Advertisement
photoDetails0hindi

ଶୁକ୍ର ଗ୍ରହରେ ମିଳିଲା ଜୀବନ !

ସମ୍ଭାବନା ବଢ଼ିଯାଇଛି ଯେ ଶୁକ୍ର ଗ୍ରହର ମେଘରେ ସୂକ୍ଷ୍ମ ଅଣୁଜୀବ (micro-organisms) ଭାସମାନ ଅବସ୍ଥାରେ ରହିଛନ୍ତି । 

1/10

ନୂଆଦିଲ୍ଲୀ: ଜ୍ୟୋତିର୍ବିଜ୍ଞାନୀମାନେ (Astronomers) ଶୁକ୍ର ଗ୍ରହ (Venus Planet) ର ବାୟୁମଣ୍ଡଳରେ ଏକ ଗ୍ୟାସ୍ ପାଇଛନ୍ତି, ଯାହା ସେଠାରେ ଜୀବନ ହେବାର ସଙ୍କେତ ଦେଉଛି । ସମ୍ଭାବନା ବଢ଼ିଯାଇଛି ଯେ ଶୁକ୍ର ଗ୍ରହର ମେଘରେ ସୂକ୍ଷ୍ମ ଅଣୁଜୀବ (micro-organisms) ଭାସମାନ ଅବସ୍ଥାରେ ରହିଛନ୍ତି । 

2/10

ସେହି ଗ୍ୟାସର ନାଁ ହେଉଛି ଫସଫାଇନ୍ (phosphine) । ଏହା ଗୋଟିଏ ଫସଫରସ୍ (phosphorus) କଣିକା ଓ ତିନୋଟି ହାଇଡ୍ରୋଜେନ୍ (hydrogen) କଣିକା ଦ୍ୱାରା ଗଠିତ ହୋଇଥାଏ ।

3/10

ଫସଫାଇନ୍ (phosphine) ପୃଥିବୀର ଜୀବନ ସହିତ ଜଡିତ । ଏହା ପେଙ୍ଗୁଇନ୍ ପରି ପଶୁମାନଙ୍କ ପେଟରେ ମିଳୁଥିବା ମାଇକ୍ରୋବସ୍ ସହିତ ଜଡିତ କିମ୍ବା କାଦୁଅ ପରି କମ୍ ଅମ୍ଳଜାନ ସ୍ଥାନରୁ ମିଳିଥାଏ । ମାଇକ୍ରୋ ବ୍ୟାକ୍ଟେରିଆ ଦ୍ୱାରା ଅମ୍ଳଜାନର ଅନୁପସ୍ଥିତିରେ ଏହି ଗ୍ୟାସ୍ ନିର୍ଗତ ହୁଏ । କାରଖାନାଗୁଡ଼ିକରେ ଫସଫାଇନ୍ ମଧ୍ୟ ତିଆରି କରାଯାଇପାରେ । କିନ୍ତୁ ଶୁକ୍ର ଗ୍ରହରେ କୌଣସି କାରଖାନା ନାହିଁ; ଏବଂ ଅବଶ୍ୟ ସେଠାରେ କୌଣସି ପେଙ୍ଗୁଇନ୍ ମଧ୍ୟ ନାହିଁ ।

ଅଧିକ ପଢ଼ନ୍ତୁ:-କୋରୋନାରୁ ରକ୍ଷା ପାଇବା ପାଇଁ ବିଜେପି ସାଂସଦ କେତେବେଳେ କରିଥିଲେ କାଦୁଅ ସ୍ନାନ ତ କେତେବେଳେ ନିଆଁ ମଧ୍ୟରେ ଧ୍ୟାନ, ଏବେ ହୋଇଛନ୍ତି ସଂକ୍ରମିତ

