`ଦୁର୍ବଳ ନେତୃତ୍ୱ ଓ ମାନସିକତା ପାଇଁ ହାରୁଛି ଭାରତ`
ଭାରତ ଦ୍ୱିତୀୟ ଇନିଂସରେ ଉଭୟ ମ୍ୟାଚରେ ୩୦୦ରୁ ଅଧିକ ରନ୍ କରିଥିଲା, କିନ୍ତୁ ତାହା ବ୍ୟର୍ଥ ଯାଇଛି। ଭାରତୀୟ ବ୍ୟାଟ୍ସମ୍ୟାନ୍ ସ୍ଥିତି ଅନୁଯାୟୀ ବ୍ୟାଟିଂ କରୁଥିଲେ ବି ଏତେ ବଡ଼ ବଡ଼ ସ୍କୋରର ପିଛା କରି ପରାସ୍ତ ହେଉଛନ୍ତି।
ସୁନନ୍ଦନ ମିଶ୍ର, ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ପାଇଁ ଅଷ୍ଟ୍ରେଲିଆ ଗସ୍ତ କଠିନ ସାବ୍ୟସ୍ତ ହେଉଛି। ଅବଶ୍ୟ ଏହା ପ୍ରଥମଥର ନୁହେଁ, କିନ୍ତୁ ଚଳିତବର୍ଷ ଭାରତୀୟ ଖେଳାଳିଙ୍କ ଫର୍ମକୁ ଦେଖିଲେ ଲାଗୁଥିଲା ଏହି ଦଳ କଙ୍ଗାରୁକୁ ଅଷ୍ଟ୍ରେଲିଆରେ ଧୂଳି ଚଟାଇବାକୁ ବେଶ୍ ସକ୍ଷମ। କିନ୍ତୁ ପ୍ରଥମ ଦୁଇଟି ମ୍ୟାଚରେ ଘରୋଇ ଟିମ୍ ଏହା ସ୍ପଷ୍ଟ କରିଦେଲା କି ଏବେ ବି ତା' ଦେଶରେ ହରାଇବା ପାଇଁ ବିପକ୍ଷ ଦଳକୁ ଏ' ଗ୍ରେଡର କ୍ରିକେଟ୍ ଖେଳିବାକୁ ପଡ଼ିବ।
ଦିନିକିଆ (Ind vs Aus ODI) ର ପ୍ରଥମ ଦୁଇଟି ମ୍ୟାଚ୍ ସିଡନୀ (Sydney) ଖେଳାଯାଇଥିଲା। ପ୍ରଥମ ଦୁଇଟି ମ୍ୟାଚରେ ଭାରତ ଏକଦମ୍ ସମାନ ଶୈଳୀରେ ପରାଜିତ ହୋଇଛି। ଉଭୟ ମ୍ୟାଚରେ ଅଷ୍ଟ୍ରେଲିଆ (Australia) ପ୍ରଥମ ବ୍ୟାଟିଂ କରି ୩୫୦ରୁ ଢେର ଅଧିକ ରନ୍ କରିବାକୁ ସକ୍ଷମ ହୋଇଥିଲା। ଯଦିଓ ଭାରତ ମଧ୍ୟ ଦ୍ୱିତୀୟ ଇନିଂସରେ ଉଭୟ ମ୍ୟାଚରେ ୩୦୦ରୁ ଅଧିକ ରନ୍ କରିଥିଲା, କିନ୍ତୁ ତାହା ବ୍ୟର୍ଥ ଯାଇଛି। ଭାରତୀୟ ବ୍ୟାଟ୍ସମ୍ୟାନ୍ ସ୍ଥିତି ଅନୁଯାୟୀ ବ୍ୟାଟିଂ କରୁଥିଲେ ବି ଏତେ ବଡ଼ ବଡ଼ ସ୍କୋରର ପିଛା କରି ପରାସ୍ତ ହେଉଛନ୍ତି।
Also Read: ଗମ୍ଭୀର ହେଲେ ଗମ୍ଭୀର, ବିରାଟଙ୍କୁ କଲେ ସମାଲୋଚନା
କିନ୍ତୁ ଭାରତ ପାଇଁ ଦୁଇଟିଯାକ ମ୍ୟାଚରେ ବଡ଼ ସମସ୍ୟା ସାଜିଛି ଦଳର ବୋଲିଂ ଲାଇନ। କୋହଲି (Virat Kohli) ଙ୍କ ଅଧିନାୟକତ୍ୱ ତଥା ନେତୃତ୍ୱ ଓ ମାନସିକତାକୁ ନେଇ ବି ପ୍ରଶ୍ନ ଉଠିବା ଆରମ୍ଭ ହୋଇଗଲାଣି। ଦ୍ୱିତୀୟ ଦିନିକିଆରେ ଦଳର ପ୍ରିମିୟର୍ ପେସ୍ ବୋଲର୍ ଜଶପ୍ରୀତ୍ ବୁମରା (Jasprit Bumrah) ଙ୍କୁ କୋହଲି ମ୍ୟାଚର ୨ୟ ଏବଂ ୪ର୍ଥ ଓଭରରେ ବୋଲିଂ କରାଇବା ପରେ ବିଶ୍ରାମ ଦେଇଥିଲେ। ପରେ ପୁନର୍ବାର ସେ ୯ମ ଓଭରରେ ବୋଲିଂ କରିବାକୁ ଆସିଥିଲେ। ଯାହା କୋହଲିଙ୍କ ରକ୍ଷଣାତ୍ମକ ମାନସିକତାକୁ ଦର୍ଶାଉଛି।
