ଅଷ୍ଟ୍ରେଲିଆରେ ଥମୁନି ନିଆଁ, ୫୦ କୋଟି ଜୀବଜନ୍ତୁଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha620735

ଅଷ୍ଟ୍ରେଲିଆରେ ଥମୁନି ନିଆଁ, ୫୦ କୋଟି ଜୀବଜନ୍ତୁଙ୍କ ମୃତ୍ୟୁ

ଅଷ୍ଟ୍ରେଲିଆରେ ଲାଗିଥିବା ଭୟାବହ ଅଗ୍ନିକାଣ୍ଡ ଥମିବାର ନା ନେଉ ନାହିଁ। ବିଗତ ପ୍ରାୟ ସାଢେ ୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଏହା ଜଳୁଛି। ଏହି ଅଗ୍ନିକାଣ୍ଡ ସତେ ଯେପରି ପଶୁପକ୍ଷୀଙ୍କ ପାଇଁ ଅଭିଶାପ ପାଲଟିଛି। ଏହି ଭୟାବହ ଅଗ୍ନିକାଣ୍ଡରେ ପ୍ରାୟ ୫୦ କୋଟିରୁ ଊର୍ଦ୍ଧ୍ୱ ଜୀବଜନ୍ତୁଙ୍କ ମୃତ୍ୟୁ ହୋଇ ସାରିଲାଣି। ତେବେ ଯେଉଁ କିଛି ଜନ୍ତୁ ନିଆଁ କବଳରୁ ବର୍ତ୍ତି ଯାଉଛନ୍ତି, ସେମାନଙ୍କର ଅବସ୍ଥା ଦେଖିଲେ ସ୍ୱତଃପ୍ରବୃତ ଭାବେ ସାହାଯ୍ୟର ମନୋଭାବ ସୃଷ୍ଟି ହେଉଛି। ନିକଟରେ ଟେନିସ ତାରକା ସାହାଯ୍ୟର ହାତ ବଢାଇଛନ୍ତି। 

ଅଷ୍ଟ୍ରେଲିଆରେ ଥମୁନି ନିଆଁ, ୫୦ କୋଟି ଜୀବଜନ୍ତୁଙ୍କ ମୃତ୍ୟୁ

ସିଡନୀ: ଅଷ୍ଟ୍ରେଲିଆରେ ଲାଗିଥିବା ଭୟାବହ ଅଗ୍ନିକାଣ୍ଡ ଥମିବାର ନା ନେଉ ନାହିଁ। ବିଗତ ପ୍ରାୟ ସାଢେ ୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଏହା ଜଳୁଛି। ଏହି ଅଗ୍ନିକାଣ୍ଡ ସତେ ଯେପରି ପଶୁପକ୍ଷୀଙ୍କ ପାଇଁ ଅଭିଶାପ ପାଲଟିଛି। ଏହି ଭୟାବହ ଅଗ୍ନିକାଣ୍ଡରେ ପ୍ରାୟ ୫୦ କୋଟିରୁ ଊର୍ଦ୍ଧ୍ୱ ଜୀବଜନ୍ତୁଙ୍କ ମୃତ୍ୟୁ ହୋଇ ସାରିଲାଣି। ତେବେ ଯେଉଁ କିଛି ଜନ୍ତୁ ନିଆଁ କବଳରୁ ବର୍ତ୍ତି ଯାଉଛନ୍ତି, ସେମାନଙ୍କର ଅବସ୍ଥା ଦେଖିଲେ ସ୍ୱତଃପ୍ରବୃତ ଭାବେ ସାହାଯ୍ୟର ମନୋଭାବ ସୃଷ୍ଟି ହେଉଛି। ନିକଟରେ ଟେନିସ ତାରକା ସାହାଯ୍ୟର ହାତ ବଢାଇଛନ୍ତି। 