4/10

ତେବେ ଶୁକ୍ର ଉପରେ ଏହି ଗ୍ୟାସ୍ କଣ ପାଇଁ ରହିଛି । ଆଉ ମଧ୍ୟ ଗ୍ରହ ପୃଷ୍ଠରୁ ୫୦ କିଲୋମିଟର ଉପରେ କାହିଁକି ? ବ୍ରିଟେନର କାର୍ଡିଫ୍ ୟୁନିଭର୍ସିଟିରେ ପ୍ରଫେସର ଜେନ ଗ୍ରୀଭସ୍ ଏବଂ ତାଙ୍କ ସହକର୍ମୀଙ୍କ ଏହା ହେଉଛି ପ୍ରଶ୍ନ । ସେ ନେଚର ଏଷ୍ଟ୍ରୋନୋମି ପତ୍ରିକାରେ ଏକ ପେପର ପ୍ରକାଶିତ କରିଛନ୍ତି, ଯେଉଁଥିରେ ସେ ଶୁକ୍ର ଉପରେ ଫସଫାଇନ୍ ପାଇବା ଉପରେ ତାଙ୍କର ପର୍ଯ୍ୟବେକ୍ଷଣ ବିଷୟରେ ବିସ୍ତୃତ ଭାବରେ ଲେଖିଛନ୍ତି । ଏଥିସହ ସେ ତାଙ୍କ ଅନୁସନ୍ଧାନ ବିଷୟରେ ଲେଖିଛନ୍ତି । ଯେଉଁଥିରେ ସେ କହିବାକୁ ଚେଷ୍ଟା କରିଛନ୍ତି ଯେ ଏହି ଅଣୁଟି କୌଣସି ପ୍ରାକୃତିକ, ଅଣ-ଜୈବିକ ଉପାୟରୁ ତିଆରି ହୋଇପାରେ ।

5/10

ଯଦିଓ ବୈଜ୍ଞାନିକ ଦଳ ଶୁକ୍ର ଉପରେ ଜୀବନ ମିଳିବାର ଦାବି କରିନାହାଁନ୍ତି, ତଥାପି ସେମାନେ ଏହି ସମ୍ଭାବନା ବିଷୟରେ ଅଧିକ ଆବିଷ୍କାର କରାଯିବା ଉଚିତ ବୋଲି କହିଛନ୍ତି । ବାସ୍ତବରେ, କାର୍ଡିଫ୍ ୟୁନିଭର୍ସିଟିର ପ୍ରଫେସର ଜେନ ଗ୍ରୀଭସ୍ ଏବଂ ତାଙ୍କ ସହକର୍ମୀମାନେ ହାୱାଇର ମାଉନା କେୟା ଅବଜରଭେଟୋରୀରେ ଥିବା ଜେମ୍ସ କ୍ଲର୍କ ମ୍ୟାକ୍ସୱେଲ ଟେଲିସ୍କୋପ ଓ ଚିଲିର ଆଟାକାମା ବଡ଼ ମିଲିମିଟର ଏୟାର ଟେଲିସ୍କୋପ ସାହାଯ୍ୟରେ ଶୁକ୍ର ଗ୍ରହ ଉପରେ ନଜର ରଖିଛନ୍ତି ।

6/10

ଏହା ଦ୍ୱାରା ସେମାନଙ୍କୁ ଫସଫାଇନ୍ ର ସ୍ପେକ୍ଟ୍ରାଲ୍ ସିଗ୍ନେଚରର ଚିହ୍ନଟ କରିବାରେ ସାହାଯ୍ୟ ମିଳିଥିଲା । ଯାହା ପରେ ବୈଜ୍ଞାନିକମାନେ ସମ୍ଭାବନାକୁ ବ୍ୟକ୍ତ କରିଛନ୍ତି ଯେ ଶୁକ୍ରର ମେଘରେ ଏହି ଗ୍ୟାସ୍ ବହୁତ ପରିମାଣରେ ଅଛି । ଶୁକ୍ର ଗ୍ରହ ବିଷୟରେ ବର୍ତ୍ତମାନ ଯାଏ ଆମ ପାଖରେ ଯାହା ସୂଚନା ରହିଛି ଓ ସେଠାରେ ଯେଉଁ ଅବସ୍ଥା ରହିଛି, ତାହାକୁ ଦେଖି ଫସଫାଇନରେ ଯେତିକି ମାତ୍ରା ମିଳିଛି । ସେଥିରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଫସଫାଇନର ଅଜୈବିକ ମାଧ୍ୟମ ଚିହ୍ନଟ କରିବାରେ କେହି ସକ୍ଷମ ହୋଇ ନାହାଁନ୍ତି । ଏହାର ଅର୍ଥ ହେଉଛି ସେଠାରେ ଜୀବନର ସମ୍ଭାବନାକୁ ବିଚାର କରାଯାଇପାରେ ।

