୀ ସପ୍ତାହ ବେଶ୍ ଭଲ ରହିବ। ଶିକ୍ଷା, ରାଜନୀତି ଓ ରିସର୍ଚ୍ଚ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟୀମାନଙ୍କ ପାଇଁ ସେତେଟା ଖାସ୍ ରହିବ ନାହିଁ। ବ୍ୟବସାୟରେ ବାକି ପଡିଥିବା ଟଙ୍କା ମିଳିବ ନାହିଁ। କର୍ମକ୍ଷେତ୍ରରେ ନୂତନ କାର୍ଯ୍ୟକୁ ନେଇ ଟେନସନରେ ରହିବେ। ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)