Advertisement
Photo Details/zeeodisha/odisha2426013
photoDetails0hindi

Surya Gochar 2024: ସେପ୍ଟେମ୍ବର ୧୬ରେ କନ୍ୟାକୁ ଚଳନ କରିବେ ସୂର୍ଯ୍ୟ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ!

Surya Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ  ଚଳିତ ମାସ ୧୬ ତାରିଖରେ  ସକାଳ ୭ଟା ୫୨ ମିନିଟ୍ ସମୟରେ ସିଂହରୁ ବାହାରି କନ୍ୟା ରାଶିକୁ ଚଳନ କରିବେ। ସୂର୍ଯ୍ୟଙ୍କ ଏହି ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅତ୍ୟନ୍ତ ଅଶୁଭ ରହିବ। ଯଦି ଜାତକ ବା ରାଶିରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜଣକ ଜୀବନରେ ସମସ୍ତ କ୍ଷେତ୍ରରେ ସଫଳତା ପାଇବା ସହ ଧନ ଐଶ୍ବର୍ଯ୍ୟର ଅଧିକାରୀ ହେବେ। ତେବେ, ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ଏହି ଚଳନ କେଉଁ ରାଶିକୁ ଶୁଭଫଳ ପ୍ରଦାନ କରିବାକୁ  ଯାଉଛି...

1/4

ସିଂହ: ସିଂହ ରାଶିର ପ୍ରଭୁ ହେଉଛନ୍ତି ସୂର୍ଯ୍ୟ। ତେଣୁ ସୂର୍ଯ୍ୟଙ୍କ ଚଳନ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ। ଏ-ହି ରାଶିର ଦ୍ବାଦଶ ଘରେ ସୂର୍ଯ୍ୟ ବିରାଜମାନ ଥିବାରୁ ବ୍ୟବସାୟୀମାନେ ବ୍ୟବସାୟରେ ଆଶାତିତ ଲାଭ ପାଇବେ। ଯଦି କୌଣସି ପ୍ରକାର ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତେବେ, ଏହି ସମୟ ମଧ୍ୟରେ କଲେ ଦ୍ବି-ଗୁଣିତ ଲାଭ ମିଳିବ। ବିଦେଶ ଯାତ୍ରାର ସମ୍ଭାବନା ରହିଛି । ଚାକିରିଙ୍କ ପଦୋନ୍ନତି ହେବା ସହ ଦରମା ବଢିବ। ପାରିବାରିକ ଜୀବନ ସୁଖମୟ ହେବ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ମାସ ଶେଷରେ ଦେଖାଦେବ।

ALSO READ: Today Horoscope: ମେଷ ସହ ଏହି ୫ ରାଶିଙ୍କ ପାଇଁ ଅଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

ALSO READ: Gajlakshmi Rajyog 2024: ଏହିସବୁ ରାଶିଙ୍କ ଭାଗ୍ୟ ଚମକାଇବ ଗଜଲକ୍ଷ୍ମୀ ରାଜଯୋଗ, କିଣିବେ ନୂଆ ଘର ସାଙ୍ଗକୁ...

2/4

କନ୍ୟା : ସୂର୍ଯ୍ୟଙ୍କ ଚଳନ ଏ-ହି ରାଶି ପାଇଁ ଅତ୍ୟନ୍ତ ଲାଭଦାୟୀ ରହିବ। ବିଶେଷକରି, କର୍ମକ୍ଷେତ୍ରରେ ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ଯେଉଁମାନେ ଦିର୍ଘ ଦିନ ହେବ  ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଭଲ ଚାକିରି ମିଳିବ।  ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରେ କୌଣସି ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। ଯେଉଁଥିରୁ ସେମାନେ ଅପ୍ରତ୍ୟାଶିତ ଲାଭ ପାଇବେ। ଘରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ପୁରୁଣା ବିନିଯୋଗରୁ ଲାଭ ମିଳିବ। ବଡ଼ ସଞ୍ଚୟ ପାଇଁ ଯୋଜନା କରିବେ। ପ୍ରଶାସନିକ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ପଦୋନ୍ନତି ହେବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରେମୀ ମାନଙ୍କ ପାଇଁ ସମୟ ଖାସ୍ ରହିବ।    

 

3/4

ବିଛା: ସୂର୍ଯ୍ୟଙ୍କ ଚଳନ ଏ-ହି ରାଶି ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ଏହି ରାଶିର ଏକାଦଶ ଘରେ ସୂର୍ଯ୍ୟ ଉପସ୍ଥିତ ରହିବେ। ଫଳରେ  ଦିର୍ଘ ଦିନ ଧରି ଲାଗି ରହିଥିବା ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟରେ ଅଗ୍ରଗତି କରିବେ। ରୋଜଗାରର ନୂତନ ଉତ୍ସ ସୃଷ୍ଟି ହେବ। କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀ ଭଲ ରେଜଲ୍ଟ କରିବେ। ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ।  ପ୍ରେମୀ ମାନଙ୍କ ପାଇଁ ସମୟ ଭଲ ରହିବ। ସାଥୀଙ୍କ ସହ ଏକ ରୋମାଣ୍ଟିକ୍ ଡେଟ୍ ରେ ଯାଇପାରନ୍ତି।  କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ।  ଆଖି ସଂକ୍ରମଣ ଓ ଜ୍ବର ଥଣ୍ତାରେ ପୀତିତ ହୋଇପାରନ୍ତି। ଦୂରଯାତ୍ରାରୁ ନିବୃତ୍ତ ରହିବା ଭଲ। ନିଜ ଲୋକମାନେ ମଧ୍ୟ ବିଶ୍ବାସରେ ବିଷ ଦେଇପାରନ୍ତି।

 

4/4

ଧନୁ :  ଏହି ରାଶିର ପ୍ରଭୁ ହେଉଛନ୍ତି ବୃହସ୍ପତି। ସୂର୍ଯ୍ୟଙ୍କ ଗୋଚର ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଧନବାନ୍ କରାଇବ। ଏହି ଅବଧି ମଧ୍ୟରେ ଦିର୍ଘ ଦିନର ଆଶା ପୂରଣ ହେବ। ସାଧାରଣତଃ ଗାଡି଼ କିମ୍ବା ନୂତନ ଜମି କ୍ରୟ କରିପାରନ୍ତି। କର୍ମକ୍ଷେତ୍ରରେ କୌଣସି ବଡ଼ ଦାୟିତ୍ବ ମିଳିପାରେ। ଯାହାକୁ ନେଇ ଖୁସି ଅନୁଭବ କରିବେ। ଆୟରେ ବୃଦ୍ଧି ଘଟିବ। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ। ରାଜନୀତି, ସାମ୍ବାଦିକତା, ରିସର୍ଚ୍ଚ ଓ  କଳା କ୍ଷେତ୍ରରେ ଜଡିତ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅନୁକୂଳ ରହିବ। କୌଣସି ସଭାସମିତିରେ ସମ୍ମାନୀତ ହେବେ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବ। ପରିବାରରେ ହସ-ଖୁସିର ମାହୋଲ ଦେଖିବାକୁ ମିଳିବ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)