ଅଧିକ ପଢ଼ନ୍ତୁ:-କୋରୋନା ମୁକାବିଲାରେ ସାରା ଦୁନିଆ ପାଇଁ ଉଦାହରଣ ପାଲଟିଲା ପାକିସ୍ତାନ, ଭୁରି ଭୁରି ପ୍ରଶଂସା କଲା WHO

7/10

ପଡୋଶୀ ଗ୍ରହ ଶୁକ୍ରରେ ଜୀବନର ସମ୍ଭାବନା ସୌରମଣ୍ଡଳର ଅନ୍ୟ ଗ୍ରହ ତୁଳନାରେ କମ୍ ଅଟେ । ଶୁକ୍ରକୁ ବାଇବଲରେ ନର୍କ କୁହାଯାଇଛି । ଶୁକ୍ରରେ ବାୟୁମଣ୍ଡଳର ଏକ ଘନ ସ୍ତର ଅଛି, ଯାହା କାର୍ବନ ଡାଇଅକ୍ସାଇଡରେ ଭରପୂର ଅଟେ । ଏଠାରେ ବାୟୁମଣ୍ଡଳରେ 96% କାର୍ବନ ଡାଇଅକ୍ସାଇଡ୍ ରହିଛି । ଏହି ଗ୍ରହ ଉପରେ ବାୟୁମଣ୍ଡଳୀୟ ଚାପ ପୃଥିବୀ ତୁଳନାରେ ୯୦ ଗୁଣ ଅଧିକ ।

8/10

ଏହିର ଗ୍ରହର ଭୂପୃଷ୍ଠର ତାପମାତ୍ରା ୪୦୦ ଡିଗ୍ରୀ ସେଲସିୟସରୁ ଅଧିକ ହେବ । ତେଣୁ ଯଦି ଆପଣ ଶୁକ୍ର ଗ୍ରହରେ ପାଦ ରଖନ୍ତି, ତେବେ କିଛି ସେକେଣ୍ଡ ମଧ୍ୟରେ ଆପଣ ଗଳିବା ସହ ଫୁଟିବା ଆରମ୍ଭ କରିବେ । ତେଣୁ ଶୁକ୍ର ଉପରେ ଜୀବନ ଥିଲେ ମଧ୍ୟ ତାହା ଗ୍ରହର ପୃଷ୍ଠ ଭାଗ ଠାରୁ ୫୦ କିଲୋମିଟର ଉପର ମିଳିବାର ଆଶା କରିପାରିବା ।

ଅଧିକ ପଢ଼ନ୍ତୁ:-ଅତିଶୀଘ୍ର ଖୋଲିବ ସ୍କୁଲ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କଲା ଗାଇଡଲାଇନ୍

9/10

ମେଘ ଯୋଗୁଁ ସେଠାରେ ଘନ ମେଘ ରହିଛି । ଯେଉଁଥିରେ 75–95% ସଲଫୁରିକ୍ ଏସିଡ୍ ଥାଏ, ଯାହା ପୃଥିବୀରେ ଜୀବଜନ୍ତୁ ସୃଷ୍ଟି କରୁଥିବା ସେଲ୍ୟୁଲାର୍ ଗଠନ ପାଇଁ ସାଂଘାତିକ ହୋଇଥାଏ । ତଥାପି, ବୈଜ୍ଞାନିକମାନେ କହିଛନ୍ତି ଯେ ଯଦି ସେଠାରେ ମାଇକ୍ରୋ ଅଣୁଜୀବ ଥାଏ, ତେବେ ସଲଫୁରିକ୍ ଏସିଡ୍ ଠାରୁ ଦୂରେଇ ରହିବା ପାଇଁ ସେମାନଙ୍କୁ ଏକ ପ୍ରକାର କବଚ ତିଆରି କରିବାକୁ ପଡିବ ।

10/10

ବର୍ତ୍ତମାନ ଶୁକ୍ରରେ ଜୀବନ ଅଛି କି ନାହିଁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଜଣଙ୍କୁ ସେଠାକୁ ପଠାଇବାକୁ ପଡିବ ।