Lucky Plants For Home: ମହାଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ଘର ଲଗାନ୍ତୁ ଏହି ୬ଟି ଗଛ , ରହିବନି ଧନର ଅଭାବ!

Lucky Plants For Home: ଆମେ ସମସ୍ତେ ଜାଣିଛେ ବାସ୍ତୁ ଅନୁସାରେ, ନିର୍ମାଣ କରାଯାଇବା ଘର ଗୁଡିକରେ ସୁଖ ସମୃଦ୍ଧି ଆସିଥାଏ। ତେବେ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଘରେ ଗଛ ଲଗାଇବା ଦ୍ୱାରା ମଧ୍ୟ ଏହା ଆପଣଙ୍କ ସୁଖ ସମୃଦ୍ଧିକୁ ପ୍ରଭାବିତ କରିଥାଏ । ସକରାତ୍ମକ ମନୋଭାବ ବୃଦ୍ଧି ପାଇବା ସହିତ ଘରରେ ଲକ୍ଷ୍ମୀଙ୍କ ଆଗମନ ବଢିଥାଏ । ଏହି ୬ଟି ଗଛ ଲଗାଇବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ଘରେ କେବେବି ଧନର ଅଭାବ ହୋଇନଥାଏ। ତେବେ,ଆସନ୍ତୁ ଜାଣିବା ସେହି ଗଛ ଗୁଡିକ ବିଷୟରେ...

Narmada Behera Sat, 24 Aug 2024-1:16 pm,
1/6

ତୁଳସୀ ଗଛ, ପ୍ରତି ଘରର ସମ୍ମୁଖରେ ଚଉଁରା ବା ତୁଳସୀ ଗଛ ଲଗାଯାଇ ପୂଜା କରାଯାଇଥାଏ।  ଧାର୍ମିକ ବିଶ୍ବାସ ଅନୁଯାୟୀ ଏହି ଗଛକୁ ଘରର ଉତ୍ତର-ପୂର୍ବ କିମ୍ବା ପୂର୍ବ ଦିଗରେ ଲଗାଇ ପୂଜା କଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହିତ ଧନର ଅଭାବ ରହି ନଥାଏ। ତୁଳସୀ ଭଗବାନ ବିଷ୍ଣୁ ଓ ମାଆ ଲକ୍ଷ୍ମୀଙ୍କ ଅତିପ୍ରିୟ । ତେଣୁ ତୁଳସୀ ଗଛ ଲଗାଇବା ଦ୍ବାରା ଲକ୍ଷ୍ମୀଙ୍କ କୃପା ରହିଥାଏ। 

ALSO READ: Shani Budh Yuti 2024: ଏହିସବୁ ରାଶିଙ୍କ ଉପରେ ରହିବ ଶନି-ବୁଧଙ୍କ କୃପା, କ୍ୟାରିୟରରେ ମିଳିବ ସଫଳତା ସାଙ୍ଗକୁ...

ALSO READ: Weekly Horoscope 2024: ଆଗାମୀ ସପ୍ତାହ ଏହିସବୁ ରାଶିଙ୍କ ପାଇଁ ରହିବ ଅତ୍ୟନ୍ତ ଖାସ୍, ମେଷ-ମିଥୁନ ସହ ଏହି ୫ ରାଶିକୁ ମିଳିବ ଶୁଭଫଳ ସହ...

2/6

ସେହିପରି ଘରର ଦକ୍ଷିଣ ଦିଗରେ ଶାମିଗଛ ଲଗାଇବା ଉଚିତ୍। ଘର ଅଗଣା ବା ଘର ଭିତରେ ଏହି ଗଛ ଲଗାଇବା ଅନ୍ୟନ୍ତ ଶୁଭ ହୋଇଥାଏ।  ଏହି ଗଛ ଲଗାଇବା ଦ୍ବାରା ଶନିଙ୍କ କୋପ ପଡିନଥାଏ। ବରଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ଏହି ଗଛ ଘରେ ସକରାତ୍ମକତା ବଜାୟୀ ରଖେ। ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ ଓ ଭଲ ପାଇବା ବଢେ। 

3/6

ଘରେ ସ୍ପାଇଡ଼ର ପ୍ଲାଣ୍ଟ ଲଗାଇବା ଦ୍ବାରା ଅନେକ ଲାଭ ମିଳିଥାଏ।  ବିଶେଷକରି, ଘରର ଉତ୍ତର, ଉତ୍ତର-ପୂର୍ବ କିମ୍ବା ଉତ୍ତର-ପଶ୍ଚିମ ଦିଗରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଘରର ଆଖପାଖ ବାୟୁକୁ ସଫା ରଖିବାରେ ସାହାର୍ଯ୍ୟ କରେ। ଏବଂ ଯାହା ସ୍ବାସ୍ଥ୍ୟ ପାଇଁ ବେଶ୍ ହିତକର। ଏହି ଗଛ ଅନେକ ପ୍ରକାର ରୋଗ ଦୂର କରିବାରେ ସାହାର୍ଯ୍ୟ କରେ। ଏବଂ ଜୀବନରେ ନୂତନ ସକରାତ୍ମକତା ଆଣେ। 

4/6

ଜଡେ ବା କ୍ରାସୁଲା ପ୍ଲାଣ୍ଟ (Jade plant/Crassula Ovata) ଘରେ ରଖିବା ଦ୍ବାରା ନକରାତ୍ମକ ପ୍ରଭାବ ଦୂର ହୋଇଥାଏ। ଏହି ଗଛକୁ ଘରର ମୁଖ୍ୟ ଦ୍ବାରର ଡାହାଣ ପାଶ୍ବରେ ରଖିବା ଅତ୍ୟନ୍ତ ଶୁଭ । ଏହା ଘରେ ରଖିବା ଦ୍ବାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଏବଂ ଆୟର ନୂତନ ଉତ୍ସ ସୃଷ୍ଟି ହୋଇଥାଏ। ପରିବାର ସଦସ୍ୟଙ୍କ ମଧ୍ୟର ଭଲ ପାଇବା ବଢିଥାଏ।  

5/6

ମନି ପ୍ଲାଣ୍ଟ ଘରେ ରଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହି ଗଛ ଘରେ ରହିଲା ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ଦାରିଦ୍ରତା ପାଖ ମାଡି଼ ନଥାଏ। ସତରାତ୍ମକ ଶକ୍ତି ଘରେ ଜାଗ୍ରତ କରିଥାଏ। 

6/6

ଅପରାଜିତା ଗଛ ମଧ୍ୟ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ଏହି ଗଛ ଘରର ପୂର୍ବ -ଉତ୍ତର, ଉତ୍ତର -ପୂର୍ବ ଦିଗରେ ଲଗାଇବା ଉଚିତ୍। କାହିଁକିନା ଅପରାଜିତା ଫୁଲ ମାଆ ଲକ୍ଷ୍ମୀଙ୍କର ଅତିପ୍ରିୟ। ତେଣୁ ଏହି ଗଛ ଲଗାଇବା ଦ୍ବାରା ଘରେ ଆର୍ଥିକ ସମସ୍ୟା ଦୂର ହବା ସହ ଧନ ସମୃଦ୍ଧି ମାଡି଼ ଥାଏ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link