Advertisement
Article Detail0/zeeodisha/odisha862661

ଜାଣନ୍ତୁ, ସ୍ୱପ୍ନରେ ଫଳ ଦେଖିଲେ କ'ଣ ମିଳେ ଲାଭ?

ପ୍ରତ୍ୟେକ ସ୍ୱପ୍ନର ଭିନ୍ନ ଅର୍ଥ ଥାଏ। କିଛି ସ୍ୱପ୍ନ କାଳକ୍ରମେ ଘଟିଯାଏ। ଆଉ ଅନେକ ଆମେ ଭୁଲିଯାଉ। ତେବେ ଆଜି ଜାଣିବା ସ୍ୱପ୍ନରେ ଫଳ ଦେଖିବାର ଅର୍ଥ ଏବଂ ଏହା ଆମ ଜୀବନରେ କି ପ୍ରଭାବ ପକାଇଥାଏ।

ପ୍ରତିକାତ୍ମକ ଫଟୋ
ପ୍ରତିକାତ୍ମକ ଫଟୋ

ତପସ୍ୱିନୀ ମହାଲିକ, ଭୁବନେଶ୍ୱର: ମଣିଷ ଶୋଇଲା ପରେ ଶ୍ୱପ୍ନ ଦେଖିବା ଏକ ସାଧାରଣ କଥା। ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନ କାଳ ମଧ୍ୟରେ ଆନେକ ସ୍ୱପ୍ନ ଦେଖନ୍ତି। କିନ୍ତୁ ପ୍ରତ୍ୟେକ ସ୍ୱପ୍ନର ଭିନ୍ନ ଅର୍ଥ ଥାଏ। କିଛି ସ୍ୱପ୍ନ କାଳକ୍ରମେ ଘଟିଯାଏ। ଆଉ ଅନେକ ଆମେ ଭୁଲିଯାଉ। ତେବେ ଆଜି ଜାଣିବା ସ୍ୱପ୍ନରେ ଫଳ ଦେଖିବାର ଅର୍ଥ ଏବଂ ଏହା ଆମ ଜୀବନରେ କି ପ୍ରଭାବ ପକାଇଥାଏ।

ସ୍ୱପ୍ନ ବିଜ୍ଞାନ (Samudra Shastra) ଅନୁଯାୟୀ, ସ୍ୱପ୍ନରେ ଫଳ (Fruits Dream) ଦେଖିବା କିମ୍ବା ଖାଇବାର କିଛି ନା କିଛି ଅର୍ଥ ଅଛି। ଏହି ଦୁଇ ପ୍ରକାରର ଘଟଣା ଆମ ଜୀବନରେ ଆମର ଆଗାମୀ ଜୀବନ ଉପରେ ପ୍ରଭାବ ପକାଇଥାଏ। କିନ୍ତୁ ଭୟଭୀତ ହେବାର କୌଣସି କାରଣ ନାହିଁ। ଫଳ ସ୍ୱପ୍ନ ଖରାପ ନୁହେଁ, ଏଥିରେ କିଛି ଶୁଭ ଓ କିଛି ଅଶୁଭ ସଙ୍କେତ ମିଳିଥାଏ। ସ୍ୱପ୍ନରେ ଦେଖାଯାଇଥିବା ଅପ୍ରୀତିକର ଜିନିଷଗୁଡ଼ିକ ପାଇଁ ସ୍ୱପ୍ନ ଶାସ୍ତ୍ରରେ ଏକ ପ୍ରତିକାର ମଧ୍ୟ ଅଛି। ତେବେ ସ୍ୱପ୍ନରେ ଫଳ ଦେଖିବାର ଅର୍ଥ କ’ଣ ଏବଂ ଏହା ଆମ ଜୀବନରେ କି ପ୍ରଭାବ ପକାଇଥାଏ ତାହା ଆସନ୍ତୁ ଜାଣିବା।

Also Read: ଦାନ୍ତ ଭାଙ୍ଗିଯିବା ନେଇ ଦେଖୁଛନ୍ତି କି ସ୍ୱପ୍ନ, ତେବେ ସାବଧାନ !

Add Zee News as a Preferred Source

 

କେବଳ ହିନ୍ଦୁ ନୁହେଁ ପ୍ରତ୍ୟେକ ଧର୍ମର (Religions) ଠାକୁରଙ୍କ ପାଖରେ ଫଳ ଭୋଗ ଲାଗିଥିଏ। ତେଣୁ ଯଦି ଆପଣ ସ୍ୱପ୍ନରେ କୌଣସି ଫଳ ଦେଖୁଛନ୍ତି, ଖାଉଛନ୍ତି, ବାଣ୍ଟୁଛନ୍ତି ବା ଗଛରେ ଫଳିବା, ତୋଳିବା ଦୃଶ୍ୟ ଆସୁଛି, ତେବେ ଏହା ଆପଣଙ୍କ ପାଇଁ ଶୁଭ ଅଟେ। ଆପଣଙ୍କ ଉପରେ ଭଗବାନଙ୍କ କୃପା ଅଛି। ଯଦି ଆପଣ ସ୍ୱପ୍ନରେ ପଚାସଢ଼ା ଫଳ ଦେଖୁଛନ୍ତି ତେବେ ତାହା ଅଶୁଭ। କିନ୍ତୁ ଏଥିରେ ଭୟବିତ ନ ହୋଇ ଟିକେ ସାବଧାନନ ରହିଲେ ସବୁ ଠିକ୍ ହୋଇଯିବ।

 

 

About the Author