ଯେତେବେଳେ ସମସ୍ତେ ଏକଥା ବେଶ୍ ଭଲ ଭାବେ ଜାଣନ୍ତି କି ପ୍ରଥମ ୧୦ ଓଭରରେ ଟିମକୁ ୱିକେଟ୍ ମିଳିବା କେତେ ଜରୁରୀ, ସେତେବେଳେ ବିରାଟ ନିଜର ପ୍ରିମିୟର୍ ପେସ୍ ବୋଲରଙ୍କୁ ପ୍ରଥମରୁ ବିଶ୍ରାମ ଦେବା କେଉଁ ପ୍ରକାରର ରଣନୀତି ଥିଲା? ତାକୁ ନେଇ ବିରାଟ କୋହଲି ସମାଲୋଚିତ ହୋଇଛନ୍ତି। ଦୁଇଟି ଯାକ ଦିନିକିଆରେ ଅଷ୍ଟ୍ରେଲିଆ ଶେଷ ୧୦ ଓଭରରେ ଯଥାକ୍ରମେ ୪ ୱିକେଟ୍ ହରାଇ ୧୧୦ ରନ୍ ଓ ୨ ୱିକେଟ୍ ହରାଇ ୧୧୪ ରନ୍ ସ୍କୋର୍ କରିଛି । ଯାହାକି ଭାରତକୁ ମହଙ୍ଗା ତ ପଡ଼ିଛି, ତା ସହ ଟିମର ଦୁର୍ବଳ ଡେଥ୍ ବୋଲିଂ (death bowling) କୁ ବି ଦର୍ଶାଉଛି।
Also Read: ମ୍ୟାଚ୍ ଭିତରେ କାହିଁକି ଅଦାନୀକୁ ବିରୋଧ ?
ଏବେ ପ୍ରଶ୍ନ ହେଉଛି ଏହି ବୋଲିଂ ଆଟାକକୁ ନେଇ ଦିନିକିଆ ସିରିଜ୍ (ODI series) ହାରି ସାରିଥିବା ବିରାଟ କ'ଣ ଅଷ୍ଟ୍ରେଲିଆରେ ଆଗକୁ କୌଣସି ସିରିଜ୍ ବାଜିମାତ୍ କରିପାରିବେ? ସେପଟେ ଯେତେବେଳେ ଦଳର ବୋଲିଂ ଆଟାକ୍ ଦୁର୍ବଳ ପ୍ରଦର୍ଶନ କରୁଛି, ସେତେବେଳେ ୱାଶିଂଟନ୍ ସୁନ୍ଦର ଓ ଶିଭମ୍ ଦୁବେଙ୍କ ମଧ୍ୟରୁ ଜଣଙ୍କୁ ଅତିରିକ୍ତ ବୋଲର୍ ଭାବେ କାହିଁକି ବ୍ୟବହାର କରୁ ନାହାନ୍ତି କୋହଲି? ସେ ବି ଚିନ୍ତା କରିବାର ବିଷୟ।
ବ୍ୟାଟିଂ ଲାଇନରେ ବିରାଟ ବହୀନି ପ୍ରଦର୍ଶନ ତ ଠିକଠାକ୍ କରୁଛି କିନ୍ତୁ ମ୍ୟାଚ୍ ଜିତି ପାରୁନାହିଁ। ଦଳର ଏକାଧିକ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଆରମ୍ଭ ଭଲ କରୁଥିଲେ ବି ବଡ଼ ସ୍କୋର୍ କରି ପାରୁନାହାନ୍ତି। ଅନ୍ୟପଟେ ଅଷ୍ଟ୍ରେଲିଆର ଟପ୍ ୫ ବ୍ୟାଟ୍ସମ୍ୟାନ୍ ଲଗାତାର ବଡ଼ ସ୍କୋର କରିବାରେ ସଫଳ ହୋଇଛନ୍ତି। ବିରାଟଙ୍କ ଦୁର୍ବଳ ନେତୃତ୍ୱ ଓ ରକ୍ଷଣାତ୍ମକ ମନୋଭାବ ସିରିଜ୍ ଆରମ୍ଭରୁ ଭାରତକୁ ବ୍ୟାକଫୁଟକୁ ନେଇ ସାରିଲାଣି। ଦଳର ମନୋବଳ ଉପରେ ଏହାର ପ୍ରଭାବ ତ ନିଶ୍ଚିୟ ପଡ଼ିଥିବ। ଦେଖିବାର କଥା, ଧୁରନ୍ଧର ଏକାଦଶ ବୋଲି ବିବେଚିତ ହେଉଥିବା ଏ ଭାରତୀୟ ଦଳ ଆଗକୁ କମବ୍ୟାକ୍ କରୁଛି ନା ଚିତପଟାଙ୍ଗ ମାରୁଛି।