ନୂଆ ଜର୍ସି, ନୂଆ ଜୋସରେ ଟିମ୍ ଇଣ୍ଡିଆ
Advertisement

ନୂଆ ଜର୍ସି, ନୂଆ ଜୋସରେ ଟିମ୍ ଇଣ୍ଡିଆ

Ind vs Aus One Day Series: ଭାରତ (India) ଓ ଅଷ୍ଟ୍ରେଲିଆ (Australia) ମଧ୍ୟରେ ଆରମ୍ଭ ହୋଇଛି ଦିନିକିଆ ସିରିଜ୍ (One Day Series) । ଶୁକ୍ରବାର ସିଡନୀ (Sydney) ରେ ପ୍ରଥମ ମ୍ୟାଚ୍ ଅନୁଷ୍ଠିତ ହେଉଛି । 

ନୂଆ ଜର୍ସି, ନୂଆ ଜୋସରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ, ସୁନନ୍ଦନ ମିଶ୍ର : Ind vs Aus One Day Series: ଭାରତ (India) ଓ ଅଷ୍ଟ୍ରେଲିଆ (Australia) ମଧ୍ୟରେ ଆରମ୍ଭ ହୋଇଛି ଦିନିକିଆ ସିରିଜ୍ (One Day Series) । ଶୁକ୍ରବାର ସିଡନୀ (Sydney) ରେ ପ୍ରଥମ ମ୍ୟାଚ୍ ଅନୁଷ୍ଠିତ ହେଉଛି । ଟସ୍ ଜିତି ଅଷ୍ଟ୍ରେଲିଆ (Australia) ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କୋରୋନା (Corona) କାଳରେ ଦୀର୍ଘ ୨୯୦ ଦିନ ପରେ କୋହଲି (Virat Kohali) ଆଣ୍ଡ୍ କୋଙ୍କୁ ଭାରତୀୟ ଜର୍ସିରେ (India New Jersey) ଦେଖିବାକୁ ମିଳିଛି । ଅନ୍ତର୍ଜାତୀୟ କ୍ରିକେଟ୍ (International Cricket) ମଇଦାନକୁ ଓହ୍ଲାଇଛି ଭାରତୀୟ ଦଳ ।

ଅଧିକ ପଢନ୍ତୁ: ଶାହଙ୍କ ଉପରେ ବର୍ଷିଲେ 'ଦିଦି'

ଟସ୍ ପଡ଼ୁ ପଡ଼ୁ ସମସ୍ତଙ୍କ ନଜର ରହିଥିଲା ଭାରତର ନୂଆ ଜର୍ସି ଉପରେ । ଟିମ୍ ଇଣ୍ଡିଆର ଖେଳାଳିମାନଙ୍କୁ ଏହି ସିରିଜରେ ଖାସ୍ କରି ଦିନିକିଆ (Ine Day Series) ଓ ଟି-୨୦ରେ (T-20 Series) ନୂଆ ଜର୍ସିରେ ଦେଖିବାକୁ ପାଉଛନ୍ତି ଦର୍ଶନ । ଏହି ନୂଆ ଜର୍ସି ୧୯୯୨ ମସିହା କ୍ରିକେଟ୍ ବିଶ୍ୱକପରେ ଭାରତ ବ୍ୟବହାର କରିଥିବା ଜର୍ସି । ପୁରୁଣା ଦିନକୁ ମନେ ପକାଇ ପୁଣି ଥରେ ଭାରତ ପାଇଁ ଏହି ଜର୍ସି ପ୍ରସ୍ତୁତ କରାଯାଇଛି । ଯାହାକୁ ଦେଖିବାକୁ ଭାରତୀୟ କ୍ରିକେଟପ୍ରେମୀ ଅପେକ୍ଷା କରି ରହିଥିଲେ । ୧୯୯୨ ମହାନ କ୍ରିକେଟର କପିଲ ଦେବଙ୍କ ଶେଷ ବିଶ୍ୱକପ ଥିଲା । ପ୍ରଥମ ଓ ଶେଷଥର ପାଇଁ କପିଲଙ୍କୁ ରଙ୍ଗୀନ ଭାରତୀୟ ଜର୍ସିରେ ଦେଖିବାକୁ ପାଇଥିଲେ ଦର୍ଶକ । 

ଅଧିକ ପଢନ୍ତୁ : ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧି ଅଟଳ

ସେହିପରି ଅନ୍ୟତମ ମହାନ କ୍ରିକେଟର୍ ସଚିନ ତେନ୍ଦୁଲଙ୍କର ତାହା ଥିଲା ପ୍ରଥମ ବିଶ୍ୱକପ୍ ଓ ପ୍ରଥମ ଥର ଏହି ରଙ୍ଗୀନ ଜର୍ସିରେ ପଡ଼ଆକୁ ଓହ୍ଲାଇଥିଲେ ଶତାବ୍ଦୀରେ ସବୁଠୁ ସଫଳ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର । ଏବେ ଭାରତୀୟ ଦଳକୁ ପୁରୁଣା ଦିନର ସେହି ଜର୍ସିରେ ଦେଖି ସେଦିନର ସେହି ସ୍ମୃତି ପୁଣି ତାଜା ହୋଇଯାଇଛି ।

ପୂର୍ବରୁ ନାଇକ୍ ଭାରତୀୟ କ୍ରିକେଟ୍ ଟିମର କିଟ୍ ପ୍ରାୟୋଜକ ଥିଲା । କିନ୍ତୁ ନାଇକ୍ ସହିତ ଚୁକ୍ତି ଶେଷ ହେବା ପରେ ବିସିସିଆଇ ଏବେ ମୋବାଇଲ୍ ଇ-ସ୍ପୋର୍ଟ୍ସ ପ୍ଲାଟଫର୍ମ ମୋବାଇଲ୍ ପ୍ରିମିୟର୍ ଲିଗ୍ (MPL) ସହ ନୂତନ ଚୁକ୍ତି ସ୍ୱାକ୍ଷର କରିଛି । ଏବେ ନୂଆ କିଟ୍ ପ୍ରାୟୋଜକ MPL ନୂଆ ଜର୍ସି ସହ ଭାରତୀୟ ଦଳକୁ ପଡ଼ିଆକୁ ଓହ୍ଲାଇଛି ।