Advertisement
Photo Details/zeeodisha/odisha2396524
photoDetails0hindi

Shani Budh Yuti 2024: ଏହିସବୁ ରାଶିଙ୍କ ଉପରେ ରହିବ ଶନି-ବୁଧଙ୍କ କୃପା, କ୍ୟାରିୟରରେ ମିଳିବ ସଫଳତା ସାଙ୍ଗକୁ...

Shani Budh Yuti 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ସବୁଠୁ ଗୁରୁତ୍ବପୂର୍ଣ୍ଣ ଗ୍ରହ ବୋଲି ବିବେଚନା କରାଯାଏ। ବର୍ତ୍ତମାନ ଶନିଦେବ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ଆସନ୍ତାମାସ (ସେପ୍ଟେମ୍ବର ୧୦) ତାରିଖ ସକାଳ ୭ଟା ୫୦ ମିନିଟ୍ ସମୟରେ ସେହି ରାଶିକୁ ବୁଧ ଚଳନ କରିବେ। ଗୋଟିଏ ରାଶିରେ ୨ ଗ୍ରହଙ୍କ ଏହି ଅପୂର୍ବ ମିଳନ କିଛି ରାଶିଙ୍କ ପାଇଁ ବେଶ୍ ଭାଗ୍ୟଶାଳୀ ପ୍ରମାଣିତ ହେବ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟବାନ୍ ରାଶି ଗୁଡିକ ବିଷୟରେ...

1/3

ମେଷ : ଶନି-ବୁଧଙ୍କ ଏହି ମିଳନ ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ।  ଏହି ଅବଧି ମଧ୍ୟରେ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଦିର୍ଘ ଦିନର ଆଶା ପୂରଣ ହେବ। ଯେଉଁମାନେ ଚାକିରି କରୁଛନ୍ତି । ସେମାନଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ବେକାରିଙ୍କୁ ଚାକିରି ମିଳିବ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି । ଏହି ସମୟରେ କୌଣସି ନୂତନ ବ୍ୟବସାୟ ଆରମ୍ଭ କଲେ ଭଲ ଲାଭ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। 

ALSO READ: Weekly Finance Horoscope 2024: ଆଗାମୀ ସପ୍ତାହରେ ଏହି ୫ ରାଶିଙ୍କ ବିଗିଡି଼ବ ଆର୍ଥିକ ସ୍ଥିତି, ବ୍ୟୟ ଠାରୁ ଆୟ ରହିବ କମ୍!

ALSO READ: ଆଗାମୀ ସପ୍ତାହ ଏହିସବୁ ରାଶିଙ୍କ ପାଇଁ ରହିବ ଅତ୍ୟନ୍ତ ଖାସ୍, ମେଷ-ମିଥୁନ ସହ ଏହି ୫ ରାଶିକୁ ମିଳିବ ଶୁଭଫଳ ସହ...

 

2/3

ମିଥୁନ:  ଶନି ଓ ବୁଧଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ବିଶେଷକରି, ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ଦେଉଛନ୍ତି । ସେମାନେ ଭଲ ରେଜଲ୍ଟ ପାଇବେ। ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ।  ବିଦେଶରେ ପାଠ ପଢିବାର ସୁଯୋଗ ପାଇବେ। ପ୍ରେମୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି। ନିଜ ସାଥୀଙ୍କ ସହିତ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଏବଂ ଦାମୀ ଉପହାର ମଧ୍ୟ ପାଇପାରନ୍ତି। 

3/3

କୁମ୍ଭ : ଶନି ଓ ବୁଧଙ୍କ ଆର୍ଶିବାଦରୁ ଏହି ରାଶିର ଲୋକଙ୍କ ଭାଗ୍ୟ ଚମକିବାକୁ ଯାଉଛି। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ଭରିବ। ଆଶାୟୀଙ୍କୁ ମନ ଲାଗି ଚାକିରି ମଧ୍ୟ ମିଳିବ। କିନ୍ତୁ ପ୍ରେମୀ ମାନଙ୍କ ପାଇଁ ସମୟ ସେତେଟା ଖାସ୍ ରହିବ ନାହିଁ। ବ୍ୟବସାୟୀଙ୍କ ପାଇଁ ସମୟ ଭଲ ରହିବ।

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)