ଏହା ସହ ସେ ଟ୍ୱିଟର ମାଧ୍ୟମରେ ନୋଭାକ ଜୋକୋଭିକଙ୍କୁ ମଧ୍ୟ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଇଛନ୍ତି। ସେ ଟ୍ୱିଟର ମାଧ୍ୟମରେ କହିଛନ୍ତି କି, ଆପଣ କଣ ମୋ ସହିତ ସମକକ୍ଷ ହୋଇ ପାରିବେ। ତେବେ ଏହା ସେ କୌଣସି ନକରାତ୍ମକ ଅର୍ଥରେ ନୁହେଁ ବରଂ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଲେଖିଛନ୍ତି। ସେ ଉକ୍ତ ଟ୍ୱିଟରରେ ଲେଖିଛନ୍ତି କି, ବିଗତ  ୧୫ ବର୍ଷ ଧରି ଜାନୁଆରୀ ମାସରେ ଅଷ୍ଟ୍ରେଲିଆ ଆସୁଛି। ଏହା ମୋର ଘର ପରି ହୋଇ ସାରିଲାଣି। ତେବେ ଅଷ୍ଟ୍ରେଲିଆରେ ଲାଗିଥିବା ଏହି ନିଆଁ ୩ ମାସ ଧରି ଜଳୁଛି। ଆଉ ଏହି ନିଆଁରେ ପ୍ରୟା ୫୦ କୋଟି ଜୀବଜନ୍ତୁ ପ୍ରାଣ ହରାଇ ସାରିଲେଣି। ଏହା ନିହାତି ଭାବରେ ଦୁଃଖଦ ଘଟଣା ବୋଲି ସେ ଟ୍ୱିଟର ମାଧ୍ୟମରେ ଉଲ୍ଲେଖ କରିଛନ୍ତି। 

ସାରାପୋଭା ଆହୁରି ମଧ୍ୟ ଲେଖିଛନ୍ତି କି, ଅଗ୍ନିକାଣ୍ଡରେ ପ୍ରଭାବିତଙ୍କ ସହାୟତା ପାଇଁ ପ୍ରାୟ ୨୫ ହଜାର ଅଷ୍ଟ୍ରେଲିଆ ଡଲାର( ଭାରତୀୟ ମୁଦ୍ରାରେ ତାହା ୧୨।୫୦ ଲକ୍ଷ) ପ୍ରଦାନ କରୁଛି। ଆପଣ କଣ ମୋ ସହିତ ସହାୟତାର ହାତ ବଢାଇବେ ବୋଲି ସେ ଟ୍ୱିଟରରେ ଲେଖିଛନ୍ତି। ସେପଟେ ଜୋକୋଭିକ ଟ୍ୱିଟରରେ ଲେଖିଛନ୍ତି କି, ମୁଁ ଆପଣ ବରାବରର ସହାୟତାର ରାଶି ସାହାଯ୍ୟ କରିବାକୁ ପସନ୍ଦ କରିବି। ଯାହା ଫଳରେ ସହାୟତା ରାଶି ଦୁଇଗୁଣା ହୋଇପାରୁ ବୋଲି ସେ  ଟ୍ୱିଟରରେ ଉଲ୍ଲେଖ କରିଛନ୍ତି। 

ସୂଚନାଯୋଗ୍ୟ ଅଷ୍ଟ୍ରେଲିଆରେ ଏହି ଘଟଣା ପାଇଁ ଅନେକ ଅନ୍ତର୍ଜାତୀୟ ସ୍ତରର ଖେଳାଳିମାନେ ସହାୟତାର ହାତ ବଢାଇଛନ୍ତି। ଏହା ସହିତ ଆସନ୍ତା ୧୦ ତାରିଖରେ ଏକ ପ୍ରଦର୍ଶନୀ ମ୍ୟାଚ ମଧ୍ୟ ଖେଳାଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି। ଏଥିରୁ ଯାହା ଆୟ କରାଯିବ ସେ ସବୁକୁ ଏହି ଅଗ୍ନିବିପନ୍ନଙ୍କ ପାଇଁ ସହାୟତା କରାଯିବ ବୋଲି ଜଣାପଡ଼ିଛି।